ୱାର୍କସପ୍‌ରେ କୌଣସି ନାମ ଫଳକ ଲାଗିନଥିଲା । ‘‘ୟହ ତୋ ଏକ୍‌ ଗୁନାମ୍‌ ଦୁକାନ୍‌ ହୈ ( ଏହା ହେଉଛି ଏକ ବେନାମୀ ଦୋକାନ),” ବୋଲି ମହମଦ୍‌ ଅଜିମ୍‌ କୁହନ୍ତି । ଭିତରେ, ୮x ୮ଫୁଟ୍‌ର ବିଶିଷ୍ଟ ସେଡ୍‌ରକାନ୍ଥଗୁଡିକ ଅଳନ୍ଧୁ ଆଉ ବୁଢିଆଣି ଜାଲରେ ଭର୍ତ୍ତି ହୋଇ ରହିଥିଲା । ଗୋଟିଏ କୋଣରେ ଏକ ଛୋଟ ଲୁହା ଭାଟି ଥିଲା ଆଉ କେନ୍ଦ୍ର ଭାଗରେ ପୋଡିଯାଇଥିବା କଳା ବାଲିର ଏକ ଗଦା ଥିଲା ଯାହାକୁ ନୀଳ ରଙ୍ଗର ଏକ ତାରପୁଲିନ୍‌ରେ ଘୋଡାଇ ରଖାଯାଇଥିଲା ।

ପ୍ରତିଦିନ ପ୍ରାୟ ଭୋର୍‌ ୭ଟା ବେଳେ ପଶ୍ଚିମ ହାଇଦ୍ରାବାଦ୍‌ରେଦୁଧ୍‌ବୌଲିର ସଙ୍କୀର୍ଣ୍ଣ ରାସ୍ତା ଦେଇ ଅଜିମ୍‌ ସାଇକେଲ୍‌ ଚଲାଇ ଆସନ୍ତି ଆଉ ତାଙ୍କ ବାଇସାଇକେଲ୍‌କୁ ଏହି ୱାର୍କସପ୍‌ ନିକଟରେ ପାର୍କ କରନ୍ତି । ଏହାର ପଛ ପାଖର କାନ୍ଥ ଆଉ ହାକିମ୍‌ ମୀର୍‌ ୱଜିର ଅଲ୍ଲି ସମାଧି ସ୍ଥଳର ପ୍ରାଚୀର ଗୋଟିଏ ଅଟେ ।

ଏଠାରେ, ଧୂଳିମୟ ପ୍ଲାଷ୍ଟିକ୍‌ ପାତ୍ରଗୁଡିକ ମଧ୍ୟରେ, କଳଙ୍କି ଲାଗିଥିବା ଧାତୁର ବାକ୍ସ, ଭଙ୍ଗା ବାଲ୍‌ଟିଗୁଡିକ ଆଉ ଟୁଲ୍‌ ତଥା ପଞ୍ଚ୍‌ଗୁଡିକ ଚଟାଣ ଉପରେ ଚତୁର୍ଦିଗ ବିଛାଡି ହୋଇ ପଡି ରହିଥିଲା ଆଉ ସେଠାରେ କାମ କରିବାକୁ ପ୍ରାୟତଃ ଜାଗା ନଥିଲା ବୋଲି କହିଲେ ଚଳିବ । ସେ ମଧ୍ୟରେ ସେ ତାଙ୍କର କାର୍ଯ୍ୟଦିବସ ଆରମ୍ଭ  କରନ୍ତି- ସ୍ୟାଣ୍ଡ-କାଷ୍ଟ ଧାତୁ ଟୋକେନ୍‌ ତିଆରି କରିବା କାମ ସହିତ ।

ଅଠେଇଶି ବର୍ଷୀୟ ଅଜିମ୍‌ ତିଆରି କରୁଥିବା ଟୋକେନ୍‌ଗୁଡ଼ିକ ହାଇଦ୍ରାବାଦ୍‌ର କିଛି ପୁରୁଣା ଚା’ଦୋକାନ ଆଉ ଭୋଜନାଳୟଗୁଡିକରେ ବର୍ତ୍ତମାନ ମଧ୍ୟ ବ୍ୟବହାର କରାଯାଉଅଛି (ଅର୍‌କଏନ୍‌) । ଅତୀତରେ, ଏହି ଟୋକେନ୍‌ଗୁଡିକୁ ମିଲ୍‌, ମିଲିଟାରୀ ଆଉଟ୍‌ଲେଟ୍‌, ରେଲ୍‌ୱେ, ବ୍ୟାଙ୍କ୍‌, କ୍ଲବ୍‌, ସମବାୟ ଆଉ ଅନ୍ୟାନ୍ୟ ବିଭିନ୍ନ ସଂସ୍ଥାଗୁଡିକ ଦ୍ୱାରା ବ୍ୟବହାର କରାଯାଉଥିଲା। ହେଲେ, ସମୟ ବିତିବା ସହିତ ଲୋକମାନେ ଅଧିକରୁ ଅଧିକ ପ୍ଲାଷ୍ଟିକ୍‌ ଟୋକେନ୍‌ ବା କାଗଜର ରସିଦ ବ୍ୟବହାର କରୁଥିବାରୁ, ଏଗୁଡିକର ଚାହିଦା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତଥାପି, ହାଇଦ୍ରାବାଦ୍‌ର କେତେକ ରେଷ୍ଟୁରାଣ୍ଟ ସେମାନଙ୍କ ଦିନର ଉପାର୍ଜନ ହିସାବ କରିବାକୁ ଏବେ ମଧ୍ୟ ଧାତୁର ଟୋକେନ୍‌ ଉପରେ ନିର୍ଭର କରୁଛନ୍ତି: ଜଣେ ଗ୍ରାହକ କୌଣସି ବ୍ୟଞ୍ଜନ ଅର୍ଡର କଲେ, ତାଙ୍କୁ ସେହି ବ୍ୟଞ୍ଜନ ପାଇଁ ଉଦ୍ଦିଷ୍ଟ ଏକ ଟୋକେନ୍‌ ଦିଆଯାଇଥାଏ ।

ଅଜ୍ଜୁ – ଯେଉଁ ନାମରେ ଅଜିମ୍‌ଙ୍କୁ ତାଙ୍କ ପରିବାରର ସଦସ୍ୟ ତଥା ଅନ୍ୟ ଦୋକାନୀମାନେ ଡାକିଥାନ୍ତି, ଆକଳନ କରି କୁହନ୍ତି ଯେ ସେ ହେଉଛନ୍ତିହାଇଦ୍ରାବାଦ୍‌ର ସେହି ୧୦ ଜଣ କାରିଗରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏବେ ମଧ୍ୟ ଏହି କଏନ୍‌ଗୁଡ଼ିକୁ ପାରଦର୍ଶିତା ସହିତ ତିଆରି କରିବାକୁ ସକ୍ଷମ ହୋଇପାରୁଛନ୍ତି ।

Every morning, Azeem parks his bicycle near the shop and begins his workday, moulding tokens with inscriptions or shapes of the dishes sold in eateries
PHOTO • Sreelakshmi Prakash
Every morning, Azeem parks his bicycle near the shop and begins his workday, moulding tokens with inscriptions or shapes of the dishes sold in eateries
PHOTO • Sreelakshmi Prakash

ପ୍ରତି ଦିନ ସକାଳେ ଅଜିମ୍‌ ତାଙ୍କ ବାଇସାଇକେଲ୍‌କୁ ଦୋକାନ ପାଖରେ ପାର୍କ କରନ୍ତି ଆଉ ସେହି ଦିନର କାର୍ଯ୍ୟ କରନ୍ତି, ଭୋଜନାଳୟରେ ବିକ୍ରି କରାଯାଉଥିବା ବ୍ୟଞ୍ଜନଗୁ ଡ଼ି କର ନାମ ବା ଆକୃତି ଖୋଦେଇ ହୋଇଥିବା ଟୋକେନ୍‌ଗୁ ଡ଼ି କର ଢଳେଇ କରି

ସଜାଇ ହୋଇ ରଖାଯାଇଥିବା ବକ୍ସଗୁଡିକ ମଧ୍ୟରୁ ସେ ଅଳ୍ପ କେତୋଟି ବାହାର କଲେ ଆଉ ସେଗୁଡିକୁ ଚଟାଣ ଉପରେ ରଖିଲେ । ସେଥିରେ ଇଂରାଜୀରେ ଚା’, ଭାତ, ଇଡ୍‌ଲି, ପାୟା, ମାଛ, ସିବିଏସ୍‌ (ଚିକେନ୍‌ ବିରିୟାନୀ ସିଙ୍ଗିଲ୍‌), ସିବିଜେ (ଚିକେନ୍‌ ବିରିୟାନୀ ଜୁମ୍ବୋ) ଏମ୍‌ବିଏସ୍‌ (ମଟନ୍‌ ବିରିୟାନୀ ସିଙ୍ଗିଲ୍‌), ଏମ୍‌ବିଜେ (ମଟନ୍‌ ବିରିୟାନି ଜୁମ୍ବୋ) ଆଦି ଖୋଦିତ ହୋଇଥିଲା । ଅନେକ ଟୋକେନ୍‌ଗୁଡ଼ିକର କଠିନ ପୃଷ୍ଠରେ ବ୍ୟଞ୍ଜନଗୁଡ଼ିକ ଖୋଦେଇ କରାହୋଇଥିଲା – ଟିପଟ୍‌, ମାଛ, ଚିକେନ୍‌, ଛେଳି, ଦୋସା ଆଉ ଅନ୍ୟାନ୍ୟ ।

“ଆମେ ଏହି ପ୍ରକାରର କଏନ୍‌ ତିଆରି କରିବାରେ ପାରଦର୍ଶିତା ଲାଭ କରିଛୁ ଆଉ ସମଗ୍ର ହାଇଦ୍ରାବାଦ୍‌ରୁ ଦୋକାନୀମାନେ ଏହାକୁ କିଣିବା ପାଇଁ ଆମ ପାଖକୁ ଆସୁଥିଲେ । ହେଲେ, ବର୍ତ୍ତମାନ ପୂର୍ବଭଳି ଆଉ ଭଲ ବ୍ୟବସାୟ ହେଉନାହିଁ,’’ ବୋଲି ୬୦ ବର୍ଷରୁ ଅଧିକ ବୟସ୍କ ଅଜିମ୍‌ଙ୍କ ଅଙ୍କଲ୍‌ ମହମ୍ମଦ୍‌ ରହୀମ, ଜଣେ ପାରମ୍ପରିକ ଢଳେଇବସ୍ତୁ ନିର୍ମାଣକାରୀ କୁହନ୍ତି ।

ଅଜିମ୍‌ଙ୍କ ଜେଜେବାପା ମଧ୍ୟ ଛାଞ୍ଚ ପ୍ରସ୍ତୁତ କରିବା କାମ କରୁଥିଲେ ଆଉ ସେମାନେ ହାଇଦ୍ରାବାଦ୍‌ର ଶେଷ ନିଜାମ୍‌ଙ୍କ ଶାସନ କାଳରେ (୧୯୧୧- ୧୯୪୮) ପ୍ରାସାଦ ପାଇଁ ଅନେକ ଟୋକେନ୍‌ ଓ ଶୋଭାବର୍ଦ୍ଧନକାରୀ ସାମଗ୍ରୀଗୁଡ଼ିକ ନିର୍ମାଣ କରିଥିଲେ । ଆଉ, ଘର ସଜାଇବା ପାଇଁ  ଧାତୁର ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ନିର୍ମାଣ କରୁଥିଲେ । ରହୀମ୍‌ କୁହନ୍ତି ଯେ ସେ ବାଇସାଇକେଲ୍‌ ମାଲିକଙ୍କ ନାମ ଖୋଦେଇ ହୋଇଥିବା କଏନ୍‌ ମଧ୍ୟ ସେ ତିଆରି କରୁଥିଲେ ଯାହା ସେମାନେ ସେମାନଙ୍କର୍ ସାଇକେଲ୍‌ରେ ଲଗାଉଥିଲେ । ଅଜିମ୍‌ ଆମକୁ ସାଇକେଲ୍‌ ପାଇଁ ତିଆରି ହୋଇଥିବା ଏକ ଧାତୁର ପ୍ଲେଟ୍‌ ଦେଖାଇଲେ ଯାହା ବହୁ ବର୍ଷ ପୂର୍ବେ ତାଙ୍କ ବାପା ତିଆରି କରିଥିଲେ ।

ଅଜିମ୍‌ଙ୍କ ବାପା, ମହମ୍ମଦ୍‌ ମୁର୍ତୁଜା ଜଣେ ସୁଦକ୍ଷ କଏନ୍‌ ନିର୍ମାଣକାରୀ ଥିଲେ, ଯାହାର କାମ ବସତିରେ ସମସ୍ତଙ୍କଠାରେ ଆଦୃତ ହୋଇପାରିଥିଲା । ହେଲେ. ପ୍ରାୟ ଏକ ଦଶନ୍ଧି ପୂର୍ବେ, ଯେତେବେଳେ ଅଜ୍ଜୁ ଜନ୍ମ ମଧ୍ୟ ହୋଇନଥିଲେ, ଭାଟିରେ ବିଷ୍ଫୋରଣ ହେବା କାରଣରୁ ମୁର୍ତୁଜାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା ଓ ତାଙ୍କର ହାତ କାଟିବାକୁ ପଡିଥିଲା ।

ଆଜି ମଧ୍ୟ, ମୁର୍ତୁଜା ଓ ରହୀମ୍‌ ସେମାନଙ୍କ କୌଳିକ ବୃତ୍ତି ସହିତ ଯୋଡି ହୋଇରହିଛନ୍ତି । ପ୍ରଥମେ କେବେ ସେ ଏହି ଛାଞ୍ଚ ପ୍ରସ୍ତୁତ କରିବା କାମ ଆରମ୍ଭ କରିଥିଲେ, ତାହା ଅଜିମ୍‌ଙ୍କର ମନେ ନାହିଁ,; ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ଆଉ ଥରେ ଗୋଟିଏ ସାଙ୍ଗ ସହିତ ତାଙ୍କର ଝଗଡା ହେବା ପରେ ତାଙ୍କୁ ତାଙ୍କ ବାପା ସ୍କୁଲ୍‌ରୁ ବାହାର କରିଦେଇଥିଲେ ବୋଲି କୁହନ୍ତି । କଏନ୍‌ ତିଆରି କରିବା ହେଉଛି ସେ ଜାଣିଥିବା ଏକମାତ୍ର କାମ ବୋଲି ମଧ୍ୟ ସେ କୁହନ୍ତି ।

Moulding tokens is a family tradition: Azeem's wife Nazima (centre) would pitch in when they had a furnace at home. His father (right) was a master craftsman
PHOTO • Sreelakshmi Prakash
Moulding tokens is a family tradition: Azeem's wife Nazima (centre) would pitch in when they had a furnace at home. His father (right) was a master craftsman
PHOTO • Sreelakshmi Prakash
Moulding tokens is a family tradition: Azeem's wife Nazima (centre) would pitch in when they had a furnace at home. His father (right) was a master craftsman
PHOTO • Sreelakshmi Prakash

ଟୋକେନ୍‌ ଢଳେଇ କରିବା ହେଉଛି ଏକ ପରିବାରର ପରମ୍ପରା: ଅଜିମଙ୍କ ସ୍ତ୍ରୀ ନଜିମା (କେନ୍ଦ୍ର) ମଧ୍ୟ ସାହାଯ୍ୟ କରୁଥିଲେ ଯେତେବେଳେ ସେମାନଙ୍କର ଘରେ ମଧ୍ୟ ଗୋଟିଏ ଭାଟି ଥିଲା । ତାଙ୍କ ବାପା (ଡାହାଣ) ଜଣେ ସୁଦକ୍ଷ କାରିଗର ଥିଲେ

ଦଶନ୍ଧି ଦଶନ୍ଧି ଧରି ପରିବାରକୁ ଅନେକ ଥର ସେମାନଙ୍କ ଦୋକାନକୁ ବିଭିନ୍ନ ସ୍ଥାନକୁ ଘୁଞ୍ଚାଇବାକୁ ପଡ଼ିଛି – କେତେବେଳେ ଭାଙ୍ଗି ଯିବା କାରଣରୁ ତ ଆଉ କେତେବେଳେ ଭାଟିରୁ ନିର୍ଗତ ହେଉଥିବା ଧୂଆଁ ପାଇଁ ଅଭିଯୋଗ ହେବା କାରଣରୁ କିମ୍ବା ସ୍ଥାନ ଅଭାବ କାରଣରୁ । ସେମାନେ ଚାର୍‌ମିନାର୍‌ ପାଖରେ ତିଆରି କରିଥିବା ସେଡ୍‌ରେ, ଚାର୍‌ମୀନାର୍‌ ଅଞ୍ଚଳର ଏକ ଛୋଟ ମସ୍‌ଜିଦ୍‌ ନିକଟରେ ଥିବା ଅନ୍ୟ ଏକ ଦୋକାନରେ ଏପରିକି ବେଳେବେଳେ ସେମାନଙ୍କ ତିନି ବଖରା ବିଶିଷ୍ଟ ଘରେ, ଗୋଟିଏ ପ୍ରକୋଷ୍ଠରେ ଭାଟି ତିଆରି କରି ମଧ୍ୟ କାମ କରନ୍ତି।ଏଠାରେ, ଅଜିମ୍‌ଙ୍କ ସ୍ତ୍ରୀ ନଜିମା ବେଗମ୍‌ ପାଖ ଜମିରୁ ମୃତ୍ତିକା ସଂଗ୍ରହ କରିବା, ସେଗୁଡ଼ିକ ଚଲାଇବା ଆଉ ଛାଞ୍ଚରେ ଭର୍ତ୍ତି କରିବା ଦାୟିତ୍ୱ ତୁଲାଇଥାନ୍ତି ।

ଲକ୍‌ଡାଉନ୍‌ ସମୟରେ, ଯାହା ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା, ମୁର୍ତୁଜାଙ୍କୁ ମିଳୁଥିବା ବିକଳାଙ୍ଗ ଭତ୍ତାରୁ ସଞ୍ଜିତ ଅର୍ଥରେ ପରିବାର ଯେକୌଣସି ପ୍ରକାରେ ଚଳିଗଲା । ଅଜିମ୍‌ଙ୍କର ତିନି ଭଉଣୀ ବିବାହିତ ଆଉ ସମସ୍ତେ ଗୃହିଣୀ ଅଟନ୍ତି ଆଉ ତାଙ୍କର ଛୋଟ ଭାଇ ଏକ ଦୁଇ ଚକିଆ ଯାନ ସୋରୁମ୍‌ରେ ୱେଲ୍‌ଡିଂ କାମ କରନ୍ତି ।

ଏପ୍ରିଲ୍‌ ୨୦୨୦ରେ ମୁର୍ତୁଜାଙ୍କ ମୃତ୍ୟୁ ପରେ (୨୦୦୭ରେ ଅଜିମ୍‌ଙ୍କ ମା ଖାଜାଙ୍କ ମୃତ୍ୟୁ ହୋଇଯାଇଥିଲା) ଭତ୍ତା ମିଳିବା ବନ୍ଦ ହୋଇଗଲା । ଏଣୁ ନଭେମ୍ବର ୨୦୨୦ରେ ସେ ବର୍ତ୍ତମାନ କରୁଥିବା କାମ ପ୍ରତି ଅଧିକ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଓ ଭଲ ଉପାର୍ଜନ କରିବାକୁ ସମାଧିସ୍ଥଳ ପାଖରେ ଏକ ଦୋକାନ ଭଡ଼ାରେ ନେଲେ । ହେଲେ, ଏହି ସେଡ୍‌ଟି ପାର୍ଶ୍ୱପଥରେ ରହିଛି ଆଉ ଅଧିକାରୀମାନେ କେତେବେଳେ ମଧ୍ୟ ଏହାକୁ ଉଠାଇଦେବାର ଭୟ ରହିଛି ବୋଲି ସେ କୁହନ୍ତି ।

ଗୋଟିଏ ଥର ମୁଁ ସେଠାକୁ ଯାଇଥିବାବେଳେ, ସେ ଏହାର ପୂର୍ବଦିନ ବେଗମ୍‌ପେଟ୍‌ର ଏକ ଭୋଜନାଳୟରୁ ଏକ ଅର୍ଡର୍‌ ପାଇଥିଲେ।

ପ୍ରଥମ ପର୍ଯ୍ୟାୟରେ, ସେ କୁହନ୍ତି ଯେ, ଏକ ଉପଯୁକ୍ତ ଆକୃତି ବାଛିବାକୁ ହୁଏ – ଯେପରିକି ଏକ ଚା’ କପ୍‌ ବା ଏକ ମାଛ – ଯାହା ଭୋଜନାଳୟର ନିର୍ଦ୍ଦିଷ୍ଟ ଅର୍ଡର୍‌ ଉପରେ ନିର୍ଭର କରିଥାଏ । ଏହି ଆକୃତିଗୁଡ଼ିକ ପାଇଁ ତାଙ୍କ ପାଖରେ ଏକ ମାଷ୍ଟର ଟୋକେନ୍‌ ରହିଛି, ଯାହା ବହୁ ବର୍ଷ ପୂର୍ବେ ହ୍ୱାଇଟ୍‌ ମେଟାଲ୍‌ରେ ତିଆରି ହୋଇଥିଲା, ଯାହା ଏବେ ମଧ୍ୟ ସେହିଭଳି ଅପରିବର୍ତ୍ତନୀୟ ରହିଛି । ତା’ପରେ, ଏହାର ଅବିକଳ ନକଲ ନିର୍ମାଣର ବହୁସ୍ତରୀୟ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

Left: Placing master tokens inside the mould. Centre: Stepping on the peti to compress the soil. Right: Refining the impressions, making way for the molten liquid
PHOTO • Sreelakshmi Prakash
PHOTO • Sreelakshmi Prakash
PHOTO • Sreelakshmi Prakash

ବାମ:ମାଷ୍ଟର ଟୋକେନ୍‌କୁ ଛାଞ୍ଚ ଭିତରେ ରଖୁଛନ୍ତି । କେନ୍ଦ୍ର :ମୃତ୍ତିକାକୁ ସଂକୁଚିତ କରିବାକୁ ପେଟି ଉପରେ ପାଦରେ ଥାପୁଛନ୍ତି । ଡାହାଣ:ଛାପକୁ ଅଧିକ ଉତ୍କର୍ଷ କରି ତରଳାଯାଇଥିବା ଧାତୁ ପାଇଁ ରାସ୍ତା ପ୍ରସ୍ତୁତ କରୁଛନ୍ତି

ଅଜିମ୍‌ ଏକ କାଠ ପଟା ଉପରେ ଏକ ପେଟି ( ମେଟାଲ୍‌ ଫ୍ରେମ୍‌ ବା ଛାଞ୍ଚ) ରଖନ୍ତି ଆଉ ତା’ ଉପରେ କିଛି ସଞ୍ଜିରା ଛିଞ୍ଚି ଦିଅନ୍ତି (ଢଳେଇ  କରିବା ଗୁଣ୍ଡ)। “ଏହି ଗୁଣ୍ଡ କଏନ୍‌କୁ ବାଲିରେ ଲାଖିବାକୁ ଦିଏ ନାହିଁ (ମୃତ୍ତିକା),” ବୋଲି ସେ କୁହନ୍ତି। ତା’ପରେ ସେ ମନପସନ୍ଦ ଆକୃତିର ଟୋକେନ୍‌ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ପଟା ଉପରେ ରଖନ୍ତି।

ତା’ପରେ ସେ ପୁଣି ମୃତ୍ତିକାକୁ ଏକ ବାଇଡିଙ୍ଗ୍ ଏଜେଣ୍ଚ - ଗୁଡ଼ରୁ ତିଆରି ହୋଇଥିବା ମାଟିଆ ରଙ୍ଗର ଏକ ତରଳ ପଦାର୍ଥ- ସହିତ ମିଶାଇ ପେଟି ର ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ଭର୍ତ୍ତି କରନ୍ତି । ଏହିକାମ ପାଇଁ ଯେକୌଣସି ମୃତ୍ତିକା ବା ବାଲି ବ୍ୟବହାର କରାଯାଇପାରିବ, ହେଲେ ଏଥିରୁ ବଡ଼ ବଡ଼ କଣିକାଗୁଡ଼ିକୁ ଚଲାଇ ବାହାର କରିଦେବାକୁ ହେବ । ଏହି ଅଠାଳିଆ ମିଶ୍ରଣକୁ ଅସ୍ତରମିଟ୍ଟି (ଆଧାର ମୃତ୍ତିକା) ସହିତ ମିଶାଯାଏ । ସବୁଠାରୁ ଉପରେ ସେ ପୂର୍ବର ଛାଞ୍ଚ ନିର୍ମାଣ କାର୍ଯ୍ୟରେ ବାହାରିଥିବା ପୋଡ଼ା ମୃତ୍ତିକା ଯାହା ସେ ଏକ ନୀଳ ତାରପଲିନ୍‌ ତଳେ ଘୋଡାଇ ରଖିଥିଲେ, ତାହା ରଖିଦିଅନ୍ତି ।

ପୂରା ପେଟି ଥରେ ପ୍ରାୟ ପୂର୍ଣ୍ଣ ହୋଇଯିବା ପରେ, ଅଜିମ ମୃତ୍ତିକାକୁ ସଙ୍କୁଚିତ କରିବାକୁ ଏହା ଉପରେ ଚଢିଯାଆନ୍ତି । ତା’ପରେ, ସେ ଫ୍ରେମ୍‌କୁ ଓଲଟାଇ ଦିଅନ୍ତି। ବର୍ତ୍ତମାନ ଏହି ଆକୃତିଟି ମିକ୍ସଚର୍‌ରେ ସମ୍ପୂର୍ଣ୍ଣଭାବେ ଖୋଦିତ ହୋଇଯାଇଛି । ଏକ ଘୋଡଣି ଦ୍ୱାରା ଘୋଡା ଯାଇଥିବା ଛାଞ୍ଚ ଉପରେ ସେ ଆଉ କିଛି ସଞ୍ଜିରା ଗୁଣ୍ଡ ଛିଞ୍ଚିଲେ ଆଉ ଏହା ଉପରେ ଅସ୍ତରମିଟ୍ଟି ଆଉ ପୋଡ଼ା କଳା ମୃତ୍ତିକାକୁ ଏକାଧିକ ସ୍ତରରେ ପ୍ରୟୋଗ କଲେ।ଏହା ଉପରେ ପୁଣି ସେ ଡେଇଁବାକୁ ଆରମ୍ଭ କଲେ, ଆଉ ଏତିକି ବେଳକୁ ତାଙ୍କ ପାଦ କାଦୁଅ ଆଉ ଅଳନ୍ଧୁରେ ଆବୃତ୍ତ ହୋଇଯାଇଥିଲା।

ତାପରେ, ଅତ୍ୟଧିକ ମୃତ୍ତିକାକୁ ପୋଛି ବାହାର କରିଦିଆଯାଏ ଆଉ ପେଟି ଗୁଡ଼ିକୁ ଖୋଲାଯାଏ । ଧିରେଧିରେ, ସେ ମାଷ୍ଟର ଆକୃତିକୁ ଅପସାରଣ କଲେ। ମୃତ୍ତିକାର ମିକ୍ସଚର୍‌ରେ ସେଗୁଡ଼ିକ ଖୋଦେଇ ହୋଇଯାଇ ଏକ ଗହ୍ୱର ସୃଷ୍ଟି ହୋଇଯାଏ ।

ଗୋଟିଏ ଛୋଟ ବାଡ଼ି ସାହାଯ୍ୟରେ, ଅଜିମ୍‌ ତରଳ ଆଲୁମିନିୟମ୍‌ ଭର୍ତ୍ତି କରିବା ପାଇଁ ଏକ ରନ୍ଧ୍ର ତିଆରି କରନ୍ତି । ବାଡ଼ି ସାହାଯ୍ୟରେ, ସେ ପୂର୍ବ ଅର୍ଡର୍‌ର ଖୋଦେଇଗୁଡ଼ିକୁ ଅପସାରଣ କରି ମୃତ୍ତିକାକୁ ସମତଳ କରନ୍ତି – ଉଦାହରଣ ସ୍ୱରୂପ, ଅନ୍ୟ ଏକ ଭୋଜନାଳୟର ନାମ । ସେ ପେଟିକୁ ବନ୍ଦ କରନ୍ତି ଆଉ ଏହାର ଉପରେ ଏକ କାଠ ପଟା ରଖି ଏହାକୁ ଭଲ ଭାବେ ବନ୍ଦ କରିଦିଅନ୍ତି ଆଉ ତା’ପରେ ଛାଞ୍ଚ ତିଆରି କରିବା କାମ ଆରମ୍ଭ କରନ୍ତି ।

Left: After he has put sanjeera powder over the cavities before pouring in the molten metal. Centre: Operating the hand blower. Right: The metal pieces kept inside the bhatti for melting
PHOTO • Sreelakshmi Prakash
PHOTO • Sreelakshmi Prakash
Left: After he has put sanjeera powder over the cavities before pouring in the molten metal. Centre: Operating the hand blower. Right: The metal pieces kept inside the bhatti for melting
PHOTO • Sreelakshmi Prakash

ବାମ : ତରଳାଯାଇଥିବା ଧାତୁକୁ ଗହ୍ୱରଗୁ ଡ଼ି କ ଉପରେ ଢାଳିବା ପୂର୍ବରୁ ସେ ଏହା ଉପରେ ସଞ୍ଜିର ଗୁଣ୍ଡ ପକାଇଲେ । କେନ୍ଦ୍ର : ହାତ ଫୁଙ୍କୁନଳା ପରିଚାଳନା କରୁଛନ୍ତି । ଡାହାଣ: ଧାତୁ ଖଣ୍ଡଗୁ ଡ଼ି କୁ ତରଳାଇବା ପାଇଁ ଭାଟି ଭିତରେ ରଖାଯାଇଛି

ଏକ ହସ୍ତଚାଳିତ ଫୁଙ୍କୁନଳା ବ୍ୟବହାର କରି ଭଟ୍ଟି(ଭାଟି)ରେ କୋଇଲା ଭର୍ତ୍ତି କରାଯାଏ । କୋଇଲା ଜୋର୍‌ରେ ଜଳିବା ପରେ, ଅଜିମ୍‌ ଏଥିରେ ବ୍ୟବହାର ହୋଇନଥିବା ଆଲୁମିନିୟମ୍‌ କଏନ୍‌ କମ୍ବା କଠିନ୍‌ ଖଣ୍ଡଗୁଡ଼ିକ ରଖା ଯାଇଥିବା ଏକ ଧାତବ ପାତ୍ରକୁ ଏହା ଭିତରେ ରଖିଦିଅନ୍ତି । ଯେତେବେବେଳେ ଏଗୁଡ଼ିକ ତରଳିଯାଏ, ସେ ଏକ ହୋଲ୍‌ଡର୍‌ ବ୍ୟବହାର କରି ଉତ୍ତପ୍ତ ତରଳକୁ ପେଟି ଉପରେ ଢାଳି ଦିଅନ୍ତି । ସେ ଏହି ସବୁକିଛି କୌଣସି ସୁରକ୍ଷା ପୋଷାକ ନ ପନ୍ଧି କରିଥାନ୍ତି । “ଏହିପରି ଭାବେ କାମ କରିବାରେ ମୁଁ ଅଭ୍ୟସ୍ତ ହୋଇଗଲିଣି ଆଉ ସେହି ସବୁ ଉପକରକଣ ଅତ୍ୟନ୍ତ ବ୍ୟୟବହୁଳ ଅଟେ,” ବୋଲି ସେ କୁହନ୍ତି ।

ତରଳ ଧାତୁ ଅତିଶୀଘ୍ର କଠିନ ହୋଇଯାଏ ଆଉ କିଛି ମିନିଟ୍‌ ମଧ୍ୟରେ ଭିତରେ ନୂଆ ଟୋକେନ୍‌ ତିଆରି ହୋଇଯାଇଥିବା ଦେଖିବା ପାଇଁ ଛାଞ୍ଚକୁ ଖୋଲାଯାଏ । ସେ ସେଗୁଡ଼ିକୁ ବାହାରକୁ ବାହାର କରନ୍ତି ଆଉ ଏକ ଫାଇଲ୍‌ ସହାୟତାରେ ଧାରଗୁଡ଼ିକୁ ଗୋଜିଆ କରନ୍ତି । “ୟହ ରହା ହମାରା କଏନ୍‌,” ବୋଲି ସେ ଛୋଟ ଛୋଟ ଧାତୁ ନିର୍ମିତ ବସ୍ତୁଗୁଡ଼ିକୁ ତାଙ୍କର ପାପୁଲିରେ ଧରି କୁହନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଟୋକେନ୍‌ରେ ଇଂରାଜୀରେ ବ୍ୟଞ୍ଜନ ଆଉ ଭୋଜନାଳୟର ନାମ ଖୋଦେଇ କରିବା । ଏଥିପାଇଁ, ସଦ୍ୟ ପ୍ରସ୍ତୁତ ଆଲୁମିନିୟମ୍‌ ଟୋକେନ୍‌ରେ ଅକ୍ଷର ଆଉ ସଂଖ୍ୟା ପଞ୍ଚଗୁଡ଼ିକୁ ହ୍ୟାମର୍‌ରେ ପିଟି ଭିତରକୁ ପ୍ରବେଶ କରାଇବାକୁ ପଡ଼ିଥାଏ । ଥରେ, ଗୋଟିଏ ବ୍ୟାଚ୍‌ ବାହାରିବା ପରେ, ସେ ନୂତନ ଭାବେ ଖୋଦିତ ହୋଇଥିବା ସେହି ନୂଆ ଟୋକେନ୍‌ଗୁଡ଼ିକୁ ଛାଞ୍ଚ ପ୍ରସ୍ତୁତି ପ୍ରକ୍ରିୟାକୁ ପୁଣି ଦୋହରାଇବା ପାଇଁ ବ୍ୟବହାର କରନ୍ତି ।

“କଏନ୍‌ର ସଂଖ୍ୟା (ବ୍ୟାଚ୍‌ ପ୍ରତି) ପେଟିଉପରେ ନିର୍ଭର କରିଥାଏ । ମୋ ପାଖରେ ୧୨ଟି ଭିନ୍ନ ଭିନ୍ନ ଆକାର ରହିଛି,”ବୋଲି ସେ ଫ୍ରେମ୍‌ଗୁଡ଼ିକର ଏକ ଥାକ ଆଡ଼କୁ ନିର୍ଦ୍ଦେଶିତ କରି କହିଲେ । ୧୫x୯ ଇଂଚ ଆକାରର ଏକ ମଧ୍ୟମ ଧରଣର ପେଟିରେ ସେ ଗୋଟିଏ ଥରରେ ପ୍ରାୟ ୪୦ଟି ଟୋକେନ୍‌ ତିଆରି କରିପାରିବେ । ଏକାଧିକ ଅର୍ଡର ଥିଲେ, ୧୦ଘଣ୍ଟା ସମୟ କାମ କରି ସେ ଦିନକୁ ୬୦୦ କଏନ୍‌ ତିଆରି କରିପାରିବେ ।

Left and centre: Taking out the newly minted tokens. Right: Separating and refining the tokens and shaping them using a file
PHOTO • Sreelakshmi Prakash
PHOTO • Sreelakshmi Prakash
PHOTO • Sreelakshmi Prakash

ବାମ ଆଉ କେନ୍ଦ୍ର: ନୂଆକରି ପ୍ରସ୍ତୁତ ହୋଇଥିବା ଟୋକେନ୍‌ଗୁ ଡ଼ି କ ବାହାର କରୁଛନ୍ତି ( ବାମ ଆଉ କେନ୍ଦ୍ର) : ଟୋକେନ୍‌ଗୁ ଡ଼ି କୁ ଅଲଗା କରୁଛନ୍ତି ଆଉ ଅଧିକ ଉତ୍କର୍ଷ କରୁଛନ୍ତି ଏବଂ ଏକ ଫାଇଲ୍‌ ବ୍ୟବହାର କରି ସଠିକ୍‌ ଆକାର ଦେଉଛନ୍ତି (ଡାହାଣ)

ଯଦି, କେବେ କେମିତିଏକ ନୂଆ ଡିଜାଇନ୍‌ ପ୍ରସ୍ତୁତ କରବାକୁ ପଡ଼େ, ଯାହାର ହ୍ୱାଇଟ୍‌ ମେଟାଲ୍‌ରେ ପ୍ରସ୍ତୁତ ହୋଇଥିବା ମାଷ୍ଟର କଏନ୍‌ ଉପଲବ୍ଧ ନାହିଁ, ତାହାହେଲେ, ଅଜିମ୍‌ ଗ୍ରାହକଙ୍କୁ ଏହାର ଏକ ୩ଡି ନକଲ ଆଣିବାକୁ କହିଥାନ୍ତି । ହେଲେ, ଏହା ଅତ୍ୟନ୍ତ ବ୍ୟୟବହୁଳ ଅଟେ, ଏଣୁ ଅଧିକାଂଶ ଗ୍ରାହକ ପୁରୁଣାଡିଜାଇନ୍‌କୁ ଦୋହରାଇବାକୁ ପସନ୍ଦ କରିଥାନ୍ତି । (ଅଜିମ୍‌ଙ୍କ ବାପା ମୁର୍ତୁଜା ଯେତେବେଳେ ଛାଞ୍ଚ ପ୍ରସ୍ତୁତ କରିବା କାମ କରୁଥିଲେ, ସେ ହାତରେ ନୂଆ ଆକୃତି ଓ ଡିଜାଇନ୍‌ ପ୍ରସ୍ତୁତ କରିପାରୁଥିଲେ)।

ଧାତବ କଏନ୍‌ ପ୍ଲାଷ୍ଟିକ୍‌ରେ ନିର୍ମିତ କଏନ୍‌ ତୁଳନାରେ ଦୀର୍ଘସ୍ଥାୟୀ ହୋଇଥାଏ ଆଉ ଏହାର ମୂଲ୍ୟ ମଧ୍ୟ କମ୍‌ ହୋଇଥାଏ, ବୋଲି ଅଜିମ୍‌ଙ୍କ ୱାର୍କସେଡ୍‌ଠାରୁ ପ୍ରାୟ ୧୩ କିଲୋମିଟର୍‌ ଦୂରରେ ଅବସ୍ଥିତ ବେଗମ୍‌ପେଟ୍‌ର ଏକ ହୋଟେଲ୍‌ରେ କାମ କରୁଥିବା ଜଣେ ୱେଟର୍‌ ମହମ୍ମଦ୍‌ ମୋହିନ୍‌ କୁହନ୍ତି ।ସେଏକଅର୍ଡରଦେବାକୁଆସିଛନ୍ତି।“ଏହା ହେଉଛି ହାତ ଦ୍ୱାରା ହିସାବ କରିବାର ଏକ ପ୍ରଣାଳୀ ଆଉ ଗ୍ରାହକମାନେ ଏହାକୁ ପସନ୍ଦ ମଧ୍ୟ କରନ୍ତି,”ବୋଲି ମଧ୍ୟ ସେ କୁହନ୍ତି। “ପ୍ରତ୍ୟେକ ବ୍ୟଞ୍ଜନ ପାଇଁ ଆମ ପାଖରେ ୧୦୦ କଏନ୍‌ ଅଛି । ଏଗୁଡ଼ିକ ବ୍ୟବହାର ହୋଇଯିବାପରେ, ସେହି ବ୍ୟଞ୍ଜନର ୧୦୦ ସର୍ଭିଙ୍ଗ୍‌ ବିକ୍ରି ହୋଇସାରିଛି ବୋଲି ଆମେ ଜାଣିପାରୁ । ସେହିପରି ଭାବେ ଆମେ ଆମର ଦିନର ଉପାର୍ଜନ ହିସାବ କରିଥାଉ । ଆମେମାନେ ହେଉଛୁ ଅଶିକ୍ଷିତ ଲୋକ, ଏହି ପ୍ରଣାଳୀ  ସହିତ ଆମେ ଅଭ୍ୟସ୍ତ ହୋଇଗଲୁଣି’’।

ଗୋଟିଏ କଏନ୍‌ ତିଆରି କରିବାକୁ ଅଜିମ୍‌ ୩ଟଙ୍କା ଚାର୍ଜ କରିଥାନ୍ତି ହେଲେ, ୧୦୦୦ରୁ କମ୍‌ ସଂଖ୍ୟକ କଏନ୍‌ ପାଇଁ ସେ କଏନ୍‌ ପିଛା ୪ଟଙ୍କା ମାଗିଥାନ୍ତି । “ମୋତେ ପ୍ରତିଦିନ ଅର୍ଡର୍‌ ମିଳେନାହିଁ, ସପ୍ତାହରେ ଦୁଇ କିମ୍ବା ତିନିଜଣ ଗ୍ରାହକ ମୋ ପାଖକୁ ଆସିଥାନ୍ତି” ବୋଲି ସେ କୁହନ୍ତି । “ସେମାନେ ମୋତେ ଜାଣିଛନ୍ତି ଆଉ ମୋ ଦୋକାନର ଅବସ୍ଥିତି ବିଷୟରେ ମଧ୍ୟ ଜାଣନ୍ତି । ସେମାନଙ୍କ ପାଖରେ ମୋର ମୋବାଇଲ୍‌ ନମ୍ବର ମଧ୍ୟ ଅଛି, ଏଣୁ ସେମାନେ ଅର୍ଡର୍‌ ଦେବାକୁ ମୋତେ କଲ୍‌ ମଧ୍ୟ କରିଥାନ୍ତି । କେହି ୩୦୦ କଏନ୍‌ ଆବଶ୍ୟକ କରିବାବେଳେ ଆଉ କେହି ପୁଣି ୧୦୦୦ କଏନ୍‌ ଚାହିଁଥାଏ । ମୋର କୌଣସି ସ୍ଥାୟୀ ଉପାର୍ଜନ ନାହିଁ । ବେଳେବେଳେ ଗୋଟିଏ ସପ୍ତାହରେ ମୁଁ କେବଳ ୧୦୦୦ ଟଙ୍କା ଉପାର୍ଜନ କରିଥାଏ ଆଉ ବେଳେବେଳେ ୨୫୦୦ଟଙ୍କା ଉପାର୍ଜନ କରିଥାଏ ।”

ଆଉ ବେଳେବେଳେ ଲୋକମାନେ ଅର୍ଡର ଦିଅନ୍ତି କିନ୍ତୁ ଟୋକେନ୍‌ ସଂଗ୍ରହ କରିବାକୁ ଆସନ୍ତିନାହିଁ । ଅଜିମ୍‌ ଆମକୁ ଉପର ଥାକରେ ରଖାଯାଇଥିବା ଏକ ବ୍ୟାଚ୍‌ ଦେଖାଇଲେ । “ମୁଁ ଏହି ୧୦୦୦ଟି କଏନ୍‌ ତିଆରି କରିଥିଲି ହେଲେ ଗ୍ରାହକ ଜଣକ ଆଉ ଏହାକୁ ନେବାକୁ ଆସିଲେ ନାହିଁ,” ବୋଲି ସେ କୁହନ୍ତି । କିଛି ସମୟ ଅତିବାହିତ ହେବାପରେ, ଏହି ଟୋକେନ୍‌ଗୁଡ଼ିକୁ ସେ ତରଳାଇ ଦିଅନ୍ତି ଆଉ ଅନ୍ୟ କଏନ୍‌ ତିଆରି କରିବା ପାଇଁ ସେଗୁଡ଼ିକୁ ପୁଣିଥରେ ବ୍ୟବହାର କରିଥାନ୍ତି ।

Left: Punching the letters on the token. Centre: One set of an order of 1,000 tokens that was not picked by a customer. Right: Azeem shows us how a batch of the tokens will be arranged inside the peti
PHOTO • Sreelakshmi Prakash
Left: Punching the letters on the token. Centre: One set of an order of 1,000 tokens that was not picked by a customer. Right: Azeem shows us how a batch of the tokens will be arranged inside the peti
PHOTO • Sreelakshmi Prakash
Left: Punching the letters on the token. Centre: One set of an order of 1,000 tokens that was not picked by a customer. Right: Azeem shows us how a batch of the tokens will be arranged inside the peti
PHOTO • Sreelakshmi Prakash

ବାମ:ଟୋକେନ୍‌ରେ ଅକ୍ଷରଗୁଡ଼କ ପଞ୍ଚ୍ କରୁଛନ୍ତି । କେନ୍ଦ୍ର: ଜଣେ ଗ୍ରାହକ ୧୦୦୦ଟି ଟୋକେନ୍‌ ପାଇଁ ଅର୍ଡର ଦେଇଥିଲେ ହେଲେ ତାହା ନେବାକୁ ଆସିନଥିଲେ । ଡାହାଣ:ଅଜିମ୍‌ ଆମକୁ ପେଟି ଭିତରେ ଗୋଟିଏ ବ୍ୟାଚ୍‌ ଟୋକେନ୍‌କୁ କିଭଳି ସଜାଇ ରଖାଯାଏ ତାହା ଦେଖାଉଛନ୍ତି

ତାଙ୍କ ଉପାର୍ଜନର ଏକ ବଡ଼ ଭାଗ ଦୁଇଟି ଦୋକାନର ଭଡ଼ା ବାବଦକୁ ଟଙ୍କା ପଇଠ କରିବାରେ ଖର୍ଚ୍ଚ ହୋଇଯାଏ – ମସ୍‌ଜିଦ୍‌ ନିକଟରେ ଥିବା ପୁରୁଣା ଦୋକାନ ପାଇଁ ୮୦୦ ଟଙ୍କା (ଏକ ପ୍ରମୁଖ ଅଞ୍ଚଳରେ ରହିଥିବା ସତ୍ତ୍ୱେ ଏଥିପାଇଁ କମ୍‌ ଭଡା ଦେବାକୁ ପଡୁଥିବାରୁ ଆଉ ଏହା ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ମାଧ୍ୟମ ହୋଇଥିବାରୁ ସେ ଏହାକୁ ଆଜି ମଧ୍ୟ ରଖିଛନ୍ତି) ଆଉ ସମାଧିସ୍ଥଳ ପାଖରେ ଥିବା ଆଜ୍‌ବେଷ୍ଟସ୍‌ - ସେଡ୍‌ ପାଇଁ ୨,୦୦୦ଟଙ୍କା । “ପ୍ରତି ମାସରେ, ମୁଁ ସ୍କୁଲ୍‌ ଫି, କିରାଣା ସାମାନ ଆଉ ଅନ୍ୟାନ୍ୟ ଘର ଖର୍ଚ୍ଚ ତୁଲାଇବା ପାଇଁ ପ୍ରାୟ ୬୦୦୦ ରୁ୭୦୦୦ଟଙ୍କା ବ୍ୟୟ କରିଥାଏ । ତାଙ୍କର ଛୋଟ ଭାଇ ମଧ୍ୟ ପରିବାରର ଖର୍ଚ୍ଚ ତୁଲାଇବାରେ ଯୋଗଦାନ କରିଥାନ୍ତି ।

ସାଧାରଣତଃ ଦ୍ୱିପହର ବେଳକୁ, ଅଜିମ୍‌ ତାଙ୍କ ଦୋକାନଠାରୁ ପ୍ରାୟ ଏକ କିଲୋମିଟର୍‌ ଦୂରରେ ମୋଏନ୍‌ପୁରାରେ ଅବସ୍ଥିତ ତାଙ୍କ ଘରକୁ ଫେରି ଆସନ୍ତି । ତାଙ୍କ ଘରେ କୌଣସି ପ୍ରକାରର ଆସବାବପତ୍ର ନାହିଁ ବୋଲି କହିଲେ ଚଳିବ ଆଉ ସିମେଣ୍ଟ ଚଟାଣକୁ ପ୍ଲାଷ୍ଟିକ୍‌ ମ୍ୟାଟ୍‌ରେ ଆଚ୍ଛାଦିତ କରାଯାଇଛି । “ମୋର ପିଲାମାନେ ମଧ୍ୟ ଏହି କାମ କରନ୍ତୁ, ତାହା ମୁଁ ଚାହେଁନାହିଁ, ଭାଟିରେ ଆଉ ଉତ୍ତପ୍ତ ଧାତୁ ସହିତ କାମ କରିବା ଅତ୍ୟନ୍ତ ବିପଦଶଙ୍କୁଳ ଅଟେ,” ବୋଲି ସେ କୁହନ୍ତି ।

“ମୋ ପିଲାମାନଙ୍କ ପାଇଁ ମୁଁ ଏକ ସୁରକ୍ଷିତ ଭବିଷ୍ୟତ ଚାହୁଁଛି, ମୁଁ ସେମାନଙ୍କୁ ଯଥାସମ୍ଭବ ଶିକ୍ଷିତ କରିବାକୁ ଚାହୁଁଛି” ବୋଲି ତାଙ୍କ ସ୍ତ୍ରୀ ନଜିମା କୁହନ୍ତି । ତାଙ୍କର ତିନି ବର୍ଷର ଝିଅ ସମୀରା ତାଙ୍କୁ ଜାବୁଡି ଧରିଥିଲା ଆଉ ତାଙ୍କର ଛଅ ବର୍ଷର ପୁଅ ତାହିର୍‌ ଏକ କୋଣରେ ଖେଳୁଥିଲା । ସେ ହାତରେ ଅନେକ କଏନ୍‌ ଆଉ ତାଙ୍କ ଜେଜେବାପାଙ୍କ ଦ୍ୱାରା ନିର୍ମିତ ଏକ ଛୋଟ ଲୁହା ହ୍ୟାମର୍‌ ଧରିଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sreelakshmi Prakash
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE