୨୦୧୪-୧୫, ମସିହାରେ କେବଳ ପ୍ରାୟ ୦.୨୪% ଗ୍ରାମୀଣ ଭାରତର ଖବର ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଉଥିଲା।
ଆମେ ଏହା ବଦଳାଇବାକୁ ଚାହୁଁ।
India’s younger, media-saturated generations grow up knowing little about their country, but a lot about the elites of a few metros and towns. For a narrowly-owned, commercially-driven media, the dumbing down of a nation is part of standard operating procedure. Data of the Centre for Media Studies (CMS, Delhi) show us that reports from New Delhi account for 66 per cent of news on the front pages of major dailies. The CMS also found that in 2014-15, only about 0.24 per cent of front page news came out of rural India. The TV channels are not much better.
ପରୀ ଭାରତର ସାମ୍ବାଦିକତା ଉଦ୍ୟୋଗର ଉଚ୍ଚଅଭିଳାଷଯୁକ୍ତ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆପଣଙ୍କର ସାହାଯ୍ୟ ଆବଶ୍ୟକ କରୁଛି।
ଯୋଜନା
-
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଲକ୍ଷ୍ୟ ପ୍ରତି ବର୍ଷ ଦେଶର ୯୫ଟି କ୍ଷେତ୍ରରେ ପରୀ ଫେଲୋ ନିଯୁକ୍ତ କରିବ, ଯେଉଁ ସ୍ଥାନଗୁଡ଼ିକ ଏବେବି ଜାତୀୟ (କର୍ପୋରେଟ୍) ଗଣମାଧ୍ୟମ ପାଇଁ ଅଛୁଆଁ ହୋଇରହିଛି।
ଏହି ଫେଲୋ ହୋଇପାରନ୍ତିରିପୋର୍ଟରବୃନ୍ଦ ଲେଖକମାନେ ଚଳଚ୍ଚିତ୍ର ନିର୍ମାତା ଫଟୋଗ୍ରାଫର୍ସଏବଂ ଏହି ଅଞ୍ଚଳର ପ୍ରତ୍ୟେକ ବାସିନ୍ଦା ନିଜେ।
‘ଅଞ୍ଚଳ’ କହିଲେ ଆମେ ପ୍ରାକୃତିକ କିମ୍ବା ଐତିହାସିକ ଭାବରେ ଜଡ଼ିତ କ୍ଷେତ୍ରକୁ ବୁଝାଉ। ଉଦାହରଣସ୍ୱରୂପ ଉତ୍ତରପ୍ରଦେଶରେ ଆମ ପାଖରେ ରହିଛି ରୋହିଲଖଣ୍ଡ, ବୁନ୍ଦେଲ ଖଣ୍ଡ୍, ବ୍ରଜ୍ ଏବଂ ଅବଧ, ସୋନେଭଦ୍ରା ଏବଂ ଭୋଜପୁର (ଯାହାକି ବିହାରକୁ ମଧ୍ୟ ବ୍ୟାପି ରହିଛି)।
- ପରୀର ପ୍ରତ୍ୟେକ ଫେଲୋ ଗୋଟିଏ ବର୍ଷ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ସେହି ଅଞ୍ଚଳର ବ୍ୟକ୍ତି ଏବଂ ଗୋଷ୍ଠୀଙ୍କ ମଧ୍ୟରେ ୩ ମାସ ପର୍ଯ୍ୟନ୍ତ ପୂର୍ଣ୍ଣକାଳୀନ ଭାବରେ କାର୍ଯ୍ୟ କରିଥାନ୍ତି।
- ୬୦ ମାସ ବା ଅଧିକ ଦିନ ଧରି, ପରୀ ଲେଖା ରିପୋର୍ଟ, ଅଡିଓ ଷ୍ଟୋରି, ଭିଡିଓ, ପ୍ରାମାଣିକ ଚଳଚ୍ଚିତ୍ର, ଫଟୋଗ୍ରାଫ୍, ସଙ୍ଗୀତ ଏବଂ କଥା କୁହା ଆଲବମ୍) ସାଧାରଣ ମଣିଷଙ୍କର ସାଧାରଣ ଜୀବନ ଉପରେ- ଦେଶର ପ୍ରତ୍ୟେକ ଅଂଶରୁ ପ୍ରସ୍ତୁତ କରୁଛି। ଏକ ଡାଟାବେସ୍ ମଧ୍ୟ ଭାରତୀୟ ଜନତାଙ୍କର ବାସ୍ତବ ପ୍ରତିନିଧି ହେବ, ବିଶେଷକରି ୮୩୩ ନିୟୁତ ଗ୍ରାମାଞ୍ଚଳ ନାଗରିକମାନଙ୍କର। ସେମାନଙ୍କର ଶ୍ରମ, କାରିଗରି, କାହାଣୀ, ଗୀତ, କବିତା, କଳା ଓ ଆହୁରି ଅନେକ କିଛି। ଆମେ ପ୍ରସ୍ତୁତ କରୁଥିବା ଫେଲୋମାନଙ୍କର ନେଟୱାର୍କ ମଧ୍ୟ ଦେଶର ସାମାଜିକ ଗଠନକୁ ପ୍ରତିଫଳିତ କରିବ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ପ୍ରାୟ ୧୦୦ ଜଣ ଫେଲୋ ମହିଳା ହେବେ। ଏବଂ ଦଳିତ ସାମ୍ବାଦିକ, ଆଦିବାସୀ ସାମ୍ବାଦିକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମଧ୍ୟ ନିରପେକ୍ଷ ଭାବରେ ପ୍ରତିନିଧିତ୍ୱ କରିବାକୁ ଦିଆଯିବ ଅଧିକାଂଶ କାହାଣୀ ସାଧାରଣ ଲୋକେ ନିଜେ ସିଧାସଳଖ ଭାବରେ କହିବେ। ଅନ୍ୟାନ୍ୟ ମଧ୍ୟରୁ ଏହି ପିଢ଼ିର ଛାତ୍ରଛାତ୍ରୀ, ଆମର ସମସ୍ତ ସନ୍ତାନଙ୍କ ପାଇଁ ସେମାନଙ୍କ ଚାରିପଟର ପୃଥିବୀର ଜୀବନ୍ତ ପାଠ୍ୟପୁସ୍ତକ ହେବ। ଏବଂ ଏହା ସମଗ୍ର ଦେଶକୁ ଏପରି ଏକ ସମ୍ଭାର ଯୋଗାଇ ଦେବ ଯାହାକି କେହି ଦେଖିନଥିବେ।
- ପରୀ ହେଉଛି ଏକ ବହୁଭାଷୀ ସାଇଟ୍। ଏହି ସାଇଟ୍ରେ ଆପଣ ବିଭିନ୍ନ ଲେଖା ଦେଖିବେ, ଯେଉଁଥିରେ ଶୀର୍ଷରେ ଭାଷା ବାଛନ୍ତୁ’ ବଟନ୍ ରହିଛି। କେତେକ ଏକାଧିକ ଭାଷାରେ ରହିଥାଏ ପ୍ରାୟ ୧୦ଟି ପର୍ଯ୍ୟନ୍ତ। ଆମ୍ଭେମାନେ ଲେଖା ସହିତ ଅଧିକ ଭାଷାରେ ମଧ୍ୟ ଲେଖା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ ପରୀର ଅଡିଓ ପ୍ରୋଜେକ୍ଟର ଲକ୍ଷ୍ୟ ଭାରତର ୭୮୦ଟି ପ୍ରଚଳିତ ଭାଷାର ପ୍ରତି ଭାଷା କହୁଥିବା ବ୍ୟକ୍ତିଙ୍କର ଅଡିଓ ରେକର୍ଡ କରିବା।
ଜଣେ ଫେଲୋଙ୍କ ପ୍ରାୟୋଜକ ହୁଅନ୍ତୁ
+ ସମ୍ପର୍କିତ ଖର୍ଚ୍ଚ ରେକର୍ଡିଂ, ତଥ୍ୟ ସଂଗ୍ରହ, ସଂକଳନ, ଏଡିଟ୍ କରିବା ବା ସମ୍ପାଦନା ( ପାଠ ଏବଂ ଭିଡିଓ), ତାଲିମ୍ ଏବଂ ଅନ୍ୟାନ୍ୟ।
ଆପଣ କିପରି ସାହାଯ୍ୟ କରିପାରିବେ
ଅର୍ଥ ଦାନ କରନ୍ତୁ
You can send in donations using a range of payment methods. All donations made to the CounterMedia Trust are eligible for exemption under Section 80G of the Income Tax Act, 1961.
ଉପକରଣ ଦାନ କରନ୍ତୁ
ଯଦି ଆପଣ କୌଣସି ଉପକରଣ (ନୂଆ ବା ପୁରୁଣା) ପଠାଇବାକୁ ଚାହାଁନ୍ତି ଯାହାକି ପରୀ ଫେଲୋ ଏବଂ ଗ୍ରାମାଞ୍ଚଳର ଯୋଗଦାନକାରୀ ବ୍ୟବହାର କରିପାରିବେ। ଦୟାକରି ଯୋଗାଯୋଗ କରନ୍ତୁ। ଏହା ଅନ୍ତର୍ଭୁକ୍ତ କରିପାରେ ଷ୍ଟିଲ୍ ଏବଂ ଭଡିଓ କ୍ୟାମେରା, ଅଡିଓ ଡିଜିଟାଲ୍ ରେକର୍ଡର, ଲ୍ୟାପଟପ୍, ହାର୍ଡ ଡିସ୍କ ଏବଂ ଅନ୍ୟାନ୍ୟ ଉପକରଣ।
ଆପଣଙ୍କ ନେଟୱାର୍କରେ ଏହି ସନ୍ଦେଶ ଅଂଶିଦାର କରନ୍ତୁ
ଆପଣଙ୍କ ବନ୍ଧୁମାନଙ୍କୁ ଏହି ପ୍ରୟାସରେ ଯୋଗଦାନ କରିବା ପାଇଁ ଓ ଯୋଡ଼ି ହେବା ପାଇଁ କହନ୍ତୁ। ସାରା ଦେଶରେ ପହଞ୍ଚିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ। ଗ୍ରାମୀଣ ଭାରତର ଏହି ସ୍ୱତନ୍ତ୍ର ଜାତୀୟ ଜ୍ଞାନର ସମ୍ଭାର ନିର୍ମାଣରେ ଆମ ସହିତ ସାମିଲ୍ ହୁଅନ୍ତୁ
ଆହୁରି ଅନେକ, ବାସ୍ତବରେ ପରୀର କୋର୍ ଗ୍ରୁପ୍ ଏବଂ ସ୍ୱେଚ୍ଛାସେବୀମାନେ ଅଧିକାଂଶ ଖର୍ଚ୍ଚ ବହନ କରିଥାନ୍ତି ଆମେ ଆପଣଙ୍କୁ ବଦାନ୍ୟତାର ସହ ଦାନ କରିବାକୁ ଓ ଏହି ସ୍ୱତନ୍ତ୍ର ସାମ୍ବାଦିକତା ପ୍ରୟାସକୁ ସଫଳ କରିବାକୁ ଆବେଦନ କରୁଛୁ। ଆମେ ସରକାର ଏବଂ ନିଗମଗୁଡ଼ିକ ବ୍ୟତୀତ ଏହା କରିପାରିବୁ ଏବଂ କରିବୁ। ଆପଣଙ୍କ ବ୍ୟତୀତ ଏହା କରିପାରିବୁ ନାହିଁ।
ଆପଣଙ୍କୁ ଧନ୍ୟବାଦ,
ଆନ୍ତରିକତାର ସହିତ,
ପି.ସାଇନାଥ