ଅନୁବାଦ: ଓଡ଼ିଶାଲାଇଭ୍

SANGUR, PUNJAB
|WED, OCT 27, 2021
ଭାରତର ଯାଯାବର ମେଷପାଳକମାନଙ୍କ ସହିତ ରାସ୍ତାରେ
ଭାରତୀୟ ଗ୍ରାମାଞ୍ଚଳରେ ବିଭିନ୍ନ ମେଷପାଳକ ସମ୍ପ୍ରଦାୟ ବସବାସ କରନ୍ତି ଯେଉଁମାନଙ୍କର ସାଧାରଣତଃ କୌଣସି ସ୍ଥାୟୀ ଠିକଣା ନଥାଏ, ଏବଂ ସ୍ଥାନ ପରିବର୍ତ୍ତନ ଏବଂ ଋତୁକାଳୀନ ସ୍ଥାନାନ୍ତରଣ ହେଉଛି ସେମାନଙ୍କର ଶତାବ୍ଦୀ ପୁରୁଣା ଜୀବନଶୈଳି। କର୍ଣ୍ଣାଟକର କୁରୁବା, ରାଜସ୍ଥାନର ରାଇକା, ଲଦାଖର ଚାଙ୍ଗପା, ଅରୁଣାଚଳ ପ୍ରଦେଶର ବ୍ରୋକପା, ତେଲେଙ୍ଗାନାର ଯାଦବ, ସୌରାଷ୍ଟ୍ରର ଏବଂ କଚ୍ଛର ରାବାରିସ୍ ଏବଂ ଭରୱାଦ, ମହାରାଷ୍ଟ୍ରର ଧାଙ୍ଗର ଏବଂ ନନ୍ଦା ଗାଓଲିସ୍ - ଏମାନେ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟମାନେ ଭାରତର ଗ୍ରାମାଞ୍ଚଳରେ ସେମାନଙ୍କର ମେଣ୍ଢା, ଛେଳି, ଓଟ ଏବଂ ଅନ୍ୟାନ୍ୟ ପଶୁମାନଙ୍କ ସହ ନିରନ୍ତର ସ୍ଥାନାନ୍ତରିତ ହୋଇଥାନ୍ତି। ଯଦିଓ ଏମାନଙ୍କ ମଧ୍ୟରୁ ଅନେକ ମେଷପାଳକ ଗୋଷ୍ଠୀ ବିଭିନ୍ନ ସ୍ତରରେ ପରିବର୍ତ୍ତନ ଏବଂ ଆହ୍ୱାନ ମଧ୍ୟରେ ସେମାନଙ୍କର ଯାଯାବର ଜୀବନ ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି। ଏଗୁଡ଼ିକ ହେଉଛି ସେମାନଙ୍କର କାହାଣୀ
Author
Translator
19. ଲିଟରକୁ ୭,୦୦୦: ଗଧ ପାଳକମାନଙ୍କ ସ୍ୱପ୍ନକୁ ଦୁହାଁ ଚାଲିଛି?
ଯେତେବେଳେ ହଲାରୀଙ୍କ ଗଧର ଦୁଗ୍ଧ ଗୁଜୁରାଟରେ ଟ. ୭,୦୦୦ରେ ବିକ୍ରି ହେଲା, ଏହା ଏହି କ୍ଷୟିଷ୍ଣୁ ପ୍ରଜାତିର ବ୍ୟବସାୟିକ ସମ୍ଭାବନା ସମ୍ପର୍କରେ ଆଶା ବଢ଼ାଇଦେଲା ପରି ଏହି ପ୍ରଜାତିଗୁଡ଼ିକ ଏବଂ ଏହାର ପାଳକମାନଙ୍କର କଷ୍ଟକର ବାସ୍ତବତାକୁ ଅନ୍ୱେଷଣ କରିଛି
18. ପରଭକ୍ଷି ପଶୁ ଓ ପଶୁଚାରଣକାରୀ: ସାଙ୍ଗଡଙ୍ଗ ଠାରୁ ସ୍ତୁପା ପର୍ଯ୍ୟନ୍ତ
ପ୍ରଦର୍ଶିତ ହୋଇଥିବା ଏହି ବୃତ୍ତଚିତ୍ରରେ ଲଦାଖର ପଶୁଚାରଣକାରୀ ସମ୍ପ୍ରଦାୟର ସ୍ୱରସବୁ ରେକର୍ଡ କରାଯାଇଛି । ଅତ୍ୟନ୍ତ ଅପ୍ରୀତିକର ପରିସ୍ଥିତିରେ ଏଠାର ପଶୁଚାରକମାନେ କିଭଳି ସେମାନଙ୍କର ଗୋସମ୍ପଦଗୁଡିକୁ ଗଧିଆ ଦାଉରୁ ରକ୍ଷା କରିଥାନ୍ତି ଓ କ୍ରମଶଃ ଏହି ପାରମ୍ପରିକ ପଦ୍ଧତି କିଭଳି ବଦଳିବାରେ ଲାଗିଛି, ସେ ବିଷୟରେ କୁହାଯାଇଛି
17. ‘ଘର ଭିତରେ ରହିବାକୁ ଆମ ପାଖରେ ଘର ନାହିଁ’
ମହାରାଷ୍ଟ୍ରର ଯାଯାବର ମେଷପାଳକ ଧାଙ୍ଗର ପରିବାରର ଏହି ଦଳକୁ ତାଲାବନ୍ଦ କାରଣରୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି- ସେମାନଙ୍କ ମେଣ୍ଢା ବିକ୍ରି ହାର ହ୍ରାସ ପାଇଛି, ଗ୍ରାମର ପଡିଆକୁ ଯିବାରେ କଟକଣାର ସମ୍ମୁଖୀନ ହେବାକୁ ପଡୁଛି ଓ ସେମାନଙ୍କର ରାସନ୍ ସାମଗ୍ରୀ ମଧ୍ୟ ସରିବାରେ ଲାଗିଛି – ତଥାପି ସେମାନେ କୌଣସି ମତେ ବଞ୍ଚିବା ପାଇଁ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି।
16. କଚ୍ଛ ଓଟ ପାଳକ : ଲକଡାଉନର ସଙ୍କଟ
ଭାବନ୍ତୁ ତ’ ଜଣେ ଯାଯାବର ପଶୁପାଳକ ଭାବେ ବହୁସଂଖ୍ୟକ ପଶୁ ସହିତ ଆପଣ ଘରଠାରୁ ବହୁ ଦୂରରେ ଅଛନ୍ତି ଓ ସେତିକି ବେଳେ କୋଭିଡ-୧୯ ଲକଡାଉନ ଲାଗୁ ହୋଇଛି ତା’ହେଲେ କ’ଣ ହେବ? ଗୁଜରାଟ କଚ୍ଛ ଜିଲ୍ଲାର ଫକିରାନି ଜାଟମାନେ ସେମାନଙ୍କ କାହାଣୀ କହୁଛନ୍ତି
15. ବିଦର୍ଭର ଗୋ-ପାଳକମାନେ ମହାମାରୀର ମୂଲ୍ୟ ଦେଉଛନ୍ତି
ପୂର୍ବ ମହାରାଷ୍ଟ୍ରର ନନ୍ଦା ଗାଓଲିସ୍ ଏବଂ ଅନ୍ୟାନ୍ୟ ଦୁଗ୍ଧ ଚାଷୀମାନେ ଦୁଗ୍ଧର ଚାହିଦା ହ୍ରାସ ଏବଂ ଯୋଗାଣ ଶୃଙ୍ଖଳା ଭାଙ୍ଗିବା ଜନିତ କ୍ଷତିର ସମ୍ମୁଖୀନ ହେଉଛନ୍ତି, ଏହା ଛଡା ପଶୁ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଚାରା ଅଭାବ ସହିତ ମଧ୍ୟ ମୁକାବିଲା କରୁଛନ୍ତି
14. ଯେଉଁଠି ଗାଁ ରାସ୍ତା ତୁମକୁ ତୁମ ଘରେ ପହଞ୍ଚାଏନି
କୋଭିଡ୍- ୧୯ ଯୋଗୁଁ ଚାରିଆଡେ ତାଲାବନ୍ଦ ହୋଇଥିବାରୁ ତେଲେଙ୍ଗାନାର ଚେନାକୋଣ୍ଡା ବାଲାସାମୀ ଓ ଅନ୍ୟ ପଶୁଚାରଣକାରୀମାନେ ଯେଉଁମାନେ ମାସ ମାସ ସମୟ ରାସ୍ତାରେ ବିତେଇଥାନ୍ତି, ସେମାନଙ୍କୁ ଖାଦ୍ୟ ଓ ନୂଆ ଚାରଣ ଭୂମି ଯୋଗାଡ କରିବା ବା ସେମାନଙ୍କ ଗ୍ରାମକୁ ଫେରିବାରେ ଅସୁବିଧା ହେଉଛି
13. ବନ୍ନିର ଶୁଷ୍କ ତୃଣଭୂମିରେ ଥିବା ଏକ ଜଳ ସଞ୍ଚିତ ଗର୍ତ୍ତରେ
ଗୁଜୁରାଟ କଚ୍ଛର ଯାଯାବର ମାଲଧାରୀମାନେ ଘାସ ଚରିବା ସ୍ଥାନ ଏବଂ ଜଳ ଖୋଜିବା ସହ ସମ୍ପୃକ୍ତ।
12. କୁରୁବା ମେଣ୍ଢାପାଳକମାନେ ସେମାନଙ୍କ ସୁରକ୍ଷା କବଚ ହରାଇଛନ୍ତି
ବହୁ ବର୍ଷ ଧରି କର୍ଣ୍ଣାଟକର ପଶୁପାଳକ ଗୋଷ୍ଠୀର କୁରୁବାମାନେ ସେମାନଙ୍କ ଟାଣୁଆ ଡେକାନି ମେଣ୍ଢା ପଲକୁ ଚରାଇବା ପାଇଁ ମାସ ମାସ ଧରି ଯାତ୍ରା କରିଆସୁଛନ୍ତି। କିନ୍ତୁ ସେମାନଙ୍କ ପଶୁମାନଙ୍କଠାରୁ ମିଳୁଥିବା ଖତ ଓ ଉଲ୍ର ଚାହିଦା କ୍ରମଶଃ ହ୍ରାସ ପାଉଥିବାରୁ, ସେମାନଙ୍କ ମଧ୍ୟରୁ ଅନେକ ରୋଜଗାରର ଅନ୍ୟ ପନ୍ଥାର ସନ୍ଧାନ କରୁଛନ୍ତି
11. ଗୁଜୁରାଟରେ ଚାରଣ ଭୂମି ସଙ୍କୁଚିତ ହେବା ସହ ମେଣ୍ଢାଙ୍କ ସଂଖ୍ୟା କମୁଛି
ଗୁଜୁରାଟର କଚ୍ଛ ଜିଲ୍ଲାର ଗାଈ ମେଣ୍ଢା ଚରାଉଥିବା ଲୋକମାନେ ଚାରଣଭୂମି ଅନ୍ୱେଷଣରେ ବହୁ ଦୂର ଚାଲି ଚାଲି ଯାଇଥାନ୍ତି। ଏପରିକି ଚାରଣଭୂମିଗୁଡ଼ିକ ଅଦୃଶ୍ୟ ହୋଇଗଲାଣି କିମ୍ବା ଆଉ ପହଞ୍ଚି ହେଉଥିବା ଦୂରତା ମଧ୍ୟରେ ନାହିଁ ଏବଂ ଜଳବାୟୁ ଶୈଳୀ ମଧ୍ୟ ଅଧିକରୁ ଅଧିକ ଅପ୍ରତ୍ୟାଶିତ ହେଲାଣି
10. ‘ସୁଖର ସେହି ଦିନଗୁଡିକ ବର୍ତ୍ତମାନ ଅତୀତର ଆବେଗପୂର୍ଣ୍ଣ ସ୍ମୃତି ହୋଇ ରହିଯାଇଛି’
ଅରୁଣାଚଳ ପ୍ରଦେଶସ୍ଥିତ ପୂର୍ବ ହିମାଳୟର ଉଚ୍ଚ ପର୍ବତଗୁଡିକରେ ରହୁଥିବା ବ୍ରୋକ୍ପା ସମ୍ପ୍ରଦାୟର ଲୋକମାନେ ଜଳବାୟୁ ପରିବର୍ତ୍ତନ ଉପଲବ୍ଧ କରିପାରୁଛନ୍ତି ଓ ପାରମ୍ପରିକ ଜ୍ଞାନ ଆଧାରରେ ଏହାର ସଫଳ ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
9. ‘ବୋଧହୁଏ ଆମେ ପାହାଡ଼ ଦେବତାଙ୍କୁ ରଗେଇ ଦେଲୁ’
ସେମାନଙ୍କ ଭଙ୍ଗୁର ପର୍ବତୀୟ ଜୈବିକ ପରିବେଶରେ ବଡ଼ ଧରଣର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଦାଖର ସୁଉଚ୍ଚ ଚାରଣ ଭୂମିରେ ରହୁଥିବା ଯାଯାବର ଚାଙ୍ଗ୍ପା ପଶୁପାଳକମାନଙ୍କର ଚମରୀ ଗାଈ ସହ ଜଡ଼ିତ ଅର୍ଥନୀତି ଏବେ ସଙ୍କଟରେ ।
8. ପଶ୍ମିନା ଶାଲ୍ର କାହାଣୀ ବୟନ
ତିବ୍ବତୀୟ ମାଳଭୂମିର ଚାଙ୍ଗ୍ଥାଙ୍ଗି ଛେଳିରୁ ଶ୍ରୀନଗରର ଖୁଚୁରା ଦୋକାନ ପର୍ଯ୍ୟନ୍ତ, ପଶ୍ମିନା ଶାଲ୍ ପ୍ରସ୍ତୁତିରେ ସଂପୃକ୍ତ ଅନେକ ବର୍ଗ -ପଶୁପାଳକ, ପାଇକାରୀ ବିକ୍ରେତା, ବୁଣାକାର, ରଞ୍ଜକ, ଡିଜାଇନର୍, ସୂଚୀଶିଳ୍ପୀ ଏବଂ ଉଦ୍ୟୋଗୀ ।
7. ପାହାଡ଼ ଚଢୁଥିବା, ମରୁଭୂମି ଅତିକ୍ରମ କରୁଥିବା ମହିଳା
ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ୩ଟି ଯାଯାବର ପଶୁଚରାଳୀ ସଂପ୍ରଦାୟର ଅସାଧାରଣ ମହିଳା- ଲଦାଖର ଚାଙ୍ଗପା, ଅରୁଣାଚଳପ୍ରଦେଶର ବ୍ରୋକପା ଏବଂ କଚ୍ଛର ଫକିରାନୀ ଜାଟମାନଙ୍କ ସଂପର୍କରେ ପରୀର ଏକ ଫଟୋ ପ୍ରବନ୍ଧ।
6. କଚ୍ଛର ପହଁରୁଥିବା ଓଟ
ପ୍ରସିଦ୍ଧ ଖରାଇ ଓଟମାନେ ସେମାନଙ୍କର ଅଧିକାଂଶ ଖାଦ୍ୟ ସମୁଦ୍ର ମଧ୍ୟରେ ଦ୍ୱୀପରେ ଥିବା ହେନ୍ତାଳବନରୁ ପାଇଥାନ୍ତି। ସେମାନେ ସେଠାକୁ ପହଁରି ପହଁରି ଯାଇଥାନ୍ତି। ହଁ, ପହଁରିକରି! ସେମାନେ ପହଁରା ମାଧ୍ୟମରେ ଗୁଜରାଟର କଚ୍ଛର ଉପକୂଳରେ ଅନେକ କିମି ଯାଇଥାନ୍ତି ।
5. ଲେକ୍ ଓ ଲକ୍ଷ୍ମୀର ଅଲୌକିକ କଥା
କେଉଁ ଯୁଗରୁ, ରାଜସ୍ଥାନର ରାଇକାମାନେ ଯାତ୍ରା ସମୟରେ ସେମାନଙ୍କ ସମୟ ବିତେଇବା ପାଇଁ ବିଭିନ୍ନ କାହାଣୀମାନ କହି ଆସୁଛନ୍ତି । କିନ୍ତୁ ଏହି ପରମ୍ପରା, ସେମାନଙ୍କ ଚାରଣଭୂମି ସହିତ, କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ଏଠାରେ ଦିଆଯାଇଥିବା ଭିଡିଓରେ ଫୁୟାରାମ୍ ରାଇକା ଏକ ସତର୍କ କରାଇବା ଭଳି କାହାଣୀ କହୁଛନ୍ତି ।
4. ବ୍ରୋକ୍ପା: ‘ଜଙ୍ଗଲ ଆମର ମାଆ’
ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଏବଂ ତୱାଙ୍ଗ ଜିଲ୍ଲାର ବ୍ରୋକ୍ପାମାନେ ନିର୍ଜନତା ପ୍ରିୟ ପଶୁପାଳକ, ଯେଉଁମାନେ କି ସୁଉଚ୍ଚ ପାର୍ବତ୍ୟାଞ୍ଚଳରେ ନିର୍ଦ୍ଧାରିତ ଋତୁ ଭିତ୍ତିରେ ବାସସ୍ଥାନ ପରିବର୍ତ୍ତନ କରନ୍ତି । ସେମାନଙ୍କ ନିତିଦିନିଆ ଜୀବନର ଧାରା ଚିତ୍ରଣ କରୁଥିବା ଏକ ଚିତ୍ରକଥା
3. ଗୋଚର ଭୂଇଁର ଅନ୍ତହୀନ ଅନ୍ୱେଷଣ
ଜଣେ ଫକିରାନି ଜାଟ୍ ହୋଇଥିବା ଜାଟ୍ ଆୟୁବ ଅମିନ୍ ଅସାଧାରଣ ‘ମାଲଧାରୀ’ ବା ଯାଯାବର ପଶୁଚରାଳୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର। ଏହି ମାଲଧାରୀମାନେ ଗୁଜରାଟର କଚ୍ଛ ଜିଲ୍ଲାରେ ବର୍ଧିଷ୍ଣୁ ସଙ୍କଟକୁ ନେଇ ଚିନ୍ତିତ। ସେ ସଂପର୍କରେ ପରୀର ଏକ ଫଟୋ ଆଲେଖ୍ୟ।
2. କାଶ୍ମୀର ତିଆରି କରୁଥିବା ଚଙ୍ଗପାମାନେ
ଲାଦାଖର ହାନ୍ଲେ ଉପତ୍ୟକା ଅଞ୍ଚଳରେ ବାସ କରୁଥିବା ଯାଯାବର ଚାଙ୍ଗପାମାନେ ପସ୍ମିନା ଛେଳି ପାଳନ କରନ୍ତି, ସମୂଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ଚାରଣଭୂମିରେ ବସବାସ କରନ୍ତି ଓ ଏପରିକି ଆଜି ମଧ୍ୟ ସେମାନଙ୍କ ମଧ୍ୟରେ ନେଣଦେଣ ପ୍ରଥା ପ୍ରଚଳିତ ଅଛି- କିନ୍ତୁ ସେମାନଙ୍କ ଜୀବନ ଶୈଳୀ ବଦଳୁଛି । ଏହି ଫଟୋ ପ୍ରବନ୍ଧରେ ଚାଙ୍ଗପା କର୍ମା ରିନ୍ଚେନ୍ଙ୍କ ଗୋଷ୍ଠୀ ବିଷୟରେ କୁହାଯାଇଛି ।
1. ରାଜସ୍ଥାନର ରାଇକାମାନେ
ଓଟ ପାଳନ କରୁଥିବା ରାଜସ୍ଥାନର ଏହି ସମ୍ପ୍ରଦାୟ ଚାରଣଭୂମି ବ୍ୟବହାର ଉପରେ କଟକଣା ଲଗାଉଥିବା ନିୟମ, ସାମାଜିକ ବିରୋଧାଭାଷ ଓ ହ୍ରାସ ପାଉଥିବା ଆୟ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଭାରତର-ଯାଯାବର-ମେଷପାଳକମାନଙ୍କ-ସହିତ-ରାସ୍ତାରେ















