‘‘ମୋବାଇଲ, ଟିଭି, ଭିଡିଓ ଗେମ୍ସ ଆସିଯାଇଛି ଏବଂ କଣ୍ଢେଇ ନାଚ ଓ କାହାଣୀ କହିବାର ଐତିହାସିକ ପରମ୍ପରା ବିଲୁପ୍ତ ହୋଇଯାଉଛି।’’ ରାଜସ୍ଥାନ ସୀକାର ଅନ୍ତର୍ଗତ ଦନ୍ତା ରାମଗଡ଼ର ଜଣେ କଣ୍ଢେଇ ନାଚ କଳାକାର ହେଉଛନ୍ତି ପୂରନ୍‌ ଭାଟ୍‌। ଏହି ୩୦ ବର୍ଷୀୟ କଳାକାର କୁହନ୍ତି, ପୂର୍ବରୁ ସେମାନେ ନିଜେ କଣ୍ଢେଇ ତିଆରି କରୁଥିଲେ ଏବଂ ପିଲାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ବାହାଘର ଓ ସରକାରୀ କାର୍ଯ୍ୟାଳୟରେ ନାଟକ ପରିବେଷଣ କରୁଥିଲେ।

‘‘ଆଜିର ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମ ଚାହୁଁଛନ୍ତି। ପୂର୍ବରୁ, ମହିଳାମାନେ ଢୋଲକ ବାଦ୍ୟ ତାଳରେ ଗୀତ ଗାଉଥିଲେ କିନ୍ତୁ ଏବେ ଲୋକମାନେ ହାର୍ମୋନିୟମରେ ଚଳଚ୍ଚିତ୍ର ସଙ୍ଗୀତ ଚାହୁଁଛନ୍ତି। ଯଦି ଆମକୁ ପ୍ରୋତ୍ସାହନ ମିଳିବ, ତା’ହେଲେ ଆମ ପୂର୍ବଜମାନେ ଶିଖାଇଥିବା କଳାକୁ ଆମେ ଆଗେଇ ନେବୁ,’’ ସେ କୁହନ୍ତି।

ଚଳିତ ବର୍ଷ (୨୦୨୩) ଅଗଷ୍ଟ ମାସରେ ତିନି ଦଶନ୍ଧି ପୁରୁଣା ବହୁମୁଖି କଳା କେନ୍ଦ୍ର ଜୟପୁର ଜବାହର କଳା କେନ୍ଦ୍ରଠାରେ ଭାଟ୍‌ ଉପସ୍ଥିତ ଥିଲେ। ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ମହୋତ୍ସବରେ ରାଜସ୍ଥାନର ବିଭିନ୍ନ ସ୍ଥାନରୁ ବହୁ ଲୋକ କଳାକାରମାନେ ଏକାଠି ହୋଇଥିଲେ। ନିଜର କଳା ଓ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଥିବା ପ୍ରଦର୍ଶନକାରୀ କଳାକାରଙ୍କ ପାଇଁ ସରକାର ଏକ ନୂଆ ଯୋଜନା ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ଲୋକ କଳାକାର ପ୍ରୋତ୍ସାହନ ଯୋଜନା ନାମକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଲୋକ କଳାକାର ପରିବାରକୁ ସେମାନଙ୍କ ଘର ପାଖରେ ଦିନକୁ ୫୦୦ ଟଙ୍କା ମଜୁରିରେ ବାର୍ଷିକ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଗ୍ରାମୀଣ ପରିବାର ପାଇଁ ୧୦୦ ଦିନର ରୋଜଗାର ସୁନିଶ୍ଚିତ କରିଥିବା ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଆଇନ ୨୦୦୫ ଏହି ଯୋଜନା ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିଛି।

କାରୀଗର ଓ ଶିଳ୍ପୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୩ରେ ବିଶ୍ୱକର୍ମା ଯୋଜନା ଘୋଷଣା କରାଯାଇଥିଲା, କିନ୍ତୁ ପ୍ରଥମ ଥର ପାଇଁ କଲବେଲିୟା, ତେରା ତାଲି, ବେହରୂପିଆ ଓ ଅନ୍ୟାନ୍ୟ ଭଳି ପ୍ରଦର୍ଶନକାରୀ କଳାକାରଙ୍କ ଲାଗି ଏହି ଯୋଜନା - କଳାକାର ଯୋଜନା - ଆରମ୍ଭ କରାଯାଇଛି। ସାମାଜିକ କର୍ମୀଙ୍କ ପୂର୍ବାନୁମାନ ଅନୁଯାୟୀ, ରାଜସ୍ଥାନରେ ପ୍ରାୟ ୧-୨ ଲକ୍ଷ ଲୋକ କଳାକାର ଥିବେ ଏବଂ ବର୍ତ୍ତମାନ ସୁଦ୍ଧା କେହି ସମ୍ପୂର୍ଣ୍ଣ ସଂଖ୍ୟା ଗଣତି କରିନାହାନ୍ତି। ଏହି ଯୋଜନା ଗିଗ୍ ଶ୍ରମିକ (ପରିବହନ ଓ ବିତରଣ) ଏବଂ ସଡ଼କ ବିକ୍ରେତାଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ପରିଧିକୁ ଆଣିଥାଏ।

Artist Lakshmi Sapera at a gathering of performing folk artists in Jaipur.
PHOTO • Shalini Singh
A family from the Kamad community performing the Terah Tali folk dance. Artists, Pooja Kamad (left) and her mother are from Padarla village in Pali district of Jodhpur, Rajasthan
PHOTO • Shalini Singh

ବାମ : କଳାକାର ଓ ପ୍ରଦର୍ଶନକାରୀ ଲକ୍ଷ୍ମୀ ସପେରା ଜୟପୁରରେ ପ୍ରଦର୍ଶନକାରୀ ଲୋକ କଳାକାରଙ୍କ ଏକ ସମାରୋହରେ ଉପସ୍ଥିତ। ଡାହାଣ : କାମଡ଼ ସମ୍ପ୍ରଦାୟର ଏକ ପରିବାର ତେ ରା ତାଲି ଲୋକ ନୃତ୍ୟ ପରିବେଷଣ କରୁଛନ୍ତି। କଳାକାର ପୂଜା କାମଡ଼ ( ବାମ ) ଏବଂ ତାଙ୍କ ମା ଙ୍କ ଘର ରାଜସ୍ଥାନ , ଯୋଧପୁରର ପାଲି ଜିଲ୍ଲାରେ ଥିବା ପଦର୍ଲା ଗ୍ରାମରେ

Puppeteers from the Bhaat community in Danta Ramgarh, Sikar district of Rajasthan performing in Jaipur in August 2023.
PHOTO • Shalini Singh
A group of performing musicians: masak (bagpipe), sarangi (bow string), chimta (percussion) and dafli (bass hand drum)
PHOTO • Shalini Singh

ବାମ : ଅଗଷ୍ଟ  ୨୦୨୩ରେ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜସ୍ଥାନ ସିକାର ଜିଲ୍ଲାର ଦାନ୍ତା ରାମଗଡ଼ରେ ଥିବା ଭାଟ୍‌ ସମ୍ପ୍ରଦାୟର କଣ୍ଢେଇ ନଚାଳିମାନେ କାର୍ଯ୍ୟକ୍ରମ ପରିବେଷ କରୁଛନ୍ତି। ଡାହାଣ : ସଙ୍ଗୀତଜ୍ଞଙ୍କ ଏକ ଦଳ : ମସକ ( ବୀନ୍‌ବାଜା ), ସାରଙ୍ଗୀ ( ତାର ଲାଗିଥିବା ବାଦ୍ୟଯନ୍ତ୍ର ), ଚିମଟା ଓ ଡଫଲି ( ହାତରେ ବଜା ହେଉଥିବା ବାଜା )

‘‘ଆମେ କେବଳ କିଛି ମାସ ବାହାଘର ଋତୁ ପାଇଁ ସକ୍ରିୟ ରହିଥାଉ, କିନ୍ତୁ ବର୍ଷର ଅବଶିଷ୍ଟ ଦିନ ଆମେ ଘରେ ବସିଥାଉ। ଏହି ଯୋଜନାରେ, ଆମେ ନିୟମିତ ରୋଜଗାର ପାଇବୁ ବୋଲି ଆଶା କରୁଛୁ,’’ ଲକ୍ଷ୍ମୀ ସପେରା କୁହନ୍ତି। ଜୟପୁର ନିକଟବର୍ତ୍ତୀ ମହଲାନ୍‌ ଗ୍ରାମର ଏହି ୨୮ ବର୍ଷ ବୟସ୍କା କଲବେଲିୟା କଳାକାର ଆଶାବାଦୀ ଥିଲେ ସୁଦ୍ଧା କୁହନ୍ତି, ‘‘ମୋ ପିଲା ନିଜେ ଇଚ୍ଛା ନକରିବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ପାରିବାରିକ କଳାରେ ସାମିଲ କରିପାରିବି ନାହିଁ। ସେମାନେ ପାଠ ପଢ଼ି ଚାକିରି କଲେ ଭଲ ହେବ।’’

‘‘ଲୋକ କଳାକାର - ‘ରାଜ୍ୟର ଜୀବନ୍ତ କଳା ଓ ଶିଳ୍ପ’ - ବିଶେଷ କରି ୨୦୨୧ (ମହାମାରୀ)ରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ସେମାନଙ୍କୁ ସହାୟତା ଦରକାର ଥିଲା ଅନ୍ୟଥା ସେମାନେ ନିଜ କଳାକୁ ଛାଡ଼ି ଦେଇଥାନ୍ତି ଏବଂ ନରେଗା ଶ୍ରମିକ ହୋଇଯାଇଥା’ନ୍ତେ,’’ ଜବାହର କଳା କେନ୍ଦ୍ରର ମହାନିର୍ଦ୍ଦେଶକ ଗାୟତ୍ରୀ ଏ. ରାଠୋର୍‌ କୁହନ୍ତି। କୋଭିଡ-୧୯ ସମୟରେ, ସମସ୍ତ କାର୍ଯ୍ୟକ୍ରମକୁ ରାତାରାତି ବନ୍ଦ କରି ଦିଆଗଲା, ଯାହାଫଳରେ କଳାକାରଙ୍କୁ ହ୍ୟାଣ୍ଡଆଉଟ୍‌ ଦୟାରେ ଛାଡ଼ି ଦିଆଗଲା।

‘‘ମହାମାରୀ ସମୟରେ, ଆମର ରୋଜଗାର କମି ଯାଇଥିଲା। ଏହି କଳାକାର କାର୍ଡ ସହାୟତାରେ, ଏଥିରେ ସୁଧାର ଆସିବା ଆବଶ୍ୟକ, ପୂଜା କାମଡ଼ କୁହନ୍ତି। ୨୬ ବର୍ଷୀୟା ପୂଜା ଜୋଧପୁର ପାଲି ଜିଲ୍ଲାର ପାଦର୍ଲା ଗ୍ରାମର ତେରା ତାଲି କଳାକାର ଅଟନ୍ତି।

‘‘ମାଙ୍ଗନିୟାର (ପଶ୍ଚିମ ରାଜସ୍ଥାନରେ ସଙ୍ଗୀତକାରମାନଙ୍କ ପୁରୁଣା ସମୁଦାୟ) ଭଳି ଲୋକ ସଙ୍ଗୀତରେ, କେବଳ ଏକ ପ୍ରତିଶତ କଳାକାରଙ୍କୁ ବିଦେଶକୁ ଯାଇ କଳା ପରିବେଷଣ କରିବା ଓ ରୋଜଗାର କରିବା ପାଇଁ ସୁଯୋଗ ମିଳିଥାଏ; ୯୯ ପ୍ରତିଶତ କଳାକାରଙ୍କୁ କିଛି ମିଳେ ନାହିଁ,’’ ମୁକେଶ ଗୋସ୍ୱାମୀ କୁହନ୍ତି। କଲବେଲିୟା (ଯାଯାବର ସମ୍ପ୍ରଦାୟ ଯେଉଁମାନେ ପୂର୍ବରୁ ସାପୁଆ ଓ ନର୍ତ୍ତକ ଭାବେ ପରିଚିତ ଥିଲେ)ମାନଙ୍କ ମଧ୍ୟରୁ କିଛି ବଛା ବଛା ୫୦ ଲୋକଙ୍କୁ କାମ ମିଳିଥାଏ, ବାକି ଲୋକଙ୍କୁ ମିଳେ ନାହିଁ।

‘ମହାମାରୀ ସମୟରେ ଆମ ରୋଜଗାର ହ୍ରାସ ପାଇଥିଲା। ଏହି କଳାକାର କାର୍ଡ ସହିତ ଏଥିରେ ସୁଧାର ଆସିବା ଉଚିତ୍,’’ ପାଲି ଜିଲ୍ଲା ପଦର୍ଲା ଗ୍ରାମର ତେରା ତାଲି କଳାକାର ପୁଜା କାମଡ଼ କୁହନ୍ତି

ଭିଡିଓ ଦେଖନ୍ତୁ : ରାଜସ୍ଥାନର ଲୋକ କଳାକାରଙ୍କ ସମବେତ ବାଦନ

ଗୋସ୍ୱାମୀ ମଜଦୁର କିଷାନ ଶକ୍ତି ସଂଗଠନ (ଏମକେଏସଏସ)ର ଜଣେ କର୍ମୀ। ସେ ଆହୁରି କୁହନ୍ତି, ‘‘ଲୋକ କଳାକାରଙ୍କ ପାଇଁ ବର୍ଷ ସାରା କେବେ ରୋଜଗାର ନଥାଏ… ଯାହା ସେମାନଙ୍କ ଜୀବିକା ଓ ସମ୍ମାନ ପାଇଁ ଜରୁରୀ।’’ ଏମକେଏସଏସ ଲୋକମାନଙ୍କର ଏକ ସଂଗଠନ ଯାହା ୧୯୯୦ ଠାରୁ କେନ୍ଦ୍ରୀୟ ରାଜସ୍ଥାନରେ ଶ୍ରମିକ ଓ କୃଷକମାନଙ୍କ ସଶକ୍ତିକରଣ ପାଇଁ କାମ କରୁଛି।

ନାମମାତ୍ର କଳାକାରମାନଙ୍କୁ ସାମାଜିକ ସୁରକ୍ଷା, ମୌଳିକ ଜୀବିକା ସରକାରଙ୍କ ଠାରୁ ମିଳିବା ଉଚିତ୍‌ ଯାହାଫଳରେ ସେମାନେ କାମ ସନ୍ଧାନରେ ଅନ୍ୟ ସହରକୁ ଯିବେ ନାହିଁ । ‘‘ ମଜ୍‌ଦୁରୀ ଭି କଲା ହୈ (ଶ୍ରମିକ ଭାବେ କାମ କରିବା ମଧ୍ୟ ଏକ କଳା),’’ ଗୋସ୍ୱାମୀ କୁହନ୍ତି।

ନୂଆ ଯୋଜନାରେ ସେମାନଙ୍କୁ ଏକ ପରିଚୟପତ୍ର ମିଳୁଛି ଯାହା ସେମାନଙ୍କୁ କଳାକାର ଭାବେ ପରିଚିତ କରାଉଛି। ସେମାନେ ସରକାରୀ କାର୍ଯ୍ୟକ୍ରମରେ କଳା ପରିବେଷଣ ପାଇଁ ଯୋଗ୍ୟତା ଅର୍ଜନ କରୁଛନ୍ତି ଏବଂ ସ୍ଥାନୀୟ ସରପଞ୍ଚଙ୍କଠାରୁ ପ୍ରମାଣ ମିଳିବା ପରେ ସେମାନଙ୍କ ଏକାଉଣ୍ଟରେ ରୋଜଗାର ଟଙ୍କା ଜମା ହେଉଛି।

‘‘ ହମ ବହରୂପୀ ରୂପ୍‌ ବଦଲତେ ହେଁ ,’’ ଆକ୍ରମ ଖାଁ କୁହନ୍ତି। ସେ ନିଜର ପାରମ୍ପରିକ କଳା ବିଷୟରେ ସୂଚନା ଦିଅନ୍ତି ଯେଉଁଥିରେ ଅଭିନେତାମାନେ ବିଭିନ୍ନ ଧାର୍ମିକ ଓ ପୌରାଣିକ ଭୂମିକାରେ ଅଭିନୟ କରିଥାନ୍ତି। ଏହି କଳା ରାଜସ୍ଥାନରୁ ସୃଷ୍ଟି ହୋଇ ନେପାଳ ଓ ବାଂଲାଦେଶକୁ ଯାଇଥିଲା ବୋଲି କୁହାଯାଏ। ‘‘ପୂର୍ବରୁ ପୃଷ୍ଠପୋଷକମାନେ ଆମକୁ ବିଭିନ୍ନ ପଶୁଙ୍କ ରୂପରେ ଆସିବାକୁ କହୁଥିଲେ (ସେମାନଙ୍କ ମନୋରଞ୍ଜନ ପାଇଁ) ଏବଂ ଏହା ବଦଳରେ ଆମକୁ ଖାଦ୍ୟ, ଜମି ଦେଉଥିଲେ ଓ ଆମର ଯତ୍ନ ନେଉଥିଲେ,’’ ସେ କୁହନ୍ତି।

ଏହି କଳାରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ ଅଂଶଗ୍ରହଣ କରିଥାନ୍ତି। ଏବେ ତାଙ୍କ ଭଳି ମାତ୍ର ୧୦,୦୦୦ କଳାକାର ରହିଥିବା ଖାନ୍‌ ଅନୁମାନ କରି କୁହନ୍ତି।

Left: The Khan brothers, Akram (left), Feroze (right) and Salim (middle) are Bahurupi artists from Bandikui in Dausa district of Rajasthan.
PHOTO • Shalini Singh
Right: Bahurupi artists enact multiple religious and mythological roles, and in this art form both Hindu and Muslim communities participate
PHOTO • Shalini Singh

ବାମ : ରାଜସ୍ଥାନ ଦୌସା ଜିଲ୍ଲାରେ ଥିବା ବାନ୍ଦକୁଇର ବାସିନ୍ଦା ଖାନ୍‌ ଭ୍ରାତା ଆକ୍ରମ (ହଳଦିଆ ମୁହଁ), ଫିରୋଜ୍‌ (ନୀଳ ଜ୍ୟାକେଟ୍‌) ଓ ସଲିମ୍‌ ହେଉଛନ୍ତି ବେହରୂପୀ କଳାକାର। ଡାହାଣ : ଅଭିନେତାମାନେ ବିଭିନ୍ନ ଧାର୍ମିକ ଓ ପୌରାଣିକ ଭୂମିକାରେ ଅଭିନୟ କରିଥାନ୍ତି ଏବଂ ଏହି କଳାରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ ଅଂଶଗ୍ରହଣ କରିଥାନ୍ତି

Left: Members of the Bhopas community playing Ravanhatta (stringed instrument) at the folk artists' mela
PHOTO • Shalini Singh
Right: Langa artists playing the surinda (string instrument) and the been . Less than five artists left in Rajasthan who can play the surinda
PHOTO • Shalini Singh

ବାମ : ଲୋକ କଳା ମେଳାରେ ରାବଣହଟ୍ଟା (ତାର ଲାଗିଥିବା ବାଦ୍ୟଯନ୍ତ୍ର) ବଜାଉଛନ୍ତି ଭୋପାସ୍‌ ସମୁଦାୟର ସଦସ୍ୟ। ଡାହାଣ : ଲାଙ୍ଗା କଳାକାରମାନେ ସୁରିନ୍ଦା (ତାର ଲାଗିଥିବା ବାଦ୍ୟଯନ୍ତ୍ର) ଓ ବୀନ୍‌ ବଜାଉଛନ୍ତି। ରାଜସ୍ଥାନରେ ସୁରୀନ୍ଦା ବଜାଉଥିବା ମାତ୍ର ପାଞ୍ଚ ଜଣରୁ କମ୍‌ କଳାକାର ଅଛନ୍ତି

‘‘ଯୋଜନାକୁ ଏକ ଆଇନରେ ପରିଣତ କରାଯିବା ଉଚିତ୍‌, ଯାହାଫଳରେ ସରକାର ବଦଳିଲେ ସୁଦ୍ଧା କାମର ଗ୍ୟାରେଣ୍ଟୀ ସୁନିଶ୍ଚିତ ହୋଇପାରିବ,’’ ଏମକେଏସଏସ୍‌ କର୍ମୀ ଶ୍ୱେତା ରାଓ କୁହନ୍ତି। ସେ ଆହୁରି କୁହନ୍ତି, ପରିବାର ପିଛା ୧୦୦ ଦିନର କାମ ଗ୍ୟାରେଣ୍ଟି ବଦଳରେ, ପ୍ରତ୍ୟେକ କଳାକାରଙ୍କୁ ୧୦୦ ଦିନର କାମ ଗ୍ୟାରେଣ୍ଟୀ ମିଳିବା ଆବଶ୍ୟକ। ‘‘କୌଣସି ଉପାନ୍ତ ଗ୍ରାମରେ ଜଜମାନୀ (ସଂରକ୍ଷଣ) ବ୍ୟବସ୍ଥା ଅଧୀନରେ କଳା ପରିବେଷଣ କରୁଥିବା ପ୍ରକୃତ କଳାକାର ଯାହାଙ୍କୁ ଏହି ସହାୟତା ଆବଶ୍ୟକ, ସେ ଏହି ଯୋଜନାରେ ସାମିଲ ହେବା ଓ ଏଥିରୁ ଲାଭ ପାଇବା ଉଚିତ୍‌।’’

୨୦୨୩ ମେ’ ରୁ ଅଗଷ୍ଟ ମାସ ମଧ୍ୟରେ ୧୩,୦୦୦-୧୪,୦୦୦ କଳାକାର ଏହି ନୂଆ ଯୋଜନାରେ ଆବେଦନ କରିଥିଲେ। ଅଗଷ୍ଟ ପର୍ଯ୍ୟନ୍ତ, ୩,୦୦୦ ଆବେଦନକୁ ମଞ୍ଜୁରି ମିଳିଥିଲା ଏବଂ ମହୋତ୍ସବ ପରେ ଆବେଦନକାରୀଙ୍କ ସଂଖ୍ୟା ୨୦,୦୦୦-୨୫,୦୦୦କୁ ବଢ଼ିଯାଇଥିଲା।

ପ୍ରତ୍ୟେକ କଳାକାର ପରିବାରକୁ ସେମାନଙ୍କ ବାଦ୍ୟଯନ୍ତ୍ର କିଣିବା ଲାଗି ଏକକାଳୀନ ୫,୦୦୦ ଟଙ୍କା ଦିଆଯାଉଛି। ରାଠୋର କୁହନ୍ତି, ‘‘ଆମକୁ ଏବେ କାର୍ଯ୍ୟକ୍ରମର ଗୋଟିଏ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ହେବ କାରଣ କଳାକାରମାନଙ୍କ ନିଜ ଜିଲ୍ଲାରେ କଳା ଓ ସଂସ୍କୃତିର ଉପସ୍ଥିତି ନାହଁ, ଏବଂ ସେମାନଙ୍କୁ ନିଜ କଳା ସ୍ୱରୂପ ଓ ନିଜ ସ୍ଥାନୀୟ ଭାଷାର ଉପଯୋଗ କରି ସରକାରୀ ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ହେବ।’’

ପ୍ରଦର୍ଶନକାରୀ ଲୋକକଳା ପାଇଁ ଏକ ଶିକ୍ଷାନୁଷ୍ଠାନର ଦାବି ମଧ୍ୟ ରହିଛି ଯେଉଁଠି ବରିଷ୍ଠ କଳାକାରମାନେ ସେମାନଙ୍କ ଜ୍ଞାନ ନିଜ ସମୁଦାୟ ଭିତରେ ଓ ବାହାରେ ବାଣ୍ଟିପାରିବେ। ଏହାଦ୍ୱାରା କଳାକାରଙ୍କ କାମକୁ ସଂରକ୍ଷିତ ଓ ସଂଗ୍ରହ କରିବାରେ ସହାୟତା ମିଳିବ ଏବଂ ଜ୍ଞାନ ଯେମିତି ନଷ୍ଟ ନହୁଏ ତାହା ସୁନିଶ୍ଚିତ ହୋଇପାରିବ ।

ଅନୁବାଦ : ଓଡ଼ିଶାଲାଇଭ୍‍

Shalini Singh

শালিনী সিং পারি-র পরিচালনের দায়িত্বে থাকা কাউন্টারমিডিয়া ট্রাস্টের প্রতিষ্ঠাতা অছি-সদস্য। দিল্লি-ভিত্তিক এই সাংবাদিক ২০১৭-২০১৮ সালে হার্ভার্ড বিশ্ববিদ্যালয়ে নিম্যান ফেলো ফর জার্নালিজম ছিলেন। তিনি পরিবেশ, লিঙ্গ এবং সংস্কৃতি নিয়ে লেখালিখি করেন।

Other stories by শালিনী সিং
Video Editor : Urja

উর্জা পিপলস্‌ আর্কাইভ অফ রুরাল ইন্ডিয়ার সিনিয়র অ্যাসিস্ট্যান্ট ভিডিও এডিটর পদে আছেন। পেশায় তথ্যচিত্র নির্মাতা উর্জা শিল্পকলা, জীবনধারণ সমস্যা এবং পরিবেশ বিষয়ে আগ্রহী। পারি’র সোশ্যাল মিডিয়া বিভাগের সঙ্গেও কাজ করেন তিনি।

Other stories by Urja
Editor : PARI Desk

আমাদের সম্পাদকীয় বিভাগের প্রাণকেন্দ্র পারি ডেস্ক। দেশের নানান প্রান্তে কর্মরত লেখক, প্ৰতিবেদক, গবেষক, আলোকচিত্ৰী, ফিল্ম নিৰ্মাতা তথা তর্জমা কর্মীদের সঙ্গে কাজ করে পারি ডেস্ক। টেক্সক্ট, ভিডিও, অডিও এবং গবেষণামূলক রিপোর্ট ইত্যাদির নির্মাণ তথা প্রকাশনার ব্যবস্থাপনার দায়িত্ব সামলায় পারি'র এই বিভাগ।

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE