ମାର୍ଚ୍ଚ ୨୫, ୨୦୨୦ରେ ଲାଗୁ ହୋଇଥିବା ପ୍ରଥମ କୋଭିଡ-୧୯ ଲକଡାଉନ, କୋଟି କୋଟି ସାଧାରଣ ଭାରତୀୟଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଇଥିଲା।
‘‘ଆମ ପାଖରେ ଥିବା ସବୁ ଟଙ୍କା ସରିଯାଇଥିଲା।’’ ଜମ୍ମୁର ନିର୍ମାଣ ଶ୍ରମିକ ଦମ୍ପତି ମୋହନ ଲାଲ ଏବଂ ତାଙ୍କ ପତ୍ନୀ ନର୍ମଦାବାଇଙ୍କ ସଞ୍ଚୟ ଲକଡାଉନ ଆରମ୍ଭରେ ୨,୦୦୦ ଟଙ୍କାକୁ ହ୍ରାସ ପାଇଥିଲା। ରାସନ ଓ ଅନ୍ୟାନ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ସେମାନଙ୍କୁ ନିଜ ଠିକାଦାରଙ୍କ ଠାରୁ ଟଙ୍କା ଉଧାର ଆଣିବାକୁ ପଡ଼ିଥିଲା।
ଷ୍ଟେଟ୍ ଅଫ୍ ରୁରାଲ ଏଣ୍ଡ ଆଗ୍ରାରିଆନ୍ ଇଣ୍ଡିଆ ରିପୋର୍ଟ ୨୦୨୦ ଅନୁଯାୟୀ, ସାମଗ୍ରିକ ଭାବେ ଏପ୍ରିଲ ଓ ମେ ୨୦୨୦ରେ ଭାରତରେ ବେକାରୀ ହାର ୨୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏହା ଫେବୃଆରୀ ୨୦୨୦ରେ ଥିବା ବେକାରୀ ହାର (୭.୩ ପ୍ରତିଶତ) ଠାରୁ ତିନି ଗୁଣ ଅଧିକ ଥିଲା। ମହାମାରୀ ପୂର୍ବରୁ (୨୦୧୮-୧୯) ରେ ଏହା ୮.୮ ପ୍ରତିଶତ ପାଖାପାଖି ରହିଥିଲା।








