ଏହି ଚଳଚିତ୍ରକୁ ୬୩ତମ ଜାତୀୟ ଚଳଚିତ୍ର ପୁରସ୍କାର, ୨୦୧୬, ଉତ୍ସବରେ ସର୍ବୋତ୍ତମ ପ୍ରମୋସନାଲ୍‌ ଚଳଚିତ୍ର ଭାବେ ସିଲ୍‌ଭର୍‌ ଲୋଟସ୍‌ (ରଜତ କମଳ) ପୁରସ୍କାର ପ୍ରଦାନ କରାଯାଇଛି ।

ମହେଶ୍ୱର ହେଉଛି ମଧ୍ୟ ପ୍ରଦେଶର ନଦୀ ଅବବାହିକା ଅଞ୍ଚଳରେ ଅବସ୍ଥିତ ଏକ ସୁନ୍ଦର ସହର, ଯାହା ଇତିହାସରେ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଛି । ୧୮ଶହ ଶତାବ୍ଦୀରେ, ଇନ୍ଦୋର ପରି ଏକ ଉନ୍ନତ ରାଜ୍ୟକୁ ଶାସନ କରୁଥିବା ଅହିଲ୍ୟାବାଇ ହୋଲ୍‌କର୍‌, ଏଠାରେ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହିତ କରିଥିଲେ । ଦୁଇ ଶତାବ୍ଦୀରୁ ଅଧିକ ସମୟ ବିତିଯାଇଛି, ତଥାପି ମହେଶ୍ୱରୀ ଶାଢୀ ପାଇଁ ଏହି ସହରର ଖ୍ୟାତି ଆଜି ମଧ୍ୟ ବଜାୟ ରହିଛି । ୨୦୧୨-୨୦୧୫ ମଧ୍ୟରେ, ହସ୍ତତନ୍ତ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ଯୋଗୁଁ ମହେଶ୍ୱରକୁ ୨୦୦ରୁ ଅଧିକ ତନ୍ତୀ ପ୍ରବାସରେ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉତ୍ତର ପ୍ରଦେଶର ବାରାବାଙ୍କି ଟାଉନ୍‌ରୁ ଆସିଛନ୍ତି । ଏହା ଅସ୍ୱାଭାବିକ ଓ ଦ୍ରୁତ ଗତିରେ କ୍ଷୟ ହେଉଥିବା ଏକ ସେକ୍ଟରର ପ୍ରଚଳିତ ଧାରାର ବିପରୀତ। ଏହିପରି ଏକ ହସ୍ତଶିଳ୍ପକୁ ପୁନରୁଜ୍ଜୀବିତ କରିବାରେ ଯୁବ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ମଧ୍ୟ ଏକ ଅସାଧାରଣ ବିଷୟ। ସେମାନେ ଏହି ଐତିହାସିକ ଟାଉନର ତନ୍ତୀ ସମ୍ପ୍ରଦାୟ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ସ୍ରୋତ ଅଟନ୍ତି ।

ଏହି ଫିଲ୍ମରେ ଯୁବ ତନ୍ତୀମାନେ ସେମାନଙ୍କ କାହାଣୀ କହିବେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Nidhi Kamath & Keya Vaswani

ନିଧୀ କାମାଥ ଓ କେୟା ଭାସ୍ୱାନୀ, ଉଭୟ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରାଫ୍ଟ ଓ ଡିଜାଇନ, ଜୟପୁରରୁ ସ୍ନାତକ କରିଛନ୍ତି । ଉଭୟ ଷ୍ଟୋରୀଲୁମ୍‌ ଫିଲ୍ମର କୋ-ଫାଉଣ୍ଡର ଓ ମ୍ୟାନେଜିଂ ପାର୍ଟନର ଅଟନ୍ତି । ଏହି ଫିଲ୍ମ ହେଉଛି ଯୁଗ୍ମ ପରୀ ଫେଲୋସିପ୍‌ ୨୦୧୫ର ଏକ ଅଂଶ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Nidhi Kamath & Keya Vaswani
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE