ସ୍କୁଲର ପ୍ରବେଶ ପଥ ଉପରେ ଲଗାଯାଇଥିବା ବୋର୍ଡ କହୁଛି ‘ତାଲିମ’ (‘ଶିକ୍ଷା’ ପାଇଁ ଊର୍ଦ୍ଦୁ ଶବ୍ଦ)। ତେବେ ଏହା ମଧ୍ୟରେ ଆପଣ ପ୍ରଥମ ଜିନିଷ ଦେଖିପାରିବେ ଏଠାରେ ପହିଲିମାନମାନଙ୍କର ଦେବତା ହନୁମାନଙ୍କର ଗୋଟିଏ ଛବି। ଏହି ସଂସ୍କୃତି ଏକ ରଙ୍ଗିନ ମିଶ୍ରଣ। ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ରର କୁସ୍ତି ବିଦ୍ୟାଳୟଗୁଡ଼ିକୁ ଆଖଡ଼ା ନୁହେଁ ତାଲିମ କୁହାଯାଏ। ଏହି ତାଲିମଗୁଡ଼ିକ ସହ ଏହା ବିଭାଜନ ପୂର୍ବବତ୍ତୀ ପଞ୍ଜାବକୁ ପ୍ରତ୍ୟାବର୍ତ୍ତନ ଯେଉଁଠାରେ ସେମାନେ ଶହେ ବର୍ଷରୁ ଅଧିକ ସମୟ ପୂର୍ବରୁ ୧୦୦ରୁ ଅଧିକ ଦୃଢ଼ ସଂଯୋଗ ବିକାଶ କରିଥିଲେ। ଏହା ବିଶେଷ କରି ତତ୍କାଳୀନ ରାଜ୍ୟ କୋହ୍ଲାପୁରର ଶାସକ ସାହୁ ମହାରାଜଙ୍କ ସମୟରେ ଯିଏକି ଜଣେ ସମାଜ ସଂସ୍କାରକ ଭାବରେ ବିଖ୍ୟାତ ଥିଲେ। ସେ ମଧ୍ୟ ଜଣେ ମହାନ କୁସ୍ତି ପୃଷ୍ଠପୋଷକ ଥିଲେ ଯିଏକି ସାରା ଅବିଭାଜିତ ଭାରତରୁ ପହିଲିମାନମାନଙ୍କୁ କୋହ୍ଲାପୁର ଆଣୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପଞ୍ଜାବରୁ।
ଆଜି ମଧ୍ୟ, ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ର ବିଶାଳ ଟୁର୍ଣ୍ଣାମେଣ୍ଟମାନଙ୍କରେ ପାକିସ୍ତାନ, ଇରାନ, ତୁର୍କି ଏବଂ ଏପରିକି କିଛି ଆଫ୍ରିକୀୟ ଦେଶର ଶୀର୍ଷ ପହିଲିମାନମାନେ ଯୋଗ ଦିଅନ୍ତି। ପାକିସ୍ତାନ ଏବଂ ଇରାନରୁ ଆସିଥିବା ଯୋଦ୍ଧାମାନଙ୍କର ଏଠାରେ ମୁଖ୍ୟତଃ ହିନ୍ଦୁ ପୁରୁଷ ଦର୍ଶକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ପ୍ରଶଂସକ ଅଛନ୍ତି। ବିଧାନସଭାରେ କୋହ୍ଲାପୁରର ସଦସ୍ୟ (ଏମଏଲଏ) ବିନୟ କୋରେ କୁହନ୍ତି, ‘‘ବାହାରୁ ଆସୁଥିବା ପହିଲିମାନ ମାନେ ଭିଡ଼ ଆକର୍ଷଣ କରନ୍ତି।’’ ଏକ ଗୁରୁତ୍ୱପୂର୍ଣ୍ଣ ଚିନି ସମବାୟ କାରଖାନା ଏବଂ ଦୁଗ୍ଧଜାତ ସାମଗ୍ରୀ ପରିସରର ମୁଖ୍ୟ ଥିବା ଶ୍ରୀ କୋରେ ରାଜ୍ୟରେ ଏକ ଅନନ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରନ୍ତି। ମହାରାଷ୍ଟ୍ରର ସର୍ବବୃହତ କୁସ୍ତି ପଡ଼ିଆଥିବା କୋହ୍ଲାପୁର ଜିଲ୍ଲାର ୱାରାନାନଗରଠାରେ ଗୋଟିଏ ହୁଏ। ଏହା ପ୍ରତିବର୍ଷ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହୋଇଥାଏ।
ଶ୍ରୀ କୋରେ କୁହନ୍ତି, ‘‘ପ୍ରାୟ ୩ଲକ୍ଷ ଲୋକ ଏକତ୍ର ହୁଅନ୍ତି’’। ‘‘କେତେକ ସମୟରେ ଭିସା ନେଇ ମଧ୍ୟ ଭୀଷଣ ମୁଣ୍ଡବିନ୍ଧା ହୁଏ। ଗୋଟିଏ ବର୍ଷ ପାକିସ୍ତାନୀମାନଙ୍କଠାରୁ ଭିସା ଖୁବ୍ ବିଳମ୍ବରେ ଆସିଲା। ସେମାନଙ୍କ ପହିଲିମାନମାନଙ୍କୁ ଏହାପରେ ଇସଲାମାବାଦରୁ ଦିଲ୍ଲୀ ଆସିବାକୁ ହୋଇଥିଲା, ସେଠାରୁ ପୁନେ ଆସିଲେ, ସେଠାରୁ ଆମେ ତାଙ୍କୁ ଆଣିଲୁ ଏବଂ ୱାରାନାରେ ପହଞ୍ଚାଇଲୁ। ସେ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ୧୨-୧୩ଘଣ୍ଟା ପାଇଁ ଧୈର୍ଯ୍ୟର ସହ ସେମାନଙ୍କୁ ଅପେକ୍ଷା କଲେ।’’
ତାଲିମଗୁଡ଼ିକରେ ମହାରାଷ୍ଟ୍ରର କୁସ୍ତିଗୁରୁମାନେ ଏକ ନୈତିକ ଏବଂ ସଦାଚାର ନିର୍ଦ୍ଦେଶ ଦିଅନ୍ତି ଯାହାକି ଆଧ୍ୟାତ୍ମିକ ଏବଂ ଧର୍ମନିରପେକ୍ଷତା ସହ ମିଶ୍ରଣ ହୋଇଥାଏ। ଅନେକ ଶିକ୍ଷକ ସେମାନଙ୍କ ଛାତ୍ରମାନଙ୍କୁ କିମ୍ବଦନ୍ତୀୟ ଗାମା ପହିଲିମାନ (ତାଙ୍କ ସମୟର ଜଣେ ଅପରାଜିତ ମଲ୍ଲ ଯୋଦ୍ଧା ଯିଏ କି ଦୁନିଆର ସବୁଠାରୁ ବଡ଼ ବିଜେତା ଥିଲେ)ଙ୍କ ବିଷୟରେ କୁହନ୍ତି। ପଞ୍ଜାବରେ ଗୁଲାମ ମହମ୍ମଦ ଭାବରେ ଜନ୍ମ ନେଇଥିବା ଗାମା ଜଣେ ମୁସଲମାନ ଥିଲେ ଯିଏକି ୧୯୪୭ ପରେ ପାକିସ୍ତାନରେ ରହୁଥିଲେ। ଶିକ୍ଷକମାନେ ସେମାନଙ୍କ ଛାତ୍ରମାନଙ୍କୁ ସେହି ସମୟ ବିଷୟରେ କୁହନ୍ତି, ଯେତେବେଳେ ସେ ବିଭାଜନ ଦଙ୍ଗା ସମୟରେ ଗୋଟିଏ ହିଂସ୍ର ଆକ୍ରମଣକାରୀଙ୍କୁ ସାମ୍ନା କରୁଥିବା ତାଙ୍କ ହିନ୍ଦୁ ପଡ଼େଶୀମାନଙ୍କ କଲୋନୀ ବାହାରେ ଗୋଟିଏ ପାହାଡ଼ ପରି ଛିଡ଼ା ହୋଇଥିଲେ। ‘‘ଜଣେ ମଲ୍ଲ ଯୋଦ୍ଧା ଏହିପରି ହେବା ଉଚିତ୍’’ ହେଉଛି ସାଧାରଣ ମତାମତ।
କୋହ୍ଲାପୁର ସହରରେ ତାଙ୍କ ତାଲିମଠାରେ ମହାରାଷ୍ଟ୍ରର ମହାନ କୁସ୍ତି ଯୋଦ୍ଧା ଆପ୍ପାସାହେବ କଦମ କୁହନ୍ତି, ‘‘ସବୁ ମହାନ ଶିକ୍ଷକମାନେ ସହମତି ହୁଅନ୍ତି ଯେ, ନୈତିକ ତାଲିମ ଗୁରୁତ୍ୱପୂର୍ଣ୍ଣ। ନୈତିକ ପୃଷ୍ଠଭୂମି ନଥିବା ଜଣେ କୁସ୍ତି ଯୋଦ୍ଧା ଏକ ବିପର୍ଯ୍ୟୟ ହେବ।’’ ମହାରାଷ୍ଟ୍ରର ପହିଲିମାନମାନେ ଅଧିକାଂଶ କ୍ଷେତ୍ରରେ କିଛି ଅନ୍ୟ ରାଜ୍ୟ ପରି ସନ୍ଦେହଜନକ ନାମ ରୋଜଗାର କରିନାହାନ୍ତି।
ଏହି କ୍ରୀଡ଼ାପ୍ରତି ସ୍ଥାନୀୟ ଆତିଥେୟତା ଏବଂ ସହୃଦତାର ସଂସ୍କୃତି ମଧ୍ୟ ରହିଛି। ଏହା କୁନ୍ଦାଲ ହେଉ କିମ୍ବା ୱାରାନା ନଗର ମେଗା ଇଭେଣ୍ଟ ହେଉ, ଆମେ ଏହା ବୁଝିବା ଲୋକମାନେ ଚାହାଁନ୍ତି। ‘‘ଆପଣ ଜାଣିବା ଉଚିତ ଏହି କାର୍ଯ୍ୟକ୍ରମକୁ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏଠାରେ ଗ୍ରାମବାସୀଙ୍କ ଦ୍ୱାରା ଅତିଥି ଭାବରେ ଆତିଥେୟତା ପାଆନ୍ତି। ଆଗନ୍ତୁକମାନଙ୍କ ପାଇଁ ସ୍ଥାନୀୟ ଘରମାନଙ୍କରେ ଶହ ଶହ ସଂଖ୍ୟାରେ ରାତ୍ରି ଭୋଜନ ପ୍ରସ୍ତୁତ ହୁଏ।’’





