ସେ ସାମାଜିକ ଗଣମାଧ୍ୟମରେ ନିଜର ଗୀତ ଅପଲୋଡ୍ କରିଚାଲିଛନ୍ତି, ଦିନେ ଲୋକମାନେ ତାଙ୍କ ପ୍ରତିଭାକୁ ଚିହ୍ନିବେ ବୋଲି ତାଙ୍କର ଆଶା ରହିଛି।

ଆସାମର ଜୋରହାଟ ଜିଲ୍ଲା ଅନ୍ତର୍ଗତ ସୀକୋଟ୍ଟା ଚା’ ବଗିଚାର ଢେକିଆଜୁଲି ପ୍ରଖଣ୍ଡର ୨୪ ବର୍ଷୀୟ ସାନ୍ତୋ ତନ୍ତୀ କୁହନ୍ତି, “ଦିନେ ମୁଁ ଏକ ଆଲବମ ରିଲିଜ୍ କରିବାକୁ ଚାହୁଁଛି।”

ଅନ୍ୟ କିଛି ଅପେକ୍ଷା, ଗାୟକ ହେବାର ସ୍ୱପ୍ନ ନେଇ ସାନ୍ତୋ ବଡ଼ ହୋଇଛନ୍ତି। କିନ୍ତୁ ଦୁନିଆର ବାସ୍ତବତା ତାଙ୍କ ଭାଗ୍ୟରେ ଆଉ କିଛି ଲେଖିଛି- ଏବଂ ସେ ତାଙ୍କ ବାପାଙ୍କ ଛୋଟିଆ ସାଇକେଲ ମରାମତି ଦୋକାନରେ ସହାୟତା କରି ନିଜର ଜୀବିକା ନିର୍ବାହ କରୁଛନ୍ତି ।

ଚଳଚ୍ଚିତ୍ରଟିକୁ ଦେଖନ୍ତୁ: ସାନ୍ତୋ ତନ୍ତୀଙ୍କ ଦୁଃଖ, କାର୍ଯ୍ୟ ଓ ଆଶାର ସଙ୍ଗୀତ

ସାନ୍ତୋ ତନ୍ତୀ ଜଣେ ଆଦିବାସୀ-କିନ୍ତୁ ଆପଣ ତାଙ୍କୁ ସେହି ବର୍ଗରେ ଗୋଟିଏ ନିର୍ଦ୍ଦିଷ୍ଟ ଜନଜାତି ମଧ୍ୟରେ ସୀମିତ ରଖିପାରିବେ ନାହିଁ। ବୋଧହୁଏ ପାଖାପାଖି ଦେଢ଼ ଶତାବ୍ଦୀ ଧରି ଆସାମର ଚା’ ବଗିଚା ଅଞ୍ଚଳକୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ଆଦିବାସୀମାନେ ପ୍ରବାସୀ ଶ୍ରମିକ ଭାବେ ଆସୁଛନ୍ତି। ଏସବୁ ସମୁଦାୟର ବହୁ ବଂଶଜମାନେ ଆସି ଏଠାକାର ଆଦିବାସୀ ଏବଂ ଅନ୍ୟ ସାମାଜିକ ସମୁଦାୟ ସହିତ ମିଶିଯାଇଥାନ୍ତି। ଏହି ସମୁଦାୟମାନଙ୍କୁ ମୋଟ ଉପରେ ‘ଚା’ ଆଦିବାସୀ’ ବୋଲି କୁହାଯାଏ।

ଏମାନଙ୍କ ମଧ୍ୟରେ ଷାଠିଏ ଲକ୍ଷରୁ ଅଧିକ ଏବେ ଆସାମରେ ରହୁଛନ୍ତି। ଏମାନେ ନିଜ ମୂଳ ରାଜ୍ୟରେ ଅନୁସୂଚିତ ଜନଜାତି ମାନ୍ୟତା ପାଇଥିଲେ ସୁଦ୍ଧା ଏଠାରେ ସେହି ମାନ୍ୟତାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପାଖାପାଖି ୧୨ ଲକ୍ଷ ଲୋକ ରାଜ୍ୟରେ ଥିବା ୧୦୦୦ ପାଖାପାଖି ଚା’ ବଗିଚାରେ କାମ କରିଥାନ୍ତି।

ଦୈନନ୍ଦିନ ଜୀବନର ସମସ୍ୟା ଏବଂ ହାଡ଼ଭଙ୍ଗା ପରିଶ୍ରମ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଆଶାଆକାଂକ୍ଷାକୁ ଧୂଳିସାତ କରିଦେଇଥାଏ। କିନ୍ତୁ ସାନ୍ତୋଙ୍କର ନୁହେଁ। ସେ ଝୁମୁର ଗୀତ ବୋଲିଥାନ୍ତି ଯାହା ତାଙ୍କ ଚାରିପାଖରେ ଥିବା ସଂଘର୍ଷକୁ ବ୍ୟକ୍ତ କରିଥାଏ। ଚା’ ବଗିଚାରେ ଖରା ଓ ବର୍ଷାକୁ ଖାତିର ନକରି ଖଟୁଥିବା ଲୋକମାନଙ୍କର ଯନ୍ତ୍ରଣା ଏବଂ ପ୍ରତି କପ୍‌ ତାଜା ଚା’ ପଛରେ ରହିଥିବା କଠିନ ଶ୍ରମର କାହାଣୀ ତାଙ୍କ ଗୀତରେ ପ୍ରତିଫଳିତ ହୋଇଥାଏ।

Santo grew up dreaming of being a singer. But he has to earn a livelihood helping out at a small cycle repair shop that his father owns
PHOTO • Himanshu Chutia Saikia
Santo grew up dreaming of being a singer. But he has to earn a livelihood helping out at a small cycle repair shop that his father owns
PHOTO • Himanshu Chutia Saikia

ଗାୟକ ହେବାର ସ୍ୱପ୍ନ ନେଇ ସାନ୍ତୋ ବଡ଼ ହୋଇଛନ୍ତି। କିନ୍ତୁ ସେ ତାଙ୍କ ବାପାଙ୍କ ଛୋଟିଆ ସାଇକେଲ ମରାମତି ଦୋକାନରେ ସହାୟତା କରି ନିଜର ଜୀବିକା ନିର୍ବାହ କରୁଛନ୍ତି

ଏଠାରେ ସାଦ୍ରି ଭାଷାରେ ଝୁମୁର ଗୀତ ବୋଲାଯାଇଥାଏ ଏବଂ ଏହା ଯୁଗ ଯୁଗ ଧରି ଚାଲିଆସିଛି। ସାନ୍ତୋ ଗାଉଥିବା ଗୀତ ତାଙ୍କ ବାପା କିମ୍ବା କକା ସଂଯୋଜନା କରିଥାନ୍ତି, ନଚେତ ବହୁ ପିଢ଼ି ଧରି ବୋଲା ଯାଇ ଆସୁଥିବା ଗୀତଗୁଡ଼ିକୁ ପିଲାଦିନୁ ଶୁଣି ଶୁଣି ସେ ଗାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଆସାମର ଚା’ ବଗିଚାକୁ ଆସୁଥିବା ଆଦିବାସୀ ସମୁଦାୟଗୁଡ଼ିକର ପ୍ରବାସ କାହାଣୀ ଏହି ଗୀତରେ ରହିଥାଏ। ପୁରୁଣା ଘରକୁ ଭୁଲି ନୂଆ ଘରକୁ ସେମାନଙ୍କ ଯାତ୍ରାର କାହାଣୀ ଏଥିରେ ରହିଛି। ଘଞ୍ଚ ଜଙ୍ଗଲ ସଫା କରିବା ଏବଂ ଅସମତଳ ଜମିକୁ ଉତ୍ପାଦକ ଚା’ ବଗିଚାରେ ପରିଣତ କରିବାର କାହାଣୀ ମଧ୍ୟ ଏଥିରେ ରହିଥାଏ।

ସଙ୍ଗୀତ ପାଇଁ ନିଶା କାରଣରୁ ସାନ୍ତୋ ଅଧିକାଂଶ ସମୟରେ ନିଜ ଗ୍ରାମବାସୀଙ୍କଠାରୁ ଅପମାନର ଶିକାର ହୋଇଥାନ୍ତି। ସେମାନେ କୁହନ୍ତି ଯେ ତା’ର ସ୍ୱପ୍ନ ଯାହା ହେଉ ପଛେ ଶେଷରେ ଦିନେ ସେ ଚା’ ବଗିଚାରେ ପତ୍ର ତୋଳିବ। ଏପରି ମନ୍ତବ୍ୟ ବେଳେ ବେଳେ ତାଙ୍କୁ ନିରୁତ୍ସାହିତ କରିଥାଏ, କିନ୍ତୁ ଦୀର୍ଘ ସମୟ ପାଇଁ ନୁହେଁ। ଆହୁରି ସେମାନେ ତାଙ୍କୁ ସ୍ୱପ୍ନ ଦେଖିବାକୁ ଅଟକାଇ ପାରନ୍ତି ନାହିଁ। ଅଥବା ନୂଆ ଆଶା ନେଇ ସାମାଜିକ ଗଣମାଧ୍ୟମରେ ନିଜର ଗୀତ ଅପଲୋଡ କରିବାରେ  ବାଧା ଦେଇପାରନ୍ତି ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Himanshu Chutia Saikia

হিমাংশু চুটিয়া শইকীয়া স্বাধীনভাবে কর্মরত দস্তাবেজি ফিল্ম নির্মাতা, সংগীত প্রযোজক, আলোকচিত্রী এবং অসমের জোরহাট ভিত্তিক ছাত্রকর্মী। হিমাংশু ২০২১ সালে পারি ফেলোশিপ পেয়েছেন।

Other stories by Himanshu Chutia Saikia
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE