ସଂପାଦକଙ୍କ ମନ୍ତବ୍ୟ:

ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ଗଣତନ୍ତ୍ର ଦିବସରେ ପ୍ୟାରେଡ୍‌ କରିବା ପାଇଁ କେବଳ ଅନୁମତି ନୁହେଁ, ବରଂ ସମସ୍ତ ସୁବିଧା ଯୋଗାଇ ଦେବାକୁ ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସ ସରକାରଙ୍କୁ ନିବେଦନ କରିଛନ୍ତି । ସରକାର ଓ ପ୍ରତିବାଦକାରୀ କୃଷକମାନଙ୍କ ଉଦ୍ଦେଶ୍ୟରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ ଏହି ତିନିଟି ଅପ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏବଂ ଚାଷୀମାନଙ୍କୁ କହିଛନ୍ତି ଯେ, “ଯଦି ସରକାର ଏହି ତିନିଟି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ ରାଜି ହୁଅନ୍ତି” ତେବେ ହିଁ ସେମାନେ ଘରକୁ ଫେରନ୍ତୁ।

ସମଗ୍ର ଦେଶକୁ ଜାଗ୍ରତ କରାଇଥିବାରୁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇ ସଶସ୍ତ୍ର ସେନାବାହିନୀର ଏହି ସମ୍ମାନିତ ଓ ପ୍ରତିଷ୍ଠିତ ପ୍ରବୀଣ ଅଧିକାରୀ କହନ୍ତି, “ଏଭଳି ପ୍ରବଳ ଥଣ୍ଡା ଓ ପ୍ରତିକୂଳ ପାଗରେ ରହି ବି ଅନେକ ସପ୍ତାହ ହେଲା ଆପଣମାନେ ଅନୁକରଣୀୟ ଶୃଙ୍ଖଳା ପ୍ରଦର୍ଶନ କରିଛନ୍ତି ଏବଂ ଶାନ୍ତି ବଜାୟ ରଖିଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନେ ଶାନ୍ତି ଓ ଅହିଂସା ପଥ ଅନୁସରଣ ଅବ୍ୟାହତ ରଖିବେ ।”

ଭିଡିଓ ଦେଖନ୍ତୁ : ଆଡମିରାଲ ରାମଦାସ – ଆପଣମାନେ ସମଗ୍ର ଦେଶକୁ ଜାଗ୍ରତ କରାଇଲେ

ଅନୁବାଦ - ଓଡ଼ିଶାଲାଇଭ୍‍

Admiral Laxminarayan Ramdas

ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସ ନୌସେନାର ପୂର୍ବତନ ମୁଖ୍ୟ ଏବଂ ବୀର ଚକ୍ର ସମ୍ମାନ ବିଜେତା

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Admiral Laxminarayan Ramdas
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE