ଗତବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ସାଞ୍ଜା ଗାଁର ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀଗୃହରେ ଦୁଇଟି ପତଳା ଏଲଇଡି ଟେଲିଭିଜନ ସେଟ୍ ମାଉଣ୍ଟ୍ ହୋଇଥିଲା। ଗ୍ରାମପଞ୍ଚାୟତ ଶିକ୍ଷଣ ସାମଗ୍ରୀ ଭାବରେ ବ୍ୟବହାର କରିବା ପାଇଁ ଏହା ପଠାଇଥିଲା।
କିନ୍ତୁ ଏହି ଟିଭି ସେଟ୍ଗୁଡ଼ିକ କେବଳ କାନ୍ଥରେ ଝୁଲି ରହିଛି, ସେଗୁଡ଼ିକର ସ୍କ୍ରିନ୍ ଶୂନ୍ୟ ରହିଛି। ମାର୍ଚ୍ଚ ୨୦୧୭ରୁ ଏବେ ଦୁଇ ବର୍ଷ ପୂରିଗଲାଣି, ଏହି ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ।
ଶୀଲା କୁଲକର୍ଣ୍ଣି ମହାରାଷ୍ଟ୍ରର ଓସମାନବାଦ ଜିଲ୍ଲାର ବିଦ୍ୟାଳୟର ଅଧ୍ୟକ୍ଷ କହନ୍ତି ସେ କହନ୍ତି ‘‘ହସିବେ କି କାନ୍ଦିବେ ଜାଣିପାରୁନାହାନ୍ତି।’’ ‘‘ସରକାରଙ୍କ ପାଇଁ ଆସୁଥିବା ପାଣ୍ଠି ଯଥେଷ୍ଟ ନୁହେଁ ଆମ ବିଦ୍ୟାଳୟ (ଯେଉଁଥିରେ ଦୁଇଟି ଶ୍ରେଣୀରେ ମୋଟ ୪୦ ଛାତ୍ରଛାତ୍ରୀ ଅଛନ୍ତି) ପାଇଁ, ଆମେ ପାଉଛୁ ସ୍କୁଲ ରକ୍ଷଣାବେକ୍ଷଣ ଓ ପିଲାଙ୍କ ପାଇଁ ଟେସନାରୀ କିଣିବା ପାଇଁ ମାତ୍ର ୧୦,୦୦୦ ଟଙ୍କା। ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ପାଇଁ ଆମକୁ ପ୍ରାୟ ୧୮,୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ।’’
୨୦୧୨ ମସିହାରୁ ଏହି ସ୍କୁଲରେ ବିଦ୍ୟୁତ ସଙ୍କଟ ଲାଗିରହିଛି। ସେତେବେଳେ ମହାରାଷ୍ଟ୍ର ଜିଲ୍ଲା ବିଦ୍ୟୁତ୍ ବୋର୍ଡର ଜଣେ ଅଧିକାରୀ କହିଥିଲେ ଯେ ମହାରାଷ୍ଟ୍ରର ଜିଲ୍ଲା ପରିଷଦ (ଜେଡ୍ପି) ବିଦ୍ୟାଳୟଗୁଡ଼ିକୁ ଏକ ସରକାରୀ ରିଜୋଲ୍ୟୁସନ (ଜିଆର)ରେ ଘରୋଇ ଦର (କିଲୋୱାଟ୍ ଘଣ୍ଟା ପିଛା ୩.୩୬ ଟଙ୍କା ପରିବର୍ତ୍ତେ) ବ୍ୟାବସାୟିକ ଦରରେ (କିଲୋୱାଟ୍ ଘଣ୍ଟା ପିଛା ୫.୮୬ ଟଙ୍କା) ହିସାବରେ ଚାର୍ଜ କରାଯିବ।
ଏହା ଫଳରେ ବିଦ୍ୟାଳୟର ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଲା। ୨୦୧୫ ମସିହା ବେଳକୁ ବିଦ୍ୟୁତ୍ ଯୋଗାଣ ଓସମାନବାଦ ଜିଲ୍ଲାର ୧୦୯୪ ଜିଲ୍ଲା ପରିଷଦ ବିଦ୍ୟାଳୟ ମଧ୍ୟରୁ ୮୨୨ରୁ କାଟି ଦିଆଯାଇଥିଲା, ଏହା କହିଛନ୍ତି ଓସମାନବାଦ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୋଲ୍ଟେ। କୋଲ୍ଟେ କହିଛନ୍ତି ୨୦୧୮ ଅକ୍ଟୋବର ବେଳକୁ ବିଦ୍ୟୁତ୍ ବକେୟା ୧ କୋଟି ଟଙ୍କା ଟପି ଯାଇଥିଲା ଏବଂ ଜିଲ୍ଲାର ୭୦ ପ୍ରତିଶତ ବିଦ୍ୟାଳୟ ଏବେ ବିଦ୍ୟୁତ୍ ଶକ୍ତି ବ୍ୟତୀତ ଚାଲୁଛି।









