ଦାମୋଦର ନଦୀ ପାର୍ଶ୍ୱରେ ଅବସ୍ଥିତ ଅମ୍‌ତା ଟାଉନ୍‌ ନିବାସୀଙ୍କର ମୁଖ୍ୟ ବୃତ୍ତି ହେଉଛି କୃଷି ଓ ମାଛ ଧରିବା। ଏଠାର ମହିଳାମାନେ ମାତ୍ରାନୁପାତୀ ଦରରେ ସିଫନ୍‌ ଓ ଜର୍‌ଜେଟ୍‌ ଶାଢୀ ଉପରେ ବିଭିନ୍ନ ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ କାମ କରନ୍ତି – ସେମାନେ ସେଗୁଡିକ ଉପରେ ପଥର ବସାଇ ସେଗୁଡିକୁ ସୁଶୋଭିତ କରନ୍ତି ଓ ସାଧା ଶାଢିଗୁଡିକୁ କଳାର ଏକ ନମୁନାରେ ରୂପାନ୍ତରିତ କରିଦିଅନ୍ତି ।

ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ, ଅନେକ ଘରରେ ମହିଳାମାନେ ଏହି କାର୍ଯ୍ୟ କରନ୍ତି; ଏହା ମାଧ୍ୟମରେ ସେମାନେ କିଛି ଉପାର୍ଜନ କରିପାରନ୍ତି, ନିଜ ପରିବାରର ବ୍ୟୟ ଭାର କିଛି ଦୂର ପର୍ଯ୍ୟନ୍ତ ବହନ କରିବାକୁ ସମର୍ଥ ହୋଇପାରନ୍ତି ଓ ଏହା ସେମାନଙ୍କ ମନରେ ସ୍ୱାଧୀନତା ମନୋଭାବ ଜାଗ୍ରତ କରିଥାଏ ।

ପଥର ଖଚିତ ଏହି ଶାଢିଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିବା ପରେ ପଶ୍ଚିମ ବଙ୍ଗଳାର ବିଭିନ୍ନ ଦୋକାନରେ ୨୦୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ ହେଲେ ସେହି ମହିଳାମାନଙ୍କୁ ଏହାର କିଛି ଅଂଶ ମାତ୍ର ମିଳିଥାଏ –  ଗୋଟିଏ ଶାଢୀ ପାଇଁ ପ୍ରାୟ ୨୦ଟଙ୍କା।

PHOTO • Sinchita Maaji

ମୌସୁମୀ ପାତ୍ର,  ମାତ୍ରାନୁପାତୀ-ଦରରେ କାମ କରୁଥିବା ଅମ୍‌ତାର ଜଣେ ଶ୍ରମିକ, ଅଳଙ୍କାରିକ ପଥର ବ୍ୟବହାର କରି ଏକ ଶାଢୀ ସଜାଉଛନ୍ତି

ଏହି ଭିଡିଓ ଓ କାହାଣୀ ସିଞ୍ଚିତା ମାଜି ତାଙ୍କର ୨୦୧୫-୧୬ ପରୀ ଫେଲୋସିପ୍‌ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ କରାଯାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Sinchita Maji

ସିଞ୍ଚିତା ମାଜୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆର ଭିଡିଓ ସମ୍ପାଦକ ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସିଞ୍ଚିତା ମାଜି
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE