ଶହଶହ ବର୍ଷ ଧରି, ସାଦ୍ରୀ ଗ୍ରାମ, ରାଜସ୍ଥାନର ପାଲି ଜିଲ୍ଲାରେ ଥିବା ଏକ ଗ୍ରାମରେ ବାସ କରୁଥିବା ରାଇକା ସମ୍ପ୍ରଦାୟର ଲୋକମାନେ ଓଟ ପାଳନ କରି ଆସୁଛନ୍ତି । ମୁଁ ଫୁୟାରାମ୍ଙ୍କ ସହିତ ଚଡିୟେରେ ଗଲି – ଯେତେବେଳେ ପଶୁମାନଙ୍କୁ ଚରାଇବା ପାଇଁ ନିଆଯାଏ । ସାଧାରଣତଃ, ଏହା ଦିନସାରା ଚାଲିଥାଏ । ଚା ଓ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ ନିଜ ପଗଡିରେ ଖୋସି ସେ ଭୋର୍ରୁ ବାହାରି ଯାଆନ୍ତି ଓ ଉତ୍ତୀର୍ଣ୍ଣ ସନ୍ଧ୍ୟା କାଳରେ ଫେରିଥାନ୍ତି । ରାଜସ୍ଥାନରେ ଗ୍ରୀଷ୍ମ ଋତୁର ଜାଳିଦେବା ଭଳି ସେହି ଉତ୍ତାପକୁ ଖାତିର ନକରି ଓ ୨୦ଟି ଓଟର ଦେଖାରଖା କରିବାକୁ ଥିଲେ ମଧ୍ୟ, ସେ ଆମ ଦୁଇଜଣଙ୍କ ପାଇଁ ଚାହା ପ୍ରସ୍ତୁତ କଲେ ।
ଫୁୟାରାମ୍ଜୀ ବୋଧହୁଏ ଏହା ଜାଣି ପାରିଛନ୍ତି ଯେ, ତାଙ୍କ ପରିବାରର କେହି ମଧ୍ୟ ତାଙ୍କ ଚଲାପଥ ଅନୁସରଣ କରିବେ ନାହିଁ । ତାଙ୍କ ପିଲାମାନେ ତାଙ୍କର ଏହି କାମ ଭବିଷ୍ୟତରେ ଆଉ କିପରି ଜାରି ରଖିବେ ନାହିଁ ସେ ବିଷୟରେ ସେ କହିଲେ । ଏବେ ମଧ୍ୟ ପଶୁଚାରଣକାରୀଙ୍କ ଅଧିକାର ସୀମା ମଧ୍ୟରେ ରହୁଥିବା କେତେକ ଜମି ମଧ୍ୟ ଦେଇ ଆମେ ଯେତେବେଳେ ଚାଲିଚାଲି ଯାଉଥିଲୁ ସେତେବେଳେ ସେ ମୋତେ ଏକ ସମୟରେ ରାଇକାମାନେ କିଭଳି ଭାବେ ସଦ୍ରୀର ଜଙ୍ଗଲ ଓ ଚାଷଜମିଗୁଡିକରେ ମୁକ୍ତ ଭାବେ ବୁଲି ପାରୁଥିଲେ, ରାସ୍ତାରେ ଯେଉଁମାନେ ମିଶୁଥିଲେ ସେମାନଙ୍କ ସହିତ କିଭଳି ବନ୍ଧୁତ୍ୱ ସ୍ଥାପନ କରୁଥିଲେ, ସେ ବିଷୟରେ କହିଲେ।


