ଗୋକୁଳ ଦିନ ରାତି ନିଆଁ ପାଖରେ ବସି କଠିନ ପରିଶ୍ରମ କରନ୍ତି । ସେ ଲୁହାକୁ ଗରମ କରି ଲାଲ୍‌ କରନ୍ତି, ତା’କୁ ପିଟି ଆକାର ଦିଅନ୍ତି। ନିଆଁ ଝୁଲ ପଡ଼ି ତାଙ୍କର ପୋଷାକ ଏବଂ ତାଙ୍କ ଜୋତାରେ ଛୋଟ ବଡ଼ କଣା ହୋଇଯାଏ; ନିଆଁ ସଂସ୍ପର୍ଶରେ ଆସି ତାଙ୍କ ହାତରେ ହୋଇଥିବା ଫୋଟକା ସବୁ ଭାରତୀୟ ଅର୍ଥବ୍ୟବସ୍ଥାର ଚକକୁ ଆଗକୁ ବଢ଼ାଇବାରେ ତାଙ୍କର କଠିନ ପରିଶ୍ରମର କାହାଣୀ କହିଥା’ନ୍ତି।

ବଜେଟ୍‌ କଥା ଶୁଣିଛନ୍ତି କି ବୋଲି ପଚାରିଲେ ସେ କୁହନ୍ତି, ‘‘ କ୍ୟା ହୁଣ୍‌ ଦା ହୈ (ସେଇଟା କ’ଣ)?’’

କେନ୍ଦ୍ର ବଜେଟ୍‌ ୨୦୨୫ ସଂସଦରେ ଉପସ୍ଥାପିତ ହେବାର ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ସାରା ଦେଶରେ ଖବର ବ୍ୟାପି ଯାଇଥିଲା। କିନ୍ତୁ, ବଗ୍ରିୟା ସମ୍ପ୍ରଦାୟର ଜଣେ ଯାଯାବର କମାର ଗୋକୁଳଙ୍କ ପାଇଁ କିଛି ବଦଳି ନାହିଁ।

‘‘ଦେଖନ୍ତୁ, କେହି ଆମ ପାଇଁ କିଛି କରିନାହାନ୍ତି। ଏମିତି ପ୍ରାୟ ୭୦୦-୮୦୦ ବର୍ଷ ବିତିଯାଇଛି। ଆମର ଅନେକ ପିଢ଼ି ପଞ୍ଜାବ ମାଟିରେ ଲୀନ ହୋଇଯାଇଛନ୍ତି। କେହି ଆମକୁ କିଛି ଦେଇନାହାନ୍ତି,’’ ବୟସର ୪୦ଟି ଅପରାହ୍ଣ ବିତାଇ ସାରିଥିବା ଏହି କମାର ଜଣଙ୍କ କୁହନ୍ତି ।

PHOTO • Vishav Bharti
PHOTO • Vishav Bharti

ପଞ୍ଜାବର ମୋହାଲି ଜିଲ୍ଲାରେ ଥିବା ମୌଲି ବୈଦ୍ୱାନ ଗାଁ ମୁଣ୍ଡରେ ଗୋଟିଏ ଅସ୍ଥାୟୀ କୁଡ଼ିଆ ଘରେ ଗୋକୁଳ କାମ କରୁଛନ୍ତି

ପଞ୍ଜାବର ମୋହାଲି ଜିଲ୍ଲାରେ ଥିବା ମୌଲି ବୈଦ୍ୱାନ ଗାଁ ମୁଣ୍ଡରେ ଗୋଟିଏ ଝୋପଡ଼ି (ଅସ୍ଥାୟୀ ଝୁମ୍ପୁଡ଼ି)ରେ ଗୋକୁଳ ରହିଆସୁଛନ୍ତି। ସେ ଏଠାରେ ନିଜ ଜନଜାତି ଲୋକଙ୍କ ସହିତ ରୁହନ୍ତି ଯେଉଁମାନଙ୍କର ମୂଳ ଉତ୍ପତି ରାଜସ୍ଥାନର ଚିତ୍ତୋରଗଡ଼ରୁ ହୋଇଥିବାର ସେମାନେ କୁହନ୍ତି ।

‘‘ଏବେ ସେମାନେ ଦେବେ କ’ଣ?’’ ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ। ଗୋକୁଳଙ୍କ ଭଳି ଲୋକମାନଙ୍କୁ ସରକାର ହୁଏତ’ କିଛି ଦେଇପାରିନଥା’ନ୍ତି କିନ୍ତୁ ସେ କିଣୁଥିବା ପ୍ରତ୍ୟେକ ଲୁହା ଖଣ୍ଡ ପାଇଁ ୧୮ ପ୍ରତିଶତ ଏବଂ ଲୁହାକୁ ତରଳେଇ ଆକାର ଦେବା ଲାଗି ନିଆଁ ଜାଳିବାକୁ ବ୍ୟବହାର କରୁଥିବା କୋଇଲା ନିମନ୍ତେ ପାଞ୍ଚ ପ୍ରତିଶତ ଟିକସ ସରକାରଙ୍କୁ ଦିଅନ୍ତି। ସେ ମଧ୍ୟ ତାଙ୍କର ଉପକରଣ - ଗୋଟିଏ ହାତୁଡ଼ି ଓ ଦା’ ପାଇଁ ଏବଂ ସେ ଖାଉଥିବା ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ପାଇଁ ସରକାରଙ୍କୁ ଟିକସ ଦିଅନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Vishav Bharti

Vishav Bharti is a journalist based in Chandigarh who has been covering Punjab’s agrarian crisis and resistance movements for the past two decades.

Other stories by Vishav Bharti
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE