Can a project’s success be judged on the basis of its never being completed? Yes, if it’s a living archive of the world’s most complex countryside. Rural India is in many ways the most diverse part of the planet. Its 833 million people include distinct societies speaking well over 700 languages, some of them thousands of years old. The People’s Linguistic Survey of India tells us the country as a whole speaks some 780 languages and uses 86 different scripts. But in terms of provision for schooling up to Class 7, just 4 per cent of those 780 are covered. Most Indian languages are mainly spoken by people in rural India.

ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ୨୨ଟି ଭାଷା ସ୍ଥାନ ପାଇଛି। ଯାହାର ବିକାଶ ପାଇଁ ଦେଶର ସରକାର ପ୍ରତିଶ୍ରୁତିବଦ୍ଧ। ତାହା ସତ୍ତ୍ୱେ ଏଠାରେ ବିଭିନ୍ନ ରାଜ୍ୟ ରହିଛି ଯେଉଁ ରାଜ୍ୟର ବୈଧାନିକ ଭାଷା ସେହି ୨୨ଟିର ବହିର୍ଭୁତ। ଯେପରିକି ମେଘାଳୟର ଖାସି ଏବଂ ଗାରୋ। ସମସ୍ତ ଛଅଟି ଭାରତୀୟ ଭାଷା ପ୍ରାୟ ୫୦ ନିୟୁତରୁ ଅଧିକ ବ୍ୟକ୍ତି କଥାବାର୍ତ୍ତା କରିବା ପାଇଁ ବ୍ୟବହାର କରିଥାନ୍ତି। ଏହି ଭାଷାଗୁଡ଼ିକରେ ୮୦ ନିୟୁତରୁ ଅଧିକ ବ୍ୟକ୍ତି କଥାବର୍ତ୍ତା କରିଥାନ୍ତି। ଗୋଟିଏ ୫୦୦ ନିୟୁତ ପାଖାପାଖି। ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ସ୍ୱତନ୍ତ୍ର ଆଦିବାସୀ ଭାଷା ୪,୦୦୦ ବା ତା’ଠାରୁ କମ୍ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ। କେବଳ ପୂର୍ବାଞ୍ଚଳରେ ଅବସ୍ଥିତ ରାଜ୍ୟ ଓଡ଼ିଶାରେ ପ୍ରାୟ ୪୪ଟି ଆଦିବାସୀ ଭାଷା ପ୍ରଚଳିତ ରହିଛି। ଭାଷାଗତ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗତ ୫୦ ବର୍ଷ ମଧ୍ୟରେ ପ୍ରାୟ ୨୨୦ଟି ଭାଷା ଲୋପପାଇଲାଣି। ତ୍ରିପୁରାର ସାଇମାର୍ ଭାଷା ବ୍ୟବହାର କରୁଛନ୍ତି ଏବେ ମାତ୍ର ୭ ଜଣ ବ୍ୟକ୍ତି।

ଗ୍ରାମାଞ୍ଚଳର ଭାରତର ବୃତ୍ତିରେ ମଧ୍ୟ ସମାନ ପ୍ରକାରର ବିବିଧତା ପରିଲକ୍ଷିତ ହୁଏ, କଳା ଏବଂ କାରିଗରି ସଂସ୍କୃତି, ଭାଷା, କିମ୍ବଦନ୍ତୀ, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ର। ଭାରତୀୟ ଗ୍ରାମାଞ୍ଚଳ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଦ୍ରୁତ କାୟା ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି, ଅଧିକାଂଶ ଗାଁର ବିଶେଷତ୍ୱ ଉଭେଇ ଯାଉଛି, ଆମେ ଅଧିକରୁ ଅଧିକ ଦରିଦ୍ର ହୋଇ ଯାଉଛନ୍ତି। ଉଦାହରଣସ୍ୱରୂପ, ବୋଧହୁଏ ଭାରତରେ ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ ବୁଣିବା ଶୈଳୀ ଓ ଢାଞ୍ଚା ରହିଛି ଅଧିକାଂଶ ପାରମ୍ପରିକ ବୁଣାକାର ସମ୍ପ୍ରଦାୟ ବାସ୍ତବରେ ଲୋପ ପାଇବାକୁ ବସିଛନ୍ତି, ଯାହାକି ବିଶ୍ୱର କିଛି ଅନନ୍ୟ ଉପହାରକୁ ଛଡ଼ାଇନେବ। କେତେକ ସ୍ୱତନ୍ତ୍ର ବୃତ୍ତି- ପେଶାଦାର କାହାଣୀ କହିବା ବ୍ୟକ୍ତି, କିମ୍ବଦନ୍ତୀର ଗୀତ ଗାଉଥିବା ସମ୍ପ୍ରଦାୟ ଇତ୍ୟାଦି ମଧ୍ୟ ଏବେ ବିଲୁପ୍ତ ହେବାର ବିପଦ ସୃଷ୍ଟି ହୋଇଛି।

ତେବେ ଆଉ କେତେକ ବୃତ୍ତି ମଧ୍ୟ ରହିଛି ଯାହା କେବଳ ମାତ୍ର କେତୋଟି ଦେଶରେ ଦେଖାଯାଏ। ଯେପରିକି ମାଳୁଆ ଯେଉଁମାନେ କି ଦୈନିକ ପ୍ରାୟ ୫୦ଟି ଲେଖାଁଏ ତାଳ ଗଛରେ ଚଢ଼ିଥାନ୍ତି , ପ୍ରତି ଗଛରେ ଋତୁ ସମୟରେ ତିନି ଥର ଲେଖାଁଏ ଚଢ଼ିଥାନ୍ତି। ତାଳ ତାଡିରୁ ସେମାନେ ତାଳଗୁଡ଼ କିମ୍ବା ମଦ ତିଆରି କରିଥାନ୍ତି ଯାହାକୁ କୁହାଯାଏ ତୋଡି। ଯେତେବେଳେ ଅଧିକ ପରିମାଣରେ ରସ ବାହାରେ ଜଣେ ତୋଡି ଟାପର୍ ବା ମାଳୁଆ ଚଢ଼ୁଥିବା ଉଚ୍ଚତା ପ୍ରତିଦିନ -ନ୍ୟୁୟର୍କସ ଏମ୍ପାୟାରର ଷ୍ଟେଟ୍ ବିଲଡିଙ୍ଗଠାରୁ ଅଧିକ ହୋଇଥାଏ । କିନ୍ତୁ ଏହିପରି ଅନେକ ବୃତ୍ତି ରହିଛି ଯାହାକି ବିଲୁପ୍ତ ହେବାକୁ ବସିଛି। କୁମ୍ଭାର, କମାର ଏବଂ ଲକ୍ଷ୍ୟ ଲକ୍ଷ୍ୟ ଅନ୍ୟ କୁଶଳୀ କାରିଗର ଦ୍ରୁତ ଗତିରେ ସେମାନଙ୍କର ଜୀବିକା ହରାଉଛନ୍ତି।

ଅଧିକାଂଶ ଗ୍ରାମାଞ୍ଚଳର ସ୍ୱତନ୍ତ୍ର ବିଶେଷତ୍ୱ ୨୦-୩୦ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବ। ଆମ ପାଖରେ ଏ ବିଷୟରେ ଜାଣିବା ପାଇଁ କୌଣସି ବିଧିବଦ୍ଧ ଲିଖିତ, ଦୃଶ୍ୟ କିମ୍ବା ମୌଖିକ ରେକର୍ଡ ନଥିବ। ଯାହାକି ଆମକୁ ପ୍ରୋତ୍ସାହିତ କରିବ – ଏହି ଅସୀମ ବିବିଧତାର ସୁରକ୍ଷା ପାଇଁ। ଆମେ ଗ୍ରାମୀଣ ଭାରତ ମଧ୍ୟରେ ରହିଥିବା ଭିନ୍ନ ଜଗତ ଓ ତାହାର ସ୍ୱରକୁ ହରାଉଛନ୍ତି ଯାହାକି ଭବିଷ୍ୟତର ପିଢ଼ି ଆଦୌ ଜାଣିପାରିବ ନାହିଁ ବା ଅଳ୍ପ କିଛି ଜାଣିବାକୁ ପାଇବଏପରିକି ଏବେ ମଧ୍ୟ ବର୍ତ୍ତମାନ ସେହି ଜଗତ ସହିତ ସେମାନଙ୍କର ସମ୍ପର୍କ ଧୀରେ ଧୀରେ କମି କମି ଯାଉଛି।

ଗ୍ରାମୀଣ ଭାରତରେ ନିଶ୍ଚୟ ଏପରି କିଛି ବିଷୟ ରହିଛି ଯାହାର ଅନ୍ତ ହେବା ଉଚିତ୍। ଅଧିକାଂଶ ହେଉଛି ଅତ୍ୟାଚାର, ଦମନ, ଉଗ୍ରତା ଏବଂ ଅମାନବିକତା ଏବଂ ଯାହାକି ଦୂର ହେବା ଉଚିତ୍ ଅସ୍ପୃଶ୍ୟତା, ସାମନ୍ତବାଦ, ଦାସତ୍ୱପ୍ରଥା, ଅତିରିକ୍ତ ଜାତି ଓ ଲିଙ୍ଗଭେଦ ଅତ୍ୟାଚାର ଏବଂ ଶୋଷଣ, ଜମି ହଡପ କରିବା ଓ ଅନ୍ୟାନ୍ୟ। ଦୁଃଖର କଥା ହେଉଛି ଯେ ରୂପାନ୍ତରଣର ପ୍ରକୃତି ବେଳେ ବେଳେ ଉଗ୍ରତା ଓ ଅମାନବିକତାର ପ୍ରସାର ସହିତ ଶ୍ରେଷ୍ଠତା ଓ ବିବିଧତାର ବିନାଶକୁ ପ୍ରାଧାନ୍ୟ ଦେଇଥାଏ। ସେସବୁ ମଧ୍ୟ ଏଠାରେ ନଥିଭୁକ୍ତ କରାଯିବ।

ଏଇଠି ପରୀର ଭୂମିକା ସ୍ପଷ୍ଟ ହୁଏ

ପରୀ ହେଉଛି ଏକ ଜୀବନ୍ତ ଇସ୍ତାହାର ଓ ଐତିହାସିକ ସଂଗ୍ରହ। ଏହା ଗ୍ରାମାଞ୍ଚଳର ସାମ୍ପ୍ରତିକ ଓ ଆଧୁନିକ ବିଷୟଗୁଡ଼ିକ ରିପୋର୍ଟ କରିବା ସହିତ ଅଦ୍ୟାବଧି ପ୍ରକାଶିତ କାହାଣୀଗୁଡ଼ିକର ଏକ ଡାଟା ବେସ୍ ପ୍ରସ୍ତୁତ କରୁଛି, ରିପୋର୍ଟଗୁଡ଼ିକ, ଭିଡ଼ିଓଗୁଡ଼ିକ ଏବଂ ଅଡ଼ିଓଗୁଡ଼ିକ ଯଥାସମ୍ଭବ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରୁଛୁ। ‘ପରୀ’ର ସମସ୍ତ ନିଜସ୍ୱ ବିଷୟବସ୍ତୁସୃଜନଶୀଳ ସାଧାରଣ ଅଧୀନରେ ଆସେ ଏବଂ ଯେ କେହି ପରୀକୁ ମୁକ୍ତ ଭାବରେ ଦେଖିପାରିବେ ଏବଂ ଯେ କେହି ପରୀ ପାଇଁ ସହଯୋଗ କରିପାରିବେ। ଆମ ପାଇଁ ଲେଖନ୍ତୁ, ସୁଟ୍ କରନ୍ତୁ, ରେକର୍ଡ କରନ୍ତୁ- ଆପଣଙ୍କ ବିଷୟବସ୍ତୁ ସ୍ୱାଗତ ଯୋଗ୍ୟ ହେବ ଯଦି ଏହା ଏହି ସାଇଟ୍‌ର ମାନାଙ୍କ ପୂରଣ କରୁଥାଏ ଏବଂ ଆମର ଲକ୍ଷ୍ୟ ସାଧନ କରୁଥାଏ: ଦୈନନ୍ଦିନ ଜୀବନର କାହାଣୀ। ସାଧାରଣ ମଣିଷମାନଙ୍କର।

ଭାରତର ଅଧିକାଂଶ ଲାଇବ୍ରେରୀ ଓ ମ୍ୟୁଜିୟମର ବ୍ୟବହାର ଗତ ୨୦ ବର୍ଷ ଧରି ଦ୍ରୁତ ଗତିରେ ହ୍ରାସ ପାଇଛି। ଏହି ବିଷୟର ଭରଣା କରିଛି ଯେ ଆପଣ ସଂଗ୍ରହାଳୟରେ ଯାହା ଦେଖିବାକୁ ପାଇବେ ତାହା ମଧ୍ୟ ଆମ ରାସ୍ତାକଡରେ କେତେକ କ୍ଷୁଦ୍ର ଚିତ୍ରରେ ଦେଖିପାରିବେ। ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଭାସ୍କର୍ଯ୍ୟର ସମାନ ପରମ୍ପରା ରହିଛି। ବର୍ତ୍ତମାନ ସେଗୁଡ଼ିକ ମଧ୍ୟ ମଳିନ ପଡ଼ିବାକୁ ବସିଲାଣି। ପାଠାଗାର ଏବଂ ସଂଗ୍ରହାଳୟକୁ ଯୁବକ ଯୁବତୀମାନେ ସାଧାରଣଠାରୁ ଅଧିକ ଯିବାକୁ ଭଲ ପାଇଥାନ୍ତି ଅବଶ୍ୟ ଭବିଷ୍ୟତ ପିଢ଼ି ପାଇଁ ଏବେ ବିଶ୍ୱବ୍ୟାପୀ ଆଉ ଗୋଟିଏ ସ୍ଥାନ ଅଧିକ ଆକର୍ଷଣୀୟ ହୋଇଛି, ଭାରତରେ ମଧ୍ୟ ଅନୁରୂପ ପ୍ରଭାବ ପଡ଼ିଛି, ଯାହାକୁ ଅଧିକରୁ ଅଧିକ ଯୁବପିଢ଼ି ଭିଜିଟ୍ କରିଥାନ୍ତି: ନେଟ୍। ଇଣ୍ଟରନେଟ୍ ଆକ୍ସେସ୍, ବିଶେଷକରି ବ୍ରଡବ୍ୟାଣ୍ଡ, ଭାରତରେ ଏବେ କମ୍ ରହିଛି, କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟ ହେଉଛିଏକ ସାର୍ବଜନୀନ- ଉତ୍ସ - ଜୀବନ୍ତ, ଚଞ୍ଚଳ ଇସ୍ତାହାର ଏବଂ ଐତିହାସିକ ସଂଗ୍ରହ ସୃଷ୍ଟି କରିବା ଯାହାର ଲକ୍ଷ୍ୟ ହେବ ଜନ ଜୀବନକୁ ରେକର୍ଡ କରିବା। ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ (ଗ୍ରାମୀଣ ଭାରତର ଲୋକଙ୍କ ଐତିହାସିକ ସଂଗ୍ରହାଳୟ ବିଭିନ୍ନ ଜଗତର ଗୋଟିଏ ୱେବସାଇଟ୍ ବୋଧହୁଏ ଭାଷା ଓ ସ୍ୱରର ବିବିଧତାରେ ସମୃଦ୍ଧ ଏକ ସାଇଟ୍ ଯାହା ଆପଣ ଆଉ କେବେ କେଉଁଠି ଦେଖିନଥିବେ।

ଏହାର ଅର୍ଥ ଆମ୍ଭେମାନେ ଗଣମାଧ୍ୟମର ଅଡିଓ, ଭିଡ଼ିଓ ଏବଂ ଲେଖାପରି ବିଭିନ୍ନ ଭିତ୍ତିଭୂମିର ଅସୀମ ଉପଯୋଗ କରି ଏକ ଅପ୍ରତ୍ୟାଶିତ ପ୍ରୟାସ କରିଛୁ। ଯେଉଁଠାରୁ କାହାଣୀ, କାର୍ଯ୍ୟ, କାର୍ଯ୍ୟକଳାପ ଏବଂ ଇତିହାସ ଯଥାସମ୍ଭବ ଆମର ପ୍ରୟାସ ମୁତାବକ ଗ୍ରାମାଞ୍ଚଳର ଭାରତୀୟମାନେ ନିଜେ ବର୍ଣ୍ଣନା କରିଛନ୍ତି। ଜମି ଭିତରେ ଚାର୍ଜ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ। ସମୁଦ୍ରର କେଉଟ। ଧାନ ରୋଇବା ବେଳେ ଗୀତ ଗାଉଥିବା ମହିଳା କିମ୍ବା ପାରମ୍ପରିକ ଭାବରେ ଗପ କହୁଥିବା ବ୍ୟକ୍ତିଙ୍କ ଦ୍ୱାରା। ଖଲାସୀ ମଣିଷମାନଙ୍କ ଦ୍ୱାରା ଯେଉଁମାନେ ଫର୍କଲିଫ୍ଟ ଏବଂ କ୍ରେନ୍ ବ୍ୟତୀତ ଭାରି ବୁଡାଜାହାଜ ସମୁଦ୍ରକୁ ଛାଡିବା ପାଇଁ ଶହ ଶହ ବର୍ଷ ପୁରୁଣା ପଦ୍ଧତି ବ୍ୟବହାର କରୁଛନ୍ତି। ଅଳ୍ପରେ କହିଲେ ଲୋକେ ପ୍ରତିଦିନ ନିଜ ବିଷୟରେ ସେମାନଙ୍କର ଶ୍ରମ ଓ ଜୀବିକା ବିଷୟରେ କହୁଛନ୍ତି- ଆମେ ଅଧିକାଂଶ ଯେଉଁ ପୃଥିବୀକୁ ଦେଖିପାରୁନା ସେହି ବିଷୟରେ କହୁଛନ୍ତି।

ପରୀରେ କ'ଣ ରହିଛି

ପରୀରେ ଲେଖା, ଭିଡ଼ିଓ, ଫଟୋ, ଅଡିଓର ମିଳିତ ସମାହାର ରହିଛି। ଯେଉଁଠାରେ ଆମେ ପୂର୍ବରୁ ସୃଷ୍ଟି କରିଥିବା ବିଷୟବସ୍ତୁ ଏବଂ କାହାଣୀ ରହିଛି। ଏହାର ଆୟୋଜନ କରି ଲୋଡ୍ କରିବା ପାଇଁ ଯଥେଷ୍ଟ ଉଦ୍ୟମ ଓ ସମୟ ଆବଶ୍ୟକ ହୋଇଥାଏ। ନିର୍ଦ୍ଦିଷ୍ଟ ଭାବରେ ପରୀ ପାଇଁ ସୃଷ୍ଟି କରାଯାଇଥିବା ଭିଡ଼ିଓଦରିଦ୍ର ଓ ସାଧାରଣ ଭାରତୀୟମାନଙ୍କର ଜୀବନ ଜୀବିକାର ରେକର୍ଡ କରିଥାଏ। ଉଦାହରଣସ୍ୱରୂପ ଚାଷ ଜମିରେ କାମ କରୁଥିବା ଜଣେ ମହିଳା ତାଙ୍କ ଜୀବନ, ତାଙ୍କ କାର୍ଯ୍ୟ ତାଙ୍କର ଶ୍ରମ କୌଶଳ, ପରିବାର, ରୋଷେଇ ଘର ସହ ପରିଚିତ କରନ୍ତି ଯାହାକି ସେ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି। ସାଧାରଣ ଭାବରେ ଏହି ଫିଲ୍ମ ପାଇଁ ପ୍ରଥମ ଶ୍ରେୟ ତାଙ୍କର ଓ ଦ୍ୱିତୀୟ ଶ୍ରେୟ ତାଙ୍କର ଗ୍ରାମ/ଗୋଷ୍ଠୀର। ତୃତୀୟ ଶ୍ରେୟ ନିର୍ଦ୍ଦେଶକଙ୍କର। ପରୀ ତାଙ୍କ କାହାଣୀର ମାଲିକାନାକୁ ସମ୍ମାନ ଦିଏ। ଆମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଉପାୟ ଖୋଜିବା ଯାହା ମାଧ୍ୟମରେ ଗ୍ରାମାଞ୍ଚଳର ଅତି ଦରିଦ୍ର ଭାରତୀୟମାନଙ୍କର ଚିତ୍ର ଉପସ୍ଥାପନ କରିବା ଏବଂ ସେମାନଙ୍କ ପାଖରେ ପହଞ୍ଚିବା ଓ ଏହି ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ସ୍ୱର ଉପସ୍ଥାପନ କରିବା। ଆମେ ସୃଷ୍ଟି କରୁଥିବା ପ୍ରତିଟି ବୃତ୍ତ ଚିତ୍ର ପାଇଁ ବିଭିନ୍ନ ଭାରତୀୟ ଭାଷାରେ ସବ୍ ଟାଇଟଲ ବା ଆଲେଖ୍ୟ ସୃଷ୍ଟି କରୁଛୁ।

ଏହି ସାଇଟର ଅଡ଼ିଓ ଜୋନ୍ ହେବ, ସମୟକ୍ରମେ ହଜାର ହଜାର କ୍ଲିକ୍ ଧାରଣ କରିବ-କଥାବାର୍ତ୍ତ, ଗୀତ, କବିତା- ପ୍ରତି ଭାରତୀୟ ଭାଷାରେ ଯାହାକି ଆମେ ରେକର୍ଡ କରିପାରିବୁ। ଆମ୍ଭେମାନେ ଗ୍ରାଇଣ୍ଡ ମିଲ୍ ଗୀତରୁ ଆରମ୍ଭ କରିଥୁଲୁ। ପ୍ରକଳ୍ପ- ମହାରାଷ୍ଟ୍ରର ଗ୍ରାମଗୁଡ଼ିକର ମହିଳାମାନେ ଗାଉଥିବା ଲୋକନୃତ୍ୟ। ୧,୦୦,୦୦୦ରୁ ଅଧିକ ଗୀତ କ୍ରମଶଃ ପରୀର ସାଙ୍ଗୀତିକ ସଂଗ୍ରହରେ ସ୍ଥାନ ପାଇଛି- ସଙ୍ଗୀତମୟ ଇତିହାସର ସାକ୍ଷୀ ପାଲଟୁଛି।

ଆମେ ମଧ୍ୟ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଧ୍ୟାନ କେନ୍ଦ୍ରିତ କରୁଛୁ । ପାଠ ପଢ଼ାଇବା ଏବଂ ଗବେଷଣା ସାମଗ୍ରୀ ସହିତ ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ କରି, ଏହା ଆଗାମୀ କିଛି ବର୍ଷ ମଧ୍ୟରେ ଅନଲାଇନରେ ଅଧିକ ସ୍ଥାନିତ ହେବ-ବିଶ୍ୱର କେତେକ ଅଂଶରେ ଏହି ପ୍ରକ୍ରିୟା ସ୍ଥାପିତ ହୋଇସାରିଲାଣି। ପରୀର ଲକ୍ଷ୍ୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିୟୟତ୍ରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ସୂଚନାତ୍ମକ ଓ ଜୀବନ୍ତ ଉତ୍ସ ସୃଷ୍ଟି କରିବା।ଠିକ୍ ଭାବରେ ହୋଇପାରିଲେ, ଏହା ‘ପାଠ୍ୟପୁସ୍ତକ କିମ୍ବା ଶିକ୍ଷଣ ସାମଗ୍ରୀ ଯୋଗ କରାଯାଇପାରିବ, ସଂଶୋଧନ କରାଯାଇପାରିବ, ଅଦ୍ୟତନ କରାଯାଇପାରିବ ଏବଂ ପରିବ୍ୟାପ୍ତ କରାଯାଇପାରିବ। ବ୍ରଡବ୍ୟାଣ୍ଡର ଉପଲବ୍ଧତା ବୃଦ୍ଧି ପାଇବା ସହ, ଏହା ମଧ୍ୟ ଛାତ୍ରୀଛାତ୍ରୀଙ୍କୁ ଖୁବ୍ କମ୍ ମୂଲ୍ୟରେ ଉପଲବ୍ଧ ହେବ, କାରଣ ପରୀ ହେଉଛି ମାଗଣାରେ ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସାଇଟ୍।

ପରୀ ମଧ୍ୟ ଏକ ସମ୍ବଳବିଭାଗ ପ୍ରସ୍ତୁତ କରୁଛି, ଯେଉଁଠାରେ ଆମେ ଲକ୍ଷ୍ୟ ରଖିଛୁ ଯେ ଗ୍ରାମାଞ୍ଚଳ ସମ୍ପର୍କିତ ଔପଚାରିକ ରିପୋର୍ଟ (ଅନୌପଚାରିକ କିନ୍ତୁ ଯଥାର୍ଥ) (ସମ୍ପୂର୍ଣ୍ଣ ପାଠ୍ୟ କେବଳ ଲିଙ୍କ୍ ମାଧ୍ୟମରେ ନୁହେଁ) ସ୍ଥାପନ କରିବୁ। ଉଦାହରଣସ୍ୱରୂପ ଅସଙ୍ଗଠିତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଜାତୀୟ କମିଶନଙ୍କର ପ୍ରତ୍ୟେକ ରିପୋର୍ଟ ଯୋଜନା କମିଶନ (ବର୍ତ୍ତମାନର ନୀତି ଆୟୋଗ) ଏବଂ ମନ୍ତ୍ରାଳୟଗୁଡ଼ିକର ରିପୋର୍ଟ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ରିପୋର୍ଟ ସ୍ଥାନିତ ହେବ। ଗବେଷଣାକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ଅଧ୍ୟୟନ ପାଇଁ ଏକାଧିକ ସାଇଟର ଭିନ୍ନ ଭିନ୍ନ ଉତ୍ସକୁ ଯିବାକୁ ପଡ଼ିବ ନାହିଁ।

ବର୍ଗଗୁଡ଼ିକ

ଆପଣ ଏହି ଐତିହାସିକ ସଂଗ୍ରହରେ ଦେଖୁଥିବା ବର୍ଗର ସଂଖ୍ୟା ସ୍ଥିରୀକୃତ ବା ଚୂଡାନ୍ତ ନୁହେଁ। ଆମ୍ଭେମାନେ ଆହୁରି ଅନେକ ଯୋଗ କରିଥାଉ, ଗୋଟି ଗୋଟି ଇଟା ଅନୁଯାୟୀ ଉଦାହରଣସ୍ୱରୂପ, ଗୃହପାଳିତ, ବନ୍ୟପ୍ରାଣୀ । ଏଠାରେ ପରୀରେର ହିଥିବା ବିଭିନ୍ନ ବର୍ଗ ମଧ୍ୟରେ ମାତ୍ର ତିନୋଟି ଉପରେ ନଜର ପକାନ୍ତୁ:

Things we do
ଆମେ ଯାହା କରୁ

ଏହା ଆମକୁ ଗ୍ରାମୀଣ ଭାରତର ମଜୁରିଆମାନଙ୍କର ଜଟିଳ ଜଗତକୁ ନେଇଯାଏ। ଜମିରେ କାମ କରୁଥିବା ଭୂମିହୀନମାନଙ୍କଠାରୁ, କୃଷକ ଏବଂ କାଠ କଟାଳି, ଇଟା କାରିଗର ଓ କମାରଙ୍କ ପର୍ଯ୍ୟନ୍ତ। ଏପରି ବ୍ୟକ୍ତି ଯେଉଁମାନେ ମାତ୍ର କେତେ ଟଙ୍କା ରୋଜଗାର କରିବା ପାଇଁ ୨୦୦ କିଲୋଗ୍ରାମର କୋଇଲାକୁ ବାଇସାଇକେଲରେ ୪୦ କିଲୋମିଟର ପର୍ଯ୍ୟନ୍ତ ଠେଲି ଠେଲି ନେଇଥାନ୍ତି। ମହିଳାମାନେ ଯେଉଁମାନେ କି ବିଶାଳ ବର୍ଜ୍ୟବସ୍ତୁ ଗଦାରୁ ଜୀବନ ବିପନ୍ନ କରି କୋଇଲା ଗୋଟାନ୍ତି। ଯାଯାବର ଶ୍ରମିକମାନେ ଯେଉଁମାନେ କି ପ୍ରତିବର୍ଷ କାର୍ଯ୍ୟ ସନ୍ଧାନରେ ଶହ ଶହ କିଲୋମିଟର ଯାତ୍ରା କରିଥାନ୍ତି, କେବେ ବି କୌଣସି ସ୍ଥାନରେ ଏପରିକି ନିଜ ଗାଁରେ ୬ ମାସରୁ ଅଧିକ ସମୟ ରହନ୍ତି ନାହିଁ।

ସେମାନଙ୍କ କାହାଣୀ ସହିତ ଲୋକେ ବ୍ୟବହାର କରୁଥିବା ବିଭିନ୍ନ ସାଜ ସରଞ୍ଜାମର ଫଟୋଗ୍ରାଫ୍ ଓ ଭିଡ଼ିଓ ମଧ୍ୟ ଆମେ ସଂଗ୍ରହ କରିଛୁ, ଯାହାକି ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ।

Things we make
ଆମେ ଯାହା କରୁ

ଏଠାରେ ପରୀ କଳା ଏବଂ କାରିଗରୀ, କଳାକାର ଓ କାରିଗରମାନଙ୍କ କାହାଣୀ ବର୍ଣ୍ଣନା କରେ। ଦେଶର ଅଗଣିତ ଧାରା ଏବଂ କୌଶଳ ଓ ପରମ୍ପରା ଓ ସେମାନଙ୍କର ଉତ୍ପାଦ। ଏହି ବର୍ଗରେ ଆପଣ ଭାରତର ‘‘ଦୈନନ୍ଦିନ ସଂଗ୍ରହାଳୟ’’-କ୍ଷୁଦ୍ରାକୃତି ପେଣ୍ଟିଂ ଦେଖିବାକୁ ପାଇବେ ଏହି ଧାରାରେ, ଭାସ୍କର୍ଯ୍ୟ, ସ୍ୱତନ୍ତ୍ର ବୁଣିବା କୌଶଳ ଇତ୍ୟାଦିର ଗ୍ରାମୀଣ ପରମ୍ପରା ରହିଛି- ଯାହା ମଧ୍ୟରୁ ଅଧିକାଂଶ ଧୀରେ ଧୀରେ ଲୋପ ପାଇଯାଉଛି ଏବଂ ଖୁବ୍ ଶୀଘ୍ର ହୁଏତ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବ।

Foot Soldiers Of Freedom
ସ୍ୱାଧୀନତାର ପଦାତିକ ସୈନିକ

ଗ୍ରାମୀଣ ଭାରତର ଶେଷ ଜୀବିତ ସ୍ୱାଧୀନତା ସଂଗ୍ରାମୀ, ସମ୍ପ୍ରତି ଜୀବନର ୯୦ ଦଶକରେ ଉପନୀତ। ଯେଉଁ ବ୍ୟକ୍ତିମାନେ ଦେଶରେ ଉପନିବେଶ ଶାସନ ବିରୋଧ କରି ସ୍ୱାଧୀନ ଗଣତାନ୍ତ୍ରିକ ଭାରତ ପ୍ରତିଷ୍ଠା ପାଇଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବହୁ ବର୍ଷ ଜେଲରେ ବିତାଇଥିଲେ। ଆଗାମୀ ଦଶନ୍ଧିରେ ସ୍ୱାଧୀନତାର ଅଗ୍ନିବର୍ଷୀ କାହାଣୀ କହିବା ପାଇଁ ଆଉ କେହିନଥିବେ।

ଆମ୍ଭେମାନେ କ୍ରମାଗତ ଭାବରେ ଅନୁଦାନକାରୀଙ୍କର ଏକ ଦଳ ଗଠନ କରିବା ପାଇଁ ପ୍ରୟାସ କରୁଛୁ। ଆମ୍ଭେ ମଧ୍ୟ ସମ୍ପାଦନରେ ଚୟନ ଓ ଗୁଣବତ୍ତା ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦେଉଛୁ। ଅବଶ୍ୟ ଏହି କାର୍ଯ୍ୟ କରିବା ପାଇଁ ଅନୁଦାନକାରୀଙ୍କର ଏ କ୍ଷେତ୍ରରେ ଯଥାର୍ଥ ଅନୁଭୂତି ରହିବା ଆବଶ୍ୟକ ହୋଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମ୍ବାଦିକ, ଲେଖକ ଏବଂ ସ୍ତମ୍ଭକାର ହୋଇଥାନ୍ତି। କିନ୍ତୁ ସମସ୍ତେ ନୁହନ୍ତି। ଯେ କେହି ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ଆମକୁ ଚିଠି ଲେଖିପାରିବେ, ଉତ୍ତମ ଭିଡ଼ିଓ କ୍ୱାଲିଟି ସହିତ ସେଲ୍ ଫୋନରେ ରେକର୍ଡ କରିପାରିବେ- ଯଦି ବିଷୟବସ୍ତୁ ଆମ ଐତିହାସିକ ସଂଗ୍ରହର ଆଭିମୁଖ୍ୟ ପରିସରଭୁକ୍ତ ହୋଇଥାଏ। ଆପଣ ଜଣେ ବୃତ୍ତିଧାରୀ ସାମ୍ବାଦିକ ହେବା ନିହାତି ଆବଶ୍ୟକ ନୁହେଁ।

ମନେରଖନ୍ତୁ, ଯେଉଁ ବର୍ଣ୍ଣନା ଆପଣଙ୍କ ଭିତରେ ଭାବାବେଗ ସୃଷ୍ଟି କରେ ସେସବୁ ପରୀକୁ ନିଜେ ଗାଁଗହଳିର ଭାରତୀୟମାନେ ଜଣାଇଛନ୍ତି, କୌଣସି ବୃତ୍ତିଧାରୀ ଗଣମାଧ୍ୟମ ପ୍ରତିନିଧି ନୁହନ୍ତି ଯେଉଁମାନେ କେବଳ ତାଙ୍କର କଥା ରେକର୍ଡ କରିବାରେ ସାହାଯ୍ୟ କରିଛନ୍ତି। ଗ୍ରାମାଞ୍ଚଳର କେତେକ ଭାରତୀୟ ନିଜ କାହାଣୀ ନିଜେ ସୁଟ୍ କରିଛନ୍ତି। ଏବଂ କାହାଣୀଗୁଡ଼ିକ ନବୀକରଣ କରାଯିବ ଏବଂ ରିପୋର୍ଟ କରାଯିବ- ଯେପର୍ଯ୍ୟନ୍ତ ସେଥିରେ ଏକ ଗାଁର ଚିତ୍ର ରହିଛି।

ପରୀ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ମାଗଣା ୱେବସାଇଟ୍। ଏହି ସାଇଟ କାଉଣ୍ଟର ମିଡ଼ିଆ ଟ୍ରଷ୍ଟ ଦ୍ୱାରା ଚାଲିଛି। ଏକ ଅନୌପଚାରିକ ନେଟୱାର୍କ ସହାୟତା ପ୍ରଦାନ କରିଥାଏ ଏବଂ ଟ୍ରଷ୍ଟକୁ ପାଣ୍ଠି ପ୍ରଦାନ କରିଥାଏ ଏବଂ ଏହାର ପ୍ରାଥମିକ କାର୍ଯ୍ୟକଳାପଗୁଡ଼ିକ ସ୍ୱେଚ୍ଛାସେବୀଙ୍କର କାର୍ଯ୍ୟ, ଅନୁଦାନ ଏବଂ ପ୍ରତ୍ୟକ୍ଷ ଭାବରେ ବ୍ୟକ୍ତିଗତ ଅନୁଦାନ ଦ୍ୱାରା ଚାଲିଥାଏ। ଏହି ରିପୋର୍ଟର, ବୃତ୍ତିଧାରୀ ଚଳଚ୍ଚିତ୍ର ନିର୍ମାତା, ଫିଲ୍ମ ଏଡିଟର, ଫଟୋଗ୍ରାଫର, ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତକାରୀ ଏବଂ ସାମ୍ବାଦିକ (ଟେଲିଭିଜନ, ଅନଲାଇନ୍ ଏବଂ ମୁଦ୍ରଣ)ଙ୍କର ସ୍ୱେଚ୍ଛାସେବୀ ନେଟୱାର୍କ ହେଉଛି ପରୀର ସବୁଠାରୁ ବଡ ସମ୍ପତ୍ତି। ଶିକ୍ଷାବିତ, ଶିକ୍ଷକ, ଗବେଷକ, ଅନ୍ୟ କ୍ଷେତ୍ରର ବିଶେଷଜ୍ଞ ଓ ବୃତ୍ତିଧାରୀମାନେ ମଧ୍ୟ ପରୀ ସାଇଟର ପରିକଳ୍ପନା ଓ ପ୍ରତିଷ୍ଠାରେ ସେମାନଙ୍କର ଦକ୍ଷତା ଉପଯୋଗ କରିଛନ୍ତି।

ପରୀ ସ୍ୱେଚ୍ଛାସେବୀମାନେ କରୁଥିବା କାର୍ଯ୍ୟ ବ୍ୟତୀତ ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ଅର୍ଥ ଆବଶ୍ୟକ କରିଥାଏ ଏବଂ ଆମେ ପାଣ୍ଠି ଉତ୍ପନ୍ନ କରିବା ପାଇଁ କ୍ରାଉଡ୍ ଫଣ୍ଡିଂ ଉପରେ ଲକ୍ଷ୍ୟ ରଖିଛୁ" ‘‘ଆମର ‘‘ଆପଣଙ୍କ ଦେଶ ବିଷୟରେ ଜାଣନ୍ତୁ’’ ଶୀର୍ଷକରେ ଅନୁଦାନ ପାଇଁ ଆହ୍ୱାନ ଦେଉଛୁ, ଭାରତର ଗ୍ରାମାଞ୍ଚଳ କେବେ ବି ସମ୍ପୂର୍ଣ୍ଣ ଭାବେ ଜାଣି ହେବ ନାହିଁ।ଏହି ସାଇଟ୍ ବହୁ ବିଶାଳ ବାସ୍ତବତାର ଅଂଶକୁ ନେଇ ଗଠିତ। ଆମ୍ଭେମାନେ ଯଥା ସମ୍ଭବ ଜନ ସହଯୋଗ ମାଧ୍ୟମରେ ସେହି ଜଗତର ବିଭିନ୍ନ କ୍ଷେତ୍ରକୁ ୱେବସାଇଟରେ ସ୍ଥାପନ କରିବା ପାଇଁ ‘‘ପ୍ରୟାସ କରୁଛୁ।

P. Sainath
ପ୍ରତିଷ୍ଠାତା ସମ୍ପାଦକ, ପରୀ

"ପାଗଳାମିରେ ଏକପ୍ରକାରର ଆନନ୍ଦ ଥାଏ, ଏକଥା କେବଳ ପାଗଳମାନେ ହିଁ ଜାଣନ୍ତି"

ଜନ୍ ଡ୍ରାଇଡେନ୍ ‘ଦ ସ୍ପାନିସ୍ ଫ୍ରିଆର୍’ରେ (୧୬୮୧)

ପରୀକୁ ଦାନ କରିବା ବିଷୟୟରେ ବିଚାର କରନ୍ତୁ

ଅର୍ଥ ଦାନ କରନ୍ତୁ

ଆପଣ ବିଭିନ୍ନ ପୈଠ ପଦ୍ଧତି ବ୍ୟବହାର କରି ଅନୁଦାନ ପଠାଇପାରିବେ ସମସ୍ତ ଅନୁଦାନ ଯାହାକି କଣ୍ଟ୍ରି ମିଡ଼ିଆ ଟ୍ରଷ୍ଟ ଉଦ୍ଦେଶ୍ୟରେ ହୋଇଥାଏ ସେସବୁ ଆୟକର ଆଇନ, ୧୯୬୧ର ଧାରା ୮୦ଜି ଅଧୀନରେ ରିହାତି ପାଇଁ ଯୋଗ୍ୟ ହୋଇଥାଏ।

ପରୀ ପାଇଁ ସହଯୋଗ କରନ୍ତୁ

ଯେ କେହି ପରୀକୁ ସହଯୋଗ କରିପାରିବେ। ଆମକୁ ଲେଖନ୍ତୁ, ଆମ ପାଇଁ ସୁଟ୍ କରନ୍ତୁ, ରେକର୍ଡ କରନ୍ତୁ, ଅନୁବାଦ କରନ୍ତୁ, ଗବେଷଣା କରନ୍ତୁ, ଆମ ପାଇଁ ଗୋଟିଏ ଭିଡ଼ିଓ ଏଡିଟ୍ କରନ୍ତୁ-ଆପଣଙ୍କ ସାମଗ୍ରୀକୁ ସ୍ୱାଗତ କରାଯାଇଥାଏ ଯେପର୍ଯ୍ୟନ୍ତ ଏହା ଏହି ସାଇଟର ମାନାଙ୍କ ପୂରଣ କରୁଥାଏ ଓ ଆମର ଆଭିମୁଖ୍ୟ ପରିସରଭୁକ୍ତ ହୋଇଥାଏ: ସାଧାରଣ ମଣିଷଙ୍କର ଦୈନନ୍ଦିନ ଜୀବନ।

ପରୀ ଏବଂ ଶିକ୍ଷା

ପରୀରେ ଆମ୍ଭେମାନେ ଭବିଷ୍ୟତ ପାଇଁ ପାଠ୍ୟପୁସ୍ତକ ଲେଖୁଛୁ। ତାହା ଆମ ସାଇଟରେ ପ୍ରତି ସପ୍ତାହରେ ପୋଷ୍ଟ କରାଯାଉଥିବା ଅସଂଖ୍ୟ କାହାଣୀ, ଫଟୋ, ଭିଡ଼ିଓ ଏବଂ ଅଡ଼ିଓ ସାମଗ୍ରୀ ମାଧ୍ୟମରେ ଘଟୁଛି। ସମୟକ୍ରମେ ସେସବୁରୁ ଅଧିକାଂଶ ନିଜେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ପ୍ରସ୍ତୁତ କରିବେ।