ଗତ ସପ୍ତାହରେ ଗଣପତି ବାଲ ଯାଦବ ଅସ୍ତମିତ ହୋଇଗଲେ। ସ୍ୱାଧିନାତା ସଂଗ୍ରାମୀ ଓ ବିପ୍ଳବୀମାନଙ୍କର ଗୁପ୍ତ ସ୍ୱତନ୍ତ୍ର ବାର୍ତ୍ତାବହ ଜଣକ ଶହେ ବର୍ଷ ପାର କରି ୧୦୧ ବର୍ଷରେ ପହଁଚିଥିଲେ,ଗୋଟିଏ ଦିର୍ଘ ଅସୁସ୍ଥତା ପରେ, ସେହି ଲୋକ ଯିଏକି ନିଜ ଜୀବନର ଅନ୍ତିମ ମାସ ପର୍ଯ୍ୟନ୍ତ ପ୍ରତିଦିନ ନିଜର ପୁରୁଣା ସାଇକେଲରେ ୫ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଥିଲେ ସେ ମହାକାଶର ଅଙ୍କାବଙ୍କା ରାସ୍ତାରେ ହଜିଗଲେ।

୨୦୧୮ ମସିହାରେ ଯେଉଁ ଦିନ ଆମେ ତାଙ୍କୁ ଭେଟିଲୁ-ସେ ୯୭ ବର୍ଷର ହୋଇଥିଲେ-ସେ ଆମକୁ ଖୋଜିବାପାଇଁ ପ୍ରାୟ ୩୦ କିଲୋମିଟର ସାଇକେଲ ଚଲାଇଥିଲେ। ‘ଆମେ’ ଅର୍ଥାତ୍ ପରୀ ଟିମ୍ ବିଳମ୍ବରେ ପହଞ୍ଚିଥିଲୁ, କିନ୍ତୁ ତାଙ୍କର ଆକର୍ଷଣୀୟ କାହାଣୀ ଶୁଣିବାକୁ ବ୍ୟାକୁଳ ଥିଲୁ । ଏହା ମେ ମାସର ମଧ୍ୟ ଭାଗ ଥିଲା, ସେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଥିଲେ, ଏବଂ ତାଙ୍କ ସାଇକେଲଟି ସଂଗ୍ରହାଳୟ ନମୁନା ପରି ଲାଗୁଥିଲା, ଯାହା ତାଙ୍କୁ ବିଚଳିତ କରୁନଥିଲା। ସେ ଲୋକ ଚାଲିଗଲେଣି, କିନ୍ତୁ ତାଙ୍କ କାହାଣୀ ରହି ଯାଇଛି: ଗଣପତି ଯାଦବଙ୍କର ପ୍ରେରଣାଦାୟକ ଜୀବନ ଚକ୍ର

ଗଣପତି ବାଲ ଯାଦବ,୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ, ଯିଏକି ଜଣେ ତୋଫାନି ସେନାର (ଘୁର୍ଣ୍ଣି ବାୟୁ ସେନା) ପାହ୍ୟା ସ୍ତରର ସ୍ୱାଧିନତା ସଂଗ୍ରାମୀ ଥିଲେ, ଯାହାକି ସତାରା ଗୁପ୍ତ ସରକାରଙ୍କର ସଶସ୍ତ୍ରବାହିନୀର ଏବଂ ଏହା ୧୯୪୩ ମସିହାରେ ବ୍ରିଟିଶ ସରକାରଙ୍କ ଠାରୁ ସ୍ୱାଧିନତା ଘୋଷଣା କଲେ। ସେମାନେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ କରୁଥିବା ଯୁଦ୍ଧରେ ସେ ଅଂଶଗ୍ରହଣ କରିଥିଲେ। ୧୯୪୩ ରେ ଜି.ଡି.ବାପୁ ଲାଡ୍‍ ଏବଂ କ୍ୟାପଟେନ୍‍ ଭାଉଙ୍କ ନେତୃତ୍ୱରେ ସତାରାର ଶେନୋଲିରେ କରାଯାଇଥିବା ପ୍ରସିଦ୍ଧ ଟ୍ରେନ୍‍ ଲୁଣ୍ଠନର କଳ୍ପିତ କ୍ରାନ୍ତିକାରୀ ଦଳର ଅଂଶ ଥିଲେ ‘ଗଣପା ଦାଦା’

ମୁଖ୍ୟତଃ,ସେ ଆମକୁ କହିଲେ ବର୍ଷ ବର୍ଷ ଧରି ମୁଁ ଆମର ନେତାମାନଙ୍କୁ (ଜଙ୍ଗଲରେ ଲୁଚିଥିବା) ଖାଦ୍ୟ ଯୋଗାଉଥିଲେ। ମୁଁ ସେମାନଙ୍କୁ ରାତିରେ ଭେଟିବାକୁ ଯାଉଥିଲି। ସେଠାରେ ନେତାଙ୍କ ସହ ୧୦-୨୦ ଲୋକ ଥାଆନ୍ତି। "ତାଙ୍କ ସହ ସେହି ୨୦ଜଣଙ୍କର ସନ୍ଧାନ ମିଳିଥିଲେ ଇଂରେଜମାନେ ସେମାନଙ୍କୁ ଫାଶୀ ଦେଇଥାଆନ୍ତେ। ଯାଦବ ନିଜ ସାଇକେଲରେ ସବୁବେଳେ ଗୁପ୍ତରେ ଖାଦ୍ୟ ଯୋଗାଉଥିଲେ। ସେ ମଧ୍ୟ ସଙ୍କଟପୂର୍ଣ୍ଣ  ଗୁରୁତ୍ୱପୂର୍ଣ୍ଣ ଖବର କ୍ରାନ୍ତିକାରୀ ଦଳମାନଙ୍କ ମଧ୍ୟରେ ଆଦାନ ପ୍ରଦାନ କରୁଥିଲେ।

The day we met him in 2018 – he was then 97 – he had cycled close to 30 kilometres in search of the PARI team
PHOTO • P. Sainath
The day we met him in 2018 – he was then 97 – he had cycled close to 30 kilometres in search of the PARI team
PHOTO • P. Sainath

୨୦୧୮ ମସିହାରେ ଆମେ ତାଙ୍କୁ ଯେଉଁ ଦିନ ଭେଟିଥିଲୁ-ସେ ସେତେବେଳେ ୯୭ ବର୍ଷର ଥିଲେ-ପରୀ ଟିମ୍‍ର ସନ୍ଧାନରେ ସେ ପାଖାପାଖି ୩୦ କିଲୋମିଟର ସାଇକେଲ ଚଲାଇଥିଲେ

ମୁଁ ତାଙ୍କ ସାଇକେଲ ବିଷୟରେ ସେହି କଥାଟି କେବେବି ଭୁଲିବି ନାହଁ। ମୁଁ ସେହି ପୁରୁଣା ମେସିନ୍‍ଟିକୁ ନିରିକ୍ଷଣ କରୁଥିଲେ, ଯେଉଁଟିକି ଅଣ୍ଡା ଦୋକାନି, ପାୱ ବାଲା, ଧୋବା ଏବଂ ଅନ୍ୟାନ୍ୟ ସେବା ଗାଁ ଓ ସହରରେ ଘର ପାଖରେ ସେବା ଯୋଗାଉଥିବା ଲୋକମାନେ ଆଜି ମଧ୍ୟ ବ୍ୟବହାର କରୁଛନ୍ତି। “ଗୋଟିଏ ଥର’’ ସେ କଥାବାର୍ତ୍ତା ସମୟରେ ଅସନ୍ତୋଷ ପ୍ରକାଶ କଲେ। ସେ କହିଲେ ଏହି ସାଇକେଲ୍‍ଟି ୨୫ ବର୍ଷ ତଳର। ତାଙ୍କର ପୁରୁଣା ସାଇକେଲ୍‍ଟି ଯେଉଁଟିକୁ ସେ ୫୫ ବର୍ଷ ଧରି ବ୍ୟବହାର କରିଥିଲେ ଓ ବହୁତ ଭଲ ପାଉଥିଲେ, ସେଇଟିକୁ କେହି ଜଣେ ଚୋରିକରି ନେଲେ। ମୁଁ ବିସ୍ମିତ ହେଲି କହିଜଣେ ବୋଧେ ଅସାଧୁ ପ୍ରାଚୀନ ଜିନିଷର ବ୍ୟବସାୟୀ ହୋଇଥିବେ।

ଆମର ସାମ୍ବାଦିକ ବନ୍ଧୁ ସମ୍ପଦ ଆମକୁ ଗଣପତି ଯାଦବଙ୍କ ସହ ପରିଚୟ କରିଥିଲେ, ଯାହାର ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଶିରଗାଓଁରେ ଗ୍ରାମରେ ଥିବା ଜେଜେ ବାପାଙ୍କ ଘରେ ଆମେ ତାଙ୍କୁ ପ୍ରଥମେ ଭେଟିଲୁ। ତା ପରେ ଆମେ ସେଠାରୁ ୫ କିଲୋମିଟର ଦୂର ତାଙ୍କ ଗାଁ ରାମପୁରକୁ ଗଲୁ,ଏବଂ ଘଣ୍ଟା ଘଣ୍ଟା ଧରି ତାଙ୍କ ସହ ଗପସପ କଲୁ। ସେ ଜାଣିପାରିଲେ ନାହିଁ ୯୭ ବର୍ଷରେ ତାଙ୍କର ସାଇକେଲ୍‍ ଚଲାଇବା ଆମପାଇଁ କାହିଁକି ଏତେ ବଡ କଥାଥିଲା, କିନ୍ତୁ ଆମର ଅନୁରୋଧ କ୍ରମେ ସେ ଆହୁରି ଅଧଘଣ୍ଟା ନମ୍ରତାର ସହ ଆମର ପରୀ ବନ୍ଧୁ ସାଙ୍କେତ ଜେନ ଓ ଆମ ଭିଡିଓ ଏଡିଟର ସିଞ୍ଚିତା ମାଜିଙ୍କ ସହ ନିଜର ରୁଟିନ୍‍କୁ ବଜାୟ ରଖିବାକୁ ଖୁବ୍‍ ଯୋରରେ ସାଇକେଲ ଚଲାଇଥିଲେ, ସଙ୍କେତ ରାସ୍ତାରେ ନିସ୍ତେଜ ହୋଇ ଶୋଇଥିଲେ-ଯେଉଁ ମାଟି ରାସ୍ତାରେ ପ୍ରତ୍ୟେକ ଦିନ ସେ ସାଇକେଲ୍‍ ଚଲାଉଥିଲେ। ସିଞ୍ଚିତା ସ୍କୁଟରର ପଛ ସିଟରେ ବସି ଯାଉଥିଲେ, କିନ୍ତୁ ଓଲଟା ବସିଥିଲେ।ଯାହାର କାରଣ ହେଉଛିକି ଯେତେବେଳେ ସ୍କୁଟର ଆଗକୁ ଗତିକରୁଥିଲା, ସେ ଗଣପା ଦାଦାଙ୍କର ରାସ୍ତାରେ ସାଇକେଲ୍‍ ଚଲାଉଥିବାର ଦୃଶ୍ୟକୁ ଫିଲ୍ମ୍‍ କରିପାରିବେ, ଯାହାକି ସେ ପ୍ରତ୍ୟେକ ଦିନ କରନ୍ତି।

ପରୀର ଭାରତ ପାଟିଲ ଓ ନମିତା ୱାକର ସେହି ସାକ୍ଷାତକାରରେ ବିଜ୍ଞ ଅନୁବାଦକଙ୍କ ଦାୟିତ୍ୱ ସମ୍ପାଦନ କରୁଥିଲେ। ଯାହାର ପ୍ରତ୍ୟେକ ମୁହୁର୍ତ୍ତ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିଛି।

ସମ୍ପଦ ମୋତେ କୁହନ୍ତି ଯେ ସେ ପରବର୍ତ୍ତୀ ଦୁଇ ବର୍ଷ ଧରି ଯେତେଥର ଭଦ୍ର ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ ସେତେଥର ସେ କହିଥିଲେ ଯେ ମୁଁ ଏବଂ ପରି ଟିମ୍ “ତାଙ୍କୁ ପ୍ରସିଦ୍ଧ କରିଦେଇଥିଲୁ’’। ମୁଁ କେହି ନୁହେଁ, ସ୍ୱାଧିନତା ସଂଗ୍ରାମରେ ଜଣେ ବାହକ ମାତ୍ର। କିନ୍ତୁ ସେମାନେ ମୋର ଭୂମିକାକୁ ପ୍ରାଧାନ୍ୟ ଦେଲେ ଏବଂ ମୋତେ ବହୁତ ସମ୍ମାନ ଦେଲେ। ଏହା ତାଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା-ଏବଂ ଏହା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଏହି କାହାଣୀ ତାଙ୍କୁ ଓ ତାଙ୍କ ଗ୍ରାମ ଏବଂ ଅଞ୍ଚଳ ପାଇଁ ଖ୍ୟାତି ଆଣିଦେଇଥିଲା।

When it was time to part, Dada (Ganpati Bal Yadav) knew only from the body language that this man is now going. Dada was overcome with emotion
PHOTO • P. Sainath
When it was time to part, Dada (Ganpati Bal Yadav) knew only from the body language that this man is now going. Dada was overcome with emotion
PHOTO • Sanket Jain

ଯେତେବେଳେ ବିଦାୟର ସମୟ ହେଲା, ଦାଦା (ଗଣପତି ବାଲ ଯାଦବ) ଇଙ୍ଗିତରୁ ଜାଣିପାରିଲେ ଯେ ଏହି ଲୋକଟି ଏବେ ଯିବ। ଦାଦା ସମ୍ପୂର୍ଣ୍ଣ ରୂ ପେ ଭାବପ୍ରବଶ ହୋଇଗଲେ।

ଏହି ନମ୍ର ମନୋଭାବ ଚରିତ୍ର ମୁଁ ଭାରତର ଦୀର୍ଘକାଳ ପର୍ଯ୍ୟନ୍ତ ବଞ୍ଚିଥିବା ବହୁ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ମୁଁ ପାଇଛି: ସେମାନେ ଭଲଭାବରେ ଜାଣନ୍ତି ସେମାନେ କେଉଁ ସ୍ତରର, ସେମାନଙ୍କ ସମୟ ଓ ପୃଥିବୀ ହେଉଛି ସ୍ୱତନ୍ତ୍ର। ଯଦିଓ, ଅନ୍ୟ ଏହି ସ୍ତରରେ ସେମାନେ ସରଳ ଭାବରେ କୁହନ୍ତି, କୌଣସି ପୁରସ୍କାରର ଆଶା ନରଖି ସେମାନଙ୍କର ଯାହା କର୍ତ୍ତବ୍ୟ ଥିଲା,ସେମାନେ ସେଇୟା କଲେ। ଗଣପା ଦାଦାଙ୍କ ପରି ବହୁତ ଲୋକ ଭାରତ ସରକାରଙ୍କ ଦ୍ୱାରା ୧୯୭୨ ମସିହାରେ ପ୍ରଦାନ କରାଯାଇଥିବା ପେନ୍‍ସନ୍‍କୁ ଗ୍ରହଣ କଲେ ନାହିଁ।

ମୁଁ ବାସ୍ତବରେ ଆଶା କରୁଛି ଆମର ସମସ୍ତେ ପାଠକ ଓ ଅନ୍ୟମାନେ ବାରମ୍ବାର ଆମର ଭାରତର ବିଗତ ବଞ୍ଚିଥିବା ସ୍ୱାଧିନତା ସଂଗ୍ରାମୀମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସ୍ଥାନକୁ ପରିଦର୍ଶନ କରିବାକୁ ଯିବେ। ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କ ମଧ୍ୟରୁ ଆଉ କେହି ବଞ୍ଚି ନଥିବେ। ଆସନ୍ତା ପିଢି କେବେବି ସେମାନଙ୍କୁ ଦେଖିବା ସେମାନଙ୍କ ସହ କଥାହେବା ବା ସେମାନଙ୍କ ଠାରୁ କିଛି ଶୁଣିବାର ସୁଯୋଗ ପାଇବେ ନାହିଁ, ଯେଉଁମାନେ ବ୍ରିଟିଶ ଶାସନର ଦାସତ୍ୱରୁ ଭାରତକୁ ମୁକ୍ତକରି, ଏହି ଦେଶକୁ ସ୍ୱାଧିନ କରିଥିଲେ।

ସେ ଏବେ ଚାଲିଗଲେ, ଭାରତର କ୍ଷିପ୍ର ଗତିରେ ଲୋପ ପାଇଯାଉଥିବା ସୁବର୍ଣ୍ଣ ପିଢିର ଆଉ ଜଣେ ବିଦାୟ ନେଲେ। ଆମ୍ଭେମାନେ ପରୀରେ ବହୁତ ଗର୍ବିତ ଯେ ସେ ଆମମାନଙ୍କୁ ତାଙ୍କର ବିଗତ ଦିନର ଦୁଃଖ ସତ୍ୱେ ଜୀବନ କୁ ଉପଭୋଗ କରିବାର କାହାଣୀ ଶୁଣେଇବା ପାଇଁ ଚୟନ କରିଥିଲେ। ଜଣେ କୃଷକ ଯିଏକି ୧୦୦ତମ ବର୍ଷ ଯାଏ ସକ୍ରିୟ ଭାବରେ କୃଷି କାର୍ଯ୍ୟ କରୁଥିଲେ। ମୁଁ ଯେତେବେଳେ ଚାଲିଯିବା ପାଇଁ ବାହାରିଲି, ସେ ମୋତେ ଗୋଟିଏ ବଡ ବସତି ମଧ୍ୟରେ ଥିବା ତାଙ୍କର ଏକ କୋଠରୀ ଥିବା ଘରେ  ନିଜ ହାତରେ କିଛି ଦେବାପାଇଁ ଚାହୁଁଛନ୍ତି ବୋଲି କହିଲେ। ତାହା ଥିଲା ଗୋଟିଏ କପ୍‍ ସତେଜ କ୍ଷୀର। ସେହି କ୍ଷଣି ଆମେ ଦୁହେଁ ଭାବପ୍ରବଣ ହୋଇଗଲୁ।

ସମ୍ପଦଙ୍କ ବ୍ୟତିତ ଆଉ କେହି ସେହି ମୁହୁର୍ତ୍ତକୁ ଏତେ ଭଲଭାବରେ ଚିତ୍ରଣ କରିପାରି ନଥାନ୍ତେ ପୁନଶ୍ଚ ଯିଏ ପରେ ଲେଖିଲେ: "ସାଇନାଥ ସାର ଇଂଲିଶରେ କହୁଥିଲେ ଯେତେବେଳେ କି ଗଣପା ଦାଦା ମରାଠୀରେ କହୁଥିଲେ। ଯେତେବେଳେ ବିଦାୟ ନେବାର ସମୟ ଆସିଲା ଦାଦା ଯିଏକି ଇଂଲିଶ ଭାଷା ବୁଝିପାରନ୍ତି ନାହିଁ, ଆମର ଶରୀରର ପରିଭାଷାରୁ ବୁଝିପାରିଲେ ଯେ ବିଦାୟର ସମୟ ଆସିଲା। ଦାଦା ଆବେଗପୂର୍ଣ୍ଣ ହୋଇଗଲେ। ସେ ଛିଡାହେଲେ ଓ ନିଜ ହାତରେ ସାରଙ୍କ ହାତକୁ ଯୋରରେ ଯାବୁଡି ଧରିଲେ। ଦାଦାଙ୍କ ଆଖିଦୁଇଟି ଛଳଛଳ ହୋଇଆସିଲା। ସାର ମଧ୍ୟ ଦାଦାଙ୍କ ହାତକୁ ବହୁତ ସମୟ ପର୍ଯ୍ୟନ୍ତ ଯାବୁଡି ଧରିଲେ, ଏବଂ ଆମେ ଦେଖୁଥିଲୁ ସେହି ଦୁଇ ଜଣ କୌଣସି ଭାଷା ବିନା କଥାହେଉଥିଲେ।"

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE