ତାଙ୍କ ଭିତରେ ଥିବା ସାହସକୁ ଦେଖି ଜେଜେ ବାପା ତାଙ୍କୁ ‘ପୁଲି’ ନାଁ ଦେଇଥିଲେ, ତାମିଲ ଭାଷାରେ ଏହାର ଅର୍ଥ ହେଉଛି ବାଘ । କେ.ବାନୁମତୀଙ୍କୁ ବନ୍ଦରରେ ସମସ୍ତେ ଏହି ନାଁରେ ହିଁ ଜାଣନ୍ତି । ଏଠାରେ ସେ ସମୁଦ୍ର ପାଖରେ ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ଧରି କାମ କରି ଆସୁଛନ୍ତି। ସେ ବର୍ଜ୍ୟରୁ ଉପଯୋଗୀ ଜିନିଷ ଏବଂ ମାଛ ଅବଶେଷ ସଂଗ୍ରହ କରିବା ସହିତ ସେଗୁଡ଼ିକୁ ପୃଥକ କରି ବିକ୍ରି କରିଥାନ୍ତି। କିନ୍ତୁ ପୁଲି ଏବଂ କଡ଼ଲୁର୍ ମାଛ ଧରା ବନ୍ଦରରେ କାମ କରୁଥିବା ଅନ୍ୟ ମହିଳାମାନଙ୍କୁ ସରକାରୀ ନୀତିରେ ଶ୍ରମିକ ଭାବେ ଗଣାଯାଏ ନାହିଁ, ଫଳରେ ସେମାନେ ବିଭିନ୍ନ ପ୍ରକାର ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଛନ୍ତି।

“I came here when I was nearly 35 and started auctioning fish,” says Puli, now 75 years old. At the Cuddalore Old Town harbour, located in the east of the city, auctioneers call for bids from traders once a boat reaches the shore. They receive 10 per cent of the sales as commission (until around 20 years ago, it was five per cent) if they have invested in a boat. When Puli arrived at the harbour all those years ago, her relatives introduced her to the job, and loaned her around Rs. 50,000 to invest in two boats – an amount she has since paid off through long hours of labour. As she grew older, Puli stopped auctioning and passed this work on to her daughter.
PHOTO • Alessandra Silver

‘‘୭୫ ବର୍ଷ ବୟସରେ ପହଞ୍ଚିଥିବା ପୁଲି କୁହନ୍ତି, ମୋତ୍ରେ ପ୍ରାୟ ୩୫ ବର୍ଷ ହୋଇଥିବା ବେଳେ ମୁଁ ଏଠାକୁ ଆସି ମାଛ ନିଲାମ ଡାକିବା ଆରମ୍ଭ କରିଥିଲି’’। ସହର ପୂର୍ବରେ ଥିବା କଡ଼ଲୁର୍ ଓଲ୍ଡ ଟାଉନ ବନ୍ଦରରେ, ଡଙ୍ଗାଟିଏ କୂଳରେ ପହଞ୍ଚିବା ପରେ ନିଲାମକାରୀମାନେ ବ୍ୟବସାୟୀଙ୍କଠାରୁ ଦର ମୂଲଚାଲ କରିଥାନ୍ତି । ଯଦି ସେମାନେ ଡଙ୍ଗାରେ ନିବେଶ କରିଥାନ୍ତି ତା’ହେଲେ ସେମାନଙ୍କୁ ବିକ୍ରିର ୧୦ ପ୍ରତିଶତ କମିଶନ ଆକାରରେ ମିଳିଥାଏ (ପ୍ରାୟ ୨୦ ବର୍ଷ ପୂର୍ବରୁ, ଏହା ପାଞ୍ଚ ପ୍ରତିଶତ ଥିଲା)। ଅନେକ ବର୍ଷ ପୂର୍ବରୁ ପୁଲି ଯେତେବେଳେ ବନ୍ଦରରେ ପହଞ୍ଚିଲେ, ତାଙ୍କର ସମ୍ପର୍କୀୟମାନେ ତାଙ୍କୁ କାମରେ ନିୟୋଜିତ କରିଥିଲେ, ଏବଂ ଦୁଇଟି ଡଙ୍ଗାରେ ନିବେଶ କରିବା ଲାଗି ପ୍ରାୟ ୫୦,୦୦୦ ଟଙ୍କା ଋଣ ଦେଇଥିଲେ, ଯାହାକୁ ସେ ଶ୍ରମିକ ଭାବେ ଦୀର୍ଘ ଦିନ ଧରି ଘଣ୍ଟା ଘଣ୍ଟା ପରିଶ୍ରମ କରିବା ପରେ ସୁଝି ପାରିଥିଲେ। ବୟସ ବଢ଼ିବା ସହିତ, ପୁଲି ନିଲାମୀ ବନ୍ଦ କରିଦେଲେ ଏବଂ ଏହି କାମ ନିଜ ଝିଅକୁ ଦେଇଦେଲେ।

The busy harbour usually resonates with sounds – auctioneers inviting bids, traders shuffling about, loaders transferring catch, machines crushing ice, lorries coming and leaving, vendors doing business. This is a major fishing harbour in Cuddalore district and used by fisherfolk from Sothikuppam – Puli’s village – as well as four other neighbouring fishing villages. Until around a decade ago, notes the Central Marine Fisheries Research Institute, these five villages together accounted for 256 mechanised and 822 motorised boats at the harbour. (More recent data is not available.)
PHOTO • Alessandra Silver

ଏହି ବ୍ୟସ୍ତବହୁଳ ବନ୍ଦର ସବୁବେଳେ କୋଳାହଳପୂର୍ଣ୍ଣ ଥାଏ – ନିଲାମକାରୀମାନେ ନିଲାମ ଆହ୍ୱାନ କରିଥାନ୍ତି, ବ୍ୟବସାୟୀମାନେ ମୂଲଚାଲ କରନ୍ତି, ଲୋଡରମାନେ ମାଛ ବୋହିଥାନ୍ତି, ମେସିନଗୁଡ଼ିକ ବରଫ ଚୁନା କରୁଥାନ୍ତି, ଲରିଗୁଡ଼ିକର ଯାତାୟାତ ଲାଗି ରହିଥାଏ, ବିକ୍ରେତାମାନେ ବ୍ୟବସାୟ କରୁଥାନ୍ତି। ଏହା କଡ଼ଲୁର୍ ଜିଲ୍ଲାର ପ୍ରମୁଖ ମାଛଧରା ବନ୍ଦର ଏବଂ ପୁଲିଙ୍କ ଗ୍ରାମ ସୋତିକୁପ୍ପମ ସମେତ ଅନ୍ୟ ଚାରିଟି ପଡ଼ୋଶୀ ଗ୍ରାମର ମତ୍ସ୍ୟଜୀବୀମାନେ ଏହା ଉପରେ ନିର୍ଭର କରିଥାନ୍ତି। କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ସଂସ୍ଥାନର ତଥ୍ୟ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ଏହି ୫ଟି ଗ୍ରାମର ମତ୍ସ୍ୟଜୀବୀମାନେ ମିଶି ୨୫୬ଟି ଯାନ୍ତ୍ରିକ ଏବଂ ୮୨୨ଟି ମୋଟର ଚାଳିତ ଡଙ୍ଗା ଚାଲୁଥିଲା (ଅଧିକ ସଦ୍ୟତମ ଡାଟା ଉପଲବ୍ଧ ନାହିଁ)।

“I’d started my kazhar business at the same time [as when I began working at the harbour],” Puli says, referring to her work of collecting and selling fish waste (the scales, heads, tails of fish, shrimp shells and other parts) and bycatch (such as seashells, shrimp, squid and small fishes). This is called kazhivu meen in Tamil, and, more informally, as kazhar. Puli is one of around 10 women at this harbour who collect fish waste and sell it to poultry feed manufacturers – it's a big industry in neighbouring districts like Namakkal. From Rs. 7 for one kilo of kazhar when she started out, the rate now, Puli says, is Rs. 30 per kilo for fish, Rs. 23 for fish heads and Rs. 12 for crab kazhar.
PHOTO • Alessandra Silver

ମାଛ ଅବଶେଷ (ମାଛର କାତି, ମୁଣ୍ଡ, ଲାଞ୍ଜ, ଚିଙ୍ଗୁଡ଼ି ଖୋଳପା ଏବଂ ଅନ୍ୟାନ୍ୟ ଅଂଶ) ଏବଂ ବାଏକ୍ୟାଚ୍‌ (ଶାମୁକା, ଛୋଟ ଚିଙ୍ଗୁଡ଼ି, ସ୍କୁଇଡ ଏବଂ ଛୋଟ ମାଛ ଆଦି) ସଂଗ୍ରହ ଓ ବିକ୍ରି କାମ ବିଷୟରେ ଉଲ୍ଲେଖ କରି ପୁଲି କୁହନ୍ତି, ‘‘ବନ୍ଦରରେ ମୁଁ କାମ ଆରମ୍ଭ କରିବା ପରଠାରୁ ମୁଁ ଏହି ‘କଳର’ ବ୍ୟବସାୟ ଆରମ୍ଭ କରିଥିଲି । ତାମିଲରେ ଏହାକୁ କଳିବୁମିନ୍‌ କୁହନ୍ତି, କଥିତ ଭାଷାରେ କଳର କୁହାଯାଏ। ପୁଲିଙ୍କ ଭଳି ପ୍ରାୟ ୧୦ ଜଣ ମହିଳା ଏହି ବନ୍ଦରଠାରେ ମାଛ ଅବଶେଷ ସଂଗ୍ରହ କରିଥାନ୍ତି ଏବଂ ଏହାକୁ କୁକୁଡ଼ା ଦାନା ଉତ୍ପାଦନକାରୀମାନଙ୍କୁ ବିକ୍ରି କରିଥାନ୍ତି – ପଡ଼ୋଶୀ ନମକ୍କଲରେ ଏହା ଏକ ବଡ଼ ଉଦ୍ୟୋଗ। ପୁଲି କୁହନ୍ତି, ସେ କାମ ଆରମ୍ଭ କରିବା ସମୟରେ କଳର କିଲୋ ପ୍ରତି ୭ ଟଙ୍କାରେ ବିକ୍ରି ହେଉଥିଲା। ଏବେ ମାଛ କିଲୋ ପ୍ରତି ୩୦ ଟଙ୍କା, ମାଛ ମୁଣ୍ଡ କିଲୋ ପ୍ରତି ୨୩ ଟଙ୍କା ଏବଂ କଙ୍କଡ଼ା କଳର କିଲୋ ପ୍ରତି ୧୨ ଟଙ୍କାରେ ବିକ୍ରି ହେଉଛି ।

When she was 16, Puli got married to a fisherman in Nagapattinam district. They had four children, but Kuppusamy, her husband, was violent. So her father, a panchayat leader in Sothikuppam, asked her to return home with the kids. She lost her mother, who too worked as an auctioneer, three years later. “Then my relatives asked me to start auctioning,” says Puli. “I needed the money for my children.”
PHOTO • Alessandra Silver

ମାତ୍ର ୧୬ ବର୍ଷ ବୟସରେ ପୁଲି, ନାଗାପଟ୍ଟିନମ ଜିଲ୍ଲାର ଜଣେ ମତ୍ସ୍ୟଜୀବୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ଜଣ ପିଲା ଥିଲେ, କିନ୍ତୁ ତାଙ୍କ ସ୍ୱାମୀ କୁପ୍ପୁସ୍ୱାମୀ ଅତ୍ୟନ୍ତ ନିଷ୍ଠୁର ଥିଲେ। ପୁଲିଙ୍କ ବାପା ସୋତିକୁପ୍ପମରେ ପଞ୍ଚାୟତ ମୁଖିଆ ଥିଲେ, ତେଣୁ ସେ ପିଲାମାନଙ୍କ ସହ ବାପ ଘରକୁ ଚାଲି ଆସିବା ଲାଗି ତାଙ୍କୁ ପରାମର୍ଶ ଦେଇଥିଲେ। ତିନି ବର୍ଷ ପରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ, ସେ ମଧ୍ୟ ଜଣେ ନିଲାମକାରୀ ଥିଲେ। ପୁଲି କୁହନ୍ତି, ‘‘ଏହାପରେ ମୋ ସମ୍ପର୍କୀୟମାନେ ମୋତେ ନିଲାମ ଡାକିବା କାମ କରିବା ଲାଗି କହିଲେ। ମୋ ପିଲାମାନଙ୍କ ପାଇଁ ମୁଁ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲି।’’

She is at the harbour from 4 a.m. to 6 p.m. – salting, packing selling. The kazhar is salted on the first day to reduce its smell. On the second day it’s dried and packed in mesh bags, which she purchases at the harbour for Rs. 4 each, and sometimes she reuses the jute salt-sacks that cost Rs. 15 each.

One bag of kazhar weighs 25 kilos, says Puli. Earlier, she could sell 4-5 bags a week, but with the Covid-19 pandemic, as well as a ban on ring seine nets, the scale of fish catch and trade has gone down. She now manages to sell two bags a week to to buyers from Namakkal. This brings her a weekly income of about Rs. 1,250.

Women engaged in all tasks – auctioneers, vendors, those drying fish or sorting kazhar – at the Cuddalore harbour speak of the uncertainties of their daily income. Many younger women in the fishing villages prefer to stay away from fisheries. As a result, usually older women work at the harbour.
PHOTO • Alessandra Silver

ଭୋର ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସେ ବନ୍ଦରରେ ଥାଆନ୍ତି – ଲୁଣ ଦେବା, ପ୍ୟାକ କରିବା ଏବଂ ବିକ୍ରି କରିବା କାମ କରୁଥାନ୍ତି। ପ୍ରଥମ ଦିନ ଗନ୍ଧ ଦୂର କରିବା ଲାଗି କଳର ରେ ଲୁଣ ଦିଆଯାଇଥାଏ। ଦ୍ୱିତୀୟ ଦିନ ଏହାକୁ ଶୁଖାଇ ଜାଲ ବସ୍ତାରେ ପ୍ୟାକିଂ କରାଯାଇଥାଏ। ଯାହାକୁ ସେ ବନ୍ଦରରୁ ଗୋଟା ୪ ଟଙ୍କା ଦେଇ କିଣିଥାନ୍ତି । ବେଳେ ବେଳେ ସେ ଝୋଟ ଲୁଣ ଅଖାକୁ ପୁନଃବ୍ୟବହାର କରିଥାନ୍ତି ଯାହାକି ଗୋଟାକୁ ୧୫ ଟଙ୍କା ପଡ଼ିଥାଏ।

ଗୋଟିଏ ବସ୍ତା କଳର ରେ ୨୫ କିଗ୍ରା ସାମଗ୍ରୀ ଥାଏ, ପୁଲି କୁହନ୍ତି । ପୂର୍ବରୁ ସେ ଗୋଟିଏ ସପ୍ତାହରେ ୪-୫ ବସ୍ତା ବିକ୍ରି କରିପାରୁଥିଲେ, କିନ୍ତୁ କୋଭିଡ -୧୯ ମହାମାରୀ ସହିତ, ରିଙ୍ଗ ସିନ ଜାଲ ଉପରେ ପ୍ରତିବନ୍ଧକ ଲାଗୁ ହେବା ଫଳରେ ମାଛ ଧରା କମିଯାଇଛି ଏବଂ ବ୍ୟବସାୟ ମଧ୍ୟ ହ୍ରାସ ପାଇଛି। ଏବେ ସେ ନମକ୍କଲର କ୍ରେତାମାନଙ୍କୁ ଗୋଟିଏ ସପ୍ତାହରେ ଦୁଇ ବସ୍ତା ବିକ୍ରି କରିପାରୁଛନ୍ତି। ଏଥିରୁ ସେ ସପ୍ତାହକୁ ପ୍ରାୟ ୧୨୫୦ ଟଙ୍କା ରୋଜଗାର କରିଥାନ୍ତି ।

କଡ଼ଲୁର୍ ବନ୍ଦରରେ ମହିଳାମାନେ ସବୁ କାମରେ ନିୟୋଜିତ ଥାଆନ୍ତି – ଯେପରିକି ନିଲାମ ଡାକିବା, ବିକ୍ରି କରିବା, ମାଛ ଶୁଖାଇବା କିମ୍ବା କଳର ଅଲଗା କରିବା ଆଦି । ହେଲେ ସେମାନଙ୍କର ଦୈନିକ ଆୟ ଅସ୍ଥିର ବୋଲି ସେମାନେ କହିଥାନ୍ତି। ମତ୍ସ୍ୟଜୀବୀମାନଙ୍କ ଗାଁର ଅଧିକାଂଶ ମହିଳା ଏବେ ମାଛ ଧରା କାମରେ ନିୟୋଜିତ ହେବାକୁ  ରାଜି ହେଉନାହାନ୍ତି । ଫଳରେ, ମୁଖ୍ୟତଃ ବୟସ୍କ ମହିଳାମାନେ ହିଁ ବନ୍ଦରରେ କାମ କରୁଛନ୍ତି ।

“I don’t pay anything for the kazhar,” says Puli. “I collect it from women cutting fish at the harbour.” Every day, at 4 a.m., she starts collecting the fish waste from vendors and others who remove the scales and entrails as per customers’ needs. While Puli doesn’t pay for the kazhar, she sometimes buys cold drinks for the vendors and cutters. “I help them clean their work area, " she says, "talk with them and exchange news.”
PHOTO • Alessandra Silver

ପୁଲି କୁହନ୍ତି, ‘‘କଳର ଆଣିବା ପାଇଁ ମୋତେ କିଛି ଟଙ୍କା ଦେବାକୁ ପଡ଼େ ନାହିଁ । ବନ୍ଦରରେ ମାଛ କାଟୁଥିବା ମହିଳାମାନଙ୍କ ଠାରୁ ମୁଁ ଏସବୁ ସଂଗ୍ରହ କରିଥାଏ।’’ ପ୍ରତିଦିନ ଭୋର ୪ଟାରୁ ଉଠି ସେ ମାଛ ଅବଶେଷ ସଂଗ୍ରହ କରିବା ଆରମ୍ଭ କରିଥାନ୍ତି ।  ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ମାଛ ଅବଶେଷ ଅଲଗା ଫିଙ୍ଗି ଦେଉଥିବା ବିକ୍ରେତା ଏବଂ ଅନ୍ୟମାନଙ୍କଠାରୁ ସେ ଏସବୁ ଆଣିଥାନ୍ତି । ଯଦିଓ କଳର ପାଇଁ ପୁଲିଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନାହିଁ, ସେ ବେଳେ ବେଳେ ବିକ୍ରେତା ଓ ମାଛ କଟାଳିଙ୍କ ପାଇଁ କୋଲ୍ଡ ଡ୍ରିଙ୍କସ୍‌ କିଣି ଦେଇଥାନ୍ତି । ସେ କୁହନ୍ତି, ‘‘ମୁଁ ସେମାନଙ୍କ କାମ କରିବା ସ୍ଥାନକୁ ସଫା କରିବାରେ ସାହାଯ୍ୟ କରେ। ସେମାନଙ୍କ ସହ କଥା ହୁଏ ଏବଂ ଆମେ ପରସ୍ପର ମଧ୍ୟରେ ଖବର ଆଦାନପ୍ରଦାନ କରିଥାଉ।’’

Women at the Cuddalore harbour are engaged in a wide range of tasks linked directly to fish marketing and processing, and indirectly to various support functions such as selling ice, tea and cooked food to fisheries workers. The National Fisheries Policy 2020 says that women constitute 69 per cent of all post-harvest fisheries activities. If these tasks are counted, fisheries could be seen as a predominantly female sector.

The 2020 policy acknowledges the need to enhance women's participation in fisheries through cooperatives, schemes and other steps to improve work conditions. However, the focus of such schemes is usually on mechanisation rather than the everyday issues of women engaged in post-harvest fisheries.
PHOTO • Alessandra Silver

କଡ଼ଲୁର୍ ବନ୍ଦରରେ ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି, ଯାହାକି ସିଧାସଳଖ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମାଛ ବିକ୍ରି ଓ ପ୍ରକ୍ରିୟାକରଣ ସହ ଜଡ଼ିତ। ମହିଳାମାନେ ଏଠାରେ ମତ୍ସ୍ୟଜୀବୀମାନଙ୍କ ପାଇଁ ବରଫ, ଚା’ ଏବଂ ରନ୍ଧା ଖାଦ୍ୟ ବିକ୍ରି କରିଥାନ୍ତି। ସବୁ ମାଛ ଧରା ପରବର୍ତ୍ତୀ କାର୍ଯ୍ୟକଳାପରେ ୬୯ ପ୍ରତିଶତ ମହିଳା ନିୟୋଜିତ ଥିବା ଜାତୀୟ ମତ୍ସ୍ୟ ନୀତି ୨୦୨୦ରେ ଉଲ୍ଲେଖ ରହିଛି। ଯଦି ଏହାକୁ ଗଣାଯାଏ ତା’ହେଲେ ମତ୍ସ୍ୟ ଉତ୍ପାଦନକୁ ମହିଳାଙ୍କ ପ୍ରାଧାନ୍ୟ ଥିବା ଏକ କ୍ଷେତ୍ର ଭାବେ ବିବେଚନା କରାଯାଇପାରିବ ।

କାର୍ଯ୍ୟ ପରିସ୍ଥିତିରେ ସୁଧାର ଆଣିବା ଲାଗି ସମବାୟ ସଂସ୍ଥା, ବିଭିନ୍ନ ଯୋଜନା ଏବଂ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ମତ୍ସ୍ୟପାଳନ କ୍ଷେତ୍ରରେ ମହିଳାମାନଙ୍କର ସମ୍ପୃକ୍ତି ବଢ଼ାଇବାର ଆବଶ୍ୟକତା ରହିଥିବା ୨୦୨୦ର ଏହି ନୀତିରେ ଉଲ୍ଲେଖ କରାଯାଇଛି । ତେବେ, ମତ୍ସ୍ୟ ଉତ୍ପାଦନ ପରବର୍ତ୍ତୀ କାର୍ଯ୍ୟରେ ନିୟୋଜିତ ରହିଥିବା ମହିଳାଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଏସବୁ ଯୋଜନାର ଧ୍ୟାନ କେବଳ ଯାନ୍ତ୍ରିକୀକରଣ ଉପରେ ରହିଛି ।

And instead of measures to help women in fisheries, they have been increasingly marginalised due to coastal transformations, and a policy push towards capital-intensive fisheries and export promotion. These changes barely recognise women’s contributions to the sector. Other steps have added to their marginalisation, including increased investment in macro-infrastructure and the setting up of the Marine Products Export Development Authority in 1972, which enhanced exports and disincentivised small-scale fishing. The process gained further momentum after the 2004 tsunami, with money invested in new boats and equipment.
PHOTO • Alessandra Silver

ଉପକୂଳୀୟ ପରିବର୍ତ୍ତନ ଏବଂ ପୁଞ୍ଜି ଆଧାରିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି ଲାଗି ନୀତିଗତ ପ୍ରୋତ୍ସାହନ ଯୋଗୁଁ ଏସବୁ ପଦକ୍ଷେପ ମତ୍ସ୍ୟପାଳନ କ୍ଷେତ୍ରରେ ମହିଳାମାନଙ୍କୁ ସହାୟତା କରିବା ପରିବର୍ତ୍ତେ, ସେମାନେ ଅଧିକରୁ ଅଧିକ ଅବହେଳିତ ହୋଇପଡ଼ୁଛନ୍ତି । ଏସବୁ ପରିବର୍ତ୍ତନ ଏ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସେତେଟା ଗ୍ରହଣ କରୁନାହିଁ । ମହିଳାମାନେ ଅବହେଳିତ ହେବାର ଅନ୍ୟସବୁ କାରଣ ମଧ୍ୟରେ ରହିଛି – ବ୍ୟାପକ ମିଶ୍ରିତ ଭିତ୍ତିଭୂମି (ମାକ୍ରୋ ଇନଫ୍ରାଷ୍ଟ୍ରକଚର) କ୍ଷେତ୍ରରେ ନିବେଶ ବୃଦ୍ଧି, ୧୯୭୨ରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ ପ୍ରତିଷ୍ଠା ଆଦି । ଏହା ରପ୍ତାନି ବୃଦ୍ଧି କରିଥିବା ବେଳେ କ୍ଷୁଦ୍ର ମତ୍ସ୍ୟ ଉତ୍ପାଦନକାରୀମାନଙ୍କୁ କ୍ଷତି ପହଞ୍ଚାଇଛି । ୨୦୦୪ ସୁନାମି ପରେ ଏହି ପ୍ରକ୍ରିୟା ଅଧିକ ଗତିଶୀଳ ହୋଇଛି, କାରଣ ସେବେଠାରୁ ନୂଆ ଡଙ୍ଗା ଏବଂ ଉପକରଣରେ ଅଧିକ ଟଙ୍କା ନିବେଶ କରାଯାଇଛି ।

ଦିନକୁ ଦିନ, ଅଧିକରୁ ଅଧିକ ସଂଖ୍ୟାରେ ମହିଳା ମତ୍ସ୍ୟ ଉତ୍ପାଦନ ପରବର୍ତ୍ତୀ କାର୍ଯ୍ୟକଳାପଠାରୁ ଦୂରେଇ ଯାଉଛନ୍ତି। ମାଛ ବିକ୍ରି, କାଟିବା, ଶୁଖାଇବା ଏବଂ ଅବଶେଷ ବାହାର କରିବା ଭଳି ସେମାନଙ୍କ କାମ ପାଇଁ ଏଠାରେ ସ୍ଥାନାଭାବ ଦେଖାଦେଇଥିବା କଡ଼ଲୁର୍ ବନ୍ଦରରେ ଥିବା ମହିଳାମାନେ କହିଛନ୍ତି। କେବଳ ଅଳ୍ପ କିଛି ମହିଳା ବ୍ୟବସାୟୀଙ୍କୁ ସରକାରୀ ସଂସ୍ଥା ପକ୍ଷରୁ ବରଫ ବାକ୍ସ ମିଳିଛି। ସେହିପରି ହାତଗଣତି ଗାଁ ଓ ସହରରେ ଥିବା ବଜାରରେ ସେମାନଙ୍କୁ ମାଛ ବିକ୍ରି ପାଇଁ ସ୍ଥାନ ଆବଣ୍ଟନ କରାଯାଇଛି। ଅଧିକାଂଶ ସମୟରେ, ଯାତାୟାତ ପାଇଁ ସୁବିଧା ନଥିବାରୁ ମାଛ ବିକ୍ରି ପାଇଁ ସେମାନଙ୍କୁ ଅନେକ ଦୂର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବାକୁ ପଡ଼ୁଛି ।

“I live here at the harbour in a small shack, so that I am close to my business,” says Puli. But when it rains she goes to her son Muthu’s house, around three kilometres away in Sothikuppam. Muthu, 58, a fisherman at the harbour, brings her food every day at work, and she receives an old age pension of Rs. 1,000 every month. Puli sends off most of her fish-work income to her children – two sons and two daughters, all in their 40s and 50s and working in the fisheries sector in Cuddalore district. “What am I going to take with me?” she asks. “Nothing.”
PHOTO • Alessandra Silver

ପୁଲି କୁହନ୍ତି, ‘‘ମୁଁ ଏଠାରେ ବନ୍ଦର ପରିସରରେ ଏକ ଛୋଟ କୁଡ଼ିଆରେ ରହିଥାଏ, ଯାହାଫଳରେ ମୁଁ ସହଜରେ ନିଜ ବେପାର ଜାଗାରେ ପହଞ୍ଚିପାରିବି।’’ କିନ୍ତୁ ବର୍ଷା ହେଲେ ସେ ତାଙ୍କ ପୁଅ ମୁଥୁଙ୍କ ଘରକୁ ଚାଲି ଯାଇଥାନ୍ତି, ଯାହାକି ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ସୋତିକୁପ୍ପମରେ ରହିଛି। ୫୮ ବର୍ଷୀୟ ମୁଥୁ ବନ୍ଦରରେ ଜଣେ ମତ୍ସ୍ୟଜୀବୀ ଭାବେ କାମ କରିଥାନ୍ତି । ସେ ସବୁଦିନ କାମକୁ ମା’ଙ୍କ ପାଇଁ ଖାଦ୍ୟ ନେଇ ଆସିଥାନ୍ତି। ବାର୍ଦ୍ଧକ୍ୟ ଭତ୍ତା ଆକାରରେ ପୁଲିଙ୍କୁ ମାସିକ ୧୦୦୦ ଟଙ୍କା ମିଳିଥାଏ। ପୁଲି ମାଛ କାମରୁ ଯେତିକି ଟଙ୍କା ରୋଜଗାର କରିଥାନ୍ତି, ସେଥିରୁ ଅଧିକାଂଶ ସେ ନିଜର ପିଲା - ଦୁଇ ପୁଅ ଏବଂ ଦୁଇ ଝିଅ ମାନଙ୍କୁ ଦେଇ ଦିଅନ୍ତି । ତାଙ୍କର ପିଲାମାନେ ୪୦ ଓ ୫୦ ବର୍ଷ ବୟସ ଟପି ସାରିଲେଣି ଏବଂ ସମସ୍ତେ କଡ଼ଲୁର୍ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବେଉସାରେ ନିୟୋଜିତ ଅଛନ୍ତି। ‘‘ସାଥୀରେ ମୁଁ କ’ଣ ନେଇଯିବି?’’ ସେ ପ୍ରଶ୍ନ କରନ୍ତି । ‘‘କିଛି ନୁହେଁ।’’

ୟୁ ଦିବ୍ୟାୟୁତିରନଙ୍କ ସହଯୋଗରେ

ଅନୁବାଦ: ଓଡ଼ିଶାଲାଇଭ୍‍

Text : Nitya Rao

নিত্যা রাও ইউকের নরউইচ ইউনিভার্সিটি অফ ইস্ট অ্যাংলিয়ায় জেন্ডার অ্যান্ড ডেভেলপমেন্ট-এর অধ্যাপক। তিনি তিন দশকেরও বেশি সময় ধরে নারীর অধিকার, কর্মসংস্থান এবং শিক্ষা ইত্যাদি বিষয়গুলির উপর গবেষক, শিক্ষক এবং প্রবক্তা হিসেবে ব্যাপকভাবে কাজ করছেন।

Other stories by Nitya Rao
Photographs : Alessandra Silver

ইতালিতে জন্ম হলেও চলচ্চিত্র নির্মাতা আলেসান্দ্রা সিলভারের কর্মজীবন পুদুচেরির অরোভিল ঘিরে। চলচ্চিত্র নির্মাণ তথা আফ্রিকা থেকে চিত্র সাংবাদিকতা করে বেশ কয়েকটি খেতাব জিতেছেন তিনি।

Other stories by Alessandra Silver
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE