ଔଚିତ ମହାତ୍ରେ ତାଙ୍କ ଶ୍ରେଣୀଗୃହରେ ଜଣେ ମାତ୍ର ଛାତ୍ର ଭାବେ ଅଭ୍ୟସ୍ତ ହୋଇଯାଇଥିଲେ । କିନ୍ତୁ ସମ୍ପୂର୍ଣ୍ଣ ସ୍କୁଲରେ ଶେଷ ଛାତ୍ର ହେବା ତାଙ୍କ ପାଇଁ ନିଶ୍ଚିତ ଭାବେ ନୂଆ ଥିଲା ।

ପ୍ରାୟ ୧୮ ମାସ ଧରି ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ରହିବା ପରେ ଗତ ବର୍ଷ ଅକ୍ଟୋବର ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଯେତେବେଳେ ୧୨ ବର୍ଷର ଔଚିତ ଶ୍ରେଣୀଗୃହ ମଧ୍ୟକୁ ପ୍ରବେଶ କଲେ ସେତେବେଳେ ତାହା ହିଁ ଘଟିଲା । ସ୍କୁଲର ତିନିଟିଯାକ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଖାଲି ଥିଲା । ଏକ ଚେୟାର ଉପରେ ରଖାଯାଇଥିବା ମହାତ୍ମା ଗାନ୍ଧିଙ୍କର ଏକ ବନ୍ଧେଇ ଫଟୋଚିତ୍ର ପାଖରେ ତାଙ୍କ ଶିକ୍ଷକ କେବଳ ତାଙ୍କୁ ହିଁ ଅପେକ୍ଷା କରିଥିଲେ ।

୨୦୧୫ରେ ପ୍ରାୟ ୬ ବର୍ଷର ହୋଇଥିବାବେଳେ ଔଚିତ ଯେତେବେଳେ ପ୍ରଥମ ଶ୍ରେଣୀରେ ଯୋଗଦେଲେ ସେହି ସମୟରୁ ତାଙ୍କର କୌଣସି ସହପାଠୀ ନ ଥିଲେ । ‘‘ଫକ୍ତ ମିଚ ହୋତୋ [କେବଳ ମୁଁ ସେଠାରେ ଥିଲି],’’ ସେ କହିଲେ । ସେ ମଧ୍ୟ ତାଙ୍କ ସ୍କୁଲରେ ନାମ ଲେଖାଇଥିବା ଶେଷ ଛାତ୍ର ଥିଲେ – ଯେଉଁଠି ସେତେବେଳେ ପ୍ରାୟ ୨୫ ଜଣ ଅନ୍ୟ ଛାତ୍ରଛାତ୍ରୀ ଥିଲେ । ସେମାନେ ଘରପୁରୀ ଗାଁର ତିନିଟି ଛୋଟ ଗାଁ – ମୋରବନ୍ଦର, ରାଜବନ୍ଦର ଏବଂ ସେତବନ୍ଦରରୁ ଆସୁଥିଲେ – ଯେଉଁଠାରେ ପ୍ରାୟ ୧,୧୦୦ ଲୋକ ରହନ୍ତି । ଘରପୁରୀ ଦ୍ୱୀପ ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାର ଗୋଟିଏ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଯାହା ଏଲିଫାଣ୍ଟା ଗୁମ୍ଫା ପାଇଁ ପରିଚିତ । ଦକ୍ଷିଣ ମୁମ୍ବାଇର ଗେଟ୍‌ ୱେ ଅଫ୍‌ ଇଣ୍ଡିଆରୁ ବୋଟ୍‌ ମାଧ୍ୟମରେ ଏଠାକୁ ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ ।

ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ଔଚିତଙ୍କର ଜିଲ୍ଲା ପରିଷଦ(ଜେପି) ସ୍କୁଲରେ ୫୫-୬୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ବର୍ଷ ପରେ ବର୍ଷ ଏହି ସଂଖ୍ୟା କମି କମି ଚାଲିଲା, ଏବଂ ୨୦୧୯ ବେଳକୁ ମାତ୍ର ୧୩ ଜଣ ଛାତ୍ରଛାତ୍ରୀ ଥିଲେ । ୨୦୨୦ ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ୭କୁ ଖସିଆସିଲା । ଏବଂ ୨୦୨୦-୨୧ ଶିକ୍ଷାବର୍ଷ ବେଳକୁ, ଯେତେବେଳେ ତିନିଜଣ ସପ୍ତମ ଶ୍ରେଣୀ ଶେଷ କଲେ, ଏବଂ ଦୁଇ ଜଣ ଛାତ୍ର ପଳାଇଗଲେ, ସେତେବେଳେ ସ୍କୁଲରେ ମାତ୍ର ଦୁଇ ଜଣ ଛାତ୍ରଛାତ୍ରୀ ରହିଲେ, ଷଷ୍ଠ ଶ୍ରେଣୀରେ ଔଚିତ, ଏବଂ ସପ୍ତମରେ ଗୌରୀ ମହାତ୍ରେ । ଗୌରୀ କହନ୍ତି, ‘‘ଏଠାରେ ଠିକ୍‌ ଭାବେ ପାଠ ପଢ଼ା ହେଉନଥିଲା, ସେଥିପାଇଁ ସମସ୍ତେ ଛାଡ଼ି ପଳାଇବା ଆରମ୍ଭ କଲେ । ’’

For the residents of Gharapuri, the only way to go anywhere is by boat.
PHOTO • Aakanksha
For long, the village's  zilla parishad school tried to stay afloat
PHOTO • Aakanksha

ବାମ: ଘରପୁରୀର ବାସିନ୍ଦାମାନଙ୍କ ପାଇଁ କୌଣସି ସ୍ଥାନକୁ ଯିବା ଲାଗି ଏକମାତ୍ର ବାଟ ହେଉଛି ଡଙ୍ଗାରେ ଯିବା । ଡାହାଣ: ଦୀର୍ଘ ଦିନ ଧରି, ଗାଁର ଜିଲ୍ଲା ପରିଷଦ ସ୍କୁଲ ତିଷ୍ଠି ରହିବାକୁ ଉଦ୍ୟମ କଲା

ଏମିତି ସମସ୍ତେ ସ୍କୁଲ ଛାଡ଼ି ଯିବାର ଅନେକ କାରଣ ଅଛି- ଦୂରରେ ରହୁଥିବା ଶିକ୍ଷକମାନେ ନିୟମିତ ନ ଆସିବା ଏବଂ ସ୍କୁଲର ଅବସ୍ଥିତି, ଦ୍ୱୀପରେ ଦୁର୍ବଳ ଭିତ୍ତିଭୂମି, ପରିବାରଗୁଡ଼ିକ ନିମ୍ନ ଆୟ ଯୋଗୁଁ ସଂଘର୍ଷ କରିବା ଏବଂ କାମର ସୀମିତ ବିକଳ୍ପ, ଇଂରାଜୀ ମାଧ୍ୟମରେ ପଢାଇବା ଲାଗି ପାଇଁ ସେମାନଙ୍କର ଆବଶ୍ୟକତା, ଏବଂ ଯେତେବେଳେ ଛାତ୍ରଛାତ୍ରୀ ସେମାନଙ୍କର ମରାଠୀ- ମାଧ୍ୟମର ଘରପୁରୀ ସ୍କୁଲରୁ ବାହାରନ୍ତି ପରବର୍ତ୍ତୀ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସମକକ୍ଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ସଂଘର୍ଷ କରିବାକୁ ପଡ଼େ।

ଯେତେବେଳେ ପୂର୍ଣ୍ଣ କ୍ଷମତା ଥିଲା, ସେତେବେଳେ ମଧ୍ୟ ଜିଲ୍ଲା ପରିଷଦ ସ୍କୁଲରେ ବିଦ୍ୟୁତ୍‌ ବା ପାଣି ସଂଯୋଗ ନ ଥିଲା । ପ୍ରାୟ ୨୦୦୦ ମସିହାରୁ, ଘରପୁରୀରେ ରାତି ୭ଟାରୁ ୧୦ ମଧ୍ୟରେ ଜେନେରେଟର ମାଧ୍ୟମରେ ବିଦ୍ୟୁତ୍‌ ସଂଚାର ହେଉଥିଲା, ଏବଂ ୨୦୧୮ରେ ହିଁ ସ୍ଥିର ବିଦ୍ୟୁତ୍‌ ସଂଯୋଗ ମିଳିଲା, ଗ୍ରାମବାସୀ ମନେ ପକାନ୍ତି (ଏବଂ ୨୦୧୯ ବେଳକୁ ପାଣି ସଂଯୋଗଗୁଡ଼ିକ ଉନ୍ନତ ହୋଇସାରିଥିଲା ।)

ତଥାପି, ସ୍କୁଲଟି ତିଷ୍ଠି ରହିବାକୁ ଦୀର୍ଘ ସମୟ ଧରି ଚେଷ୍ଟା କଲା । ପ୍ରାୟ ୨୦୧୪-୧୫ରେ ଗୋଟିଏ କମ୍ପ୍ୟୁଟର ଏବଂ ଲାପ୍‌ଟପ୍ ଲଗାଗଲା(ଯାହା କେବଳ ସଂଧ୍ୟାରେ ଆସୁଥିବା ବିଦ୍ୟୁତ୍‌ରେ ଚାର୍ଜ ହୋଇପାରେ) । ଏସବୁ ଏବେ ଗୋଟିଏ ଶ୍ରେଣୀଗୃହରେ ଅବ୍ୟବହୃତ ହୋଇ ପଡ଼ିରହିଛି । ଜଣେ ମାତ୍ର ଛାତ୍ର ଔଚିତର ଶ୍ରେଣୀଗୃହରେ ବସିଥିବା ଶିକ୍ଷକ ରନ୍ୟା କୁୱର କହନ୍ତି, ‘‘ଆମେ ବେଳେବେଳେ ଏସବୁକୁ ୟୁଟ୍ୟୁବ୍‌ ମାଧ୍ୟମରେ[ଆମ ଫୋନ୍ ର ଇଣ୍ଟରନେଟ୍ ବ୍ୟବହାର କରି଼] ଜିଙ୍ଗଲ ପଢ଼ାଇବା, ଗଣିତ ପଢ଼ାଇବା ପାଇଁ ବ୍ୟବହାର କରୁଥିଲୁ।’’

ଯେତେବେଳେ ସ୍କୁଲରେ ବହୁ ଅଧିକ ଛାତ୍ରଛାତ୍ରୀ ଥିଲେ ସେତେବେଳେ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଥିଲେ । ବିଭିନ୍ନ ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରୀରେ ବସାଯାଉଥିଲା, ଯେତେବେଳେ କି କିଛି ପିଲା ଶ୍ରେଣୀଗୃହ ବାହାରେ ବା ବାହାରେ ଥିବା ଗୋଟିଏ ଛୋଟ ଖୋଲା ଖେଳ ପଡ଼ିଆରେ ବସୁଥିଲେ ।

The ZP school had as many as 55-60 students (left) more than a decade ago
PHOTO • Aakanksha
By March 2020 only 7 students remained, and slowly this number dropped to one
PHOTO • Aakanksha

ଏକ ଦଶକରୁ ଅଧିକ ସମୟ ଧରି ଜିଲ୍ଲା ପରିଷଦ ସ୍କୁଲରେ ୫୫-୬୦ ଜଣ ଛାତ୍ରଛାତ୍ରୀ(ବାମ) ଥିଲେ । ମାର୍ଚ୍ଚ ୨୦୨୦ ବେଳକୁ ମାତ୍ର ୭ ଜଣ ଛାତ୍ରଛାତ୍ରୀ ଥିଲେ, ଏବଂ ଧୀରେ ଧୀରେ ଏହି ସଂଖ୍ୟା କମି ଏକକୁ ଆସିଗଲା

ଦ୍ୱୀପକୁ ବର୍ଷ ବର୍ଷ ଧରି ଯିବା ଆସିବା କରିବାକୁ ବହୁ ଶିକ୍ଷକ ଇଚ୍ଛୁକ ନୁହନ୍ତି । ସେମାନଙ୍କୁ ପ୍ରତିଦିନ ନୌକାରେ ଘରପୁରୀକୁ ଆସିବାକୁ ହୁଏ, ଯାହା ଉରନ ତାଲୁକାର ଅନ୍ୟ ଗାଁଗୁଡ଼ିକରୁ ପ୍ରାୟ ୩୦ ମିନିଟ ସମୟ ଲାଗେ-ସେଠାରେ ପହଞ୍ଚିବାକୁ ଏହା ଏକମାତ୍ର ବାଟ । ବର୍ଷା ଋତୁରେ (ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ) ପ୍ରବଳ ବର୍ଷା ଏବଂ ଉଚ୍ଚ ଜୁଆର ଯୋଗୁଁ ପାଠପଢ଼ା ଆହୁରି ଅନିୟମିତ ହୋଇଯାଏ । ଘରପୁରୀରେ ସୁବିଧାର ଅଭାବ- କୌଣସି ତେଜରାତି ଦୋକାନ, ବ୍ୟାଙ୍କ ବା ସ୍ୱାସ୍ଥ୍ୟ କେନ୍ଦ୍ର ନ ଥିବା – ଶିକ୍ଷକମାନଙ୍କର ଅନିଚ୍ଛାକୁ ବଢ଼ାଏ, ଏବଂ ବାରମ୍ବାର ବଦଳି ହୁଏ ।

୧୪ ବର୍ଷୀୟା ଗୌରୀ କହନ୍ତି, ‘‘କୌଣସି ଶିକ୍ଷକ ବହୁ କଷ୍ଟରେ ମାସ କେଇଟାରୁ ଅଧିକ ରହନ୍ତି । ସମସ୍ତଙ୍କର ପାଠ ପଢ଼ାଇବାର ଶୈଳୀ ଭିନ୍ନ ଥିଲା ଏବଂ ସେମାନଙ୍କ ଶୈଳୀ ସହ ଅଭ୍ୟସ୍ତ ହେବାକୁ ଆମକୁ ସମୟ ଲାଗିଲା ।’’

କେତେଜଣ ଶିକ୍ଷକ, ଯେମିତିକି ୫୨ ବର୍ଷୀୟ ରନ୍ୟା, ମାସିକ ୫୦୦ ଟଙ୍କା ଭଡ଼ା ଦେଇ ଗାଁରେ ରହିବାକୁ ବାଛିଲେ (ତାଙ୍କ ସ୍ତ୍ରୀ ସୁରେଖାଙ୍କ ସହିତ) । ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ବାସିନ୍ଦା ଏବଂ ଘରପୁରୀରେ ୨୦୧୬ ମଧ୍ୟଭାଗରୁ ଶିକ୍ଷକତା ଆରମ୍ଭ କରିଥିବା ରନ୍ୟା କହନ୍ତି, ‘‘ଆମେ ଏଠାରେ ଏତେଦିନ ରହିବୁ ବୋଲି ଯୋଜନା ହୋଇନଥିଲା । ମୋତେ କୁହାଯାଇଥିଲା ଯେ ଏଠାକୁ ପୋଷ୍ଟିଂ ବର୍ଷକ ପାଇଁ ଥିଲା ।’’ ୨୦୧୯ରେ ଦୀପାବଳି ସମୟରେ, ତାଙ୍କର ପକ୍ଷାଘାତ ହେଲା ଏବଂ ସେ ଚିକିତ୍ସା ପାଇଁ ଗଲେ । ସେ ୨୦୨୦ ଅଗଷ୍ଟରେ ଯେତେବେଳେ ଫେରିଲେ ସେତେବେଳେ ସ୍କୁଲରେ କେବଳ ଔଚିତ ଏବଂ ଗୌରୀ ଥିବା ପାଇଲେ । ସେତେବେଳେ କେବଳ ରନ୍ୟା ହିଁ ପଢ଼ାଇବା ପାଇଁ ଥିବାବେଳେ ସେହି ମାସରେ ହିଁ ଆଉ ଜଣେ ଶିକ୍ଷକ (ଜିଲ୍ଲା ପରିଷଦ ଅଫିସ୍‌ ପକ୍ଷରୁ) ପାର୍ଟ ଟାଇମ୍‌ କାମ କରିବା ପାଇଁ ନିଯୁକ୍ତ ହେଲେ ।’’

୨୦୨୧ ସେପ୍ଟେମ୍ବର ୩ ତାରିଖରେ, ରାଇଗଡ଼ ଜିଲ୍ଲା ପରିଷଦର ଶିକ୍ଷା ବିଭାଗ ଘରପୁରୀ ଗାଁର ସରପଞ୍ଚ ବଳିରାମ ଠାକୁରଙ୍କ ପାଖକୁ ଏକ ନୋଟିସ୍‌ ପଠାଇଲା, ସେତେବେଳକୁ ସ୍କୁଲରେ ଜଣେ ମାତ୍ର ଛାତ୍ର ଔଚିତ ହିଁ ଥିବାରୁ ସ୍କୁଲ ବନ୍ଦ କରିବାକୁ ନୋଟିସ୍‌ରେ କୁହାଯାଇଥିଲା ଏବଂ ରହିଥିବା କୌଣସି ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲଗୁଡ଼ିକୁ (ଉରନରେ) ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା ।

Teacher Ranya Kuwar (and his wife Surekha) were among the few who chose to rent a place in Gharapuri, rather than commute by boat.
PHOTO • Aakanksha
Sarpanch Baliram Thakur says, ‘If there were support for uplifting the quality [of the school] in our village then surely parents won’t leave’
PHOTO • Aakanksha

ବାମ: ଡଙ୍ଗାରେ ଯାଆସ କରିବା ବଦଳରେ ଘରପୁରୀରେ ଏକ ଭଡ଼ା ଘର ନେବାକୁ ଚୟନ କରୁଥିବା ଶିକ୍ଷକଙ୍କ ମଧ୍ୟରୁ ରନ୍ୟା କୁୱର(ଏବଂ ତାଙ୍କ ସ୍ତ୍ରୀ ସୁରେଖା) ଅନ୍ୟତମ ଥିଲେ। ଡାହାଣ : ସରପଞ୍ଚ ବଳିରାମ ଠାକୁର କହନ୍ତି, ‘ଯଦି ଆମ ଗାଁରେ ମାନ(ସ୍କୁଲର) ଉନ୍ନତ କରିବାକୁ ସହାୟତା ମିଳିଥାନ୍ତା ତେବେ ନିଶ୍ଚିତ ଭାବେ ବାପା ମା’ ଛାଡ଼ି ଯାଇନଥାନ୍ତେ’

ବଳିରାମ ସ୍କୁଲ ଜାରି ରହିବା ପାଇଁ ଦାବି କଲେ । ସେ କହନ୍ତି, ‘‘ଏଠାରେ ଜଣେ ମାତ୍ର ଛାତ୍ର ଥିଲେ ବି ମୁଁ ସ୍କୁଲ ବନ୍ଦ କରିପାରିବି ନାହିଁ । ଆମ କଥା ଭିନ୍ନ….ଆମ ଗାଁର ଅବସ୍ଥିତି ଏବଂ ନିକଟରେ ଆଉ କୌଣସି ସ୍କୁଲ ନାହିଁ।’’ ଶିଶୁମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ , ୨୦୦୯ ବାବଦରେ ସେ କହୁଥିଲେ, ଯେଉଁଥିରେ କୁହାଯାଇଛି ଯେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ କିଲୋମିଟର ଦୂରତା ମଧ୍ୟରେ, ଏବଂ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତିନି କିଲୋମିଟର ମଧ୍ୟରେ ଗୋଟିଏ ସରକାରୀ ସ୍କୁଲ ଉପଲବ୍ଧ ରହିବା କଥା ।

ବଳିରାମ ଆହୁରି କହିଲେ, ‘‘ଶିକ୍ଷାର ଆବଶ୍ୟକତା ଯୋଗୁଁ ପରିବାରଗୁଡ଼ିକ ଏହି ସ୍ଥାନ ଛାଡ଼ି ଚାଲିଯାଇଛନ୍ତି ଯାହା ଫଳରେ ସେମାନଙ୍କର ପିଲାମାନେ ଅନ୍ୟ ସ୍କୁଲଗୁଡ଼ିକରେ(ଉରନରେ) ପଢ଼ିପାରିବେ। ଯଦି ଆମ ଗାଁରେ ମାନ ଉନ୍ନତ କରିବା [ସ୍କୁଲର]କୁ ସହାୟତା ମିଳିଥାଆନ୍ତା ତେବେ ନିଶ୍ଚିତ ଭାବେ ପିତାମାତା ଛାଡ଼ି ଯାଇନଥାନ୍ତେ।’’

ଶିକ୍ଷାଗ୍ରହଣ ପାଇଁ ଦୀର୍ଘ ସମୟ ଧରି ଦ୍ୱୀପରୁ ଛାତ୍ରଛାତ୍ରୀ ଉରନ ତାଲୁକାର ଅନ୍ୟ ଗାଁ ବା ନବି ମୁମ୍ବାଇକୁ ବିସ୍ଥାପିତ ହୋଇଆସୁଛନ୍ତି । ସେଠାରେ କେତେକ ସମ୍ପର୍କୀୟଙ୍କ ସହ ରହନ୍ତି, ବା ସମ୍ପୂର୍ଣ୍ଣ ପରିବାର ବିସ୍ଥାପିତ ହୁଅନ୍ତି ଏବଂ ଭଡ଼ା ଘରେ ରହନ୍ତି । ମୁମ୍ବାଇ ମଧ୍ୟ ନିକଟରେ ଅଛି, କିନ୍ତୁ ଘରପୁରୀର ପରିବାରଗୁଡ଼ିକ ପାଇଁ ଏଠାକାର ବିକଳ୍ପଗୁଡ଼ିକ ଖୁବ୍‌ ବ୍ୟୟବହୁଳ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଗ୍ରୀ କୋଲି ସମ୍ପ୍ରଦାୟର(ଓବିସି ତାଲିକାଭୁକ୍ତ), ଏବଂ ଦ୍ୱୀପରେ ଛୋଟ ଛୋଟ ଦୋକାନ, ଯେଉଁଠାରେ ସେମାନେ ପର୍ଯ୍ୟଟକଙ୍କୁ ଟୋପି, ଚଷମା, ସୋଭେନିୟର ଆଦି ଅନ୍ୟ ଜିନିଷ ବିକ୍ରି କରନ୍ତି ବା ଗୁମ୍ଫାଗୁଡ଼ିକରେ ପର୍ଯ୍ୟଟନ ସମ୍ପର୍କିତ ଅନ୍ୟ କାମ ଉପରେ ନିର୍ଭରଶୀଳ ।

ଔଚିତଙ୍କର ମା’ ୩୮ ବର୍ଷୀୟା ବିନତୀ ମହାତ୍ରେ କହନ୍ତି, ‘‘ସ୍ଥାନାନ୍ତର ଖର୍ଚ୍ଚ ମଧ୍ୟରେ କେବଳ ସ୍କୁଲ ଫି ନୁହେଁ ବରଂ ଜମା, ଭଡ଼ା ଏବଂ ଅନ୍ୟ ଆବଶ୍ୟକତା ଖର୍ଚ୍ଚ ଅନ୍ତର୍ଭୁକ୍ତ ଥାଏ । ଏଥିସହ ପିତାମାତାମାନଙ୍କୁ କାମ ଖୋଜିବାକୁ ଥାଏ । ଆମେ ସ୍ଥାନାନ୍ତର ହୋଇପାରିବୁ ନାହିଁ, ଆୟ କେମିତି କରିବୁ? ମୁଁ ଯଦି ପାରିବି ଔଚିତକୁ ଗୋଟିଏ ହଷ୍ଟେଲକୁ ପଠାଇବାକୁ ଚାହେଁ । ଏଠାରେ ହାଇସ୍କୁଲ ବନ୍ଦ ହୋଇଯାଇଛି ଏବଂ ଲକ୍‌ଡାଉନ୍‌ ଫଳରେ ଆମ ଆୟ ବନ୍ଦ ହୋଇଗଲା [ମାସ ମାସ ଧରି]।’’

Several families have migrated to villages in Uran or to Navi Mumbai for schooling. But, says Vinanti Mhatre, Auchit’s mother, ‘We can’t shift, how will we earn?’
PHOTO • Aakanksha
Several families have migrated to villages in Uran or to Navi Mumbai for schooling. But, says Vinanti Mhatre, Auchit’s mother, ‘We can’t shift, how will we earn?’
PHOTO • Aakanksha

ଅନେକ ପରିବାର ସ୍କୁଲ ପାଇଁ ଉରନର ଗାଁଗୁଡ଼ିକୁ ବା ନଭି ମୁମ୍ବାଇକୁ ବିସ୍ଥାପିତ ହୋଇଛନ୍ତି । କିନ୍ତୁ ଔଚିତଙ୍କର ମା’ ବିନତୀ ମହାତ୍ରେ କହନ୍ତି, ‘ଆମେ ସ୍ଥାନାନ୍ତର ହୋଇପାରିବୁ ନାହିଁ, ଆମେ ଆୟ କରିବୁ କେମିତି?’

ବିନନ୍ତି ଏବଂ ତା’ଙ୍କ ସ୍ୱାମୀ ୪୨ ବର୍ଷୀୟ ନୀତିନ, ଜେଟିରୁ ଏଲିଫାଣ୍ଟା ଗୁମ୍ଫାକୁ ଯାଉଥିବା ୧୨୦ ପାହାଚ ନିକଟରେ ଏକ ଉଠା ଦୋକାନ ବସାନ୍ତି । ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ୍‌ ପୂର୍ବରୁ, ସେମାନେ ମାସକୁ ୬,୦୦୦-୭,୦୦୦ ଟଙ୍କା ଆୟ କରୁଥିଲେ । ପର୍ଯ୍ୟଟକଙ୍କ ସଂଖ୍ୟା କମିବାରୁ ବିକ୍ରି କମିଲା ଏବଂ ସମାନ ପରିମାଣର ଅର୍ଥ ରୋଜଗାର କରିବାକୁ ସେମାନଙ୍କୁ କେତେ ମାସ ଲାଗିଯାଉଛି । ଐତିହାସିକ କୀର୍ତ୍ତିକୁ ସଫା କରିବାକୁ ୨୦୧୯ରେ ମାସିକ ୧୨,୦୦୦ ଟଙ୍କା ଦରମାରେ ନୀତିନ କଣ୍ଟ୍ରାକ୍ଟର (ଗୁମ୍ଫାକୁ ପରିଚାଳନା କରୁଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସହ ସମ୍ପୃକ୍ତ) ଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ। ସେହି ବର୍ଷ ସେମାନଙ୍କର ବଡ଼ ପୁଅ, ୧୮ ବର୍ଷୀୟ ଆଦିତ୍ୟ, ଗାଁ ହାଇସ୍କୁଲରେ ଦଶମ ଶ୍ରେଣୀ ଶେଷ କଲା, ଏବଂ ନୀତିନଙ୍କର ଦରମା ଉରନକୁ ପରବର୍ତ୍ତୀ ପାଠପଢ଼ା ପାଇଁ ଯିବାକୁ ତାଙ୍କୁ ସାହାଯ୍ୟ କଲା । (୨୦୨୨ ମାର୍ଚ୍ଚରେ, ନୀତିନ ତାଙ୍କର ସଫେଇ କାମ ଛାଡ଼ିଦେଲେ, ସେ କହନ୍ତି ଦରମା ବିବାଦ ଯୋଗୁଁ)

ଘରପୁରୀରେ ଥିବା ମରାଠୀ ମାଧ୍ୟମ କେଇଏସ୍‌ ମାଧ୍ୟମିକ ବିଦ୍ୟାଳୟରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ଅଛି, ଯେଉଁଠାରେ ଆଦିତ୍ୟ ପାଠ ପଢ଼ିଥିଲେ । ଏହା ୧୯୯୫ରେ ଅଣ ଲାଭକାରୀ କୋଙ୍କଣ ଏଜୁକେସନ ସୋସାଇଟି ପକ୍ଷରୁ ଆରମ୍ଭ କରାଯାଇଥିଲା । ଗାଁର ଅଙ୍ଗନୱାଡ଼ି କର୍ମୀ ୪୦ ବର୍ଷୀୟା ସୁବର୍ଣ୍ଣ କୋଲି, ଯେତେବେଳେ ହାଇସ୍କୁଲ ଖୋଲିଥିଲା ତାଙ୍କର ସେତେବେଳର ଉତ୍ସାହ ବାବଦରେ ମନେ ପକାନ୍ତି :

ସେ କହନ୍ତି, ‘‘ମୋର ସପ୍ତମ ପରେ [୧୯୯୨ରେ] ଆଗକୁ ପଢ଼ିବା ପାଇଁ ସ୍କୁଲ ନ ଥିଲା । ଆମ ବାପା ମା’ଙ୍କ ପାଇଁ ଆମର ବିକଳ୍ପ ଥିଲା ବିବାହ ବା ଗୋଟିଏ ଦୋକାନରେ କାମ କରିବା।’’ ସୁବର୍ଣ୍ଣଙ୍କର ମା’ ଗାଁର ଗୋଟିଏ ଖାଦ୍ୟ ଦୋକାନରେ ରୋଷେୟା ଭାବେ କାମ କରୁଥିଲେ ଏବଂ ତାଙ୍କ ବାପା କୃଷି କାର୍ଯ୍ୟ ଏବଂ ସରପଞ୍ଚଙ୍କୁ ସାହାଯ୍ୟ କରୁଥିଲେ। ସୁବର୍ଣ୍ଣ ଜଣେ ନର୍ସ ହେବାକୁ ଚାହୁଁଥିଲେ, ଏବଂ ଯଦିଓ ସେ ସେହି ଲକ୍ଷ୍ୟରେ ପହଞ୍ଚି ପାରିଲେ ନାହିଁ, ସେ ସ୍ମିତହାସ୍ୟ ଦେଇ କହନ୍ତି :‘‘ମୁଁ ଅତିକମ୍‌ରେ ଦଶମ ଶ୍ରେଣୀ[୧୯୯୮ରେ] ସମ୍ପୂର୍ଣ୍ଣ କରିପାରିଲି,’’ ଏବଂ ତାହା ପୁଣି ଉଚ୍ଚ ଗ୍ରେଡ୍‌ ସହ।

Anganwadi worker Survana Koli (standing, extreme right), was excited when a high school (right, foreground) opened here in the '90s. But that too shut down in 2020
PHOTO • Courtesy: Suvarna Koli
PHOTO • Aakanksha

ଅଙ୍ଗନୱାଡ଼ି କର୍ମୀ ସୁବର୍ଣ୍ଣ କୋଲି(ଛିଡ଼ା ହୋଇଛନ୍ତି, ପୁରା ଡାହାଣ), ଉତ୍ସାହୀ ଥିଲେ ଯେତେବେଳେ ଏଠାରେ ନବେ ଦଶକରେ ଗୋଟିଏ ହାଇସ୍କୁଲ(ଡାହାଣ, ସାମ୍ନାରେ) ଖୋଲିଲା । କିନ୍ତୁ ତାହା ମଧ୍ୟ ୨୦୨୦ରେ ବନ୍ଦ ହୋଇଗଲା

ଶୀର୍ଷରେ ଥିବାବେଳେ, କୌଣସି ଫି ଦେବାକୁ ହେଉନଥିବା କେଇଏସ୍‌ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଚାରି ଜଣ ଶିକ୍ଷକ ପଢ଼ାଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ନବନୀତ କାମ୍ବଲେ । ଘରପୁରୀରେ ସେ ଶିକ୍ଷାଦାନ କରିଥିବା ୧୨ ବର୍ଷ ମଧ୍ୟରୁ ୬ ବର୍ଷ ସେ ସେହି ଗାଁରେ ହିଁ ରହିଥିଲେ। ବିବାହ କରିବା ପରେ, ସେ ଉରନରୁ ନୌକାରେ ଯାଆସ କରୁଥିଲେ । ସେ କହନ୍ତି, ‘‘ଅଷ୍ଟମ ଶ୍ରେଣୀରେ ଯୋଗ ଦେଉଥିବା ପିଲାମାନଙ୍କ ପାଇଁ ପାଠପଢ଼ା ଧରିବା କଷ୍ଟକର ହୋଇପଡ଼େ [ସେମାନଙ୍କର ଅସ୍ଥିର ଜିଲ୍ଲା ପରିଷଦ ସ୍କୁଲ ଶିକ୍ଷା ପରେ], ଏବଂ ଅଧିକାଂଶ ଅନିଚ୍ଛୁକ ଥିଲେ।’’

ଧୀରେ ଧୀରେ ହାଇସ୍କୁଲରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ କମିବାକୁ ଲାଗିଲା । ସ୍କୁଲକୁ ପାଣ୍ଠି ମିଳିବାରେ ସମସ୍ୟା ହେଲା ଏବଂ ବର୍ଷକୁ ଗୋଟିଏ ଲେଖାଏଁ ଶ୍ରେଣୀ ବନ୍ଦ କରିବା ଆରମ୍ଭ ହେଲା – ୨୦୧୮ରେ ଅଷ୍ଟମରୁ ଆରମ୍ଭ କରି, ୨୦୧୯ରେ ନବମ, ଏବଂ ଶେଷରେ ୨୦୨୦ରେ ଦଶମ ।

ହାଇସ୍କୁଲ ବନ୍ଦ ହେବା ଏବଂ ଅଳ୍ପକେ ତିଷ୍ଠି ରହିଥିବା ଜିଲ୍ଲା ପରିଷଦ ସ୍କୁଲ ହେଉଛି ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଗ୍ରାମୀଣ) (ଅକ୍ଟୋବର ୨୦୨୦) ସୁପାରିଶରେ ଆଶା କରାଯାଉଥିବା ପରିବର୍ତ୍ତନର ବିପରୀତ ଘଟଣା: ଯେତେବେଳେ କି ସରକାରୀ ସ୍କୁଲରେ ପଢୁଥିବା ଅବହେଳିତ ପୃଷ୍ଠଭୂମିର ପିଲାମାନେ ଲକ୍‌ଡାଉନ୍‌ ପରେ ଅଧିକ ସହାୟତା ଆବଶ୍ୟକ କରୁଛନ୍ତି।

ଅଙ୍ଗନୱାଡ଼ି କର୍ମୀ ସୁବର୍ଣ୍ଣ କୋଲି ଏବଂ ଅନ୍ୟ ଜଣେ ସହକର୍ମୀ ଘରପୁରୀରେ ୦-୬ ବର୍ଷ ବୟସ ବର୍ଗର ୪୦ ପିଲାଙ୍କୁ ନେଇ ଅଙ୍ଗନୱାଡ଼ି ଚଳାଉଥିବା ବେଳେ, ୬-୧୪ ବର୍ଷ ବୟସ ବର୍ଗର ୨୧ ଜଣଙ୍କ ମଧ୍ୟରୁ ଜଣେ କେହି ବି ଏବେ ଦ୍ୱୀପର ଜିଲ୍ଲା ପରିଷଦ ସ୍କୁଲରେ ନାମ ଲେଖାଇନାହାନ୍ତି । (କୋଲି, ଏବଂ ରନ୍ୟା କୁୱର ଓ ତାଙ୍କ ସ୍ତ୍ରୀ ସୁରେଖାଙ୍କ ପକ୍ଷରୁ ବିଭିନ୍ନ ସର୍ଭେରେ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ସଂଗ୍ରହ କରାଯାଇଥିଲା)। ଜିଲ୍ଲା ପରିଷଦ ସ୍କୁଲର ଅବନତି ଏବଂ ଏହାର ବନ୍ଦ ହେବା ଆଶଙ୍କା କରି, ଘରପୁରୀରେ ପିତାମାତାମାନେ ଉରନର ଅନ୍ୟ ସ୍କୁଲରେ ନିଜ ପିଲାଙ୍କୁ ନାମ ଲେଖାଉଛନ୍ତି ।

When the high school closed, for students still studying in the ZP school it meant moving from Gharapuri right after Class 7, as did Kalpesh Mhatre (left), who eventually found work as a ‘kursiwallah’ (right) at Elephanta caves
PHOTO • Aakanksha
When the high school closed, for students still studying in the ZP school it meant moving from Gharapuri right after Class 7, as did Kalpesh Mhatre (left), who eventually found work as a ‘kursiwallah’ (right) at Elephanta caves
PHOTO • Aakanksha

ଯେତେବେଳେ ହାଇସ୍କୁଲ ବନ୍ଦ ହୋଇଗଲା, ଜିଲ୍ଲାପରିଷଦ ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ପାଇଁ ସପ୍ତମ ଶ୍ରେଣୀ ପରେ ଘରପୁରୀକୁ ଯିବା ବାଧ୍ୟତାମୂଳକ ହୋଇଗଲା, କଳ୍ପେଶ ମହାତ୍ରେ (ବାମ) ମଧ୍ୟ ଯାଇଥିଲେ, ଯେ କି ସମୟକ୍ରମେ ଏଲିଫାଣ୍ଟା ଗୁମ୍ଫାରେ ଜଣେ ‘କୁର୍ସିୱାଲା’ (ଡାହାଣ) ଭାବେ କାମ ପାଇଥିଲେ

ଯେତେବେଳେ ହାଇସ୍କୁଲ ବନ୍ଦ ହେଲା, ସେ ସମୟରେ ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତମ ଶ୍ରେଣୀ ପରେ ଘରପୁରୀ ଛାଡ଼ିବା ବାଧ୍ୟତାମୂଳକ ହୋଇଗଲା, ଯେମିତିକି ୧୬ ବର୍ଷୀୟ କଳ୍ପେଶ ମହାତ୍ରେ କରିଥିଲେ, ଯିଏ ନହାଭା ଗାଁର ଗୋଟିଏ ସ୍କୁଲକୁ ଯାଇଥିଲେ, ତା’ପରେ ଅଧାରେ ଛାଡ଼ିଦେଲେ । ସେ କହନ୍ତି, ‘‘ବସ୍‌ ନହିଁ ହୋ ରହା ଥା[ମୁଁ ପାରିଲି ନାହିଁ] । କଳ୍ପେଶ ଦ୍ୱୀପରେ ଜଣେ କୁର୍ସିୱାଲା ଭାବେ କାମ ଆରମ୍ଭ କରିଥିଲେ – ସେ ଏବଂ ଅନ୍ୟ ତିନି ଜଣ ପର୍ଯ୍ୟଟକଙ୍କୁ ଗୋଟିଏ କାଠ ଚେୟାରରେ ଗୁମ୍ଫା ପର୍ଯ୍ୟନ୍ତ ବୋହି ନିଅନ୍ତି । ଚାରି ଜଣିଆ ଏହି ଟିମ୍‌ ଦିନକୁ ଏହିପରି ୩-୪ ରାଉଣ୍ଡ କରନ୍ତି, ମୋଟ ଉପରେ ପ୍ରତି ରାଉଣ୍ଡକୁ ୩୦୦-୫୦୦ ଟଙ୍କା ଆୟ କରନ୍ତି ।

ଅବଶ୍ୟ ଘରପୁରୀର କେତେକ ଛାତ୍ରଛାତ୍ରୀ ଆଗକୁ ପଢ଼ିପାରିଛନ୍ତି । ଭାବିକା ମହାତ୍ରେ, ଗୌରୀଙ୍କର ବଡ଼ ଭଉଣୀ, ୨୦୧୬ରେ ଗାଁ ହାଇସ୍କୁଲରୁ ଦଶମ ଶେଷ କରିଥିଲେ, ତା’ପରେ ପାନଭେଲରେ ବିଏ ଡିଗ୍ରୀ ହାସଲ କଲେ । କିନ୍ତୁ ୨୦୨୦ ପ୍ରଥମ ଭାଗରେ ତାଙ୍କ ବାପା ମା’ଙ୍କର ଦେହାନ୍ତ ପରେ, ସେ ଘରପୁରୀକୁ ଫେରିଆସିଲେ, ଯେଉଁଠାରେ ସେ ସ୍ନାକ୍ସ ଓ ଗହଣା ବିକ୍ରି ହେଉଥିବା ତାଙ୍କ ଷ୍ଟଲ ଚଳାନ୍ତି । ଗୌରୀ ଏବେ ସମ୍ପର୍କୀୟଙ୍କ ଘରେ ପାନଭେଲରେ ରହୁଛନ୍ତି ଯେଉଁଠାରେ ସେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି।

୨୦ ବର୍ଷୀୟା ଭାବିକା କହନ୍ତି, ‘‘ଆଇ ଏବଂ ବାବା [ମା’ ଏବଂ ବାପା] ଆମକୁ ଅଧିକ ପଢ଼ିବା ପାଇଁ ଠେଲିଲେ। ଆଇ ଅଷ୍ଟମ ଶ୍ରେଣୀ ଯାଏ ପଢ଼ିଥିଲେ, ସେ ଆଗକୁ ପଢ଼ିବାକୁ ଚାହୁଁଥିଲେ କିନ୍ତୁ ପଢ଼ିପାରିନଥିଲେ, ଏବଂ ବାବା ନୌବାହିନୀରେ ଯୋଗ ଦେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ବାପାଙ୍କର ଦେହାନ୍ତ ହେବାରୁ ସେ ପରିବାରର ଦାୟିତ୍ୱ ନେଲେ । ସେ ଆମ ପାଖରେ ବସି ଆମକୁ ହିନ୍ଦୀ, ଗଣିତ ପଢ଼ାନ୍ତି ଏବଂ ସବୁକିଛି ଶିଖିବାକୁ କହନ୍ତି । ସେ ଜଣେ ଆତ୍ମଶିକ୍ଷିତ ଚିତ୍ରକର, ଗାଁର ବିବାହ ଉତ୍ସବରେ ଜଣେ ଡିଜେ ଥିଲେ । ସେ ମୋତେ ଅନ୍ୟ ଶିକ୍ଷା ପାଇଁ ଭର୍ତ୍ତି କରାଇଥିଲେ ….ଯେମିତିକି ଟେଲରିଂ, ଟାଇପିଂ। ଆମେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଏବଂ ଆଇଏଏସ୍‌ ପାଇଁ ଆବେଦନ କରିବା ବା ଓକିଲ ହେବା… ସେ ଚାହୁଁଥିଲେ।’’

PHOTO • Aakanksha
PHOTO • Aakanksha

ଭାବିକା ମହାତ୍ରେ(ବାମ)ଙ୍କ ଭଳି, କେବଳ ଅଳ୍ପ କେତେଜଣ ଆଗକୁ ପଢ଼ିପାରିଥିଲେ, ଯିଏ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ଭଉଣୀ ଗୌରୀ(ଡାହାଣ) ଜିଲ୍ଲା ପରିଷଦ ସ୍କୁଲରେ ଦ୍ୱିତୀୟ ଶେଷ ଛାତ୍ରୀ ଥିଲେ

କିନ୍ତୁ ଘରପୁରୀରେ ଶିକ୍ଷା ରାସ୍ତାରେ ଅନେକ ପ୍ରତିବନ୍ଧକ ଫଳରେ ଭାବିକାଙ୍କ ଭଳି ମାତ୍ର କେତେ ଜଣ ହିଁ ଆଗକୁ ପଢ଼ିପାରନ୍ତି । ହାଉସ୍‌ହୋଲ୍‌ଡ ସୋସିଆଲ୍‌ କନ୍‌ଜମ୍ପସନ୍‌ ଅନ୍‌ ଏଜୁକେସନ (ଏନ୍ଏସ୍‌ଏସ୍‌ ୭୫ତମ ରାଉଣ୍ଡ, ୨୦୧୭-୧୮) ଦର୍ଶାଏ ଯେ ଗ୍ରାମୀଣ ଭାରତରେ ୧୫ ବର୍ଷ ବା ତାଠାରୁ ଅଧିକ ବୟସର ମାତ୍ର ୫.୭ ପ୍ରତିଶତ ଛାତ୍ରଛାତ୍ରୀ ସ୍ନାତକ ବା ଆଗକୁ ପଢ଼ିଥିଲେ । ଗ୍ରାମୀଣ ମହାରାଷ୍ଟ୍ରରେ, ଏହି ସଂଖ୍ୟା କିଛି ଅଧିକ, କିନ୍ତୁ ସ୍ନାତକ ସ୍ତର ବା ଉପରକୁ ମାତ୍ର ୧୨.୫ ପ୍ରତିଶତ ପଢୁଛନ୍ତି । ସର୍ଭେ ଅନୁସାରେ ପିଲାମାନେ ପାଠ ଛାଡ଼ିବା ପଛରେ କାରଣ ହେଲା ଶିକ୍ଷାରେ ଆଗ୍ରହର ଅଭାବ, ପାଠ ପଢ଼ା ସହ ତାଳ ମିଳାଇବାରେ ଅକ୍ଷମତା ବା ପାଠପଢ଼ାର ମାଧ୍ୟମ, ସ୍କୁଲର ଦୂରତା, ଆର୍ଥିକ ପ୍ରତିବନ୍ଧକ, ଏବଂ ଘରୋଇ ବା ଆର୍ଥିକ କାର୍ଯ୍ୟକଳାପରେ ସମ୍ପୃକ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି ଘରପୁରୀର ୨୩ ବର୍ଷାୟୀ ସୋନଲ ମହାତ୍ରେ, ଯିଏ ୨୦୧୬ରେ ଉରନରେ ନିଜ ସମ୍ପର୍କୀୟଙ୍କ ଘରେ ରହି ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଛନ୍ତି । ତା’ ପରେ ତାଙ୍କ ପରିବାରର ଅଳ୍ପ ଆୟ – ତାଙ୍କ ମା’ଙ୍କର ଏକ ଚିପ୍ସ ଦୋକାନ ଅଛି ଏବଂ ବାପା ଉରନରେ ଗୋଟିଏ ବୋଟ୍‌ରେ କାମ କରି ମାସିକ ୫,୦୦୦ ଟଙ୍କା ଆୟ କରନ୍ତି – ତାଙ୍କୁ ଘରପୁରୀକୁ ଫେରି ଆସିବାକୁ ବାଧ୍ୟ କଲା ।

ବିନୟ କୋଲି ମଧ୍ୟ ୨୦୧୯ରେ ଦ୍ୱାଦଶ ଶ୍ରେଣୀ ପରେ ପାଠ ଛାଡ଼ିଲେ; ସେ ଏକ ଆଂଶିକ ଭାବେ ମରାଠୀ ମିଡିୟମ କମର୍ସ ପାଠ୍ୟକ୍ରମରେ ପାଠ ପଢୁଥିଲେ, ଯେଉଁଥିରେ ଆକାଉଣ୍ଟସ୍‌ କୋର୍ସଟି ଇଂରାଜୀରେ ଥିଲା । ସେ କହନ୍ତି, ‘‘କ’ଣ ଲେଖାଯାଇଛି ବୁଝିବାରେ ଦୀର୍ଘ ସମୟ ଲାଗିଯାଏ ।’’ ୨୦୨୦ ଜାନୁଆରୀରେ ସେ ଏଲିଫାଣ୍ଟା ଗୁମ୍ଫାରେ ଜଣେ ଠିକା ଟିକେଟ୍‌ ସଂଗ୍ରହକାରୀ ଭାବେ ମାସିକ ୯,୦୦୦ ଟଙ୍କା ଦରମାରେ କାମ କରିବା ଆରମ୍ଭ କଲେ ।

PHOTO • Aakanksha
PHOTO • Aakanksha

ଦ୍ୱୀପର ଅଧିକାଂଶ ପରିବାର ଜେଟ୍ଟି ନିକଟରେ ଛୋଟ ଦୋକାନ ଏବଂ ଗୁମ୍ପାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରନ୍ତି। ଡାହାଣ : ଚୟନ ହୋଇଥିବା ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକୁ ଉନ୍ନତ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଯୋଜନା ପାଇଁ ଯୋଗ୍ୟତା ହେଲା ‘ଭଲ ରାସ୍ତା ବ୍ୟବସ୍ଥା’ । ଘରପୁରୀର ସ୍ପଷ୍ଟଭାବେ ଏହି ଯୋଗ୍ୟତା ନାହିଁ

ଘରପୁରୀର କେତେକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରେ ବର୍ଷେ ବା ଦୁଇ ବର୍ଷ ପାଇଁ ଭୋକେସନାଲ କୋର୍ସ ବାଛିଲେ, ଇଲେକ୍ଟ୍ରିସିଆନ୍‌, ପ୍ଲମ୍ବର, ୱେଲ୍ଡର, ଟର୍ଣ୍ଣର ଏବଂ ଅନ୍ୟ ସମାନ ବୃତ୍ତି ପାଇଁ ତାଲିମ ନେଲେ । ଅହମଦନଗର ଭିତ୍ତିକ ଶିକ୍ଷା କର୍ମୀ ଏବଂ ଶିକ୍ଷକ ଭାଉସାହେବ ଚାସକର କହନ୍ତି, ‘‘ଏହି କୋର୍ସଗୁଡ଼ିକ ‘ବ୍ଲୁ କୋଲାର’ ଚାକିରି’’ ପାଇବାରେ ସାହାଯ୍ୟ କରେ। ଉଚ୍ଚ ଶିକ୍ଷାର ରାସ୍ତା ଧରିବାରେ ସଫଳ ହେଉନଥିବା ପିଲାମାନେ ସାଧାରଣତଃ ଅବହେଳିତ ସମ୍ପ୍ରଦାୟର ହୋଇଥାଆନ୍ତି ।’’

ଘରପୁରୀ ଦ୍ୱୀପରେ ଏବେ ପ୍ରାଥମିକ ଶିକ୍ଷାର ରାସ୍ତା ବି ବନ୍ଦ ହୋଇଗଲା।

୨୦୨୧ ସେପ୍ଟେମ୍ବରରେ, ମହାରାଷ୍ଟ୍ର ସରକାର ଘୋଷଣା କଲେ ଯେ ରାଜ୍ୟର ପ୍ରାୟ ୫୦୦ ଜିଲ୍ଲା ପରିଷଦ ସ୍କୁଲକୁ ’ମଡେଲ୍‌ ସ୍କୁଲ’କୁ ରୂପାନ୍ତରିତ କରାଯିବ, ଭିତ୍ତିଭୂମି, ଶିକ୍ଷା ଏବଂ ଅନ୍ୟ ଉପାୟରେ ଉନ୍ନତ କରାଯିବ। ଏଥିପାଇଁ ଆବଶ୍ୟକ ଯୋଗ୍ୟତା ହେଲା : ‘‘ସ୍କୁଲର ଅବସ୍ଥିତି କେନ୍ଦ୍ରୀୟ ହୋଇଥିବ ଏବଂ ଭଲ ରାସ୍ତା ସଂଯୋଗ ଥିବ।’’

ସ୍ପଷ୍ଟଭାବେ ଘରପୁରୀ ଏଥିପାଇଁ ଯୋଗ୍ୟ ହେଉନାହିଁ।

ଔଚିତ ଚଳିତବର୍ଷ ସପ୍ତମ ଶ୍ରେଣୀ ଶେଷ କରୁଥିବା, ଏବଂ ସ୍କୁଲରେ ଆଉ କେହି ଛାତ୍ର ନ ଥିବାରୁ, ଦ୍ୱୀପରେ ଜିଲ୍ଲା ପରିଷଦ ସ୍କୁଲ ଏପ୍ରିଲଠାରୁ ବନ୍ଦ ହୋଇଯିବ।

ଅନୁବାଦ : ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE