ଏମ କରୁପ୍ପିହ କୋମ୍ବୁ ବଜାଉଥିବା ସମୟରେ ମୃତ୍ୟୁବରଣ କରିବାକୁ  ଚାହାଁନ୍ତି । ଠିକ୍ ଅଛି, ଐତିହାସିକ ଭାବରେ, ଯୁଦ୍ଧ ଆରମ୍ଭର ଘୋଷଣା କରିବାକୁ ଯୁଦ୍ଧକ୍ଷେତ୍ରରେ ଉଚ୍ଚ ସ୍ୱରରେ ଫୁଙ୍କି ବଜାଯାଉଥିବା ବାଦ୍ୟଯନ୍ତ୍ର ଏହା ଥିଲା। ପ୍ରାୟ ଆକ୍ଷରିକ ଭାବରେ,ମୃତ୍ୟୁ ପାଇଁ ସଂଗୀତ । କିନ୍ତୁ ପିତ୍ତଳ କିମ୍ବା ବ୍ରୋଞ୍ଜରୁ  ନିର୍ମିତ ହାତୀ ଶୁଣ୍ଢ ଆକୃତିର ଏହି ବାଜା ବଜାଇ ଦୁନିଆରୁ ବିଦାୟ ନେବା କରୁପ୍ପିହଙ୍କ ଇଚ୍ଛାର କାରଣ ନୁହେଁ।

୪୯ ବର୍ଷୀୟ କରୁପ୍ପିହଙ୍କ ପାଇଁ କୋମ୍ବୁ ଏକ ମହାନ କଳା। ଏବଂ ସେ ଚତୁର୍ଥ ପିଢିର ଜଣେ ବାଦକ, ମଦୁରାଇ ସ୍ଥିତ ନିଜ ଗାଁରେ ରୋଜଗାର କରିବା ପାଇଁ ବାଧ୍ୟ ହୋଇ ଚଲାଉଥିବା ଅଟୋରିକ୍ସା ଅପେକ୍ଷା ଯନ୍ତ୍ର ସହିତ ସେ ଅଧିକ ଆସକ୍ତ।

କରୁପ୍ପିହ କୁହନ୍ତି, ପ୍ରାୟ ତିନି ଦଶନ୍ଧି ପୂର୍ବରୁ,ଏହି କଳା “ଶୀର୍ଷ”ରେ ଥିଲା। ୧୯୯୧ ମସିହାରେ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ପାଇଁ ସେ କୋମ୍ବୁ ବଜାଇବା କଥା ମନେ ପକାଇଲେ । "ସେ ଆମକୁ ପୁନର୍ବାର ଏହାକୁ ବଜାଇବାକୁ କହିଥିଲେ, ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ!"

କିନ୍ତୁ ଆଜିକାଲି, ଥିରୁପାରନକୁନ୍ଦ୍ରମ ବ୍ଲକର ତାଙ୍କ ଗାଁ ମେଲାକୁୟିଲକୁଡିରେ ତାଙ୍କୁ ଏବଂ ଅନ୍ୟ କୋମ୍ବୁ କଳାକାରମାନଙ୍କୁ କାମପାଇବା ଅତ୍ୟନ୍ତ କଷ୍ଟକର ହେଉଛି । ୨୦୨୦ ମସିହା ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଥିବା କୋଭିଡ୍ ଲକ୍‍ଡାଉନ୍ ସମୟରେ ଦୁର୍ଦିନରେ ଗତି କରୁଥିବା ଏହି  ଲୟାତ୍ମକ କଳା ଏବେ ଆଧୁନିକ ପପ୍‍ ସଂସ୍କୃତି ଦ୍ୱାରା ଅପସାରିତ ହୋଇଛି। କଳାକାରମାନେ ଏବେ କାମ ଓ ଅର୍ଥ ବିନା କାଳାତିପାତ କରୁଛନ୍ତି।

ଯେତେବେଳେ କରୁପ୍ପିହ କିଛି କାମ ପାଆନ୍ତି- ମନ୍ଦିର,ସାଧାରଣ କାର୍ଯ୍ୟକ୍ରମ କିମ୍ବା ଅନ୍ତିମ ସଂସ୍କାରରେ କୋମ୍ବୁ ବଜାଇବାର କାମ ପାଆନ୍ତି - ତାଙ୍କର ଗୋଟିଏ ପ୍ରଦର୍ଶନରୁ ୭୦୦ରୁ ୧୦୦୦ ଟଙ୍କା ଆୟ ହୋଇଥାଏ।"ଲକ୍‍ଡାଉନ କାରଣରୁ ଆମେ ଆଲାଗର କୋଇଲ ଥିରୁଭିଝା କାର୍ଯ୍ୟକ୍ରମରେ ଗତବର୍ଷ ଠାରୁ ପ୍ରଦର୍ଶନ କରିପାରିଲୁ ନାହିଁ।"ଆମେ ସେହି ସମୟରେ ଆଠ ଦିନର କାମ ପାଇଥାଆନ୍ତୁ"। ମଦୁରାଇ ସହରଠାରୁ ୨୦ କିଲୋମିଟର ଦୂରରେ ଥିବା ଆଲାଗର କୋଇଲ ମନ୍ଦିରର ବାର୍ଷିକ ଉତ୍ସବ(ଏପ୍ରିଲ-ମେ ମାସରେ) ସମୟରେ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହୋଇଥାନ୍ତି, ଏହି ସମୟରେ କୋମ୍ବୁ କଳାକାରମାନେ କଳା ପ୍ରଦର୍ଶନ କରିଥାଆନ୍ତି।

ଲୋକ କଳାକାର ଏବଂ କଳାକୁ ସମର୍ଥନ କରୁଥିବା ଚେନ୍ନାଇର ସଂସ୍ଥା ଅଲ୍ଟର୍‍ନେଟିଭ ମିଡିଆ ସେଣ୍ଟର (ଏଏମସି) ର ପ୍ରତିଷ୍ଠାତା କାଲୀସ୍ୱରନ କୁହନ୍ତି,"ସମସ୍ତେ କୋମ୍ବୁ ବଜାଇପାରିବେ ନାହିଁ। ଏହା ଅଧିକ ଦକ୍ଷତା ଆବଶ୍ୟକ କରେ"। ବାଦ୍ୟଯନ୍ତ୍ର ଏକ କାର୍ଯ୍ୟକ୍ରମର ଆରମ୍ଭରେ, ଏବଂ ତା’ପରେ କାର୍ଯ୍ୟକ୍ରମ ମଧ୍ୟରେ ବାଜାଯାଏ, କିନ୍ତୁ କ୍ରମାଗତ ଭାବରେ ନୁହେଁ । ତେଣୁ କଳାକାରମାନେ ସାଧାରଣତ ୧୫ ମିନିଟ୍ ପାଇଁ ବଜାଇଥାନ୍ତି, ପାଞ୍ଚ ମିନିଟ୍‍ ବିଶ୍ରାମ କରନ୍ତି ଏବଂ ତା’ପରେ ପୁନର୍ବାର ଆଉ ୧୫ମିନିଟ୍ ପାଇଁ ବଜାଇଥାନ୍ତି । “ସାଧାରଣତଃ, କଳାକାର ବହୁତ ଗଭୀର ନିଶ୍ୱାସ ନିଅନ୍ତି ଏବଂ ଏହାକୁ  ଏଥିରେ [କୋମ୍ବୁ] ପ୍ରବାହିତ କରିଥାନ୍ତି।” ଶ୍ୱାସକ୍ରିୟା ଉପରେ ସେମାନଙ୍କର ଦକ୍ଷତା ପାଇଁ ସେମାନେ ଧନ୍ୟବାଦ ପାଇବା ଯୋଗ୍ୟ, କାଲୀସ୍ୱରନ ଦର୍ଶାଇଛନ୍ତି ଯେ ପ୍ରାୟ ୧୦୦ବର୍ଷ ବୟସ୍କ କଳାକାରମାନେ ଏବେବି ପ୍ରଦର୍ଶନ କରୁଛନ୍ତି।

Left: M. Karuppiah is a fourth-generation kombu artiste. Right: K. Periasamy is the leader of the artistes' group in Melakuyilkudi
PHOTO • M. Palani Kumar
Left: M. Karuppiah is a fourth-generation kombu artiste. Right: K. Periasamy is the leader of the artistes' group in Melakuyilkudi
PHOTO • M. Palani Kumar

ବାମ: ଏମ. କରୁପ୍ପିହ ଜଣେ ଚତୁର୍ଥ ପିଢିର କୋମ୍ବୁ କଳାକାର। ଡାହାଣ: କେ.ପେରିଆସାମି ମେଲାକୁୟିଲକୁଡିରେ ଥିବା କଳାକାର ଦଳର ମୁଖ୍ୟ ଅଟନ୍ତି

୬୫ ବର୍ଷୀୟ କେ ପେରିଆସାମି ମେଲାକୁୟିଲକୁଡିରେ ଥିବା କୋମ୍ବୁ କଳାଇ କୁଝୁର କଳାକାର ଦଳର ମୁଖ୍ୟ ଅଟନ୍ତି। ସେ କେବଳ କୋମ୍ବୁ ବଜାଇବା ଜାଣନ୍ତି। ସେ ବହୁତ ଲୋକଙ୍କୁ ଏହା ଶିଖାଇଛନ୍ତି ବର୍ତ୍ତମାନ ସମୟର ବାଦକମାନଙ୍କ ମଧ୍ୟରୁ ଅଧିକାଂଶ ୩୦ ରୁ ୬୫ ବର୍ଷର ପୁରୁଷ ଅଟନ୍ତି। ପେରିଆସାମି କୁହନ୍ତି "ଆମେ ଅନ୍ୟ କିଛି କାମ ପାଉନାହୁଁ। ଆମ ପାଖରେ କେବଳ ରାସନ [ଚାଉଳ] ରହିଛି ଯାହାକି ନିମ୍ନମାନର। ଆମେ ନିଜକୁ କିପରି ବଞ୍ଚାଇବୁ?"

ତାଙ୍କ ଘରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ- ଏକ ଷ୍ଟେନଲେସ୍‍ ଷ୍ଟିଲ ପାତ୍ର, ଏକ ପିତ୍ତଳ ଗରା, ତାଙ୍କ ସ୍ତ୍ରୀଙ୍କର ଥାଳି(ବିବାହ ଅଳଙ୍କାର)-ବନ୍ଧା ପଡି ଯାଇଛି। ଦୀର୍ଘ ନିଶ୍ୱାସ ନେଇ ପେରିଆସାମି କୁହନ୍ତି,"ଯାହା କିଛି ଆମ ପାଖରେ ରହି ଯାଇଛି ସେଗୁଡିକ ହେଉଛି ପାଣି ଆଣିବା ପାଇଁ ପ୍ଲାଷ୍ଟିକ ପାତ୍ରଗୁଡିକ "କିନ୍ତୁ ତାଙ୍କର ଚିନ୍ତା ହେଉଛି କଳା ପାଇଁ- ସରକାର କ’ଣ କଳା ଓ କଳାକାରଙ୍କ ପାଇଁ କିଛି କରିବେ? ଯଦି ନା,ତେବେ ତାଙ୍କ ସହ କ’ଣ କୋମ୍ବୁ ବଜାଇବାର ପରିସମାପ୍ତି ଘଟିବ?

ମେଲାକୁୟିଲକୁଡିର ୨୦ଜଣ ଅସାଧାରଣ କୋମ୍ବୁ କଳାକାରଙ୍କ ପାଖରେ ୧୫ଟି ବାଦ୍ୟଯନ୍ତ୍ର ଅଛି। ଏହି ସମ୍ପ୍ରଦାୟଙ୍କ ପାଖରେ ୪୦ ବର୍ଷ ହେଲାଣି ଶିଙ୍ଗଗୁଡିକ ଅଛି। ଏହି ପୁରୁଣା କୋମ୍ବୁ ଯେଉଁଗୁଡିକ ପୂର୍ବପୁରୁଷରୁ ରହି ଆସିଥିବା ବାଦ୍ୟଯନ୍ତ୍ର, ଅତି ଯତ୍ନର ସହିତ ବିଦ୍ୟୁତରୋଧନ ଫିତା ସାହାଯ୍ୟରେ ଏକାଠି ଯୋଡା ହୋଇଥିଲା। ଯେତେବେଳେ ଖରପ ସମୟ ଆସେ, କଳାକାରମାନେ ସେମାନଙ୍କ କୋମ୍ବୁ ବନ୍ଧକ ରଖନ୍ତି କିମ୍ବା ବିକ୍ରି କରି ଦିଅନ୍ତି। ନୂତନ ବାଦ୍ୟ ଯନ୍ତ୍ର ହେଉଛି ବ୍ୟୟସାପେକ୍ଷ,ଏହାର ମୂଲ୍ୟ ୨୦,୦୦୦-୨୫,୦୦୦ଟଙ୍କା ହୋଇଥାଏ ଏବଂ ଏହା କେବଳ ଏଠାରୁ ୨୫୦ କିଲୋମିଟର ଦୂରରେ ଥିବା କୁମ୍ବକୋନମରେ ମିଳେ।

୩୦ ବର୍ଷୀୟ ପି.ମଗରଜନ ଓ ଜି.ପାଲପାଣ୍ଡି  ଉଭୟଙ୍କୁ ୧୦ବର୍ଷ ବୟସ ହେବା ପୂର୍ବରୁ ସେମାନେ କୋମ୍ବୁ ବଜାଇବା ଆରମ୍ଭ କରିଦେଇଥିଲେ। ସେମାନେ ଏହି କଳା ସହ ବଡ ହୋଇଛନ୍ତି ଓ ସେମାନଙ୍କର ଆୟ ମଧ୍ୟ। ମଗରାଜନ କୁହନ୍ତି"ଯେତେବେଳେ ମୁଁ ୧୦ ବର୍ଷର ହୋଇଥିଲି କୋମ୍ବୁ ବଜାଇବା ପାଇଁ ମୋର ଅଂଶ ବାବଦକୁ ୫୦ଟଙ୍କା ପାଇଥିଲି ।ମୁଁ ଅତ୍ୟଧିକ ଆନନ୍ଦିତ ହୋଇଯିବି। ମୁଁ ଏବେ ୭୦୦ଟଙ୍କା ପାଉଛି।"

ପାଲପାଣ୍ଡି ରାଜମିସ୍ତ୍ରୀ କାମ କରି ଦିନକୁ ୭୦୦ଟଙ୍କା ରୋଜଗାର କରୁଛନ୍ତି। ଏହି ଆୟ ହେଉଛି ସ୍ଥିର ଓ କାର୍ଯ୍ୟ ହେଉଛି ନିଶ୍ଚିତ। କିନ୍ତୁ କୋମ୍ବୁକୁ ହିଁ ସେ ଭଲ ପାଆନ୍ତି-ଯାହାକୁ ବଜାଇବା ସେ ତାଙ୍କ ଜେଜେଙ୍କଠାରୁ ଶିଖିଥିଲେ। ସେ କୁହନ୍ତି,"ଥାଥା ଯେତେବେଳେ ବଞ୍ଚିଥିଲେ, ଏହି କଳାର ମହତ୍ୱ ମୁଁ ବୁଝିପାରିଲି ନାହିଁ"। ଏହି ଲକଡାଉନ୍‍ ତାଙ୍କୁ ଶକ୍ତ ଧକ୍କା ଦେଇଛି। ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି ଏବଂ ଏହା ସହିତ କୋମ୍ବୁ ବଜାଇବାର ସୁଯୋଗ ମଧ୍ୟ। ସେ କୁହନ୍ତି,"ମୁଁ ସାହାଯ୍ୟ ଅପେକ୍ଷାରେ ଅଛି।"

କରୁପ୍ପିହ କହିଲେ,"କାଳିଶ୍ୱରଣ ସାରଙ୍କ ପାଖରୁ ସାହାଯ୍ୟ ମିଳିଲା"। ମେ ମାସରେ ଯେତେବେଳେ ତାମିଲନାଡୁରେ ଲକଡାଉନ୍‍ ଆରମ୍ଭ ହେଲା କାଳିଶ୍ୱରଣଙ୍କ ଏଏମସି ସଂସ୍ଥା ପ୍ରତ୍ୟେକ କଳାକାର ପରିବାରକୁ ୧୦ କିଲୋ ଚାଉଳ ଦେଲେ। କରୁପ୍ପିହଙ୍କର ବଡ ପରିବାରଟି ତାଙ୍କର ଚାରି ଝିଅ ଓ ଏକମାତ୍ର ପୁଅକୁ ନେଇ ଗଠିତ। କିନ୍ତୁ ସେମାନେ ଚଳିଯିବେ। ସେ କୁହନ୍ତି,"ଆମେ କ୍ଷେତରୁ କିଛି ପନିପରିବା ସଂଗ୍ରହ କରିପାରିବୁ। ହୁଏତ ବାଇଗଣ ଓ ପିଆଜ। କିନ୍ତୁ ସହରର ଲୋକମାନେ କ’ଣ କରିବେ?"

PHOTO • M. Palani Kumar

କୋମ୍ବୁ କାଲାଇ କୁଜୁରୁ କଳାକାର, ମେଲାକୁୟିଲକୁଡିରେ ଥିବା କୋମ୍ବୁ  କଳାକାରସମୂହ ଏବଂ କିଛି ପରିବାର ସଦସ୍ୟ

PHOTO • M. Palani Kumar

କେ . ପେରିଆସାମି ତାଙ୍କର ନାତି ନାତୁଣୀଙ୍କ ସହ ସେ ବହୁତ ଜଣଙ୍କୁ ଏହି ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇବା ଶିଖାଇଛନ୍ତି

PHOTO • M. Palani Kumar

ଜି . ପାଲପାଣ୍ଡି କୋମ୍ବୁକୁ ବହୁତ ଭଲ ପାଆନ୍ତି, ଯାହାକି ସେ ତାଙ୍କ ଜେଜେ ବାପାଙ୍କଠାରୁ ବଜାଇବା ଶିଖିଛନ୍ତି

PHOTO • M. Palani Kumar

ସତିଶ,୧୦ ( ବାମ ) , ଏବଂ କେ. ଅରୁସାମେୟ,୧୭ ( ଡାହାଣ ) , ହେଉଛନ୍ତି ମେଲାକୁୟିଲକୁଡିର ଆଗାମୀ ପିଢିର କଳାକାର ସେମାନେ ଏହି ବାଦ୍ୟ ଯନ୍ତ୍ର ବଜାଇବା ଜାରି ରଖିବା ପାଇଁ ବହୁତ ଆଗ୍ରହୀ

PHOTO • M. Palani Kumar

ବାମ : ୫୫ ବର୍ଷୀୟ ଏ . ମଲାର ୧୯୯୧ ମସିହାରେ କୋମ୍ବୁ ବଜାଇ ଦିନକୁ ୧୦୦ ଟଙ୍କା ରୋଜଗାର କରିବା କଥା ମନେପକାନ୍ତି ବର୍ତ୍ତମାନ ସେ ୮୦୦ - ୧୦୦୦ଟଙ୍କା ରୋଜଗାର କରନ୍ତି ଡାହାଣ : ଏମ . କରୁପ୍ପିହ କୁହନ୍ତି ଏଠାରେ ସେମାନଙ୍କ ପାଇଁ ଏବେ ପର୍ଯ୍ୟାପ୍ତ କାମ ନାହିଁ

PHOTO • M. Palani Kumar

୩୫ ବର୍ଷୀୟ ପି . ମାଗରାଜନ ସାତ ବର୍ଷ ବୟସରୁ ଏହି ବାଦ୍ୟ ଯନ୍ତ୍ର ବଜାଉଛନ୍ତି

PHOTO • M. Palani Kumar

୫୭ ବର୍ଷୀୟ ପି.ଆଣ୍ଡି ମେଲାକୁୟିଲକୁଡିରେ ପିଲାମାନଙ୍କୁ କୋମ୍ବୁ ବଜାଇବା ଶିଖାଉଛନ୍ତି

PHOTO • M. Palani Kumar

ବାମରୁ: ପି. ଆଣ୍ଡି, ପି. ମାଗରାଜନ, ଜଣେ କୋମ୍ବୁ ବାଦକ(ନାମ ଜଣା ନାହିଁ)ଏବଂ କେ. ପେରିଆସାମି, ସେମାନଙ୍କର ବାଦ୍ୟ ଯନ୍ତ୍ର ସହିତ। ଏହି ଏସ ଆକୃତିର ଶିଙ୍ଗଟି ବ୍ରୋଞ୍ଜ କିମ୍ବା ତମ୍ବାରେ ତିଆରି

ଏହି ଗଳ୍ପର ପାଠ୍ୟ ରିପୋର୍ଟରଙ୍କ ସହଯୋଗିତାରେ ଅପର୍ଣ୍ଣା କାର୍ତ୍ତିକେୟନଙ୍କ ଦ୍ୱାରା ଲେଖାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍

M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE