ଭିଡିଓ ଦେଖନ୍ତୁ: ତିବଲିଘିରି ଆଦିବାସୀ ଟୁସୁ ସମ୍ପ୍ରଦାୟ ମୁଣ୍ଡା ଆଦିବାସୀ ମହିଳା ତାଙ୍କ ଦେଶୀ ଭାଷାରେ ଗୀତ ଗାଉଛନ୍ତି। ସେମାନେ ଝାଡ଼ଖଣ୍ଡର (ଅନୁବନ୍ଧିତ) ୨୦୦ ବର୍ଷ ତଳେ ସେମାନଙ୍କୁ ଝାଡ଼ଖଣ୍ଡରୁ ସୁନ୍ଦରବନ ଅଣାଯାଇଥିଲା

ସୁନ୍ଦରବନର ଆଦିବାସୀଙ୍କର ଜୀବନରେ ସଙ୍ଗୀତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୧୯୦୦ ଶତାବ୍ଦୀରେ ସାନ୍ତାଳ, ମୁଣ୍ଡା, ଓରାଓଁ ଓ ହୋ ଭଳି ଜନଜାତି ଦଳଙ୍କୁ ଏହି ଅଞ୍ଚଳକୁ ବ୍ରିଟିଶରମାନେ ଆଣିଥିଲେ। ଅନୁବନ୍ଧିତ ଶ୍ରମିକ ଭାବେ ସେମାନେ ଜଙ୍ଗଲ ଓ ନଦୀ ସଫା କରନ୍ତି।

ଦଶନ୍ଧି ଦଶନ୍ଧି ଧରି ପଶ୍ଚିମବଙ୍ଗରେ ରହୁଥିବା ତାଙ୍କ ବଂଶଜମାନେ ଏବେ ବଙ୍ଗାଳୀ କହୁଛନ୍ତି। ତାଙ୍କର ମୂଳ ଭାଷାକୁ ସଂରକ୍ଷିତ ରଖିବା ପାଇଁ ସେମାନେ ବଣୁଆ ଗୀତ ଓ ନାଚ କରନ୍ତି। ସେମାନଙ୍କ ମଧ୍ୟରୁ କେତେକ ତିବିଲିଘିରି ଆଦିବାସୀ ଟୁସୁ ସମ୍ପ୍ରଦାୟ ଭଳି ଦଳ ତିଆରି କରିଛନ୍ତି। ସେମାନଙ୍କ ନାଚ ଓ ଗୀତ ଦେଖିବାକୁ ଗ୍ରାମବାସୀ ଓ ପର୍ଯ୍ୟଟକମାନେ ଆସନ୍ତି, ଯେଉଁଥିରୁ ତାଙ୍କର କିଛି ରୋଜଗାର ହୋଇଯାଏ ଓ ସାଂସ୍କୃତିକ ଐତିହ୍ୟ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ ମିଳିଯାଏ।

ଏଠାରେ ଦେଖାଯାଇଥିବା ଭିଡିଓ ମେ ୨୦୧୬ ରେ ସୁଟିଂ ହୋଇଥିଲା।

ସହ-ନିର୍ଦ୍ଦେଶକ ଅର୍ଜୁନ ମଣ୍ଡଳ ଗୋସାବା ବ୍ଲକ ରଜତ ଜୁବୁଲି ଗାଁର ବାସିନ୍ଦା। ସେ କଙ୍କଡ଼ା ଧରି ବିକ୍ରି କରନ୍ତି ଏବଂ ଏକ ଏନଜିଓ ଚଲାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଉର୍ବଶୀ ସର୍କାର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE