ଏହା ଏକ ବିଶାଳ ଢାଞ୍ଚା - ପଞ୍ଜାବରେ ୧୫୨ଟି ମୁଖ୍ୟ ୟାର୍ଡ, ୨୭୯ ଉପ-ୟାର୍ଡ ଏବଂ ୧,୩୮୯ କ୍ରୟ କେନ୍ଦ୍ର (୨୦୧୯-୨୦ ରେ) । ମିଳିତ ଭାବେ ଏହା ଜସବିନ୍ଦର ସିଂଙ୍କ ପାଇଁ ଏକ ସୁରକ୍ଷା କବଚ ସୃଷ୍ଟି କରେ । ସାଙ୍ଗ୍ରୁର ଜିଲ୍ଲାର ଲଙ୍ଗୋୱାଲ ସହରରେ ୧୭ ଏକର ଜମି ଚାଷ କରୁଥିବା ପରିବାରର ୪୨ ବର୍ଷୀୟ ଜସୱିନ୍ଦର କୁହନ୍ତି, “ମୁଁ ମୋର ଫସଲକୁ ବିନା ଦ୍ୱିଧାରେ କିମ୍ବା ନିର୍ଭିକ ଭାବରେ ମଣ୍ଡିକୁ ନେଇପାରେ, ମୁଁ ଜାଣେ ଯେ ମୁଁ ଏଥିପାଇଁ ଟଙ୍କା ପାଇବି। ମୁଁ ଏହି ପ୍ରକ୍ରିୟା ଜାଣିଛି ଏବଂ ମୁଁ ନିଶ୍ଚିତ ଯେ ମୋର ଦେୟ ମୁଁ ପାଇବି।”

ମୁଖ୍ୟ (କିମ୍ବା ପ୍ରଧାନ) ୟାର୍ଡଗୁଡ଼ିକରେ ବିଶାଳ ମଣ୍ଡି (ଏଠାରେ ଥିବା ସୁନାମର ଫଟୋ ପରି) ରହିଛି। ଏହି ୟାର୍ଡଗୁଡ଼ିକରେ ବିଭିନ୍ନ ପ୍ରକାରର ସୁବିଧା ରହିଛି ଏବଂ ସାଧାରଣତଃ ସେମାନଙ୍କ ଆଢତିଆ (କମିଶନ ଏଜେଣ୍ଟ) ଙ୍କ ଦୋକାନ ସାମ୍ନାରେ ଅମଳ ଆଣି ଗଦା କରିବା ପାଇଁ କୃଷକମାନଙ୍କୁ ସ୍ଥାନ ଆବଣ୍ଟନ କରାଯାଇଛି।  ସେହି ବର୍ଷ ଉତ୍ପାଦନ ପାଇଁ ଏକ ମୁଖ୍ୟ ୟାର୍ଡର କ୍ଷେତ୍ର ଯଦି ଯଥେଷ୍ଟ ନହୁଏ, ତେବେ ନିକଟରେ ଥିବା ଅତିରିକ୍ତ ସ୍ଥାନଗୁଡିକ ସବ୍-ୟାର୍ଡ ଭାବରେ ବ୍ୟବହୃତ ହୋଇଥାଏ। ମୁଖ୍ୟତଃ ଗ୍ରାମଗୁଡିକରେ ଥିବା କ୍ରୟ କେନ୍ଦ୍ରଗୁଡ଼ିକରେ ଛୋଟ ମଣ୍ଡି ରହିଛି (ଏଠାରେ ଥିବା ଫଟୋଗୁଡ଼ିକରେ ଶେରନ୍ ମଣ୍ଡି ପରି)। ମିଳିତ ଭାବରେ, ଏଗୁଡ଼ିକ ପଞ୍ଜାବର ବିସ୍ତୃତ କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମ୍‍ସି) ନେଟୱାର୍କକୁ ନେଇ ଗଠିତ।

ଜସୱିନ୍ଦର କୁହନ୍ତି, “ଯେତେବେଳେ ମୋର ଫସଲ ବିକ୍ରି ହୁଏ, ମୁଁ ଆଢ଼ତିଆଙ୍କଠାରୁ ଏକ ଜେ-ଫର୍ମ ପାଇଥାଏ ଏବଂ ଦେୟ ଆସିବା ପର୍ଯ୍ୟନ୍ତ ଏହା ଏକ ସିକ୍ୟୁରିଟି ଭାବରେ କାମ କରିଥାଏ’’। (ପଞ୍ଜାବ କୃଷି ଉତ୍ପାଦନ ମାର୍କେଟର ଆକ୍ଟ ୧୯୬୧ ଅନୁସାରେ) ସେ କହନ୍ତି, “କିନ୍ତୁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଏହା ଏକ ସରକାରୀ ବ୍ୟବସ୍ଥା, ଯଦି ମୋର ଦେୟ ମିଳିବାରେ କିଛି ଅସୁବିଧା ହୁଏ, ତେବେ ମୁଁ ଜାଣେ ଯେ ମୁଁ ଆଇନ୍ ଅଧୀନରେ ସୁରକ୍ଷିତ ଏବଂ ଏହା ଏକ ବଡ଼ ସୁରକ୍ଷା ଅଟେ”।

ଏପିଏମ୍‍ସି ନେଟୱାର୍କ ସୁନିଶ୍ଚିତ କରେ ଯେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ କିମ୍ବା ମାର୍କଫେଡ୍ (ପଞ୍ଜାବ ଷ୍ଟେଟ୍ କୋଅପରେଟିଭ୍ ଯୋଗାଣ ଏବଂ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍) ପରି ଘରୋଇ ବ୍ୟବସାୟୀ କିମ୍ବା ସରକାରୀ ଏଜେନ୍ସି ଦ୍ୱାରା ନିୟନ୍ତ୍ରିତ ପ୍ରକ୍ରିୟାରେ ଫସଲ କ୍ରୟ କରାଯାଏ, ଯାହା ମୁଖ୍ୟତଃ ସର୍ବନିମ୍ନ ସହାୟତା ମୂଲ୍ୟରେ (ଏମ୍‍ଏସ୍‍ପି) ଗହମ ଏବଂ ଧାନ କ୍ରୟ କରିଥାଏ। ଥରେ ଶସ୍ୟ ପଞ୍ଜାବର ଯେକୌଣସି ମଣ୍ଡିରେ ପହଞ୍ଚିବା ପରେ, ଏଫସିଆଇ କିମ୍ବା ମାର୍କଫେଡ୍ ଅଧିକାରୀମାନେ ଏହାର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପରୀକ୍ଷା କରନ୍ତି ଯେପରିକି ଏଥିରେ ଥିବା ଆର୍ଦ୍ରତା ପରିମାଣ । ତା’ପରେ ଶସ୍ୟ ନିଲାମ ଓ ବିକ୍ରି ହୋଇଥାଏ। ଏହି ପ୍ରକ୍ରିୟା ଆଢତିଆମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଯେଉଁମାନେ ଏହି ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍।

ପଟିଆଲା ଜିଲ୍ଲାର ପାଟ୍ରାନ ତହସିଲର ଡୁଗାଲ କାଲାନ ଗାଁର ୩୨ ବର୍ଷୀୟ ଅମନଦିପ୍‍ କୌର କହିଛନ୍ତି ଯେ ଏଭଳି ବ୍ୟବସ୍ଥାର ଉପଲବ୍ଧତା ଏବଂ ନିର୍ଭରଯୋଗ୍ୟତା ହେଉଛି ପ୍ରମୁଖ ସୁବିଧା। “ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ମୋର ଉତ୍ପାଦକୁ ଗାଁ ମଣ୍ଡି [କ୍ରୟ କେନ୍ଦ୍ର] କୁ ନେଇପାରିବି। ଏହା ସୁବିଧାଜନକ ଏବଂ ମୁଁ ମୋର ଫସଲ ପାଇଁ ଯେଉଁ ମୂଲ୍ୟ ପାଇବି [ଏମ୍‍ଏସ୍‍ପି ଭାବରେ] ତାହା ଜାଣେ। ରାଜ୍ୟରେ ଆଖୁ ସହିତ କ’ଣ ଘଟୁଛି ଆମେ ଦେଖିଛୁ। ଏହା ପାଇଁ କୌଣସି ଶୃଙ୍ଖଳିତ ବିକ୍ରୟ ବ୍ୟବସ୍ଥା ନାହିଁ, ତେଣୁ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ବେଳେବେଳେ ଏକ ସହରକୁ ନିଅନ୍ତି ତାପରେ ସେମାନେ ଅନ୍ୟ ଏକ ସହରକୁ ନିଅନ୍ତି  ଯେଉଁଠିକି ସେମାନେ ଭଲ ମୂଲ୍ୟ ପାଇବେ। ରାଜ୍ୟର କେଉଁ ସହରରେ ଏକା ମୂଲ୍ୟ ଉଚ୍ଚ ତାହା ଆମେ କିପରି ଜାଣିବୁ?

PHOTO • Novita Singh with drone operator Ladi Bawa

କିଛି ଲୋକ ମିଶି ଗହମ ଶସ୍ୟକୁ ଏକ ଟ୍ରାକ୍ଟରରୁ ଅନଲୋଡ୍ କରନ୍ତି , ଯାହା ଏହାକୁ ସାଙ୍ଗ୍ରୁର ଜିଲ୍ଲାର ନିକଟସ୍ଥ ସୁନାମ ମଣ୍ଡିକୁ ନେଇଯିବ ଏହି ପ୍ରକ୍ରିୟା ଦିନସାରା ବାରମ୍ବାର ଚାଲିଥାଏ ଅମଳ ଋତୁ ଏପ୍ରିଲ୍ ମଧ୍ୟଭାଗରେ ବୈଶାଖୀରୁ ଆରମ୍ଭ ହୋଇ ପରବର୍ତ୍ତୀ ୧୦ ଦିନ ଯାଏଁ ଯୋରସୋରରେ ଚାଲିଥାଏ

ଅମନଦୀପଙ୍କ ପରିବାର ୨୨ ଏକର ଜମିରେ ଚାଷ କରନ୍ତି - ସେଥିମଧ୍ୟରୁ ଛଅ ଏକର ସେମାନଙ୍କର ନିଜର ଏବଂ ଅବଶିଷ୍ଟାଂଶ ଲିଜରେ ନେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମେ ମଧ୍ୟ ଆଢତିଆଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ।’’ “ଉଦାହରସ୍ୱରୂପ, ଯଦି ବର୍ଷା ହୁଏ ଏବଂ ଆମର ଅମଳ ହୋଇଥିବା ଗହମ ଓଦା ହୋଇଯାଏ, ତେବେ ଏହା ଶୁଖି ବିକ୍ରୟଯୋଗ୍ୟ ହେବା ପର୍ଯ୍ୟନ୍ତ  ଆମେ ଏହାକୁ ଆଢତିଆଙ୍କ ଭରସାରେ ମଣ୍ଡିରେ ୧୫ ଦିନ ପର୍ଯ୍ୟନ୍ତ ରଖିଦେଉ। ବେସରକାରୀ ମଣ୍ଡିରେ ଏହା ନିଶ୍ଚିତ ଭାବରେ ସମ୍ଭବ ହେବ ନାହିଁ। ”

ତିନି ଏକର ଜମିରେ ଗହମ ଓ ଧାନ ଚାଷ କରୁଥିବା ସାଙ୍ଗ୍ରୁର ତହସିଲର(ଏବଂ ଜିଲ୍ଲା) ର ମଙ୍ଗୱାଲ ଗାଁର ୨୭ ବର୍ଷୀୟ ଜଗଜୀବନ ସିଂହ କୁହନ୍ତି,"ଥରେ ଆମେ ଆମର ଉତ୍ପାଦ ବିକ୍ରୟ କରିବା ପରେ ଏହାର ଦେୟ ଛଅ ମାସ ପରେ ଆସିଥାଏ, କିନ୍ତୁ ଦେୟ ଆସିବା ପର୍ଯ୍ୟନ୍ତ ଚଳିବା ପାଇଁ ଆଢତିଆ ଆମକୁ ଆର୍ଥିକ ସହାୟତା ଦେଇଥାନ୍ତି"। ‘‘ମଣ୍ଡିରେ ମୁଁ ନିଶ୍ଚିତ ଯେ ଏମଏସପି ହେତୁ ଅନ୍ତତଃ ପକ୍ଷେ ମୋର ଖର୍ଚ୍ଚ ଭରଣା ହୋଇଯିବ।”

ଅବଶ୍ୟ, କୃଷକମାନଙ୍କର ଉତ୍ପାଦନ ବାଣିଜ୍ୟ ଏବଂ ବ୍ୟବସାୟ (ପଦୋନ୍ନତି ଏବଂ ସୁବିଧା) ଅଧିନିୟମ ୨୦୨୦, ମଧ୍ୟସ୍ଥିମାନଙ୍କୁ ହଟାଇବାକୁ ଏବଂ କୃଷକଙ୍କୁ ତାଙ୍କ ଉତ୍ପାଦକୁ ସିଧାସଳଖ କ୍ରେତାଙ୍କୁ ବିକ୍ରୟ କରିବାକୁ ଅନୁମତି ଦେବାକୁ ଲକ୍ଷ୍ୟ ରଖିଛି। ଏହା ଏପିଏମ୍‍ସି ମଣ୍ଡିଗୁଡିକର ମୂଳଦୁଆ ସହିତ - ୧୯୬୦ ଦଶକ ମଧ୍ୟଭାଗ ସବୁଜ ବିପ୍ଳବ ସମୟଠାରୁ ଆରମ୍ଭ ହୋଇ ପଞ୍ଜାବରେ ଦଶନ୍ଧି ଧରି ଚାଲିଆସୁଥିବା ଏକ ନିର୍ଭରଯୋଗ୍ୟ ମାର୍କେଟିଂ ଚେନର ଆଢତିଆ ଏବଂ ଅନ୍ୟାନ୍ୟ ଲିଙ୍କଗୁଡ଼ିକୁ ଦୁର୍ବଳ କରିପାରେ।

ଦିଲ୍ଲୀର ସୀମାରେ ଏହି ଆଇନ୍‍ ବିରୁଦ୍ଧରେ ପ୍ରତିବାଦ କରୁଥିବା କୃଷକମାନେ ଭୟ କରୁଛନ୍ତି ଯେ ଏହା ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ସହାୟକ ଭିତ୍ତିଭୂମିକୁ  ଅକାମୀ କରିଦେବ। ଯେଉଁ ଆଇନ ବିରୋଧରେ କୃଷକମାନେ ପ୍ରତିବାଦ କରୁଛନ୍ତି ସେଗୁଡିକ ହେଲା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । ଏବଂ ଏହି ତିନୋଟି କୃଷି ଆଇନ ରଦ୍ଦ ହେବା ନିମନ୍ତେ ଦାବି କରୁଛନ୍ତି। କେନ୍ଦ୍ର ସରକାର ପ୍ରଥମେ ଜୁନ୍‍ ୫ ତାରିଖ ଦିନ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ପରେ ସେପ୍ଟେମ୍ବର ୧୪ ତରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍‍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡିକୁ ଆଇନ ରୂପରେ ଗୃହୀତ କରାଇନେଲେ।

ଏହି ବିକ୍ଷୋଭଗୁଡ଼ିକ ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖରେ ଆରମ୍ଭ ହୋଇଥିଲା, ଏବଂ ଏହା ପୂର୍ବରୁ ପଞ୍ଜାବରେ - ଅଗଷ୍ଟ ମଧ୍ୟଭାଗରୁ ଆରମ୍ଭ ହୋଇଥିଲା ଯାହା ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଳବତ୍ତର ଥିଲା।

ପଞ୍ଜାବର ଆଢତିଆମାନଙ୍କ ଆସୋସିଏସନ୍ କୃଷକଙ୍କ ବିକ୍ଷୋଭକୁ ସମର୍ଥନ କରେ। ଏହାର ସଭାପତି ରବିନ୍ଦର ଚିମା କହିଛନ୍ତି ଯେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୟ କରିବା ପାଇଁ ମଣ୍ଡି ଏକ ବିକଳ୍ପ ପ୍ରଦାନ କରିଥାଏ। ସରକାରୀ ଏଜେନ୍ସି ସହିତ ମଣ୍ଡିଗୁଡିକରେ [ବେସରକାରୀ] ବ୍ୟବସାୟୀ ମଧ୍ୟ ଉପସ୍ଥିତ ରୁହନ୍ତି। ତେଣୁ ଯଦି କୃଷକମାନେ ଅନୁଭବ କରନ୍ତି ଯେ ସେମାନଙ୍କୁ ଭଲ ମୂଲ୍ୟ ମିଳୁନାହିଁ ତେବେ ସେଠାରେ ଏକ ବିକଳ୍ପ ଅଛି।” ନୂତନ ନିୟମ କୃଷକଙ୍କର ମୂଲଚାଲ କରିବାର ଅଧିକାର ଶେଷ କରିଦେବ ଏବଂ ଜଣେ ବ୍ୟବସାୟୀଙ୍କୁ ମଣ୍ଡି ବାହାରେ ବିକ୍ରୟ କରିବାକୁ ମଧ୍ୟ ଅନୁମତି ଦେବ - ଯାହାର ଅର୍ଥ କୌଣସି ଟିକସ ଦେବାକୁ ପଡିବ ନାହିଁ (ବ୍ୟବସାୟୀମାନଙ୍କୁ ଏମଏସପି ଉପରେ)। ତେଣୁ କୌଣସି ବ୍ୟବସାୟୀ କ୍ରୟ କରିବାକୁ ମଣ୍ଡିଗୁଡ଼ିକୁ ଆସିବେ ନାହିଁ ବୋଲି ଚିମା କୁହନ୍ତି ଏବଂ ଏହିପରି ଭାବରେ ଏପିଏମସି ବ୍ୟବସ୍ଥା ଧୀରେ ଧୀରେ ଅନାବଶ୍ୟକ ହୋଇଯିବ।

PHOTO • Novita Singh with drone operator Ladi Bawa

ସବୁଜ ବିପ୍ଳବ ଯୁଗ ପରେ ପଞ୍ଜାବରେ ଅମଳ ପ୍ରକ୍ରିୟା ପ୍ରାୟତଃ ଯନ୍ତ୍ର ଦ୍ୱାରା ପରିଚାଳିତ ହେଉଛି ୨୦୧୯-୨୦ ମସିହା ମଧ୍ୟରେ ରାଜ୍ୟରେ ପ୍ରାୟ ୧୭୬ ଲକ୍ଷ ଟନ୍ ଗହମ ଉତ୍ପାଦିତ ହୋଇଥିଲା ଯାହା ପ୍ରାୟ ୩୫ ଲକ୍ଷ ହେକ୍ଟର ଚାଷ ଜମିରେ କରାଯାଇ ଏକର ପିଛା ହାରାହାରି ୨୦.୩ କ୍ୱିଣ୍ଟାଲ ଅମଳ ହୋଇଥିଲା


PHOTO • Aranya Raj Singh

୨୦୨୧ ମସିହା ଏପ୍ରିଲ୍‍ ମାସ ୧୪ ତାରିଖରେ ସାଙ୍ଗ୍ରୁର ଜିଲ୍ଲାର ସୁନାମ ମଣ୍ଡିରେ ଗହମ ଅନଲୋଡିଂ ହେଉଛି

PHOTO • Novita Singh with drone operator Ladi Bawa

ସମସ୍ତ କୃଷକ ସେମାନଙ୍କର ନିଲାମ ହେବାକୁ ଥିବା ଉତ୍ପାଦକୁ ମଣ୍ଡିଗୁ ଡ଼ି କକୁ ଆଣନ୍ତି: ୨୦୨୧ ମସିହାରେ ପ୍ରାୟ ୧୩୨ ଲକ୍ଷ ମେଟ୍ରିକ୍ ଟନ୍ ଗହମ ରାଜ୍ୟ ତଥା କେନ୍ଦ୍ର ସରକାରୀ ଏଜେନ୍ସି ଦ୍ୱାରା କ୍ରୟ କରାଯାଇଥିଲା (ଘରୋଇ ବ୍ୟବସାୟୀମାନେ ମୋଟ ଉତ୍ପାଦର ୧ ପ୍ରତିଶତରୁ କମ୍ କ୍ରୟ କରିଥିଲେ)


PHOTO • Aranya Raj Singh

ସାଙ୍ଗ୍ରୁର ଜିଲ୍ଲାର ଶେରନ୍ ଗାଁର ୬୬ ବ ର୍ଷୀ ୟ କୃଷକ ରୂପ ସିଂ: ଆସିବା ପରଠାରୁ ସେ ନିଜ ଉତ୍ପାଦ ସହିତ ସ୍ଥାନୀୟ ମଣ୍ଡିରେ ବସିଥିଲେ ଏବଂ ସେଠାରେ ତାହା ପ୍ୟାକ୍ ହୋଇ ବିକ୍ରି ହେବା ପର୍ଯ୍ୟନ୍ତ ସେ ରହିବେ - ଏହି ପ୍ରକ୍ରିୟା ୩ ରୁ ୭ ଦିନ ସମୟ ନେଇପାରେ

PHOTO • Aranya Raj Singh

ସୁନାମ ମଣ୍ଡିରେ ମହିଳା ଶ୍ରମିକମାନେ ଗହମକୁ ଥ୍ରେସର ନିକଟକୁ ନେଇଯାଆନ୍ତି , ଯେଉଁଠାରେ ଶସ୍ୟରୁ କୁଣ୍ଡା ବାହାର କରାଯାଏ ମହିଳାମାନେ ମଣ୍ଡିଗୁ ଡ଼ି କର କର୍ମଶାଳାରେ ଏକ ପ୍ରମୁଖ ଅଂଶ ଗ୍ରହଣ କରିଥାନ୍ତି


PHOTO • Aranya Raj Singh

ଜଣେ ଶ୍ରମିକ ଗହମର ଏକ ଗଦାକୁ ସଫା କରି ତାହା ଉପରୁ କୁଣ୍ଡା ବାଛୁଛନ୍ତି , ସୁନାମ ମଣ୍ଡିରେ ତାଙ୍କ ପଛରେ କାର୍ଯ୍ୟରତ ଥ୍ରେସର


PHOTO • Novita Singh

ଶେରନ୍ ମଣ୍ଡିରେ ଜଣେ ଶ୍ରମିକ ବିକ୍ରୟ ପରେ ଗହମର ବ୍ୟାଗକୁ ସିଲ୍ କରନ୍ତି ଏହି ପ୍ରକ୍ରିୟା ପାଇଁ ଶ୍ରମିକମାନେ ଆଢତିଆମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥାନ୍ତି


PHOTO • Aranya Raj Singh

ଶେରନ୍ ମଣ୍ଡିରେ , ୨୦୨୧ ମସିହା ଏପ୍ରିଲ୍ ମାସ ୧୫ ତାରିଖରେ: ଗହମର ଓଜନ କରାଯାଉଛି


PHOTO • Aranya Raj Singh

ଶେରନ୍ ମଣ୍ଡିରେ ଅପରାହ୍ନରେ ଶ୍ରମିକମାନେ ବିଶ୍ରାମ କରୁଛନ୍ତି ଏଠାର ଅଧିକାଂଶ ଶ୍ରମିକ ବିହାର ଏବଂ ଉତ୍ତରପ୍ରଦେଶରୁ ଆସିଛନ୍ତି


PHOTO • Novita Singh with drone operator Ladi Bawa

ସୁନାମ ମଣ୍ଡିରେ ଶ୍ରମିକ ଏବଂ କୃଷକମାନେ ଗହମ ବସ୍ତାଗୁ ଡ଼ି କ ଉପରେ ବିଶ୍ରାମ ନେଉଛନ୍ତି ଯେଉଁ ଷ୍ଟକଗୁ ଡ଼ି କ ସରକାରୀ ସଂସ୍ଥା ଦ୍ୱାରା କ୍ରୟ କରାଯାଇଛି


PHOTO • Aranya Raj Singh

ବିକ୍ରି ହୋଇଥିବା ଗହମ ବ୍ୟାଗଗୁଡ଼ିକୁ ଟ୍ରକରେ ଲୋଡ୍ କରାଯାଏ ଯାହା ଉତ୍ପାଦକୁ ଗୋଦାମଗୁ ଡ଼ି କୁ ଏବଂ ବଜାରକୁ ନେଇଯିବ


PHOTO • Aranya Raj Singh

ସନ୍ଧ୍ୟାରେ ଶେରନ୍ ମଣ୍ଡିରେ ଶ୍ରମିକମାନେ ଗହଳି ଦିନଗୁ ଡ଼ି କରେ ଗହମ ଅମଳର ପରିମାଣ ବହୁତ ଅଧିକ ରହିଥାଏ , ତେଣୁ ସେମାନେ ଦୀର୍ଘ ଘଣ୍ଟା ଅତିରିକ୍ତ କାର୍ଯ୍ୟ କରନ୍ତି , ରାତିସାରା ଶସ୍ୟରେ ପରିପୂର୍ଣ୍ଣ ଟ୍ରାକ୍ଟରଗୁ ଡ଼ି କ ଆସି ପହଞ୍ଚେ


PHOTO • Aranya Raj Singh

ଶେରନ୍ ମଣ୍ଡିରେ ବିକ୍ରି ହୋଇନଥିବା ଗହମର ଗଦା ମଧ୍ୟରେ ଜଣେ କୃଷକ ବୁଲୁଛନ୍ତି


PHOTO • Aranya Raj Singh

ଶେରନ୍ ମଣ୍ଡିରେ ବସି କୃଷକମାନେ ଗପସପ କରୁଛନ୍ତି

PHOTO • Novita Singh

ଶେରନ୍ ମଣ୍ଡିରେ ନିଜର ଉତ୍ପାଦ ବିକ୍ରି ନହେବା ପର୍ଯ୍ୟନ୍ତ ଜଗି ରହିବା ପାଇଁ ଜଣେ କୃଷକ ରାତ୍ରିଯାପନ ପାଇଁ ନିଜର ଶଯ୍ୟା ପ୍ରସ୍ତୁତ କରୁଛନ୍ତି

PHOTO • Aranya Raj Singh

ସାଙ୍ଗ୍ରୁର ଜିଲ୍ଲାର ନାମୋଲ ଗାଁର ମହେନ୍ଦ୍ର ସିଂ ସୁନାମ ମଣ୍ଡି ଭିତରେ ଥିବା ତାଙ୍କ ଆଢତିଆଙ୍କ ଦୋକାନରେ ବସିଛନ୍ତି। ଅର୍ଥଦାତା ଭାବରେ କାର୍ଯ୍ୟ କରିବା ବ୍ୟତୀତ ଆଢତିଆମାନେ କୃଷକମାନଙ୍କୁ କୀଟନାଶକ , ସାର ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇବାରେ ମଧ୍ୟ ସାହାଯ୍ୟ କରନ୍ତି


PHOTO • Aranya Raj Singh

ସୁନାମ ମଣ୍ଡିରେ ପଞ୍ଜାବର ଆଢତିଆମାନଙ୍କ ଆସୋସିଏସନର ସଭାପତି ରବିନ୍ଦର ସିଂ ଖେମା ସେ କହିଛନ୍ତି ଯେ ନିଶ୍ଚିତ ଏମଏସପି ବିନା ବେସରକାରୀ ବ୍ୟବସାୟୀଙ୍କ ଦ୍ୱାରା ଚାଷୀ ଶୋଷିତ ହେବେ


PHOTO • Novita Singh with drone operator Ladi Bawa

ସାଙ୍ଗ୍ରୁର ଜିଲ୍ଲାର ସୁନାମ ମଣ୍ଡି ଏକ ମୁଖ୍ୟ ୟାର୍ଡ ଅଟେ ରାଜ୍ୟର ମଣ୍ଡିରେ କାର୍ଯ୍ୟକଳାପର ମୁଖ୍ୟ ଋତୁ ଗହମ ଅମଳ (ଏପ୍ରିଲ୍) ଏବଂ ଧାନ ଅମଳ (ଅକ୍ଟୋବର-ନଭେମ୍ବର) ସମୟରେ ହୋଇଥିବାବେଳେ ଏହି ମାର୍କେଟପ୍ଲେସ୍ ବର୍ଷସାରା କାର୍ଯ୍ୟ କରିଥାଏ ଯେପରି ଡାଲି , କପା ଏବଂ ତୈଳବୀଜ ପରି ଅନ୍ୟ ଫସଲର ବ୍ୟବସାୟ କରିଥାଏ ଯାହାକି ନିୟମିତ ବ୍ୟବଧାନରେ ଆସିଥାଏ


ଏହି କାହାଣୀ ପାଇଁ ଫଟୋ ୨୦୨୧ ମସିହା ଏପ୍ରିଲ ମାସ ୧୪-୧୫ ତାରିଖରେ ନିଆଯାଇଥିଲା


ଅନୁବାଦ : ଓଡ଼ିଶାଲାଇଭ୍‍

Novita Singh

नोविता सिंह, पंजाब के पटियाला की स्वतंत्र फ़िल्मकार हैं. वह एक डाक्यूमेंट्री के सिलसिले में पिछले साल से चल रहे किसान आंदोलन को कवर करती रही हैं.

की अन्य स्टोरी Novita Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE