
SANGUR, PUNJAB
|FRI, NOV 01, 2024
ଉତ୍ସବ ଓ ଲୋକଗାଥାର ମହତ୍ୱ
ପୌରାଣିକ, ପ୍ରାକୃତିକ ଓ ଭକ୍ତିଗତ ଉତ୍ସବ, ଋତୁ ପରିବର୍ତ୍ତନ, ଭଲ ଅମଳର ଆନନ୍ଦ – ଏ ସବୁକିଛି ଭାରତୀୟ ଉତ୍ସବର ଅନ୍ତର୍ଗତ। ଭିନ୍ନଭିନ୍ନ ଗୋଷ୍ଠୀଙ୍କୁ ଏକାଠି କରିବା ତଥା ଅଦ୍ଭୁତ ଭାବେ ଧାର୍ମିକ ବିଭାଜନକୁ ଯୋଡ଼ିବା ସହ ଲିଙ୍ଗଗତ ଓ ଜାତିଗତ ସୀମାର ଉର୍ଦ୍ଧ୍ଵକୁ ନେଇ ପାରିବାର କ୍ଷମତା ଉତ୍ସବଗୁଡ଼ିକର ରହିଛି। ଗୋଟିଏ ପଟେ ସେଗୁଡ଼ିକ ଯେତିକି ନିରନ୍ତରତା ରକ୍ଷା କରେ, ସେହି ପରି ଦୈନନ୍ଦିନ ଜୀବନ ଓ ଶ୍ରମର ନିରସତାରୁ ନିଷ୍କୃତି ଦିଏ। ବିଭିନ୍ନ ଗୋଷ୍ଠୀ ଓ ସମୁଦାୟର ଶିଳ୍ପୀ କାରିଗରମାନଙ୍କ ଭୋଜିଭାତ, ନାଚଗୀତ, ସଙ୍ଗୀତ ଓ ପାର୍ବଣ ଇତ୍ୟାଦି ବିନା ଏହା ଆଦୌ ସମ୍ଭବ ହୁଅନ୍ତା ନାହିଁ। ଆମର ଏକାଧିକ ପୃଥକ ଉତ୍ସବ ଓ ସମାରୋହ ସମ୍ପର୍କରେ ଏଠାରେ ଉପସ୍ଥାପିତ କରାଯାଉଛି ‘ପରୀ’ ପକ୍ଷରୁ ନଥିଭୁକ୍ତ କାହାଣୀ ସମୁହ
Author
Translation
40. ପଟଣ କୋଡ଼ୋଲିରେ ହଳଦିଆ ବାଦଲ ପଛେ ପଛେ
ପ୍ରତି ବର୍ଷ ପ୍ରାୟ ଅକ୍ଟୋବର ମାସରେ ଧାଙ୍ଗଡ଼ ଏବଂ କୁରୁବା ପଶୁପାଳକ ସମୂହର ଲୋକମାନେ ଏକତ୍ରିତ ହୋଇଥିବା ବାର୍ଷିକ ବିଠଲ ବୀରଦେବ ଯାତ୍ରାରେ ଉତ୍ସବର ପ୍ରାଣୋଚ୍ଛଳ ପରିବେଶ ଏବଂ ବିଶ୍ୱାସକୁ ବର୍ଣ୍ଣନା କରୁଥିବା ଏକ ଚିତ୍ର କାହାଣୀ
39. ‘ଅମ୍ମା ରାଗିଯାଇ ସମୁଦ୍ରକୁ ଚାଲି ଯାଆନ୍ତି’
ତାମିଲ ମାସ ମାସୀ ରେ ଇରୁଲର ସମ୍ପ୍ରଦାୟର ଲୋକମାନେ ନିଜ ଦେବୀ କନ୍ନିଅମ୍ମାଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କୁ ପୂଜା କରି ଘରକୁ ଆଣିବା ନିମନ୍ତେ ଚେନ୍ନାଇ ନିକଟବର୍ତ୍ତୀ ମମଲ୍ଲପୁରମ୍ ସମୁଦ୍ର ତଟରେ ଏକତ୍ରିତ ହୋଇଥା’ନ୍ତି। ବେଳାଭୂମି ସାରା ପୂଜକମାନେ ବିବାହ ସମ୍ପନ୍ନ କରନ୍ତି, ପିଲାଙ୍କ ନାମକରଣ ଏବଂ ଆଶୀର୍ବାଦ ଦିଅନ୍ତି
38. ଗଙ୍ଗ୍ରେଲରେ ବିସ୍ଥାପିତ ଦେବୀଙ୍କ ନୃତ୍ୟ
ଦକ୍ଷିଣ ଛତିଶଗଡ଼ରେ, ଗଣ୍ଡ ଆଦିବାସୀମାନେ ଗଙ୍ଗ୍ରେଲ ମଡ଼ଇ ନାମକ ଦିନିକିଆ ଉତ୍ସବ ପାଳନ କରିଥା’ନ୍ତି ଯେଉଁଥିରେ ସାରା ରାଜ୍ୟରୁ ଏହି ସମ୍ପ୍ରଦାୟର ଆଦିବାସୀମାନେ ସାମିଲ ହୋଇଥାନ୍ତି
37. ଉଗାଦି ପର୍ବ: ଶକ୍ତି ଏବଂ ପରିଚୟ
ଆନ୍ଧ୍ର ପ୍ରଦେଶର ମେଦପୁରମରେ ବାର୍ଷିକ ଉଗାଦି ପର୍ବ ପାଳନ ଏକ ବିଶାଳ କାର୍ଯ୍ୟକ୍ରମ ଏବଂ ଭଗବାନଙ୍କ ମୂର୍ତ୍ତିକୁ ନିଜ ସହରକୁ ଆଣିଥିବା ସେଠାକାର ମାଦିଗା ସଂପ୍ରଦାୟ ଏହି ପର୍ବର ଆୟୋଜନ କରନ୍ତି
36. ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ରଖନ୍ତି ଆତିପାଟ୍ଟୁର ମୂର୍ତ୍ତିକାର
ତିରୁବାଲ୍ଲୁର ଜିଲ୍ଲାରେ, ଉତ୍ତର ଚେନ୍ନାଇର ମତ୍ସ୍ୟଜୀବୀ ସଂପ୍ରଦାୟର ଇଷ୍ଟଦେବତା କାନ୍ନିସାମିଙ୍କ ଜୀବନ୍ନ୍ୟାସ କରନ୍ତି ଦିଲ୍ଲି ଆନ୍ନା। ତାଙ୍କ ମୂର୍ତ୍ତି ସବୁ ମାଟି ଓ ଧାନ କୁଣ୍ଡାରୁ ଗଢ଼ା ହୁଏ । ହେଲେ, ଏ ଅଞ୍ଚଳର ଦ୍ରୁତ ସହରୀକରଣ କାରଣରୁ ଆଜିକାଲି ଏହି ଦୁଇଟି ଜିନିଷ ଦୁଷ୍ପ୍ରାପ୍ୟ ହେବାରେ ଲାଗିଛି
35. ‘ଆମର ମାଟି ମୂର୍ତ୍ତି ସ୍ଥାନରେ ଏବେ ପଥର ମୂର୍ତ୍ତି ପୂଜା ହେଉଛି’
ତାମିଲନାଡ଼ୁର ବଙ୍ଗଳାମେଡ଼ ଗ୍ରାମରେ, ଏକ ଇରୁଲର ସମୁଦାୟର ଲୋକମାନେ ନିଜ ପ୍ରିୟ ଦେବୀଙ୍କ ପୂଜା ଓ ଉତ୍ସବ ପାଳନର ପରିଚିତ ପଦ୍ଧତିରେ ଧୀରେ ଧୀରେ ପରିବର୍ତ୍ତନ ଆସୁଥିବା ଏବେ ଦେଖୁଛନ୍ତି
34. ତୁଲୁନାଡୁର ବାଣ କାରିଗର
କର୍ଣ୍ଣାଟକର ଅନେକ ସାଂସ୍କୃତିକ ସମନ୍ୱୟ ପରମ୍ପରାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଯେ, ସବୁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ କେବଳ ମୁସଲମାନ ପୁରୁଷମାନେ ହିଁ ବାଣ ତିଆରି କରନ୍ତି ଏବଂ ଫୁଟାନ୍ତି । ଗାର୍ନାଲ ସାଇବର ଏବଂ ଏହି ଅସାମାନ୍ୟ କଳା ଉପରେ ଏକ ଚଳଚ୍ଚିତ୍ର
33. ସାନ୍ତାଳ ପର୍ବରେ ଚାଦର ବାଦନି କଣ୍ଢେଇ ନାଚ
ବୀରଭୂମ ଜିଲ୍ଲାର ତପନ ମୁର୍ମୁ ଜଣେ ଯୁବ ସାନ୍ତାଳ ଆଦିବାସୀ ଚାଷୀ ଏବଂ ସେ ଫସଲ ଅମଳ ପର୍ବ ଅବସରରେ କଣ୍ଢେଇ ନାଚ ଜରିଆରେ ନିଜର କଳା ମଧ୍ୟ ପ୍ରଦର୍ଶନ କରନ୍ତି - ଯେଉଁ କଳାକୁ ତାଙ୍କ ପିଢ଼ିର ଅଳ୍ପ କେଇ ଜଣ ମାତ୍ର ଆଦରି ନେଇଥିବାରୁ ସେ ଚିନ୍ତିତ
32. ରାସ ମହୋତ୍ସବ ଏବଂ ମାଜୁଲିର ସତ୍ର ସମୂହ
ଆସାମରେ ପାଳିତ ଏହି ବହୁ ପ୍ରତୀକ୍ଷିତ ବାର୍ଷିକ ଉତ୍ସବ ଅବସରରେ ଅନେକ ସ୍ଥାନରେ ବିଭିନ୍ନ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ପ୍ରବାସନ ଏବଂ ଯୁବ ପିଢ଼ିର ଆଗ୍ରହ ହ୍ରାସ ପାଉଥିବା କାରଣରୁ ଆଜିକାଲି ଏହି ଉତ୍ସବ ନିମନ୍ତେ କଳାକାର ଖୋଜିବା କଷ୍ଟକର ହୋଇପଡ଼ିଛି
31. ତୁଲୁନାଡୁର ଭୂତ ପୂଜା: ଶାସ୍ତ୍ରୀୟ ପରମ୍ପରାରେ ସମନ୍ୱୟର ବାର୍ତ୍ତାବହ
ଆରବ ସାଗର ଉପକୂଳରେ ଅବସ୍ଥିତ କର୍ଣ୍ଣାଟକର ଏହି ଅଞ୍ଚଳରେ ଭୂତ ପୂଜା କରିବାକୁ ଏକତ୍ର ହୁଅନ୍ତି ଭିନ୍ନ ଭିନ୍ନ ସଂପ୍ରଦାୟର ଲୋକେ । ଏହି ଭିନ୍ନ ଧରଣର ପୂଜୋତ୍ସବ ଅବସରରେ ସଙ୍ଗୀତ ପରିବେଷଣ କରି ରୀତିନୀତି ପାଳନ କରିବାକୁ ଆସନ୍ତି ସୟଦ ନାସିର ଓ ତାଙ୍କ ବାଦ୍ୟକାର ଦଳ। ସେହି ସ୍ୱତନ୍ତ୍ର ଐତିହ୍ୟକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ
30. ଲଦାଖରେ ସାଗା ଦାୱା ମହୋତ୍ସବ ପାଳନ
ହାନଲେ ନଦୀ ଉପତ୍ୟକାରେ ଥିବା ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ହେଉଛି ଏକ ବଡ଼ ଉତ୍ସବ। ମହାମାରୀ ପରେ ପ୍ରଥମ ଥର ପାଇଁ ପାଳିତ ହେଉଛି, ଡ୍ରମ୍ ବଜାଇବା ସହ ତୁରୀ ବଜାଇ ଏହି ଉତ୍ସବ ପାଳୁଛନ୍ତି ଛଅଟି ଜନବସତିର ବାସିନ୍ଦା
29. ବସ୍ତରର ବାଉଁଶ-ନଳି ବନ୍ଧୁକ
ଛତିଶଗଡ଼ର ବାର୍ଷିକ ଗୋଞ୍ଚା ପର୍ବରେ, ସ୍ଥାନୀୟ ଆଦିବାସୀ ସମୁଦାୟଙ୍କର ଏକ ଅଭିନବ ତୋପ ସଲାମୀ ପରମ୍ପରା ରହିଛି
28. ସାଇନଗର ଦରଘା ନିକଟରେ ଥିବା ଛୋଟ ଗଣେଶ
ଆନ୍ଧ୍ରର ଅନନ୍ତପୁର ସହରରେ ଛୋଟ ପିଲାମାନଙ୍କର ପ୍ରିୟ ବିନାୟକ ଚଭିଥି ଉତ୍ସବ ଆଉ କେଇ ସପ୍ତାହ ଅଧିକ ଚାଲିବ
27. ଭାଇଜାଗରେ ଆଠ ଦଶନ୍ଧି ଧରି ଦୀପାବଳିର ଦୀପ ପ୍ରସ୍ତୁତି
ଦୀପାବଳି ପାଳନ ହେଉଥିବା ଘରକୁ ଆଲୋକିତ କରିବା ଲାଗି ଏସ. ପରଦେସମ ଲକ୍ଷାଧିକ ଦୀପ ତିଆରି କରିଛନ୍ତି। ବିଶାଖାପାଟଣାର କୁମାରୀ ୱିଧିରେ ରହୁଥିବା ଏହି ୯୨ ବର୍ଷୀୟ ଶେଷ କୁମ୍ଭାର ଆଲୋକର ପର୍ବ ପାଇଁ ଦୀପ ତିଆରି କରୁଛନ୍ତି
26. ସୁରୁ ଉପତ୍ୟାକାରେ ମହରମ ପାଳନ
ଲଦାଖର କାରଗିଲ୍ ଜିଲ୍ଲା ଅନ୍ତର୍ଗତ ତାଇ ସୁରୁ ଗ୍ରାମରେ ସିୟା ମୁସଲିମ ସମ୍ପ୍ରଦାୟର ଲୋକମାନେ ଅନେକ ଦିନ ପର୍ଯ୍ୟନ୍ତ ମହରମ୍ ପର୍ବ ପାଳନ କରିଥାନ୍ତି । ପିଲାମାନେ, ବିଶେଷ କରି ଝିଅମାନଙ୍କ ପାଇଁ, ଏହି ପର୍ବ ସାଙ୍ଗମାନଙ୍କୁ ଭେଟିବା ଏବଂ ପରସ୍ପର ସହ ଘଣ୍ଟା ଘଣ୍ଟା ସମୟ ବିତାଇବା ଲାଗି ସୁଯୋଗ ଆଣି ଦେଇଥାଏ
25. ଗୁଜରାଟର ସଂକ୍ରାନ୍ତି ଆକାଶରେ ଗୁଡ଼ି ନିର୍ମାତାଙ୍କ ହସ୍ତକଳା
ଖମ୍ଭାଟ ଓ ଅହମ୍ମଦାବାଦର ମହିଳା ଗୁଡ଼ି ନିର୍ମାତାମାନଙ୍କର କଠିନ ଶ୍ରମ ଚମତ୍କାର ଭାବେ ଆକାଶକୁ ରଙ୍ଗର ଆଲୋକରେ ଭରି ଦେଉଥିବା ବେଳେ ଏହାର ବିପରୀତ ସେମାନଙ୍କ ଜୀବନ କିନ୍ତୁ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥାଏ
24. ମା’ ଦୁର୍ଗାଙ୍କ ସେବାରେ ଢାକି
ଚଳିତବର୍ଷ ଅକ୍ଟୋବର ୧୧ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବାରୁ ଅଗରତାଲାର ଢାକିମାନଙ୍କର ଡ୍ରମ୍ର ଶବ୍ଦ ଶୁଣାଯିବା ଆରମ୍ଭ ହେଲାଣି। ଅନ୍ୟ ସମୟରେ ଏହି ବାଦକମାନେ ସାଇକେଲ୍ ରିକ୍ସା ଚଳାନ୍ତି ବା ବୁଲା ବିକାଳି ଭାବେ କାମ କରନ୍ତି । ଏମାନେ ଚାଷ କାମ, ପାଣି ପାଇପ୍ କାମ ଏବଂ ଇଲେକ୍ଟ୍ରିସିଆନ୍ ଭାବେ ମଧ୍ୟ କାମ କରନ୍ତି
23. ‘ମାଳାରେ ଗୁନ୍ଥା ହୋଇଥିବା ଫୁଲ ଭଳି ନୃତ୍ୟ’
ଶୀତ ମାସଗୁଡ଼ିକରେ ପଡ଼ୁଥିବା ସମାରୋହ ଓ ଉତ୍ସବ ସମୟରେ, ଛତିଶଗଡ଼ର ଗୋଣ୍ଡ ସମ୍ପ୍ରଦାୟର ଯୁବକ ଓ ଯୁବତୀମାନେ ହୁଲ୍କୀ ମାଣ୍ଡରୀ ଓ କୋଲାଙ୍ଗ ନୃତ୍ୟ କରିବା ଲାଗି ଏକ ସଙ୍ଗେ ଯାତ୍ରା କରିଥାନ୍ତି ଏବଂ ରେଲା ଗୀତ ଗାଇଥାନ୍ତି।
22. ଭାଇଜାଗର କୁମ୍ଭକାର: ମାଟିର ମୂର୍ତ୍ତି, ଋଣରେ ବିସର୍ଜନ
ଏ ସପ୍ତାହର ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପାର୍ବଣ ଋତୁରେ, ଆନ୍ଧ୍ର ପ୍ରଦେଶର ଏହି ସହରର କାରିଗରମାନେ ସବୁଠୁ ଅଧିକ ଉପାର୍ଜନ କରନ୍ତି । ହେଲେ, ଏ ବର୍ଷ ସେମାନେ, ଗଣେଶ ମୂର୍ତ୍ତି ପାଇଁ ବା ଅନ୍ୟ କୌଣସି ସାମଗ୍ରୀ ପାଇଁ,ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଥାକ ବରାଦ ପାଇନାହାନ୍ତି
21. ତାଲାବନ୍ଦ କ୍ଷତିର ଏକ ତରଳି ଯାଉଥିବା ପାତ୍ର
ଗଣେଶ ପୂଜା ଏ ସପ୍ତାହରେ ଆରମ୍ଭ ହୋଇଛି, ତା’ପରେ ଦୁର୍ଗାପୂଜା, ଦୀପାବଳି ହେଉଛି ଦିଲ୍ଲୀ ଉତ୍ତମନଗର ବାସୀ କୁମ୍ଭାରମାନଙ୍କ ପାଇଁ ବ୍ୟବସାୟର ପ୍ରକୃଷ୍ଟ ସମୟ । ପଶ୍ଚିମ ବଙ୍ଗଳା ଏବଂ କଚ୍ଛରେ ଥିବା କୁମ୍ଭାରମାନଙ୍କର ମାନ୍ଦା ବିକ୍ରୟ ଦେଖି ସେମାନେ ମଧ୍ୟ ତାହା ଆଶା କରୁଛନ୍ତି
20. ଦଇବ, ନୃତ୍ୟ ଓ ଦୈବି ହସ୍ତକ୍ଷେପ
କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଓ ଉଡୁପି ଜିଲ୍ଲାରେ ପ୍ରଚଳିତ ଶତାବ୍ଦୀ ପୁରୂଣା ଏହି ବିଧାନରେ ରୂପଧାରୀମାନେ ଦଳିତ ସମ୍ପ୍ରଦାୟର ଉପେକ୍ଷିତ ନାୟକମାନଙ୍କ ବିଷୟରେ କୁହନ୍ତି। ବିଭିନ୍ନ ବିବାଦର ସମାଧାନ କରନ୍ତି ଓ ସେମାନଙ୍କ ଦୁଃଖ ମୋଚନ କରନ୍ତି ।
19. ଓଡ଼ିଶାରେ ଶସ୍ୟ ପର୍ବ
ଓଡିଶାର କନ୍ଧମାଳ ଜିଲ୍ଲାରେ ଆଦିବାସୀ ମହିଳାମାନେ ପିଢି ପରେ ପଢି ବିଭିନ୍ନ ଦେଶୀୟ ବୀଜଗୁଡିକୁ ସଂରକ୍ଷିତ କରି ରଖୁଛନ୍ତି; ଏକ ବାର୍ଷିକ ପର୍ବରେ ସେମାନେ ସମସ୍ତେ ଏକତ୍ରିତ ହୋଇ ସମସ୍ତ ବିଭିନ୍ନ ବିଧି ବିଧାନ ପାଳନ ପୂର୍ବକ ଉତ୍ସବ ପାଳନ କରି ଏହି ବୀଜଗୁଡିକ ବିଷୟରେ ଆଲୋଚନା କରନ୍ତି ଓ ପରସ୍ପର ମଧ୍ୟରେ ଏହାର ବିନିମୟ କରିଥାନ୍ତି
18. ସୂର୍ୟାପେଟ୍ର ‘ମଣିଷଙ୍କ ଭଗବାନ’
ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଗାଁରୁ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀ ହଜରତ ଜନପକ୍ ସହିଦ୍ର ଉର୍ସକୁ ଆସିଥାନ୍ତି - ଅନେକ ଲୋକ ଦରଗାହକୁ ବିଶ୍ୱାସରେ ଆସିଥାନ୍ତି, କେତେକ ଏହି ସ୍ଥାନକୁ ବିକ୍ରିବଟା ପାଇଁ ଆସିଥାନ୍ତି
17. ପ୍ରଖର ଏବଂ ଭୟଙ୍କର, ନୃତ୍ୟ ଏବଂ ପ୍ରହାର
ପ୍ରତି ବର୍ଷ ବୋନାଲୁ ପର୍ବ ଅବସରରେ ହାଇଦ୍ରାବାଦର ଜଣେ ଅଟୋ-ପାର୍ଟ୍ସ ବିକ୍ରେତା ପୋସାନି ଅଶ୍ୱିନ, ପୋଥୁରାଜୁରେ ରୂପାନ୍ତରିତ ହୁଅନ୍ତି । ବିଶ୍ୱାସ କରାଯାଏ ଯେ, ପୋଥୁରାଜୁ ଜଣେ ଦେବତା, ଯିଏ ବିଭିନ୍ନ ରୋଗ ନିବାରଣ କରନ୍ତି । ‘ଦୈବୀଶକ୍ତି ସଂପନ୍ନ’ ହୋଇ ସେ ଭିଡ଼ ଜମାଇଥିବା ଲୋକଙ୍କୁ ଆଶୀର୍ବାଦ ଦିଅନ୍ତି ଏବଂ ମନ୍ତ୍ରମୁଗ୍ଧ କରନ୍ତି ।
16. ଧୁଲ୍ପେଟର ଦେବତାମାନଙ୍କର ରୂପକାର
ଚାଲିଥିବା ଗଣେଶ ଚତୁର୍ଥୀ ଉତ୍ସବର କେଇମାସ ପୂର୍ବରୁ ଦଳେ କାରିଗର, ସେମାନଙ୍କର ମଧ୍ୟରୁ ଅଧିକାଂଶ ପ୍ରବାସୀ ହାଇଦ୍ରାବାଦକୁ ଆସନ୍ତି ମୂର୍ତ୍ତି ତିଆରି କରିବା ପାଇଁ। କିନ୍ତୁ ସେମାନେ କୁହନ୍ତି ବଜାରରେ ଥିବା ଶସ୍ତା ସାମଗ୍ରୀଗୁଡ଼ିକ କାରଣରୁ ଏହି କାମ ବର୍ତ୍ତମାନ ନିୟମିତ ନୁହେଁ ।
15. ମଦୁରାଇରେ ଭଗବାନଙ୍କ ପୋଷାକ ପ୍ରସ୍ତୁତକାରୀ
ମଦୁରାଇରେ ଐତିହାସିକ ଅଝାଗର ଉତ୍ସବର ଶେଷ ଦିନ ଆଜି, ଏପ୍ରିଲ୍ ୨୨। ଏହି ଉତ୍ସବରେ ଏକ ବିଶାଳ ଶୋଭାଯାତ୍ରା ସାମିଲ, ଯେଉଁଥିରେ କେତେକ ଭକ୍ତ ରଙ୍ଗୀନ ପୋଷାକ ପିନ୍ଧିଥାନ୍ତି। କିନ୍ତୁ ସେମାନଙ୍କର ପୋଷାକ ପ୍ରସ୍ତୁତକାରୀମାନେ କିଏ ତାହା ଅଧିକ ମଜାଦାର।
14. ୱାର୍ଲିପଡ଼ାରେ ଦୀପାବଳିର ସ୍ମୃତି
ମୁମ୍ବାଇ ବାହାରେ ଏକ ଆଦିବାସୀ ପଡ଼ାରେ ଆତସବାଜି ଏବଂ ସହରର ଆଲୋକଠାରୁ ଦୂରରେ ମୋ ପରିବାର ଚଳିତବର୍ଷ ଦୀପାବଳି ପାଳନ କରିଛନ୍ତି ଯେମିତି ସେମାନେ ପ୍ରତିବର୍ଷ କରନ୍ତି। ପାରମ୍ପରିକ ସ୍ୱାଦିଷ୍ଟ ଭୋଜନ, ଗୋଷ୍ଠୀଗତ ରୀତିନୀତି, ପ୍ରକୃତି ପ୍ରତି ସମ୍ମାନ ଏବଂ ଆନନ୍ଦ।
13. ପରିବର୍ତ୍ତିତ ଅଯୋଧ୍ୟାରେ ରାମ କଥା ପ୍ରଦର୍ଶନ
ଦଶହରା ମାସ ସମୟରେ ରାଗ୍ଟାଗ୍ ରାମକଥା ଗାୟକ ଦଳ ମଞ୍ଚରୁ ମଞ୍ଚ ଡିଆଁ ମାରି ପ୍ରଦର୍ଶନ କରିଥାନ୍ତି, ଏପରିକି ସାମ୍ପ୍ରତିକ ରାଜନୀତି ମଧ୍ୟ ଏହି ଲୋକକଥା ମାଧ୍ୟମରେ ଉପସ୍ଥାପନ କରିଥାନ୍ତି
12. ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ବଙ୍ଗଳା ଓ ବରୋଦା ମିଳିତ ହେଲେ
ବଙ୍ଗଳାରୁ ଆସିଥିବା ପ୍ରବାସୀ କାରିଗରମାନେ ଭଦୋଦରାରେ ମୂର୍ତ୍ତି ନିର୍ମାଣ ଶୈଳୀକୁ ଭିନ୍ନ ମୋଡ ଦେଇଛନ୍ତି, ଯେପରିକି ତପନ ମଣ୍ଡଳ, ଯିଏ ଏକ ସିଗ୍ନେଚର୍ କର୍ମଶାଳା ଚଳାନ୍ତି. ଯେତେବେଳେକି ଅନେକ କୃଷି ଶ୍ରମିକ, ଘରେ ରଙ୍ଗ ବୋଳୁଥିବା ଶ୍ରମିକ ଭାବେ ବା ଅନ୍ୟ କିଛି କାମ କରନ୍ତି ।
11. କୂଳ ଦେବତାମାନଙ୍କ ଶିଖର ସମ୍ମିଳନୀ
ପ୍ରତି ଚାରିବର୍ଷରେ ଥରେ ଗୋଣ୍ଡ ଆଦିବାସୀମାନେ ସେମାନଙ୍କ ପୂର୍ବଜମାନଙ୍କୁ ଭୋଗ ନିବେଦନ କରିବା ପାଇଁ , ସେମାନଙ୍କ ଆଶୀର୍ବାଦ ନେବାପାଇଁ ଏବଂ ମୃତକମାନେ ମିଳାମିଶା କରିବା ପାଇଁ ପରିବେଶ ସୃଷ୍ଟି କରିବା ପାଇଁ ସେମାନଙ୍କ କୂଳଦେବତାଙ୍କୁ ଛତିଶଗଡ଼ର ସେମାରଗାଓଁ ରେ ଅନୁଷ୍ଠିତ ଏକ ଉତ୍ସବକୁ ଆଣନ୍ତି।
10. ନିୟମଗିରିର ନିଆଁ ପାଖରେ ମେଳି
ଓଡ଼ିଶାର ନିୟମଗିରି ପାହାଡ଼। ପ୍ରତିବର୍ଷ ଏକ ରଂଗୀନ ଉତ୍ସବରେ ଡଙ୍ଗରିଆ କନ୍ଧ ଏକାଠି ହୁଅନ୍ତି। ଏଠି ସବୁବେଳେ ଖଣିର ଧମକ। କିନ୍ତୁ ଏହି ଉତ୍ସବ ଚେତାଇଦିଏ ଯେ ମାତୃଭୂମିକୁ ସୁରକ୍ଷା ଦେବାର ଆବଶ୍ୟକତା ବଢୁଛି।
9. ‘ଦିନେ ଆମେ ଗ୍ରହଣୀୟ ହେବୁ’
ଚଳିତ ବର୍ଷ ଏପ୍ରିଲ୍ ୨୫ ତାରିଖରେ ଶେଷ ହୋଇଥିବା ତାମିଲନାଡ଼ୁର କୁବାଗମ୍ ଉତ୍ସବ ଅନେକ କିନ୍ନରଙ୍କୁ ଆକର୍ଷିତ କରିଥିଲା। ସେମାନେ ଏଠାକୁ ଆସିଥିଲେ ଗାଇବାକୁ , ନାଚିବାକୁ , କାନ୍ଦିବାକୁ ଏବଂ ପ୍ରାର୍ଥନା କରିବାକୁ- କିନ୍ତୁ ମୁଖ୍ୟତଃ ବାସନ୍ଦର ଭୟ ବିନା ନିଜ ସହ ନିଜେ ରହିବାକୁ ।
8. ମୁନସିଆରୀରେ ମହିଳା ହୋଲିର ମୁର୍ଚ୍ଛନା
ଉତ୍ତରାଖଣ୍ଡର କୁମାଉଁ ଅଞ୍ଚଳର ଗାଁ ଗୁଡ଼ିକରେ ହୋଲି ଉତ୍ସବ ମହିଳାଙ୍କ ଲାଗି ନାଚିବା ଏବଂ ସେମାନଙ୍କର ଗୀତକୁ ପାହାଡ଼ରେ ଗୁଞ୍ଜରିତ କରାଇବାର ସମୟ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପରୀ ସିରିଜ୍ ଲାଗି ଏକ ଫଟୋ କାହାଣୀ
7. ସୋହରାଇର ସଙ୍ଗୀତ
ଜାନୁଆରୀ ଖରିଫ ଫସଲ ଅମଳ ସମୟରେ ବିହାରର ଚିରଚିରିଆ ହାମଲେଟର ସାନ୍ତାଳ ମହିଳାମାନେ ତାଙ୍କ ଜୀବନ ଶୈଳୀ ଆଧାରରେ ଗୀତ ଗାଆନ୍ତି। ପୁରୁଷମାନେ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାନ୍ତି। ଶେଷରେ ଭୋଜି ଭାତ ହୁଏ। ଏଥିରେ ମହୁଲି ମଧ୍ୟ ପିଆଯାଏ
6. କେରଳର କୁଟ୍ଟିକ୍କୁଥିରା: ପିଲାମାନେ, ରଥ ଓ ଉତ୍ସବର ମଜା
କେରଳରେ ଅଲାପ୍ପୁଝା ଜିଲ୍ଲାର କାର୍ତ୍ତିକାପଲ୍ଲୀ ଓ ଅନ୍ୟ ଗାଁରେ ପିଲାମାନେ ନିଜେ ରଥ ତିଆରି କରି ବାର୍ଷିକ ପାରମ୍ପରିକ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି।
5. ଯାତ୍ରାପଥରେ କୁମାରତୁଲି
କୋଲକାତାର ଶହ ଶହ ବର୍ଷ ପୁରୁଣା କୁମ୍ଭାର କଲୋନିରେ, ସାରା ରାତି ଧରି କାରିଗରମାନେ ମାଟି ପ୍ରତିମା ଗଢ଼ନ୍ତି, ଯେଉଁଗୁଡ଼ିକୁ କି ସେମାନେ ଦୁର୍ଗାପୂଜା ଉପଲକ୍ଷେ ଖୁବ୍ ଶୀଘ୍ର ସହରକୁ ପଠାଇବେ
4. ମା’ ବୋନବିବି, ମଣିଷ ଓ ବାଘଙ୍କର ଜନନୀ
ପଶ୍ଚିମବଙ୍ଗସ୍ଥିତ ସୁନ୍ଦରବନର ଅଧିଷ୍ଠାତ୍ରୀ ଜଙ୍ଗଲ ଦେବୀ ଚାହାଁନ୍ତି ଯେ ହିନ୍ଦୁ ଓ ମୁସଲିମ ଏକାଠି ହୋଇ ପ୍ରାଣୀ ଜଗତ ସହ ତାଙ୍କର ଅଲିଖିତ ଚୁକ୍ତି ବଜାୟ ରଖିବା ଉଚିତ୍
3. ପୁରୁଲିଆରେ ଭକ୍ତି, ଫୋଡ଼ା ଏବଂ ଯନ୍ତ୍ରଣା
ମାତ୍ର ୧୫ ଦିନ ପାଇଁ ହେଲେ ବି ଗାଜନ ରୀତିନୀତି ପଶ୍ଚିମବଙ୍ଗର ଜାତି ଅନୁକ୍ରମକୁ ବଦଳାଇଥାଏ
2. ସହରିୟାଙ୍କ ହୋଲି
ରାଜସ୍ଥାନର ବାରନ ଜିଲ୍ଲାର ସହରିୟା ସମ୍ପ୍ରଦାୟର ଲୋକମାନେ ହୋଲି ଏବଂ ଫସଲ ଅମଳର ଉତ୍ସବ ମନାଇବା ପାଇଁ ପ୍ରସ୍ତୁତି କରିଛନ୍ତି। ଏହି ଜିଲ୍ଲା ରାଜ୍ୟର ଦରିଦ୍ରତମ ଜିଲ୍ଲାମାନଙ୍କ ମଧ୍ୟର ଅନ୍ୟତମ।
1. ଟ୍ୟୁବ୍ରି ପ୍ରତିଯୋଗିତା
ପଶ୍ଚିମବଙ୍ଗର ମକର୍ଦାହ ଗାଁର ପୁରବନ୍ନାପାରା ସମ୍ପ୍ରଦାୟ ଉଜ୍ଜ୍ୱଳ ତଥା ବୃହତ୍ତମ ‘ଟ୍ୟୁବ୍ରି’ ବା ଆତସବାଜି - ମହମବତୀ ତିଆରି ପାଇଁ ବାର୍ଷିକ 'ପ୍ରତିଯୋଗିତା' ଆୟୋଜନ କରିଥାଏ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/festivals-and-the-folks-who-fashion-them-or








































