ଯେତେବେଳେ ତାଙ୍କୁ ୭ ବର୍ଷ ସେତେବେଳେ ଆୟେଶା ମହମ୍ମଦ କ୍ୟାରମ୍ ଖେଳିବା ଆରମ୍ଭ କରିଥିଲେ। ବାପା ସନ୍ତୋଷ ହାଇଲିଙ୍ଗେ ଏକ କ୍ୟାରମ୍ ବୋର୍ଡ ଆଣିଥିଲେ। ଥାନେ ଜିଲ୍ଲାର ଉଲ୍ଲାସ ନଗରସ୍ଥିତ ତାଙ୍କ ନିଜ ଘରେ ସେ କ୍ୟାରମ୍ ଖେଳି ବଡ଼ ହୋଇଥିଲେ। କାରଣ ଲୋକମାନେ ଯେଉଁ କ୍ୟାରମ୍ କ୍ଲବରେ ଖେଳୁଥିଲେ ସେ ସେଠାକୁ ଯାଇ ପାରୁନଥିଲେ।

ଯେତେବେଳେ ତାଙ୍କୁ ୮ ବର୍ଷ ସେ ପ୍ରଥମ ଥର ପାଇଁ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଯେଉଁଥିରେ ତାଙ୍କୁ ଜଣେ ସିନିୟର ପ୍ରତିଦ୍ୱନ୍ଦ୍ୱୀ ମିଳିଥିଲେ। ସେ ମ୍ୟାଚରେ ହାରିଯାଇଥିଲେ, କିନ୍ତୁ ଏହିଠାରୁ ହିଁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା- ଏହାହିଁ ତାଙ୍କୁ ଏକାଧିକ ପୁରସ୍କାର ଜିତିବାର ସୁଯୋଗ ଦେଇଥିଲା। ୨୦୦୩-୦୪ ମସିହାରେ ମହାରାଷ୍ଟ୍ରର ସବୁଠୁ ବଡ଼ କ୍ରୀଡ଼ା ସମ୍ମାନ ଶିବ ଛତ୍ରପତି ପୁରସ୍କାର ମଧ୍ୟ ପାଇଥିଲେ।

ଗୋଟିଏ ପ୍ରତିଯୋଗିତାରେ ସେ ଜଣେ କ୍ୟାରମ୍ ଚାମ୍ପିୟନ ମହମ୍ମଦ ସାଜିଦଙ୍କୁ ଭେଟିଥିଲେ, ପରିବାରର ବିରୋଧ ସତ୍ତ୍ୱେ ଉଭୟେ ବିବାହ କରିଥିଲେ। ସେ ଏବେ ସ୍ୱାମୀ, ପୁଅ ଓ ତାଙ୍କ ବାପାଙ୍କ ସହ ଜଲଗାଁଓରେ ରହୁଛନ୍ତି। ସେ ଏବେ ଜୈନ ଇରିଗେସନ ସିଷ୍ଟମ ଲିମିଟେଡ଼ରେ କାମ କରୁଛନ୍ତି ଏବଂ ଏକ ସ୍କୁଲରେ କ୍ୟାରମ୍ କୋଚ୍ ମଧ୍ୟ ଅଛନ୍ତି।

PHOTO • Shreya Katyayini

ଭବିଷ୍ୟତ ଚାମ୍ପିୟନ ପ୍ରସ୍ତୁତିରେ: ଆୟେଶା କ୍ୟାରମ୍ କୋଚ୍ ଭାବେ କାମ କରୁଥିବା ମହାରାଷ୍ଟ୍ର ଜଲଗାଁଓର ସ୍କୁଲରେ

PHOTO • Shreya Katyayini

ସଠିକ ଗୋଟିକୁ ଷ୍ଟ୍ରାଇକ କରିବା ଅବସରରେ: ସ୍ୱାମୀ ସାଜିଦ ଓ ପୁଅ ହାମଜାଙ୍କ ସହ ଆୟେଶା ମହମ୍ମଦ

ଅନୁବାଦ: ଓଡ଼ିଶାଲାଇଭ୍‍

Shreya Katyayini

श्रेया कात्यायिनी एक फ़िल्ममेकर हैं और पीपल्स आर्काइव ऑफ़ रूरल इंडिया के लिए बतौर सीनियर वीडियो एडिटर काम करती हैं. इसके अलावा, वह पारी के लिए इलस्ट्रेशन भी करती हैं.

की अन्य स्टोरी श्रेया कात्यायिनी
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE