‘ହୁଁ ଜାନୋ, ହୁଁ ଖବର?’ (‘ଏହା କ’ଣ ମୁଁ କେମିତି ଜାଣିବି?’ ସ୍ଥାନୀୟ ୱାଘରି ଭାଷାରେ)

ରାଜସ୍ଥାନ ବନସୱାଡ଼ା ଜିଲ୍ଲାର ବୋରି, ଖାରଭେଦ ଏବଂ ସେମାଲିଆ ଗାଁରେ, ମହିଳାମାନଙ୍କ ସହ ଆଲୋଚନା କରିବା ସମୟରେ, ମୁଁ ଲକ୍ଷ୍ୟ କଲି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତଳେ ବସନ୍ତି, ଗୋଟିଏ ମସିଣା ଉପରେ ନ ହେଲେ ବିନା ମସିଣାରେ। ପୁରୁଷ ଏବଂ ବୟସ୍କ ଲୋକମାନେ ସର୍ବଦା ଉପରେ ବସନ୍ତି – ଚେୟାର, ଖଟିଆ ଉପରେ – ଯଦିଓ ପୁରୁଷଙ୍କ ଉପସ୍ଥିତିରେ ବୟସ୍କା ମହିଳା ତଳେ ବସନ୍ତି, ଏମିତିକି ଅସୁସ୍ଥ ଥିଲେ ବି। ଏହା ପିଲାମାନଙ୍କ କ୍ଷେତ୍ରରେ ବି ଲାଗୁ – ପୁଅମାନେ ଉପରେ ବସନ୍ତି, ଝିଅମାନେ ବସନ୍ତି ନାହିଁ।

ଖାରଭେଦ ଓ ସେମାଲିଆର ଅଧିକାଂଶ ଲୋକ ଚାଷୀ। ସେମାନେ ପାରମ୍ପରିକ ଭାବେ ବୁଣାକାର, କିନ୍ତୁ ସେମାନେ ବୁଣା ବନ୍ଦ କରିବାର କିଛି ପିଢ଼ି ହୋଇଗଲାଣି। ବୋରିରେ, କେତେକ ମହିଳା ମଧ୍ୟ ଦୁଗ୍ଧ ଚାଷୀ।

ଯେତେବେଳେ ପଚରାଗଲା, ସେମାନେ ସମସ୍ତେ କହିଲେ ମହିଳାମାନଙ୍କ ପାଇଁ ତଳେ ବସିବା ପ୍ରଥା ଥିଲା। ବିବାହ ପରେ, ପରିବାରର ଝିଅ ଯେତେବେଳେ ବାପ ଘରକୁ ଆସିବ ସେ ଉପରେ ବସିପାରିବ, କିନ୍ତୁ ବୋହୂ ନିଶ୍ଚିତ ଭାବେ ତଳେ ବସିବେ।

ମହିଳାମାନେ କେବଳ ଯେ ପୁରୁଷ ଓ ଗାଁର ବୟସ୍କଙ୍କ ଉପସ୍ଥିତିରେ ତଳେ ବସନ୍ତି ତାହା ନୁହେଁ, ମୋ ଭଳି ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ବି ତଳେ ବସନ୍ତି – ଅର୍ଥାତ୍‌, ସେମାନେ ଯାହାଙ୍କୁ ସେମାନଙ୍କଠାରୁ ଯେ କୌଣସି କ୍ଷେତ୍ରରେ ଅଧିକ କ୍ଷମତାଶାଳୀ ବା ବିଶିଷ୍ଟ ବୋଲି ମାନନ୍ତି।

ଆମେ ଏକ ସ୍ୱ ୟଂ-ସହାୟକ ଗୋଷ୍ଠୀରେ ଏ ସମ୍ପର୍କରେ ଧୀରେ ଧୀରେ ଆଲୋଚନା ଆରମ୍ଭ କଲୁ। ସେମାନେ ସେମାନଙ୍କଠାରୁ ବଡ଼ ଓ ଶାଶୂ ଘର ଲୋକଙ୍କୁ ଅସମ୍ମାନ ନ କରିବା ନେଇ ସତର୍କ ଥିଲେ। କେତେକ ଏହି ପ୍ରଥା ବଦଳୁ ବୋଲି ଚାହୁଁଥିଲେ, କିଛି ଜଣ ରହିବାକୁ ଚାହୁଁଥିଲେ।

କିଛି ସମୟ ପରେ, ସେମାନେ ସମସ୍ତେ ଚେୟାର, ଖଟିଆ ବା ଗୋଟିଏ ଉଚ୍ଚ ସ୍ଥାନରେ ବସି ଫଟୋ ଉଠାଇବାକୁ ରାଜି ହେଲେ। ସେମାନେ ସର୍ବଦା ଅନୁରୋଧ କରୁଥିଲେ ଯେ ମୁଁ ଯେପରି ଘର ଭିତରେ, ବା ଘର ପଛପଟେ, ବା ପୁଅମାନଙ୍କୁ କୋଳରେ ଧରିବା ଅବସ୍ଥାରେ ସେମାନଙ୍କର ଫଟୋ ନିଏ।

କେତେକ ମହିଳା ଏହାକୁ ହାଲ୍‌କା ଭାବରେ ବିଚାର କରୁଥିଲେ, କିନ୍ତୁ ଅଧିକାଂଶଙ୍କ ପାଇଁ ନିଜକୁ ଏହି ସାମୟିକ ପ୍ରତୀକାତ୍ମକ ଉତ୍‌ଥାନ ପାଇଁ ଅନୁମତି ଦେବାକୁ ଅନେକ ପ୍ରସ୍ତୁତି କରିବାକୁ ହେଲା।

PHOTO • Nilanjana Nandy

ବାମ: ଭୁରି ବୁନକାର, ଖାରଭେଦ ଗାଁ; ଡାହାଣ: ରତନ ପଟିଦାର, ବୋରି ଗାଁ

PHOTO • Nilanjana Nandy

ବାମ : ରମିଳା ପଟିଦାର, ବୋରି ଗାଁ; ଡାହାଣ: ଲକ୍ଷ୍ମୀ ବୁନକାର, ଖାରଭେଦ ଗାଁ

PHOTO • Nilanjana Nandy

ବାମ: କଚରି ଯାଦବ, ସେମାଲିଆ ଗାଁ; ଡାହାଣ: ବିମଳା ପଟିଦାର, ବୋରି ଗାଁ

PHOTO • Nilanjana Nandy

ବାମ: ବାବଲି ଦେବୀ, ଖାରଭେଦ ଗାଁ; ଡାହାଣ: ସଂଗୀତା ବୁନକାର, ଖାରଭେଦ ଗାଁ

PHOTO • Nilanjana Nandy

ବାମ: ଲକ୍ଷ୍ମୀ ବୁନକାର, ଖାରଭେଦ ଗାଁ; ଡାହାଣ: ଲକ୍ଷ୍ମୀ ବୁନକାର, ସେମାଲିଆ ଗାଁ

PHOTO • Nilanjana Nandy

ବାମ: ଅନୀତା ଯାଦବ, ସେମାଲିଆ ଗାଁ; ଡାହାଣ: ମାନି ବୁନକାର, ଖାରଭେଦ ଗାଁ

ଅନୁବାଦ: ଓଡ଼ିଶାଲାଇଭ୍‍

Nilanjana Nandy

ନୀଳାଞ୍ଜନା ନନ୍ଦି ଜଣେ ଦିଲ୍ଲୀଭିତ୍ତିକ ଭିଜୁଆଲ ଆର୍ଟିଷ୍ଟ ଏବଂ ଶିକ୍ଷାବିତ୍‌ । ସେ ଅନେକ କଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଏବଂ ଅନ୍ୟଗୁଡ଼ିକ ମଧ୍ୟରେ ଫ୍ରାନ୍ସର ପୋଣ୍ଟ-ଆଭେନ୍‌ ସ୍କୁଲ ଅଫ୍‌ ଆର୍ଟରୁ ଏକ ସ୍କଲାରସିପ୍‌ ପାଇଛନ୍ତି । ବରୋଦାର ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍‌ଟି ଅଫ୍‌ ଫାଇନ୍‌ ଆର୍ଟସ୍‌ରୁ ସେ ଚିତ୍ରକଳାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଏଠାରେ ଦର୍ଶାଯାଇଥିବା ଫଟୋଗୁଡ଼ିକ ରାଜସ୍ଥାନରେ ‘ଇକ୍ୱିଲିବିରିୟମ’ ଭାବେ ପରିଚିତ ଆର୍ଟିଷ୍ଟ ଇନ୍‌ ରେସିଡେନ୍ସି କାର୍ଯ୍ୟକ୍ରମରେ ଉଠାଯାଇଥିଲା ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Nilanjana Nandy
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE