୨୦୨୩ ଥିଲା ଏକ ବ୍ୟସ୍ତବହୁଳ ବର୍ଷ।

ଜାନୁଆରୀଠାରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଅତି ଖରାପ ପାଣିପାଗ ଦେଖିବାକୁ ମିଳିଥିଲା। ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱ ପାଇଁ ସେପ୍ଟେମ୍ବର ମାସରେ ଲୋକସଭାରେ ମହିଳା ସଂରକ୍ଷଣ ବିଧେୟକ ଗୃହୀତ ହୋଇଥିଲା, କିନ୍ତୁ ଏହି ବିଧେୟକ କେବଳ ୨୦୨୯ରେ କାର୍ଯ୍ୟକାରୀ ହେବ । ଇତିମଧ୍ୟରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ମହିଳାଙ୍କ ବିରୋଧରେ ୪୪୫,୨୫୬ଟି ଅପରାଧ ସଂଘଟିତ ହୋଇଥିଲା। ଅଗଷ୍ଟ ମାସରେ, ସର୍ବୋଚ୍ଚ ନ୍ୟାୟାଳୟ ଲିଙ୍ଗଗତ ରୁଢ଼ିବାଦର ମୁକାବିଲା କରିବା ଲାଗି ଏକ ପୁସ୍ତିକା ବା ହ୍ୟାଣ୍ଡବୁକ୍‌ ଜାରି କରିଥିଲେ, ଯେଉଁଥିରେ ‘ ରୁଢ଼ିବାଦକୁ ପ୍ରୋତ୍ସାହନ ଦେଉଥିବା କେତେକ ଶବ୍ଦ ପାଇଁ ବିକଳ୍ପ ଶବ୍ଦ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଥିଲା, ଏପରିକି ସୁପ୍ରିମକୋର୍ଟଙ୍କ ୫ ଜଣ ବିଚାରପତିଙ୍କ ଖଣ୍ଡପୀଠ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ବିରୋଧରେ ରାୟ ଦେଇଥିଲେ। ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ସାମ୍ପ୍ରଦାୟିକ ଓ ଜାତିଗତ ବିଦ୍ୱେଷ ଆଧାରିତ ହିଂସା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଥିଲା। ମାର୍ଚ୍ଚ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଭାରତରେ ମୋଟ୍‌ କୋଟିପତିଙ୍କ ସଂଖ୍ୟା ୧୬୬ରୁ ବୃଦ୍ଧି ପାଇ ୧୭୪ରେ ପହଞ୍ଚିଛି। ବର୍ଷର ପ୍ରଥମ ନଅ ମାସ ୧୫-୨୯ ବର୍ଷ ବୟସ ବର୍ଗର ଲୋକଙ୍କ ମଧ୍ୟରେ ବେକାରୀ ହାର ପ୍ରାୟ ୧୭.୩ ପ୍ରତି ରହିଥିଲା।

*****

ବର୍ଷସାରା ଅନେକଗୁଡ଼ିଏ ଘଟଣା ଘଟିଥିବା ବେଳେ ଲାଇବ୍ରେରୀରେ ପ୍ରାସଙ୍ଗିକ ରିପୋର୍ଟକୁ ସଂଗୃହୀତ କରିବା ଏବଂ ସାଇତି ରଖିବାର ପ୍ରୟାସ କରାଯାଇଛି।

ଏଥିରେ ଆଇନ ଓ ଅଧିନିୟମ, ପୁସ୍ତକ, ସମ୍ମିଳନୀ ଓ ଚାର୍ଟର ଏବଂ ସଂକଳନଠାରୁ ଆରମ୍ଭ କରି ଶବ୍ଦାବଳୀ, ସରକାରୀ ରିପୋର୍ଟ, ପ୍ରଚାରପତ୍ର, ସର୍ବେକ୍ଷଣ, ସ୍ତମ୍ଭ- ଏପରିକି କମିକ୍‌ ବୁକ୍‌ର ରୂପାନ୍ତରଣ ମଧ୍ୟ ସାମିଲ ରହିଛି ।

ଚଳିତ ବର୍ଷ ଆମ ନୂଆ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗୋଟିଏ ଲାଇବ୍ରେରୀ ବୁଲେଟିନ୍‌ ଥିଲା - ଯାହାକି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକ ଉପରେ ପରୀ କାହାଣୀ ଓ ଉତ୍ସଗୁଡ଼ିକର ଏକ ସାମୟିକ ସମୀକ୍ଷା ଥିଲା। ଆମେ ଚଳିତ ବର୍ଷ ଏଥିମଧ୍ୟରୁ ଚାରିଟି ପ୍ରକାଶ କରିଥିଲୁ ଯାହା ମହିଳାଙ୍କ ସ୍ୱାସ୍ଥ୍ୟ , ମହାମାରୀ ପ୍ରଭାବିତ ଶ୍ରମିକ , ସମଲିଙ୍ଗି ଲୋକମାନଙ୍କ ସ୍ଥିତି ଓ ଗ୍ରାମୀଣ ଭାରତରେ ଶିକ୍ଷା ସ୍ଥିତି ଉପରେ ଆଧାରିତ ଥିଲା।

ଆମେ ସ୍ଥାନ ଦେଇଥିବା ରିପୋର୍ଟଗୁଡ଼ିକରେ, ଜଳବାୟୁ ଉତ୍ତରଦାୟିତ୍ୱରେ ଅସମାନତା ପ୍ରସଙ୍ଗ ସ୍ଥାନ ପାଇଥିଲା ଯେଉଁଥିରେ ଦର୍ଶାଯାଇଥିଲା ଯେ କିଭଳି ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ମୋଟ୍‌ ଅଙ୍ଗାରକାମ୍ଳ ନିର୍ଗମନରେ ପ୍ରାୟ ଅଧାଭାଗ ଯୋଗ ଦେଉଛନ୍ତି। ଏହା ବିଶ୍ୱ ଉତ୍ତାପନକୁ ରୋକିବାର ସୀମା ଠାରୁ ଅଧିକ ହୋଇଯାଉଛି। ୨୦୧୫ରେ ହୋଇଥିବା ପ୍ୟାରିସ୍‌ ରାଜିନାମା ସତ୍ତ୍ୱେ ଏପରି ହେଉଛି ଯେଉଁଥିରେ ବିନାଶକାରୀ ଜଳବାୟୁ ଚରମ ସୀମାକୁ ରୋକିବା ଲାଗି ହାରାହାରୀ ବୈଶ୍ୱିକ ଉତ୍ତାପନକୁ ପୂର୍ବ ଔଦ୍ୟୋଗିକ ସ୍ତରଠାରୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ ଜୋର ଦିଆଯାଇଥିଲା। ସ୍ପଷ୍ଟତଃ, ଆମେ ବହୁତ ଅଧିକ ଦିଗହରା ହୋଇଯାଇଛୁ।

୨୦୦୦ ମସିହା ପରଠାରୁ ସବୁଜ ଗୃହ ବାଷ୍ପ ନିର୍ଗମନ ୪୦ ପ୍ରତିଶତ ବୃଦ୍ଧି ପାଇଛି। ସିନ୍ଧୁ-ଗଙ୍ଗା ସମତଳ ଭୂମି - ଯେଉଁଠି ଦେଶର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟା ରହିଥାନ୍ତି - ଏବେ ଭାରତର ସବୁଠୁ ପ୍ରଦୂଷିତ ଅଞ୍ଚଳ ପାଲଟି ଯାଇଛି। ଆହୁରି, ସାରା ବିଶ୍ୱର ସମସ୍ତ ବଡ଼ ସହର ତୁଳନାରେ ଦିଲ୍ଲୀର ବାୟୁ ସବୁଠୁ ଅଧିକ ପ୍ରଦୂଷିତ ବୋଲି ରେକର୍ଡ କରାଯାଇଛି। ଯଦିଓ ସାରା ଭାରତ ଜଳବାୟୁ ପରିବର୍ତ୍ତନ ଜନିତ ବିପଦର ସାମ୍ନା କରୁଥିବା ବେଳେ ଝାଡ଼ଖଣ୍ଡ ଓ ଓଡ଼ିଶା ଭଳି କେତେକ ରାଜ୍ୟ ବିଶେଷ ଭାବେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଆମ ସମ୍ପାଦକୀୟ ବିଭାଗକୁ ଆସିଥିବା ଅନେକ ରିପୋର୍ଟରୁ ଏହି ସଙ୍କେତ ମିଳିଛି ।

PHOTO • Design courtesy: Dipanjali Singh

୨୦୨୦ରେ ଜଳବାୟୁ ସମ୍ବନ୍ଧୀୟ ବିପଦ କାରଣରୁ ଦେଶରେ ପାଖାପାଖି ୨୦ ନିୟୁତ ଲୋକଙ୍କୁ ପ୍ରବାସ କରିବାକୁ ପଡ଼ିଛି। ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ଏନଭାରନ୍‌ମେଣ୍ଟ ଆଣ୍ଡ ଡେଭଲପମେଣ୍ଟର ଏହି ରିପୋର୍ଟରେ କୁହାଯାଇଛି ଯେ, ଦେଶର ପାଖାପାଖି ୯୦ ପ୍ରତିଶତ ଶ୍ରମବଳ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ, ସେମାନଙ୍କୁ ପ୍ରଭାବୀ ସାମାଜିକ ସୁରକ୍ଷା ଯୋଗାଇ ଦେବା ବର୍ତ୍ତମାନ ସମୟର ଆବଶ୍ୟକତା।

ଅନୌପଚାରିକ ନିଯୁକ୍ତି ଓ ପ୍ରବାସ ପ୍ରସଙ୍ଗ ଅଭିନ୍ନ ଭାବେ ଶିକ୍ଷା ପ୍ରସଙ୍ଗ ସହ ଜଡ଼ିତ କାରଣ ନିଜ ପରିବାର ସହିତ ପ୍ରବାସ କରୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। ଦିଲ୍ଲୀ ଏନସିଆର ଏବଂ ଭୋପାଳରେ ପ୍ରବାସୀ ପରିବାରକୁ ନେଇ ହୋଇଥିବା ଏକ ସର୍ବେକ୍ଷଣଣୁ ଜଣାପଡ଼ିଛି ଯେ ପ୍ରବାସୀ ପରିବାରର ୪୦ ପ୍ରତିଶତ ପିଲା ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ।

ସାମୟିକ ଶ୍ରମ ଶକ୍ତି ସର୍ବେକ୍ଷଣର ତ୍ରୈମାସିକ ସମାଚାର ଶ୍ରମିକମାନଙ୍କ ଭାଗିଦାରୀ ଓ ବେକାରୀ ହାର ସହିତ ପ୍ରାଥମିକ, ମାଧ୍ୟମିକ ଓ ତୃତୀୟକ କ୍ଷେତ୍ରରେ ଶ୍ରମଶକ୍ତିର ବିତରଣ ଅନୁପାତ ଉପରେ ନଜର ରଖିବା କ୍ଷେତ୍ରରେ ବିଶେଷ ଉପଯୋଗୀ ହୋଇଛି ।

PHOTO • Design courtesy: Siddhita Sonavane

ଚଳିତ ବର୍ଷ ପରିବର୍ତ୍ତିତ ଗଣମାଧ୍ୟମ ପରିଦୃଶ୍ୟ ଏକ ଗମ୍ଭୀର ପ୍ରସଙ୍ଗ ଥିଲା। ଏକ ସୀମିତ ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ  ସବୁ ଭାରତୀୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ପ୍ରତିଦିନ ଟେଲିଭିଜନ ଦେଖିଥାନ୍ତି, ତେବେ ମାତ୍ର ୧୪ ପ୍ରତିଶତ ଲୋକ ଦୈନିକ ସମାଚାର ପତ୍ର ପଢ଼ିଥାନ୍ତି। ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୭୨୯ ନିୟୁତ ଭାରତୀୟ ସକ୍ରିୟ ଇଣ୍ଟରନେଟ୍‌ ବ୍ୟବହାରକାରୀ ଥିଲେ। ଆହୁରି ଯେଉଁ ଲୋକମାନେ ସ୍ଥାନୀୟ ସମାଚାରଗୁଡ଼ିକୁ ଅନ୍‌ଲାଇନ୍‌ରେ ଦେଖିଛନ୍ତି, ସେମାନେ ଭାରତୀୟ ଭାଷାରେ ଏହା କରିଛନ୍ତି ।

ଏ କୁଇଅର୍‌ ପର୍ସନ୍ସ ଗାଇଡ୍‌‌ ଟୁ ଆକ୍ସେସିଂ ରାଇଟ୍ସ ବା ଅଧିକାର ପାଇବା ଲାଗି ଜଣେ ବିଚିତ୍ର ବ୍ୟକ୍ତିଙ୍କ ମାର୍ଗଦର୍ଶିକା ଭଳି ଦସ୍ତାବିଜ ନ୍ୟାୟସଂଗତ ଆଇନଗତ ପ୍ରଣାଳୀ ସପକ୍ଷରେ ହେଉଥିବା ବିତର୍କକୁ ପ୍ରୋତ୍ସାହିତ କରିଛି। ଚଳିତ ବର୍ଷ ପ୍ରକାଶିତ ଶବ୍ଦାବଳୀ ପୁସ୍ତିକା ସମସ୍ତ ଲିଙ୍ଗ ବର୍ଗ ପାଇଁ ସମାବେଶୀ ଶବ୍ଦାବଳୀର ଉପଯୋଗକୁ ପ୍ରୋତ୍ସାହନ ଦେଉଥିବା ଉପଯୋଗୀ ମାର୍ଗଦର୍ଶିକା ଥିଲା ।

PHOTO • Design courtesy: Dipanjali Singh
PHOTO • Design courtesy: Siddhita Sonavane

ଜଟିଳ ବୈଜ୍ଞାନିକ ଶବ୍ଦଜାଲ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବା ଦ୍ୱାରା ଜଳବାୟୁ ଶବ୍ଦକୋଷ ଆମକୁ ଜଳବାୟୁ ପ୍ରସଙ୍ଗଗୁଡ଼ିକୁ ଅଧିକ ପ୍ରାଞ୍ଜଳ ଭାବେ ପରିପ୍ରକାଶ କରିବାରେ ସହାୟକ ହୋଇଥିଲା। ଆମେ ସ୍ଥାନିତ କରିଥିବା ଏହି ମାନଚିତ୍ର ପୁସ୍ତକରେ ବିଶ୍ୱର ଭାଷାଗତ ବିବିଧତା ସଂକୁଚିତ ହେଉଥିବା ଦେଖିବାକୁ ମିଳିଥାଏ, ଭାରତରେ ପ୍ରାୟ ୩୦୦ ଭାଷା ବିପଦରେ ଥିବା ଏଥିରୁ ଜଣାପଡ଼ିଥାଏ।

ଆହୁରି ପରୀ ଲାଇବ୍ରେରୀରେ ‘ଭାଷା’କୁ ମଧ୍ୟ ଏକ ନିଜସ୍ୱ କୋଠରୀ ମିଳିଛି। ଏହି କୋଠରୀରେ ଅନେକଗୁଡ଼ିଏ ରିପୋର୍ଟ ମଧ୍ୟରେ ପ୍ରଥମ ଇତିହାସ ପାଠ ସାମିଲ ରହିଛି ଯେଉଁଥିରେ ବଙ୍ଗଳା, ଏହାର କଥିତ ଭାଷା ଓ ସେଗୁଡ଼ିକର ଇତିହାସରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରାଯାଇ ଭାଷା ଓ କ୍ଷମତା ମଧ୍ୟରେ ସମ୍ପର୍କକୁ ଉଜାଗର କରାଯାଇଛି। ଏହି ଲାଇବ୍ରେରୀରେ ଭାରତୀୟ ଭାଷାଗତ ସର୍ବେକ୍ଷଣ ରିପୋର୍ଟକୁ ମଧ୍ୟ ସ୍ଥାନ ମିଳିଛି, ଏଥିରେ ଗୋଟିଏକୁ ସାମିଲ କରାଯାଇଥିବା ବେଳେ ଆଗକୁ ଆହୁରି ରିପୋର୍ଟ ମଧ୍ୟ ସାମିଲ ହେବ।

୨୦୨୩ ଏକ ବ୍ୟସ୍ତବହୁଳ ବର୍ଷ ଥିଲା। ୨୦୨୪ ଆହୁରି ବ୍ୟସ୍ତବହୁଳ ହେବ। ନୂଆ କଥା ଜାଣିବା ଲାଗି ଆମ ସହ ଯୋଡ଼ି ହୁଅନ୍ତୁ!

PHOTO • Design courtesy: Dipanjali Singh

ପରୀ ଲାଇବ୍ରେରୀରେ ସ୍ୱେଚ୍ଛାକୃତ ଭାବେ କାମ କରିବା ଲାଗି [email protected] ରେ ଯୋଗାଯୋଗ କରନ୍ତୁ

ଯଦି ଆମେ କରୁଥିବା କାର୍ଯ୍ୟରେ ଆପଣଙ୍କର ରୁଚି ରହିଛି ଏବଂ ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା’ହେଲେ ଦୟାକରି ଆମକୁ [email protected]ରେ ଲେଖନ୍ତୁ। ଆମ ସହ କାମ କରିବା ଲାଗି ମୁକ୍ତବୃତ୍ତି ଓ ନିରପେକ୍ଷ ଲେଖକ, ସାମ୍ବାଦିକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସମ୍ପାଦକ, ଚିତ୍ରକର ଏବଂ ଗବେଷକଙ୍କୁ ଆମେ ସ୍ୱାଗତ କରୁଛୁ।

ପରୀ ଏକ ଅଣ-ଲାଭକାରୀ ସଂସ୍ଥା ଏବଂ ଆମର ବହୁଭାଷୀ ଅନଲାଇନ ଜର୍ଣ୍ଣାଲ୍‌ ଓ ଆର୍କାଇଭ୍‌କୁ ପସନ୍ଦ କରୁଥିବା ଲୋକଙ୍କ ଠାରୁ ମିଳୁଥିବା ଦାନ ଉପରେ ଆମେ ନିର୍ଭର କରିଥାଉ। ଯଦି ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା’ହେଲେ ଦୟାକରି ଦାନ କରନ୍ତୁ ଉପରେ କ୍ଲିକ୍‌ କରନ୍ତୁ

ଅନୁବାଦ : ଓଡ଼ିଶାଲାଇଭ୍‍

Swadesha Sharma

স্বদেশা শর্মা পিপলস্‌ আর্কাইভ অফ রুরাল ইন্ডিয়ায় গবেষক এবং কন্টেন্ট এডিটর হিসেবে কর্মরত। পারি গ্রন্থাগারের জন্য নানা নথিপত্র সংগ্রহের লক্ষ্যে স্বেচ্ছাকর্মীদের সঙ্গেও কাজ করেন তিনি।

Other stories by Swadesha Sharma
Editor : PARI Library Team

পারি লাইব্রেরি দলের সদস্য দীপাঞ্জলি সিং, স্বদেশা শর্মা এবং সিদ্ধিতা সোনাভানে সেই সমস্ত নথি সংবদ্ধ করা এবং বিন্যাসের দায়িত্বে আছেন যা পারি-র ঘোষিত লক্ষ্য অর্থাৎ জনসাধারণের দৈনন্দিন জীবনের একটি আর্কাইভ তৈরি করার প্রচেষ্টার সঙ্গে সাযুজ্যপূর্ণ।

Other stories by PARI Library Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE