“ଏହା କେବଳ କଣ୍ଢେଇ କି ନୃତ୍ୟ ପରିବେଷଣର କଥା ନୁହେଁ”, କହନ୍ତି ରାମଚନ୍ଦ୍ର ପୁଲୱାର। ତୋଲପାୱାକୁତୁ ଶୈଳୀ କଣ୍ଢେଇ ନୃତ୍ୟରେ ୪୦ ବର୍ଷର ଅଭିଜ୍ଞତା ସଂପନ୍ନ ଜଣେ କଣ୍ଢେଇ ନୃତ୍ୟ ପରିବେଷକ ରାମଚନ୍ଦ୍ର ବିଶ୍ୱାସ କରନ୍ତି ଯେ, କେରଳର ମାଲାବାର ଅଞ୍ଚଳରେ ରହିଥିବା ଭିନ୍ନ ଭିନ୍ନ ସଂପ୍ରଦାୟର ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ମଧ୍ୟରେ ସମନ୍ୱୟ ବଜାୟ ରଖିବା ଦିଗରେ କଣ୍ଢେଇ ନୃତ୍ୟ ମାଧ୍ୟମରେ ପରିବେଷିତ ସାଂସ୍କୃତିକ ବିବିଧତାରେ ଭରପୂର କାହାଣୀଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସେ କହନ୍ତି, “ଏହା ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର ସଂପର୍କିତ ବିଚାରଧାରା। ତୋଲପାୱାକୁତୁ ମାଧ୍ୟମରେ ଆମେ ଯେଉଁ ସବୁ କାହାଣୀର ଅବତାରଣା କରୁ, ସେଗୁଡ଼ିକ ଗଭୀର ଭାବାର୍ଥ ସମ୍ବଳିତ ଏବଂ ଭଲ ମଣିଷ ହେବା ଦିଗରେ ଲୋକଙ୍କୁ ଅନୁପ୍ରାଣିତ କରନ୍ତି।”

ତୋଲପାୱାକୁତୁ ହେଉଛି କେରଳରେ ପାରମ୍ପରିକ ଛାୟା କଣ୍ଢେଇ ନାଟକ ପରିବେଷଣର ଏକ କଳା। ମାଲାବାର ଅଞ୍ଚଳ ଦେଇ ପ୍ରବାହିତ ଭାରତପୁହା (ନୀଳ) ନଦୀ ଅବବାହିକାରେ ଅବସ୍ଥିତ ବିଭିନ୍ନ ଗାଁରେ ଏହା ପରିବେଷିତ ହୋଇଥାଏ। ବିଭିନ୍ନ ଜାତି ଓ ସଂପ୍ରଦାୟର କଣ୍ଢେଇ ନୃତ୍ୟ ପରିବେଷକମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରନ୍ତି ଏବଂ ଏହାକୁ ସମସ୍ତେ  ଦେଖିପାରନ୍ତି।

ମନ୍ଦିର ପରିସର ବାହାରେ କୁତୁମାଡ଼ମ  ନାଁରେ ପରିଚିତ ଏକ ସ୍ଥାୟୀ ନାଟ୍ୟଶାଳାରେ ତୋଲପାୱାକୁତୁ  ପରିବେଷିତ ହୁଏ। ଏହା ଫଳରେ ସବୁ ବର୍ଗର ଲୋକେ ସେଠାକୁ ଆସି ଏହି ପାରମ୍ପରିକ କଳାକୁ ଉପଭୋଗ କରିପାରନ୍ତି। ପାରମ୍ପରିକ ଭାବରେ ଦେବୀ ଭଦ୍ରକାଳୀଙ୍କ ପବିତ୍ର ଉପବନରେ ଏକ ବାର୍ଷିକ ପର୍ବପାଳନ ନିମନ୍ତେ ନିର୍ମିତ ମଞ୍ଚରେ ପରିବେଷିତ ଏହି କଳାରେ ରାମାୟଣରେ ବର୍ଣ୍ଣିତ ରାମ ଓ ରାବଣ ମହାଯୁଦ୍ଧର ଗାଥା ପରିବେଷିତ ହୁଏ। ହେଲେ, ଏହି ପ୍ରଦର୍ଶନ କେବଳ ଧାର୍ମିକ କାହାଣୀରେ ସୀମିତ ରହି ନଥାଏ ଏବଂ ଏଥିରେ ଲୋକକଥା ବି ପରିବେଷିତ ହୋଇଥାଏ।

କଣ୍ଢେଇ ନୃତ୍ୟ ପରିବେଷକ ନାରାୟଣନ୍ ନାୟାର କହନ୍ତି, “ଆମର ଏହି କଳା ପରିବେଷଣ ପାଇଁ ଆର୍ଥିକ ସହାୟତା ଯୋଗାଡ଼ ନିମନ୍ତେ ଆମକୁ ସଂଘର୍ଷ କରିବାକୁ ପଡ଼େ। ଅନେକ ଲୋକ ତୋଲପାୱାକୁତୁ କଳାର ମୂଲ୍ୟ ବୁଝନ୍ତି ନାହିଁ। ସେମାନେ ଭାବନ୍ତି ନାହିଁ ଯେ, ଏହା ସଂରକ୍ଷିତ କରି ରଖିବା ଭଳି ପାରମ୍ପରିକ କଳାର ଏକ ରୂପ।”

ଅନେକ ବାଧାବିଘ୍ନ ସତ୍ତ୍ୱେ ଏହି କଳା ପରିବେଷଣର ଧାରାକୁ ବଜାୟ ରଖିଆସିଥିବା କଣ୍ଢେଇ ନୃତ୍ୟ ପରିବେଷକ ବାଲାକ୍ରିଷ୍ଣା ପୁଲୱାର, ରାମଚନ୍ଦ୍ର ପୁଲୱାର, ନାରାୟଣନ୍ ନାୟାର ଏବଂ ସଦାନନ୍ଦ ପୁଲୱାରଙ୍କ ମନକଥା ଶୁଣାଏ ଏହି ଚଳଚ୍ଚିତ୍ର।

ଦେଖନ୍ତୁ ଚଳଚ୍ଚିତ୍ର: ଛାଇ ଭିତରୁ କାହାଣୀ

ଏହି ରିପୋର୍ଟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF)ର ଏକ ଫେଲୋସିପର ସହାୟତା ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sangeeth Sankar

संगीत शंकर, आईडीसी स्कूल ऑफ डिज़ाइन के रिसर्च स्कॉलर हैं. उनका नृवंशवैज्ञानिक शोध, केरल की शैडो पपेटरी की परंपरा में आ रहे बदलावों की पड़ताल करता है. संगीत को साल 2022 की एमएमएफ़-पारी फ़ेलोशिप प्राप्त है.

की अन्य स्टोरी Sangeeth Sankar
Text Editor : Archana Shukla

अर्चना शुक्ला, पीपल्स आर्काइव ऑफ़ रूरल इंडिया में कॉन्टेंट एडिटर हैं. वह पारी की पब्लिशिंग टीम के साथ काम करती हैं.

की अन्य स्टोरी Archana Shukla
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE