ଆସାମର ବ୍ରହ୍ମପୁତ୍ର ନଦୀ ଦ୍ୱୀପପୁଞ୍ଜ ରେ ଚାରଣ ଭୂମି ସନ୍ଧାନରେ ନିଜ ମଈଁଷି ପଲଙ୍କୁ ଧରି ଘୂରି ବୁଲିଥାନ୍ତି ସତ୍ୟଜିତ ମୋରାଙ୍ଗ। ‘‘ଗୋଟିଏ ମଈଁଷି ଏକ ହାତୀ ସହ ସମାନ ପରିମାଣର ଖାଦ୍ୟ ଖାଇପାରେ !,’’ ସେ କୁହନ୍ତି। ତେଣୁ ତାଙ୍କ ଭଳି ପାଳକମାନେ ସବୁବେଳେ ଚାରଣ ଭୂମି ସନ୍ଧାନରେ ଯାତ୍ରାରତ ଥାଆନ୍ତି।

ସେ ଓ ତାଙ୍କ ପାଳିତ ପଶୁଙ୍କ ସାଥୀରେ ରହିଥାଏ ତାଙ୍କର ସଙ୍ଗୀତ।

‘‘ ମୁଁ କାହିଁକି ମୋର ମଈଁଷି ଚରାଇବାକୁ ଯିବି , ହେ ମୋର ପ୍ରିୟା
ଯଦି ମୁଁ ତୁମକୁ ଦେଖିବାକୁ ନପାଇବି ?’’

ପାରମ୍ପରିକ ଓଇନିଟୋମ୍ ସଙ୍ଗୀତ ଶୈଳୀରେ ଗାନ କରି ସେ ନିଜସ୍ୱ ଗୀତି କବିତା ଉତ୍ପନ୍ନ କରିଛନ୍ତି ଯାହାକି କାରେଙ୍ଗ ସାପୋରୀ ଗ୍ରାମରେ ଥିବା ଘର ପରିବାରଠାରୁ ଦୂରରେ ରହିବା ସମୟରେ ତାଙ୍କର ଭଲପାଇବାର ଚିତ୍ର ଓ ଘରକୁ ଝୁରିବାକୁ ରୂପାୟିତ କରେ। ‘‘ଘାସ କେଉଁଠି ଅଛି ସେ ବିଷୟରେ ଆମେ ନିଶ୍ଚିତ ହୋଇପାରିବୁ ନାହିଁ, ତେଣୁ ଆମେ ଆମ ମଈଁଷିଙ୍କ ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିଥାଉ,’’ ସେ ଏହି ଭିଡିଓରେ କହିଛନ୍ତି। ‘‘ଯଦି ଆମେ ୧୦୦ ମଈଁଷିଙ୍କୁ ଏଠାରେ (ଧରାଯାଉ) ୧୦ ଦିନ ପାଇଁ ରଖିବୁ, ତା’ହେଲେ ୧୦ ଦିନ ପରେ ଏଠି ଆଦୌ ଘାସ ମିଳିବ ନାହିଁ। ଆମକୁ ପୁଣିଥରେ ଏକ ନୂଆ ଚାରଣଭୂମି ସନ୍ଧାନରେ ଯିବାକୁ ହେବ।’’

ଏହି ଓଇନିଟୋମ୍ ଶୈଳୀର ଲୋକ ସଙ୍ଗୀତ ଆସାମ୍‌ର ମିସିଙ୍ଗ୍ ସମ୍ପ୍ରଦାୟ ନାମକ ଜାତିରୁ ଆସିଛି। ରାଜ୍ୟ ଦଲିଲରେ ମିସିଙ୍ଗ୍‌ମାନଙ୍କୁ ଏକ ସୂଚୀଭୁକ୍ତ ଜନଜାତି ଭାବରେ ‘ମିରି’ ଭାବରେ ଦର୍ଶାଯାଇଛି - ଏକ ନାମ ଯାହାକୁ କି ଏହି ସମ୍ପ୍ରଦାୟର ଅନେକ ଅପମାନଜନକ ଭାବରେ ସୂଚିତ କରିଥାନ୍ତି।

ସତ୍ୟଜିତଙ୍କର ଗ୍ରାମ ଆସାମର ଜୋରାହାଟ ଜିଲ୍ଲାର ଉତ୍ତରପଶ୍ଚିମ ଜୋରାହାଟ ବ୍ଲକରେ ଅବସ୍ଥିତ। ପିଲାଦିନୁ ସେ ଜଣେ ମଈଁଷି ପାଳକ ଭାବେ କାମ କରି ଆସୁଛନ୍ତି। ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀ ଘେରି ରହିଥିବା କ୍ଷେତ୍ରର ୧,୯୪,୪୧୩ ବର୍ଗକିଲୋମିଟର ଅଞ୍ଚଳରେ  ଦ୍ୱୀପପୁଞ୍ଜଗୁଡ଼ିକ ସୃଷ୍ଟି ହୋଇଥାନ୍ତି, ଲୁଚି ଯାଇଥାନ୍ତି ପୁଣି ଦେଖା ଦିଅନ୍ତି। ଏହିସବୁ ବାଲୁକା ନଦୀ ତଟ ଓ ଦ୍ୱୀପପୁଞ୍ଜରେ ସତ୍ୟଜିତ ଘୂରି ବୁଲିଥାନ୍ତି।

ଏହି ଭିଡିଓରେ ନିଜ ଜୀବନ ସମ୍ପର୍କରେ ତାଙ୍କର କଥାବାର୍ତ୍ତା ଓ ଗୀତ ଦେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Himanshu Chutia Saikia

ହିମାଂଶୁ କୁଟିଆ ସାଇକିଆ ଜଣେ ସ୍ୱାଧୀନ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ, ଫଟୋଗ୍ରାଫର୍ ଏବଂ ଛାତ୍ର ନେତା। ସେ ଆସାମର ଜୋରହାଟର ବାସିନ୍ଦା। ସେ ମଧ୍ୟ ୨୦୨୧ ପରୀ ଫେଲୋ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Himanshu Chutia Saikia
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE