କେହଲ୍ୟ ବାସବେ ଗୋଟିଏ ମଶାରୀ ଆବଦ୍ଧ ଖଟିଆରେ ଶୋଇ ରହି କଷ୍ଟ ଓ ଯନ୍ତ୍ରଣା ଯୋଗୁଁ ଅସ୍ଥିର ହୋଇ କରୁଣ ବିଳାପ କରୁଥିଲେ। ତାଙ୍କର ବ୍ୟଥା ଦେଖି ଯନ୍ତ୍ରଣାର ଉପଶମ ପାଇଁ ୧୮ ବର୍ଷର ଝିଅ ଲୀଳା ପାଦ ଦୁଇଟିକୁ ଘଷିବାକୁ ଆରମ୍ଭ କଲେ।

କିଛି ମାସ ଧରି ସେ ସେହି ଖଟିଆରେ ପଡି ରହିଛନ୍ତି। ତାଙ୍କର ବାମ ଗାଲରେ ଗୋଟିଏ କ୍ଷତ ଏବଂ ଡାହାଣ ନାକପୁଡାରେ ଏକ ଖାଦ୍ୟନଳୀ - ୪୨ ବର୍ଷୀୟା ତାଙ୍କ ସ୍ତ୍ରୀ ପେସ୍ରି କହନ୍ତି "ସେ ବିଶେଷ ହଲଚଲ ହୋଇପାରନ୍ତି ନାହିଁ, ଏପରିକି କଥା ମଧ୍ୟ କହିପାରନ୍ତି ନାହିଁ। କ୍ଷତ କଷ୍ଟ ଦେଉଛି।’’

ଚଳିତ ବର୍ଷ ଜାନୁୟାରୀ ୨୧ ରେ, ୪୫ ବର୍ଷୀୟ କେହଲ୍ୟ ଉତ୍ତର ପଶ୍ଚିମ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ଥିବା ଚିଞ୍ଚପଡା ଖ୍ରୀଷ୍ଟିୟାନ ଚିକିତ୍ସାଳୟରେ ତାଙ୍କର ଭିତର ଗାଲ କର୍କଟ ରୋଗରେ (ବୁକ୍କାଲ ମକୋସା ) ଆକ୍ରାନ୍ତ ହୋଇଥିବାର ଚିହ୍ନଟ ହେଲା।

ତାଙ୍କର ଅସୁସ୍ଥତା - କର୍କଟ ରୋଗ - ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ୨୦ ଟି ସାଂଘାତିକ ରୋଗ ମଧ୍ୟରୁ ଗୋଟିଏ - ଭାରତରେ ମାର୍ଚ୍ଚ ୧ ରୁ ହେଉଥିବା କୋଭିଡ - ୧୯ ର ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ନିୟମାବଳି ଅନୁସାରେ ୪୯ ରୁ ୫୯ ବର୍ଷ ସମୂହରେ ତାଙ୍କର ଯୋଗ୍ୟତା ଆସୁଛି। ଏହି ନିୟମାବଳିରେ ସମସ୍ତଙ୍କ ପାଇଁ ମୁକ୍ତ ଟୀକାକରଣ ବ୍ୟବସ୍ଥା "ବୟସାନୁପାତିକ ନିର୍ଣ୍ଣୟ ରୂପେ ପ୍ରଥମରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ ରୂ ୬୦ ବର୍ଷ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ; ( ଏପ୍ରିଲ ୧ ରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ ସମସ୍ତଙ୍କ ପାଇଁ ଟୀକାକରଣ ଖୋଲା ଯାଇଅଛି ରୋଗ ଥାଉ ବା ନଥାଉ। )

କିନ୍ତୁ ନିର୍ଦ୍ଦିଷ୍ଟ ବୟସ, ତାଲିକାଭୁକ୍ତ ନିର୍ଦ୍ଦିଷ୍ଟ ରୋଗ କିମ୍ବା ପରିବର୍ଦ୍ଧିତ ଯୋଗ୍ୟତା ଏ ସବୁଉର ଅର୍ଥ କେହଲ୍ୟ ଓ ପେସ୍ରିଙ୍କ ପାଇଁ କିଛି ନାହିଁ - " ବାସବେ ପରିବାର - ସେମାନେ ଭୀଲ ସମ୍ପ୍ରଦାୟ, ଏକ ଅନୁସୂଚିତ ଜନଜାତି - କେବଳ ଟୀକା ପାଇବାକୁ ସକ୍ଷମ ନୁହନ୍ତି। ଆକ୍ରାନି ତାଲୁକାରେ ଥିବା ସେମାନଙ୍କର ପଲ୍ଲୀଗ୍ରାମ କୁମ୍ଭାରୀ ଠାରୁ ନିକଟତମ ଟୀକାକରଣ କେନ୍ଦ୍ର ଧଡଗାଁ ଗ୍ରାମ୍ୟ ଚିକିତ୍ସାଳୟ ୨୦ କିଲୋମିଟର ଦୂରରେ। " ଆମକୁ ଚାଲିବାକୁ ପଡିବ। ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ପେସ୍ରି କୁହନ୍ତି। "

From Kumbhar hamlet, the nearest vaccination centre is 20 kilometres away. 'We have to walk. No other option', says Pesri, who sold all the family's animals for her husband's cancer treatment (the wooden poles they were tied to are on the right)
PHOTO • Jyoti Shinoli
From Kumbhar hamlet, the nearest vaccination centre is 20 kilometres away. 'We have to walk. No other option', says Pesri, who sold all the family's animals for her husband's cancer treatment (the wooden poles they were tied to are on the right)
PHOTO • Jyoti Shinoli

ପେସ୍ରି କୁହନ୍ତି , " କୁମ୍ଭାର ପଲ୍ଲୀ ଠାରୁ ନିକଟବର୍ତ୍ତୀ ଟୀକାକରଣ କେନ୍ଦ୍ର ୨୦ କିଲୋମିଟର ଦୂର ଆମକୁ ଚାଲିବାକୁ ହେବ , ଅନ୍ୟ କୌଣସି ବିକଳ୍ପ ନାହିଁ " ପେସ୍ରି ଯିଏ କି ତାଙ୍କର ସମସ୍ତ ଗୃହପାଳିତ ତାଙ୍କ ପଶୁମାନଙ୍କୁ ତାଙ୍କ ସ୍ୱାମୀଙ୍କର କର୍କଟ ରୋଗ ଚିକିତ୍ସା ପାଇଁ ବିକ୍ରି କରିଦେଇଛନ୍ତି ( ବ୍ୟବହାର କରୁଥିବା କାଠ ଖୁଣ୍ଟଗୁଡିକ ଡାହାଣ ପଟେ ବନ୍ଧା ଯାଇଛି )

ଉପର ପାହାଡ଼ ଏବଂ ତଳ ପାହାଡ଼ ଚଲା ରାସ୍ତାରେ ଏହା ଚାରିଘଣ୍ଟାର ବାଟ। ନନ୍ଦୁରବର ଆଦିବାସୀ ପ୍ରଧାନ ଜିଲ୍ଲାରେ ତାଙ୍କର ପାହାଡିଆ ମାଟି ଘରର ପାହାଚରେ ବସି ପେସ୍ରି କହନ୍ତି, "ତାଙ୍କୁ ଏକ ବାଉଁଶ ଏବଂ ବିଛଣା ଚାଦର ବନ୍ଧା ଡୋଲି (ପୀଡିତ ବ୍ୟକ୍ତିଙ୍କ ସ୍ଥାନାନ୍ତର ପାଇଁ ବ୍ୟବହୃତ ଡୋଲିରେ ) କେନ୍ଦ୍ରକୁ ନେବା ସମ୍ଭବପର ନୁହେଁ। "

ପେସ୍ରି କହନ୍ତି "ସରକାର କ’ଣ ଆମମାନଙ୍କୁ ଏଠାରେ ପି.ଏଚ.ସି ( ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ) ଦେଇପାରିବେ ନାହିଁ ? ଆମେ ସେଠାକୁ ଯାଇପାରନ୍ତୁ। "ନିକଟତମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୋସାମଲ K.h ଗ୍ରାମ ତାଙ୍କ ଘରଠାରୁ ପ୍ରାୟ ପାଞ୍ଚ କିଲୋମିଟର।

ଆରକାନି ତାଲୁକାରେ ଥିବା ୧୬୫ ଟି ଗ୍ରାମ ଏବଂ ପଲ୍ଲୀରେ ପ୍ରାୟ ଦୁଇ ଲକ୍ଷ ଲୋକ ରହୁଥିବା ଧଡ଼ଗାଁ ଅଞ୍ଚଳରେ ରାଜ୍ୟ ପରିବହନ ବସ ଚଳାଚଳ କରେ ନାହିଁ। ଧଡ଼ଗାଁ ଗ୍ରାମ୍ୟ ଚିକିତ୍ସାଳୟ ନିକଟ ବସ୍‌ ଡିପୋରୁ ବସ୍‌ ସବୁ ନନ୍ଦୁରବରର ଅନ୍ୟ ସ୍ଥାନକୁ ଏବଂ ବାହାରକୁ ଯାଏ। ନନ୍ଦୁରବର ଜିଲ୍ଲା ପରିଷଦର ସଭ୍ୟ ଗଣେଶ ପରଡକେ କହନ୍ତି, "ଏଠାରେ କୌଣସି ଭିତ୍ତିଭୂମି ନାହିଁ।"

ସାଧାରଣତଃ ଲୋକମାନେ ଅଂଶୀଦାର ଜିପ ଉପରେ ନିର୍ଭର କରନ୍ତି କିନ୍ତୁ ଏଗୁଡିକ ସବୁବେଳେ ମିଳେ ନାହିଁ ଏବଂ ଏ ଅଞ୍ଚଳର ଯେ କୌଣସି ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ, ବଜାରକୁ, ବସଷ୍ଟାଣ୍ଡକୁ ଯିବା ଆସିବା ପାଇଁ ଜଣକ ପିଛା ୧୦୦ ଟଙ୍କା ଖର୍ଚ୍ଚ ହୁଏ।

ପେସ୍ରି ଏବଂ ତାଙ୍କର ପରିବାର ଏହି ଭଡା ଦେବା ପାଇଁ ସକ୍ଷମ ନୁହନ୍ତି। ସେ ତାଙ୍କର ସମସ୍ତ ପଶୁ ସମ୍ପଦ - ଗୋଟିଏ ଷଣ୍ଢ, ଆଠଟି ଛେଳି, ସାତଟି କୁକୁଡ଼ା କେହଲ୍ୟାଙ୍କର ରୋଗ ନିର୍ଣ୍ଣୟ ଏବଂ ପ୍ରାଥମିକ ଚିକିତ୍ସା ଖର୍ଚ୍ଚ ପାଇଁ ଜଣେ କୃଷକଙ୍କୁ ବିକ୍ରି କରିଦେଲେ। ମାଟି ଘରେ କାଠ ଖୁଣ୍ଟ ଦେଇ ଯେଉଁ ଜାଗାରେ ପଶୁମାନଙ୍କୁ ବାନ୍ଧି ସେ ରଖିଥିଲେ ତାହା ଏବେ ପରିତ୍ୟକ୍ତ।

ଏପ୍ରିଲ ୨୦୨୦ ଆରମ୍ଭରେ କେହଲ୍ୟ ତାଙ୍କ ବାମ ଗାଲରେ ଫୁଲିଥିବା ଏକ ଚିହ୍ନ ଦେଖିଲେ କିନ୍ତୁ କୋଭିଡ ଭୟ ଯୋଗୁଁ ପରିବାର ବର୍ଗ ଔଷଧିୟ ଚିକିତ୍ସା ପାଇଁ ପ୍ରତିରୋଧ କରିଥିଲେ। ପେସ୍ରି କହନ୍ତି, "କରୋନା ଯୋଗୁଁ ଆମେମାନେ ଡାକ୍ତରଖାନା ଯିବାରୁ ବଞ୍ଚିତ ହେଲୁ।" ଆମେ ଘରୋଇ ଡାକ୍ତରଖାନା ଏବର୍ଷ [ ଜାନୁଆରୀ ୨୦୨୧ ନାଭାପୁର ତାଲୁକାର ଚିଞ୍ଚପଡା ଖ୍ରୀଷ୍ଟିଆନ ଚିକିତ୍ସାଳୟ ] ନେଲୁ କାରଣ ସେହି ଅଂଶଟି ବଡ ହୋଇଯାଇଥିଲା ଏବଂ ଅଧିକ କଷ୍ଟ ଦେଉଥିଲା।

State transport buses don’t ply within the hilly Dhadgaon region of 165 villages and hamlets, and the Narmada river flowing through. People usually rely on shared jeeps, but these are infrequent and costly
PHOTO • Jyoti Shinoli
State transport buses don’t ply within the hilly Dhadgaon region of 165 villages and hamlets, and the Narmada river flowing through. People usually rely on shared jeeps, but these are infrequent and costly
PHOTO • Jyoti Shinoli

ରାଜ୍ୟ ପରିବହନ ବସ ସବୁ ପାହାଡିଆ ଏବଂ ନର୍ମଦା ନଦୀ ପ୍ରବାହିତ ଧଡଗାଁ ଅଞ୍ଚଳର ୧୬୫ ଗାଁ ଏବଂ ପଲ୍ଲୀ ଅଞ୍ଚଳରେ ଚଳାଚଳ କରେ ନାହିଁ। ଲୋକମାନେ ସାଧାରଣତଃ ଅଂଶୀଦାର ଜିପ ଉପରେ ନିର୍ଭର କରନ୍ତି, କିନ୍ତୁ ସେଗୁଡିକ ସବୁବେଳେ ଆସେ ନାହିଁ ଏବଂ ବ୍ୟୟବହୁଳ ମଧ୍ୟ।

ସେ ଆଉ ମଧ୍ୟ କହନ୍ତି, "ମୁଁ ସମସ୍ତ ପଶୁମାନଙ୍କୁ ୬୦,୦୦୦ ( ଟଙ୍କାରେ ) ବିକିଲି - ଆମେ ଭାବିଲୁ, ସରକାରୀ ଡାକ୍ତରଖାନା ପରିବର୍ତ୍ତେ ଏକ ବଡ ( ଘରୋଇ ) ଡାକ୍ତରଖାନା - ସେମାନେ ଉତ୍ତମ ଚିକିତ୍ସା ଦେବେ । ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ମାତ୍ର ଆମେ ଭଲ ଚିକିତ୍ସା ପାଇବା। ସେଠାକାର ଡାକ୍ତର କହିଲେ ଅସ୍ତ୍ରୋପଚାର ହେବ, କିନ୍ତୁ ଆମ ପାଖରେ ଅର୍ଥ ନାହିଁ।"

ତାଙ୍କର ଆଠ ସଦସ୍ୟ ବିଶିଷ୍ଟ ପରିବାର ମଧ୍ୟରେ ଅଛନ୍ତି ତାଙ୍କର ଝିଅ ଲୀଳା, ବଡ ପୁଅ ସୁବାସ ଯାହାର ବୟସ ୨୮, ତାର ସ୍ତ୍ରୀ ସୁନି ଓ ସେମାନଙ୍କର ଦୁଇ ଶିଶୁ ଏବଂ ପେସ୍ରିଙ୍କର ୧୪ ବର୍ଷୀୟ ସାନ ପୁଅ ଅନିଲ - ଏହି ପରିବାର ବର୍ଷା ଋତୁରେ ଚାଷ କରୁଥିବା ଏକ ଏକର ପାହାଡିଆ ଢ଼ାଲୁ ଜମିରୁ ଆଦାୟ କରିଥିବା ଦୁଇ ତିନି କୁଇଣ୍ଟାଲ ଜୱାର, ସେମାନଙ୍କର ଖାଦ୍ୟ ପାଇଁ ଯଥେଷ୍ଟ ନୁହେଁ। "ଆମକୁ ବାହାରକୁ ( କାମ ପାଇଁ ) ଯିବାକୁ ହେବ।''

ତେଣୁ ପ୍ରତିବର୍ଷ ଅକ୍ଟୋବରରେ ଫସଲ ଅମଳ ପରେ ସେ ଏବଂ କେହଲ୍ୟ ସ୍ଥାନାନ୍ତର ହୋଇ ଗୁଜୁରାଟରେ କପା ଚାଷଜମିରେ କାମ କରୁଥିଲେ। ଏହା ପ୍ରତ୍ୟେକଙ୍କୁ ଦୈନିକ ୨୦୦ ରୁ ୩୦୦ ଟଙ୍କା ରୋଜଗାର ଦେଉଥିଲା ଏବଂ ବର୍ଷର ନଭେମ୍ବର ରୁ ମଇ ମାସ ମଧ୍ୟରେ ପ୍ରାୟ ୨୦୦ ଦିନ କାମ ଯୋଗାଉଥିଲା। କିନ୍ତୁ ଏବର୍ଷ ମହାମାରୀ ଯୋଗୁଁ ପରିବାର ସେମାନଙ୍କର ପଲ୍ଲୀରେ ରହିଲେ। ପେସ୍ରି କହନ୍ତି, "ସେ ବର୍ତ୍ତମାନ ଶଯ୍ୟାଶାୟୀ ଏବଂ ଭୁତାଣୁ ଏବେ ମଧ୍ୟ ଅଛି।"

କୁମ୍ଭାରୀ, ସେହି ପଲ୍ଲୀର ଲୋକ ସଂଖ୍ୟା ୬୬୦ (ଜନଗଣନା ୨୦୧୧ ଅନୁଯାୟୀ)। ଆଶା ସହଯୋଗୀ କର୍ମୀ ୩୬ ବର୍ଷୀୟା ସୁନିତା ପାଟିଲ କହନ୍ତି, ତାଙ୍କର ନଥିରୁ ଜଣାପଡୁଛି, ସେ ତଦାରଖ କରୁଥିବା କୁମ୍ଭାରୀ ସହିତ ଦଶଟି ପଲ୍ଲୀର କେହଲ୍ୟ ହେଉଛନ୍ତି ଏକମାତ୍ର ବାସିନ୍ଦା, କର୍କଟ ରୋଗୀ, ସେ ଆକଳନ କରିଛନ୍ତି ଯେ, ସେମାନଙ୍କର ମୋଟ ଜନସଂଖ୍ୟା ପ୍ରାୟ ୫୦୦୦, ଏବଂ ସେ ଆହୁରି ମଧ୍ୟ କହିଛନ୍ତି, “ଆମ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୫୦ ପୁରୁଷ-ମହିଳା ସିକଲ - ସେଲ ରକ୍ତହୀନତା ରୋଗରେ ଆକ୍ରାନ୍ତ [ଲାଲ ରକ୍ତ କଣିକା ରୋଗ, ନିର୍ଦ୍ଦେଶାବଳିରେ ତାଲିକାଭୁକ୍ତ ହୋଇଥିବା ୨୦ ଟି ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ ] ଏବଂ ପ୍ରାୟ ୨୫୦ ଜଣ ବ୍ୟକ୍ତି ୬୦ ରୁ ଊର୍ଦ୍ଧ୍ୱ ବର୍ଷରୁ ଅଧିକ ଅଟନ୍ତି। ”

ପରିବହନ ବ୍ୟବସ୍ଥା ଏବଂ ସଡକ ସଂଯୋଗର ଅଭାବ ଯୋଗୁ ଟୀକା ନେବା ପାଇଁ କେହି ଧଡ଼ଗାଁ ଗ୍ରାମ୍ୟ ଡାକ୍ତରଖାନାକୁ ଯିବାକୁ ସକ୍ଷମ ନୁହନ୍ତି। ସୁନିତା କୁହନ୍ତି "ଆମେମାନେ ପ୍ରତ୍ୟେକ ଘରକୁ ଯାଇ ସଚେତନ କରାଉ ଅଛୁ ଯେ ଟୀକାକରଣ ଆରମ୍ଭ ହେଲାଣି, କିନ୍ତୁ ସେହି କେନ୍ଦ୍ରରେ ପହଞ୍ଚିବା ବଡ କଷ୍ଟକର ବ୍ୟାପାର।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରସ୍ତୁତ ନନ୍ଦୁରବର ଟୀକାକରଣ ବିବରଣୀରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ୬୦ ବର୍ଷରୁ ଅଧିକ ୨୨ ଜଣ ନାଗରିକ ଧଡଗାଁ ଗ୍ରାମ୍ୟ ଡାକ୍ତରଖାନାରେ ଟୀକା ର ପ୍ରଥମ ଡୋଜ୍ ନେଇଛନ୍ତି, ଆଉ ମଧ୍ୟ ୪୫ ରୁ ୬୦ ବର୍ଷ ବୟସ ଭିତରେ ଥିବା ଜଣେ ତାଲିକାଭୁକ୍ତ ରୋଗୀ ଟୀକା ନେଇଛନ୍ତି।

ଜିଲ୍ଲାର ସହରାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ଯେଉଁ ଟୀକା ଗ୍ରହଣ କେନ୍ଦ୍ର ସ୍ଥିର କରାଯାଇଛି, ସେଥିରୁ ଜଣାଯାଉଛି ଯେ ମାର୍ଚ୍ଚ ୨୦୨୦ ସୁଦ୍ଧା ୨୦,୦୦୦ରୁ ଅଧିକ ସକାରାତ୍ମକ ସ୍ଥିତି। ଧଡ଼ଗାଁ ଡାକ୍ତରଖାନାଠାରୁ ୪୫ କିଲୋମିଟର ଦୂର ତାଲୋଦା ଉପବିଭାଗୀୟ ଡାକ୍ତରଖାନାରେ ସ୍ଥିତି କିଛି ପରିମାଣରେ ଉନ୍ନତ ଅଛି। ୬୦ରୁ ଅଧିକ ବୟସର ୧୨୭୯ ବ୍ୟକ୍ତି ପ୍ରଥମ ଡୋଜ (ମାର୍ଚ୍ଚ ୨୦ ସୁଦ୍ଧା ) ଟୀକା ଗ୍ରହଣ କରିଛନ୍ତି। ସେହିପରି ୩୩୨ ଜଣ ତାଲିକାଭୁକ୍ତ ରୋଗୀ ଟୀକା ନେଇଛନ୍ତି।

Left: The Roshamal Kh. PHC is between 5-8 kilometers from the hamlets: 'Can’t the government give us the injection here [at the local PHC]?' people ask. Right: Reaching the nearest Covid vaccination center in Dhadgaon Rural Hospital involves walking some 20 kilometres across hilly terrain
PHOTO • Jyoti Shinoli
Left: The Roshamal Kh. PHC is between 5-8 kilometers from the hamlets: 'Can’t the government give us the injection here [at the local PHC]?' people ask. Right: Reaching the nearest Covid vaccination center in Dhadgaon Rural Hospital involves walking some 20 kilometres across hilly terrain
PHOTO • Jyoti Shinoli

ବାମ :ପଲ୍ଲୀ ଠାରୁ ୫-୮ କିଲୋମିଟର ମଧ୍ୟରେ ରୋସାମଲ ଖ. ପିଏଚସି - ଲୋକମାନେ କହନ୍ତି "ସରକାର କଣ ଏଠାରେ (ସ୍ଥାନୀୟ ପିଏଚସି) ଆମମାନଙ୍କୁ ଇଞ୍ଜେକ୍ସନ୍ ଦେଇପାରନ୍ତେ ନାହିଁ ?" ଡାହାଣ: ନିକଟବର୍ତ୍ତୀ ଧଡ଼ ଗାଁ ଡାକ୍ତରଖାନା କୋଭିଡ୍ ଟୀକାକରଣ କେନ୍ଦ୍ର ଯାହାକି ପାହାଡିଆ ରାସ୍ତାରେ ଏପାଖରୁ ସେପାଖ ପ୍ରାୟ ୨୦ କିଲୋମିଟର ଦୂର।

ନନ୍ଦୁରବର ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ନିତିନ ବୋରକେ କହନ୍ତି "ଦୁର୍ଗମ ଆଦିବାସୀ ଅଞ୍ଚଳରେ ଟୀକାକରଣ ପ୍ରତିକ୍ରିୟା ଅତି ନ୍ୟୁନ - ଧଡ଼ଗାଁରେ ରାସ୍ତା ସଂଯୋଗ ଏକ ବଡ଼ ସମସ୍ୟା। ଏ ଅଞ୍ଚଳରେ ଥିବା ଗ୍ରାମ ଏବଂ ପଲ୍ଲୀଗୁଡ଼ିକ ଟୀକାକରଣ କେନ୍ଦ୍ରଠାରୁ ବହୁତ ଦୂରରେ।"

ପେସ୍ରିଠାରୁ ୧୦ କିଲୋମିଟର ସେହି ସୁଦୂର ପଲ୍ଲୀମାନଙ୍କ ମଧ୍ୟରେ ନର୍ମଦା ନଦୀ କୂଳରେ ଥିବା ଚିତଖେଡି ଠାରୁ ଧଡ଼ଗାଁ ଗ୍ରାମ୍ୟ ଡାକ୍ତରଖାନାରେ ଥିବା ଟୀକାକରଣ କେନ୍ଦ୍ର ୨୫ କିଲୋମିଟରରୁ ଅଧିକ ଦୂର।

ଏହି ପଲ୍ଲୀରେ ୮୫ ବର୍ଷୀୟା ସୋନୟା ପାଟିଲ ଯେକି ପାର୍କୀନସନ୍ ରୋଗରେ ପୀଡିତ ( ଏକ ମସ୍ତିଷ୍କ ବିକାର ଯାହାକି କମ୍ପନ,କଠୋରତା ଚଳପ୍ରଚଳରେ ସନ୍ତୁଳନ ଏବଂ ସମନ୍ୱୟ ରଖିବାରେ କଠିନ ହୋଇଥାଏ) ତାଙ୍କ ଭାଗ୍ୟକୁ ନିନ୍ଦା କରି ଏକ ଖଟିଆ ଉପରେ ପଡିଛନ୍ତି। ସେ କାନ୍ଦି କାନ୍ଦି ଚିତ୍କାର କରୁଛନ୍ତି "ମୁଁ କି ପାପ କରିଥିଲି, ଭଗବାନ ମତେ ଏ ରୋଗ ଦେଇଛନ୍ତି।" ତାଙ୍କର ସ୍ତ୍ରୀ ବୁବାଲି ଗୋବରରେ ଲିପା ଯାଇଥିବା ଚଟାଣରେ ତାଙ୍କ ଖଟିଆ ପାଖରେ ବସି ଗୋଟିଏ ଧୂସର ବର୍ଣ୍ଣ ଚେକ୍ ଥିବା ଗାମୁଛାରେ ତାଙ୍କର ଲୁହ ପୋଛି ଦେଇଛନ୍ତି। ତାଙ୍କର ସ୍ୱାମୀ ଚିତକେଡିରେ ଏକ ଉଚ୍ଚ ପାହାଡ଼ ଉପରେ ଥିବା ଏକ ବାଉଁଶ କୁଡ଼ିଆରେ ଏହି ରୋଗରେ ପଡି ୧୧ ବର୍ଷ କାଳ ବିତାଉଛନ୍ତି।

ଏହି ପରିବାର ଆଦିବାସୀ ଭିଲ୍ ସମ୍ପ୍ରଦାୟର - ଟୀକା ନେବାର ଯୋଗ୍ୟତା ବୟସ ସୀମା ଭିତରେ ସୋନିଆ ଏବଂ ବୁବାଲି ଅଛନ୍ତି। କିନ୍ତୁ ୮୨ ବର୍ଷୀୟା ବୁବାଲି କହନ୍ତି, ଆମେ ଦୁହେଁ ବୃଦ୍ଧ ଏବଂ ସେ ଶଯ୍ୟାଶାୟୀ। ଆମେମାନେ ଟୀକା ବିଷୟରେ କାହିଁକି ଖୁସିହେବୁ, ଯୋଉଠାକୁ ଆମେ ଗୋଟିଏ ପାଇବାକୁ ଚାଲିକି ଯାଇପାରୁନାହୁଁ।

ସେ ଦୁଇଜଣ ସେମାନଙ୍କର ୫୦ ବର୍ଷୀୟ ପୁଅ ହନୁ ଏବଂ ବୋହୂ ଗର୍ଜିର ରୋଜଗାର ଉପରେ ନିର୍ଭର କରନ୍ତି। ସେମାନେ ସେମାନଙ୍କର ଛଅଟି ପିଲାଙ୍କ ସହ ଛୋଟ ବାଉଁଶ କୁଡ଼ିଆଟିରେ ବାସ କରନ୍ତି। ବୁବାଲି କହନ୍ତି , "ହନୁ ତାଙ୍କୁ ( ତାଙ୍କର ବାପାଙ୍କୁ)ସ୍ନାନ କରାନ୍ତି, ଶୌଚାଳୟକୁ ନିଅନ୍ତି, ଉଠାନ୍ତି, ତାଙ୍କର ଯତ୍ନ ନିଅନ୍ତି। ସେମାନଙ୍କର ଆଉ ଚାରି ବିବାହିତ ପୁଅ ଏବଂ ତିନି ବିବାହିତା ଝିଅ ଅନ୍ୟ ପଲ୍ଲୀରେ ବାସ କରନ୍ତି।

Bubali, 82, with her grandkids in the remote Chitkhedi hamlet. She and her husband are in an age bracket eligible for the vaccine, but, she says, 'Why should we be happy about the vaccine when we can’t walk to get one?'
PHOTO • Jyoti Shinoli
Bubali, 82, with her grandkids in the remote Chitkhedi hamlet. She and her husband are in an age bracket eligible for the vaccine, but, she says, 'Why should we be happy about the vaccine when we can’t walk to get one?'
PHOTO • Jyoti Shinoli

ସୁଦୂର ଚିତଖେଡ଼ି ପଲ୍ଲୀରେ ୮୨ ବର୍ଷୀୟା ବୁବାଲି ତାଙ୍କର ନାତିନାତୁଣୀଙ୍କ ସହ ରୁହନ୍ତି। ସେ ଏବଂ ତାଙ୍କର ସ୍ୱାମୀ ଯୋଗ୍ୟତା ବୟସସୀମା ଅନୁସାରେ ଟୀକା ନେବାକୁ ଯୋଗ୍ୟ। କିନ୍ତୁ ସେ କହନ୍ତି, " ଟୀକା ନେବା ପାଇଁ ଆମେ କାହିଁକି ଖୁସି ହେବୁ ? ଆମେ ଯେତେବେଳେ ଗୋଟିଏ ପାଇବା ପାଇଁ ଚାଲି ପାରୁନାହୁଁ।

ହନୁ ଏବଂ ଗର୍ଜି ନର୍ମଦା ନଦୀରେ ସପ୍ତାହରେ ତିନିଦିନ ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମାଛ ଧରନ୍ତି। ଗର୍ଜି କହନ୍ତି, "ଜଣେ ବ୍ୟବସାୟୀ ସପ୍ତାହରେ ତିନିଦିନ ଆମ ପଲ୍ଲୀକୁ ଆସନ୍ତି। ସେ ଏକ କିଲୋ [ମାଛ] ପ୍ରତି ୧୦୦ ଟଙ୍କା ଦିଅନ୍ତି।’’ ଥରକେ ୨-୩ କିଲୋ - ଏପରି ସପ୍ତାହରେ ତିନିଦିନ ଧରିଲେ ସେମାନେ ୩୬୦୦ ଟଙ୍କା ରୋଜଗାର କରନ୍ତି। ଅନ୍ୟଦିନେ ହନୁ ଧଡ଼ ଗାଁ ଭୋଜନାଳୟରେ ସଫେଇ ଏବଂ ଧୋଇବା କାର୍ଯ୍ୟ କରି ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି ଏବଂ ଗର୍ଜି କୃଷି ଶ୍ରମିକ ଭାବେ କାର୍ଯ୍ୟ କରି ୧୦୦ ଟଙ୍କା ରୋଜଗାର କରନ୍ତି। ସେ କହନ୍ତି, “ଗୋଟିଏ ମାସରେ ଆମେ ଉଭୟ ମାସକୁ ୧୦-୧୨ ଦିନ କାମ ପାଉ - ବେଳେ ବେଳେ ସେତିକି ମଧ୍ୟ ନଥାଏ।’’

ତେଣୁ ଏପରିକି ୨୦୦୦ ଟଙ୍କା ଦେଇ ଘରୋଇ ଗାଡ଼ି ଭଡା କରି ଦୋଲ୍ୟା ଏବଂ ବୁବାଲିକୁ ଟୀକାକରଣ କେନ୍ଦ୍ରକୁ ନେବା ଅତ୍ୟଧିକ ଅତିରିକ୍ତ ଖର୍ଚ୍ଚ ହେବ।

ବୁବାଲି ଆଉ ମଧ୍ୟ କହନ୍ତି ,"ସେ ଇଞ୍ଜେକ୍ସନ ଆମମାନଙ୍କ ପାଇଁ ଭଲ ହୋଇପାରେ। କିନ୍ତୁ ମୁଁ ଏ ବୟସରେ ଏତେ ବାଟ ଚାଲି ପାରିବିନାହିଁ।" ସେ ମଧ୍ୟ କୋଭିଡ-୧୯ ବିଷୟରେ ଚିନ୍ତିତ ଯଦି ସେମାନେ କୌଣସି ଡାକ୍ତରଖାନାକୁ ଯାଆନ୍ତେ।" ଯଦି ଆମେ କୋରୋନାରେ ସଂକ୍ରମିତ ହେଉ,କଣ ହେବ ? ଆମେମାନେ ଯିବୁ ନାହିଁ। ସରକାର ଆମ ଘରକୁ ଆସୁ।"

ସେଇ ପଲ୍ଲୀର ଅନ୍ୟ ଏକ ଛୋଟ ପାହାଡ଼ରେ ୮୯ ବର୍ଷୀୟ ଦୋଲ୍ୟା ଭାସବେ ତାଙ୍କ ଘର ସାମନା ଅଗଣାରେ ଏକ କାଠର ମଞ୍ଚ ଉପରେ ବସି ସେହି ଭୟର ପ୍ରତିଧ୍ଵନି ଭିତରେ, ଦୃଢ଼ ଭାବରେ କହନ୍ତି, “ଯଦି ମୁଁ ଯାଏ ( ଟୀକା ନେବା ପାଇଁ ) କେବଳ ଗୋଟିଏ ଗାଡ଼ି ( ଚାରିଚକିଆ )ରେ ଯିବି, ନଚେତ୍ ମୁଁ ଯିବି ନାହିଁ।"

ତାଙ୍କର ଦୃଷ୍ଟିଶକ୍ତି କ୍ଷୀଣ ହେଉଛି। ସେ ତାଙ୍କ ଚତୁପାର୍ଶ୍ଵ ଥିବା ଜିନିଷଗୁଡିକୁ ଚିହ୍ନିବାରେ ଅସମର୍ଥ। ସେ ମନେ ପକାନ୍ତି "ସମୟ ଥିଲା, ଯେତେବେଳେ ମୁଁ ଏ ସବୁ ପାହାଡ଼ରେ ସହଜରେ ତଳ ଉପର ଯିବା ଆସିବା କରୁଥିଲି। ବର୍ତ୍ତମାନ ମୋର ସେ ଶକ୍ତି ନାହିଁ ଏବଂ ସ୍ପଷ୍ଟଭାବେ ଦେଖି ପାରୁନାହିଁ।’’

Left: Dolya Vasave, 89, says: 'If I go [to get the vaccine], it will only be in a gaadi, otherwise I won’t go'. Right: ASHA worker Boji Vasave says, 'It is not possible for elders and severely ill people to cover this distance on foot, and many are scared to visit the hospital due to corona'
PHOTO • Jyoti Shinoli
Left: Dolya Vasave, 89, says: 'If I go [to get the vaccine], it will only be in a gaadi, otherwise I won’t go'. Right: ASHA worker Boji Vasave says, 'It is not possible for elders and severely ill people to cover this distance on foot, and many are scared to visit the hospital due to corona'
PHOTO • Jyoti Shinoli

ବାମ: ୮୯ ବର୍ଷୀୟ ଦୋଲ୍ୟା ଭାସବେ କହନ୍ତି :  ‘ଯଦି ମୁଁ ଯାଏ [ ଟୀକା ନେବା ପାଇଁ ], କେବଳ ଏକ ଗାଡ଼ିରେ ଯିବି ନଚେତ୍ ମୁଁ ଯିବି ନାହିଁ।’ ଡାହାଣ: ଆଶାକର୍ମୀ ବୋଜି ଭାସବେ କହନ୍ତି " ବୟସ୍କ ଏବଂ ଅତ୍ୟଧିକ ଅସୁସ୍ଥମାନଙ୍କ ପାଇଁ ଏ ଦୂରତା , ପାଦରେ ଯିବା ସମ୍ଭବ ନୁହେଁ ଏବଂ ଅନେକ ମଧ୍ୟ କୋରୋନା ଯୋଗୁଁ ଯିବାକୁ ଡରୁଛନ୍ତି।

ପ୍ରସବ ସମୟରେ ଜଟିଳତା ଯୋଗୁଁ ଦୋଲ୍ୟାର ପତ୍ନୀ ରୁଲା ୩୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ- ଏକାକୀ ସେ ତିନି ପୁତ୍ରଙ୍କୁ ପାଳିଲେ।ସେମାନେ ସମସ୍ତେ ନିକଟସ୍ଥ ପଲ୍ଲୀରେ ନିଜ ନିଜ କୁଡ଼ିଆରେ ରହନ୍ତି। ତାଙ୍କର ୨୨ ବର୍ଷର ନାତି କଳ୍ପେଶ ତାଙ୍କ ସହିତ ରହନ୍ତି ଏବଂ ତାଙ୍କର ଯତ୍ନ ନିଅନ୍ତି ଏବଂ ରୋଜଗାର ପାଇଁ ମାଛ ଧରିବା କାମ ଉପରେ ନିର୍ଭର କରନ୍ତି।

ଚିତଖେଡ଼ିରେ ୯୪ ଟି ପରିବାରରେ ରହୁଥିବା ୫୨୭ ଲୋକମାନଙ୍କ ପାଇଁ କାମ କରୁଥିବା ପଲ୍ଲୀର ଆଶାକର୍ମୀ ୩୪ ବର୍ଷୀୟ ବୋଜି ଭାସବେ କହନ୍ତି  ଯେ ଚିତଖେଡିରେ ୬୦ ବର୍ଷରୁ ଅଧିକ ଦୋଲ୍ୟା, ସୋନିଆ ଏବଂ ବୁବାଲିଙ୍କ ସହିତ ୧୫ ଜଣ ବାସିନ୍ଦା ରହନ୍ତି , ସେ ମଧ୍ୟ କହନ୍ତି ,"ମାର୍ଚ୍ଚ ମାସ ମଧ୍ୟଭାଗରେ ଯେତେବେଳେ ମୁଁ ପରିଦର୍ଶନ କରିଥିଲି, ସେମାନଙ୍କ ମଧ୍ୟରୁ କେହି ଟୀକାକରଣ କେନ୍ଦ୍ରକୁ ଯାଇନଥିଲେ। ବୋଜି କହନ୍ତି," ବୟସ୍କ ଏବଂ ସାଙ୍ଘାତିକ ଅସୁସ୍ଥ ଲୋକମାନଙ୍କ ଦ୍ଵାରା ଏହି ଦୂରତା ପାଦରେ ଚାଲି କରି ଯିବା ସମ୍ଭବପର ନୁହେଁ ଏବଂ ଅନେକ କୋରୋନା ଯୋଗୁଁ ଡାକ୍ତରଖାନା ଯିବାକୁ ଡରନ୍ତି।

ଏ ସବୁ ସମସ୍ୟାର ସମାଧାନ ପାଇଁ ତଥା ଟୀକାଦାନରେ ଉନ୍ନତି ପାଇଁ ମହାରାଷ୍ଟ୍ର ସରକାର ପିଏଚସିମାନଙ୍କରେ ଟୀକାକରଣ ଅନୁମତି ପାଇଁ ଯୋଜନା କରୁଥିବା ଜଣାଯାଇଛି କିନ୍ତୁ ଏହା ଇଣ୍ଟରନେଟ ସଂଯୋଗ ଥିବା ଅଞ୍ଚଳରେ ସମ୍ଭବ ହୋଇପାରିବ ବୋଲି ଡାକ୍ତର ନିତିନ ବୋରକେ କହନ୍ତି: “ହିତାଧିକାରୀ ମାନଙ୍କର ପଞ୍ଜିକରଣ COWIN ଏବଂ QR କୋଡ଼ ଆଧାରିତ ଟୀକାକରଣ ପ୍ରମାଣପତ୍ର ସୃଷ୍ଟି ପାଇଁ ଟୀକାକରଣ କେନ୍ଦ୍ରମାନଙ୍କରେ ଇଣ୍ଟରନେଟ ସଂଯୋଗ, କମ୍ପ୍ୟୁଟର, ପ୍ରିଣ୍ଟର ଆବଶ୍ୟକ।’’

ଧଡ଼ଗାଁ ଅଞ୍ଚଳର ଅଭ୍ୟନ୍ତରରେ ଥିବା ଚିତଖେଡ଼ି ଓ କୁମ୍ଭାରୀ ପରି ପଲ୍ଲୀମାନଙ୍କର କ୍ଵଚିତ ମୋବାଇଲ ନେଟୱର୍କ ଥାଏ। ତେଣୁ ପିଏଚସି ଏବଂ ନିକଟବର୍ତ୍ତୀ ଏହି ପଲ୍ଲୀ ସବୁ ପାଇଁ ନେଟୱର୍କ ସୁବିଧା ନାହିଁ। ରୋସାମଲ ପିଏଚସିର ଡାକ୍ତର ଶିବାଜୀ ପାୱାର କହନ୍ତି, "ଏପରିକି କିଛି କଲ କରିବା ପାଇଁ ମୋବାଇଲ ନେଟୱର୍କ ନାହିଁ। ଏଠାରେ ଇଣ୍ଟରନେଟ ସୁବିଧା ମିଳିବା ଅସମ୍ଭବ।"

ପେସ୍ରି ଯଦିଓ ଏସବୁ ବାଧାବିଘ୍ନରୁ ମୁକ୍ତ। ସେ କୁହନ୍ତି, “କେହି ଏଠାକୁ ଆସିବାକୁ ଚାହାନ୍ତି ନାହିଁ। ଯାହାବି ହେଉ ଏହା ଦ୍ୱାରା (କୋଭିଡ ଟୀକା ) ତାଙ୍କର (କେହଲ୍ୟଙ୍କର) କର୍କଟ ରୋଗ ଭଲ ହେବାକୁ ଯାଉନି।" ଏହି ସୁଦୂର ପାହାଡ଼ରେ ଆମର ସେବା କରିବାକୁ, ଆମକୁ ଔଷଧ ଦେବାକୁ ଡ଼ାକ୍ତରମାନେ କାହିଁକି ଏଠାକୁ ଆସିବେ ?

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

ଜ୍ୟୋତି ଶିନୋଲି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜ୍ୟୋତି ଶିନୋଲି
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE