ଶହ ଶହ ଚାଷୀ- ମହିଳା ଓ ପୁରୁଷ , ତାଙ୍କ ସହ କିଛି ଛୋଟ ପିଲା – ବିହାରର ବିଭିନ୍ନ ଗାଁରୁ ୧୩୨୫୭ ଜନସାଧାରଣ ଟ୍ରେନ୍ ଧରି ୨୦୧୮ ନଭେମ୍ବର ୨୯ ତାରିଖ ଅପରାହ୍ଣ ୨ଟାରେ  ପୂର୍ବ ଦିଲ୍ଲୀର ଆନନ୍ଦବିହାର ଟର୍ମିନାଲରେ ପହଞ୍ଚିଥିଲେ। ଏହି ୯୯୦ କିଲୋମିଟର ଯାତ୍ରା ପାଇଁ ପ୍ରାୟ ୧୬ ଘଣ୍ଟା ସମୟ ଲାଗିଥିଲା।

ଅନ୍ୟମାନଙ୍କ ପାଇଁ ଅପେକ୍ଷା କରିବା ବେଳେ ଯେଉଁମାନେ ଆଗ ଓହ୍ଲାଇଥିଲେ ପ୍ଲାର୍ଟଫର୍ମରୁ ହିଁ ରାମଲୀଳା ମୈଦାନକୁ ଯାତ୍ରା ପ୍ରସ୍ତୁତି କରି ଦେଇଥିଲେ। ସେମାନେ ସ୍ଲୋଗାନ୍ ଦେଉଥିଲେ,‘‘ଆମେ ନିଶ୍ଚୟ ପେନସନ୍ ପାଇବୁ! ସ୍ଵାମୀନାଥନ୍ କମିସନ ସୁପାରିଶ ଲାଗୁ କର! ଆମେ ଦେଢ଼ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରୁଛୁ….।’’

ସେଦିନ  ସକାଳେ ମଧ୍ୟ ବହୁ କୃଷକ ଅନ୍ୟ ଟ୍ରେନ୍‌ଗୁଡ଼ିକରେ ଆସି ପହଞ୍ଚିଥିଲେ। ସେମାନେ ଆମକୁ ସେମାନଙ୍କର ଦାବି, ସମସ୍ୟା, ବର୍ଷା ନିର୍ଭର କୃଷି ଏବଂ ମରୁଡ଼ି ପରି ବହୁ ଦିନରୁ ସମାଧାନ ହୋଇପାରୁନଥିବା ପ୍ରସଙ୍ଗ, ବଜାରରେ ସେମାନଙ୍କ ଉତ୍ପାଦର ମୂଲ୍ୟ ବଢ଼ୁ ନଥିବା ବେଳେ ଡିଜେଲ୍ ଏବଂ ସାରର ଦାମ୍ ବଢ଼ିବା ସମ୍ପର୍କରେ କହିଥିଲେ। ସେମାନଙ୍କ ସନ୍ତାନମାନଙ୍କ ପାଇଁ ଭଲ ଶିକ୍ଷା କିମ୍ବା ପରିବାର ପାଇଁ ସାଧାରଣ ସ୍ଵାସ୍ଥ୍ୟ ସେବା ଯୋଗାଇବା ଯେ କେତେ କଷ୍ଟକର ସେକଥା ସେମାନେ କହୁଥିଲେ।

ଭିଡ଼ିଓରେ ଥିବା ଏହି କୃଷକମାନେ ବିହାରର ମାଧେପୁରା, ସିତାମାଢ଼ି, ଏବଂ ସିୱାନ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ନମିତା ୱାକର
Samyukta Shastri

ଲେଖକ ପରିଚୟ: ସମ୍ୟୁକ୍ତା ଶାସ୍ତ୍ରୀ ହେଉଛନ୍ତି ପିପୁଲସ୍ ଆର୍କାଇଭ ଅଫ ରୁରାଲ ଇଣ୍ଡିଆର ବିଷୟ ସଂଯୋଜକ। ପୁନେର ସିମ୍ବିଓସିସ୍ ସେଣ୍ଟର ଫର ମିଡିଆ ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ସେ ସ୍ନାତକ ଡିଗ୍ରୀ ଏବଂ ଇଂରାଜୀ ସାହିଦ୍ୟରେ ଏସ୍ଏନ୍ଡିଟି ମହିଳା ବିଶ୍ୱବିଦ୍ୟାଳୟ, ମୁମ୍ବାଇରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସଂଯୁକ୍ତା ଶାସ୍ତ୍ରୀ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE