ଗୋଟିଏ ହାତୀ ନିଜ ଫାନ୍ଦି (ପ୍ରଶିକ୍ଷକ) କୁ ଭୁଲିଯାଏ ନାହିଁ ବୋଲି ଶରତ ମୋରାନ କୁହନ୍ତି। ସେ ୯୦ରୁ ଅଧିକ ହାତୀଙ୍କୁ ତାଲିମ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ହାତୀ ତା’ ଜୀବନ କାଳ ଭିତରେ ବନ୍ୟ ହାତୀ ପଲ ମଧ୍ୟରେ ଘଞ୍ଚ ଜଙ୍ଗଲରେ ଥିଲେ ବି ନିଜ ଫାନ୍ଦି ପାଖକୁ ଦୌଡ଼ି ଆସେ ।
ପିଲଖାନା - ତାଲିମ ପାଇଁ ଏକ ଅସ୍ଥାୟୀ ଶିବିରରେ ନବଜାତ ହାତୀ ଶାବକଙ୍କୁ ଧୀରେ ଧୀରେ ମଣିଷ ସ୍ପର୍ଶ ସହ ପରିଚିତ କରାଯାଏ, ଯାହାକି କିଛି ଦିନ ଧରି ପୁନରାବୃତ୍ତି କରାଯାଏ, ଯେପର୍ଯ୍ୟନ୍ତ ଏହା ନିତିଦିନିଆ ଘଟଣା ନ ହୋଇଛି । ଶରତ କୁହନ୍ତି, “ପ୍ରଶିକ୍ଷଣ ସମୟରେ ଟିକିଏ ଯନ୍ତ୍ରଣା ମଧ୍ୟ ବହୁତ ଲାଗିଥାଏ ।’’
ଦିନ ଗଡ଼ିବା ସହିତ ହାତୀ ଛୁଆଙ୍କ ଆଖପାଖରେ ଲୋକଙ୍କ ସଂଖ୍ୟା ବଢ଼ାଯାଏ, ସେହି ସମୟ ପର୍ଯ୍ୟନ୍ତ ଯେତେବେଳେ ଲୋକଙ୍କ ସହ ରହିବାରେ ଆଉ ତାକୁ ଅସୁବିଧା ଲାଗେ ନାହିଁ ।
ଶରତ ଏବଂ ଅନ୍ୟ ପ୍ରଶିକ୍ଷକମାନେ ତାଲିମ ସମୟରେ ଏହି ମୋଟା ଚମଡ଼ା ବିଶିଷ୍ଟ ପ୍ରାଣୀଙ୍କୁ ସୁଖଦାୟକ ଗୀତ ଗାଇ ପଶୁ ଓ ଏହାର ପ୍ରଶିକ୍ଷକଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ବର୍ଣ୍ଣନା କରନ୍ତି ।





