ଗତ ସପ୍ତାହରେ ଗଣପତି ବାଲ ଯାଦବ ଅସ୍ତମିତ ହୋଇଗଲେ। ସ୍ୱାଧିନାତା ସଂଗ୍ରାମୀ ଓ ବିପ୍ଳବୀମାନଙ୍କର ଗୁପ୍ତ ସ୍ୱତନ୍ତ୍ର ବାର୍ତ୍ତାବହ ଜଣକ ଶହେ ବର୍ଷ ପାର କରି ୧୦୧ ବର୍ଷରେ ପହଁଚିଥିଲେ,ଗୋଟିଏ ଦିର୍ଘ ଅସୁସ୍ଥତା ପରେ, ସେହି ଲୋକ ଯିଏକି ନିଜ ଜୀବନର ଅନ୍ତିମ ମାସ ପର୍ଯ୍ୟନ୍ତ ପ୍ରତିଦିନ ନିଜର ପୁରୁଣା ସାଇକେଲରେ ୫ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ ସେ ମହାକାଶର ଅଙ୍କାବଙ୍କା ରାସ୍ତାରେ ହଜିଗଲେ।
୨୦୧୮ ମସିହାରେ ଯେଉଁ ଦିନ ଆମେ ତାଙ୍କୁ ଭେଟିଲୁ-ସେ ୯୭ ବର୍ଷର ହୋଇଥିଲେ-ସେ ଆମକୁ ଖୋଜିବାପାଇଁ ପ୍ରାୟ ୩୦ କିଲୋମିଟର ସାଇକେଲ ଚଲାଇଥିଲେ। ‘ଆମେ’ ଅର୍ଥାତ୍ ପରୀ ଟିମ୍ ବିଳମ୍ବରେ ପହଞ୍ଚିଥିଲୁ, କିନ୍ତୁ ତାଙ୍କର ଆକର୍ଷଣୀୟ କାହାଣୀ ଶୁଣିବାକୁ ବ୍ୟାକୁଳ ଥିଲୁ । ଏହା ମେ ମାସର ମଧ୍ୟ ଭାଗ ଥିଲା, ସେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଥିଲେ, ଏବଂ ତାଙ୍କ ସାଇକେଲଟି ସଂଗ୍ରହାଳୟ ନମୁନା ପରି ଲାଗୁଥିଲା, ଯାହା ତାଙ୍କୁ ବିଚଳିତ କରୁନଥିଲା। ସେ ଲୋକ ଚାଲିଗଲେଣି, କିନ୍ତୁ ତାଙ୍କ କାହାଣୀ ରହି ଯାଇଛି: ଗଣପତି ଯାଦବଙ୍କର ପ୍ରେରଣାଦାୟକ ଜୀବନ ଚକ୍ର।
ଗଣପତି ବାଲ ଯାଦବ,୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ, ଯିଏକି ଜଣେ ତୋଫାନି ସେନାର (ଘୁର୍ଣ୍ଣି ବାୟୁ ସେନା) ପାହ୍ୟା ସ୍ତରର ସ୍ୱାଧିନତା ସଂଗ୍ରାମୀ ଥିଲେ, ଯାହାକି ସତାରା ଗୁପ୍ତ ସରକାରଙ୍କର ସଶସ୍ତ୍ରବାହିନୀର ଏବଂ ଏହା ୧୯୪୩ ମସିହାରେ ବ୍ରିଟିଶ ସରକାରଙ୍କ ଠାରୁ ସ୍ୱାଧିନତା ଘୋଷଣା କଲେ। ସେମାନେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ କରୁଥିବା ଯୁଦ୍ଧରେ ସେ ଅଂଶଗ୍ରହଣ କରିଥିଲେ। ୧୯୪୩ ରେ ଜି.ଡି.ବାପୁ ଲାଡ୍ ଏବଂ କ୍ୟାପଟେନ୍ ଭାଉଙ୍କ ନେତୃତ୍ୱରେ ସତାରାର ଶେନୋଲିରେ କରାଯାଇଥିବା ପ୍ରସିଦ୍ଧ ଟ୍ରେନ୍ ଲୁଣ୍ଠନର କଳ୍ପିତ କ୍ରାନ୍ତିକାରୀ ଦଳର ଅଂଶ ଥିଲେ ‘ଗଣପା ଦାଦା’
ମୁଖ୍ୟତଃ,ସେ ଆମକୁ କହିଲେ ବର୍ଷ ବର୍ଷ ଧରି ମୁଁ ଆମର ନେତାମାନଙ୍କୁ (ଜଙ୍ଗଲରେ ଲୁଚିଥିବା) ଖାଦ୍ୟ ଯୋଗାଉଥିଲେ। ମୁଁ ସେମାନଙ୍କୁ ରାତିରେ ଭେଟିବାକୁ ଯାଉଥିଲି। ସେଠାରେ ନେତାଙ୍କ ସହ ୧୦-୨୦ ଲୋକ ଥାଆନ୍ତି। "ତାଙ୍କ ସହ ସେହି ୨୦ଜଣଙ୍କର ସନ୍ଧାନ ମିଳିଥିଲେ ଇଂରେଜମାନେ ସେମାନଙ୍କୁ ଫାଶୀ ଦେଇଥାଆନ୍ତେ। ଯାଦବ ନିଜ ସାଇକେଲରେ ସବୁବେଳେ ଗୁପ୍ତରେ ଖାଦ୍ୟ ଯୋଗାଉଥିଲେ। ସେ ମଧ୍ୟ ସଙ୍କଟପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଖବର କ୍ରାନ୍ତିକାରୀ ଦଳମାନଙ୍କ ମଧ୍ୟରେ ଆଦାନ ପ୍ରଦାନ କରୁଥିଲେ।






