‘‘ମୋ ପିଲାମାନେ କହିଲେ ବୟନରୁ ବଞ୍ଚିବା ସମ୍ଭବ ନୁହେଁ । ତେଣୁ ସେମାନେ ଭାଗଲପୁରରେ ଟେଲରିଂ ଶିଖିଲେ ଏବଂ ମୁମ୍ବାଇ ଗଲେ। ବର୍ତ୍ତମାନ ସେମାନେ ସେଠାରୁ ମାସକୁ ୧୦-୧୫,୦୦୦ ଟଙ୍କା ରୋଜଗାର କରୁଛନ୍ତି,’’ ଏକଥା କୁହନ୍ତି କାଟୁରିଆ ଗ୍ରାମର ୬୦ ବର୍ଷ ବୟସ୍କ ରେଶମ ବୁଣାକାର ଅବଦୁଲ ସତ୍ତାର ଅନସାରୀ ।
ସତ୍ତାରଭାଇ ମନେପକାଇ ପାରୁନାହାଁନ୍ତି କାଟୁରିଆରେ ବୟନର ପରମ୍ପରା କେତେ ପୁରୁଣା; ସେ ମନେରଖିଛନ୍ତି ତାଙ୍କ ଜେଜେବାପା ବୁଣୁଥିଲେ, ଯିଏକି କହୁଥିଲେ ତାଙ୍କ ଜେଜେବାପା ମଧ୍ୟ ବୁଣୁଥିଲେ।
![](/media/images/Image_8_NxwAEdb.width-1440.jpg)
ବିବି ଅସ୍ମିନ ସୂତା ତିଆରି କରିବାରେ ସାତ ଘଣ୍ଟାର କାମରୁ ଟ. ୩୦ ରୋଜଗାର କରନ୍ତି
ମହିଳାମାନେ ପାରମ୍ପରିକ ଭାବରେ କାଟୋରିଆରେ ମୁଖ୍ୟ ବୁଣାକାର ନଥିଲେ, କିନ୍ତୁ ସିଲ୍କ ପ୍ରସ୍ତୁତ କରିବାର ସମସ୍ତ ପର୍ଯ୍ୟାୟରେ ସେମାନଙ୍କର ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ। ସେମାନେ କୋଷାଗୁଡ଼ିକୁ ସିଝାନ୍ତି, ସୂତା ବାହାର କରନ୍ତି, ବବିନଗୁଡ଼ିକ ଭର୍ତ୍ତି କରନ୍ତି ଏବଂ ବୁଣାକାର ତଦନ୍ତରେ କାମ ଆରମ୍ଭ କରିବା ପୂର୍ବରୁ ଅନ୍ୟ ସମସ୍ତ ଦାୟିତ୍ୱଗୁଡ଼ିକ କରନ୍ତି। ମହିଳାମାନଙ୍କର ଏହି କାର୍ଯ୍ୟ ଗଭୀର ଏବଂ କୁଶଳୀ ଶ୍ରମ ଆବଶ୍ୟକ କରିଥାଏ। କିନ୍ତୁ ସେମାନଙ୍କର ଦୈନିକ ମଜୁରୀ ଟ. ୩୦ ପରି କମ୍ ପରିମାଣ ଏବଂ ଏହି ସିଲ୍କ ପ୍ରସ୍ତୁତ କରିବାରେ ସେମାନଙ୍କର ଭୂମିକା ପ୍ରାୟତଃ ଅଦୃଶ୍ୟ।
![](/media/images/Image_13.width-1440.jpg)
୬୫ ବର୍ଷ ବୟସ୍କ ଅବଦୁଲ ଜବ୍ବାର କାଟୋରିଆରେ ଏ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ଶେଷ ପିଢ଼ିର ବୁଣାକାରମାନଙ୍କ ମଧ୍ୟରୁ ଅନ୍ୟତମ
କିନ୍ତୁ ବିହାରର ବାଙ୍କା ଜିଲ୍ଲାରେ ଏହି ପିଢ଼ିର ପୁରାତନ ବୃତ୍ତି ଏବେ ବୁଡ଼ିବାରେ ଲାଗିଛି। ସତ୍ତାର ଭାଇ ହିସାବ କରି କୁହନ୍ତି ଏହି ମୁସଲମାନ ବହୁଳ ଗ୍ରାମର ୫୦୦-୬୦୦ ଘର ମଧ୍ୟରୁ ମାତ୍ର ଏକ ଚତୁର୍ଥାଂଶ ପରିବାର ଏବେ ବୁଣୁଛନ୍ତି [ଏବଂ ୨୦୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ପ୍ରାୟ ୮୦୦୦]।
ଅବଦୁଲ ସତ୍ତାର ଅନସାରୀଙ୍କ ପରି ବୁଣାକାରମାନେ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ପାରିବାରିକ ପରମ୍ପରା ସେମାନଙ୍କ ସହ ମୃତ୍ୟୁବରଣ କରିବ ।
ଫଟୋ ଆଲବମ୍ ଦେଖନ୍ତୁ :
ଟସର :କ୍ଷୟ ହେଉଥିବା ରେଶମ କୋଷା
ଅନୁବାଦ: ଓଡ଼ିଶାଲାଇଭ୍