ପରୀରସହଭାଗିତାରେଦୟାନିତାସିଂ୨୦୨୨ରେଦୟାନିତାସିଂ-ପରୀ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫି ପୁରସ୍କାର ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ।ପିପୁଲ୍ସଆର୍କାଇଭ୍ ଅଫ୍ ରୁରାଲଇଣ୍ଡିଆରଏମ. ପାଲାନି କୁମାରଙ୍କୁପ୍ରଥମପୁରସ୍କାରଦିଆଯାଇଥିଲା।
ଚଳିତବର୍ଷଦୟାନିତାସିଂ-ପରୀ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫି ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ଆଉ ଜଣେ ପ୍ରତିଭାସମ୍ପନ୍ନ ଫଟୋଗ୍ରାଫରଙ୍କୁ ଦିଆଯିବ।ସେହେଲେପିପୁଲ୍ସଆର୍କାଇଭ୍ ଅଫ୍ ରୁରାଲଇଣ୍ଡିଆରଆଇନା। ଦୟାନିତା ସିଂ ନିଜେ ଏହି ପୁରସ୍କାର ପାଇଁ ଆଇନାଙ୍କୁ ମନୋନିତ କରିଛନ୍ତି।
ଆଇନାଏକ ବ୍ୟକ୍ତିଗତ ମାର୍ଗ ଦେଇ ଫଟୋଗ୍ରାଫି ଦୁନିଆକୁ ଆସିଥିଲେ। ସେ ନିଜର ସ୍ମୃତିରେ ସେହି ବାସ୍ତବତାଗୁଡ଼ିକୁ ଉଜ୍ଜୀବିତ ରଖିବାକୁ ଚାହୁଁଥିଲେ ଯାହାକୁ ସେ ଅନ୍ୟଥା ଭୁଲି ଯାଇଥା’ନ୍ତେ। ଫଟୋଗ୍ରାଫିଏଥିପାଇଁ ଏକ ମାଧ୍ୟମ ପାଲଟିଥିଲା। ଯେଉଁ ବିଷୟଗୁଡ଼ିକ ମନୋବଳକୁ ଦୃଢ଼ କରିବାର ସାଧନ ହୋଇପାରେ ସେଗୁଡ଼ିକ ମଧ୍ୟ ଅନେକ ଲୋକଙ୍କ ଅକୁହା କାହାଣୀ କହିବା ନିମନ୍ତେ ଏକ ରାଜନୈତିକ ଉପକରଣ ସାଜିପାରେ ବୋଲି ସେ ହୃଦୟଙ୍ଗମ କରିଥିଲେ। ସେ ଯେତେବେଳେ ସେବାସ୍ତିଆଓ ସଲାଦୋ, ବିବିୟନ ମାୟେର, ଶଙ୍କର ସରକାର, ପାଲାନି କୁମାର ଏବଂ ଅନ୍ୟମାନଙ୍କର କାମକୁ ଦେଖିଲେ ତାଙ୍କ ଭିତରେ ଏପରି ଅନୁଭବ ଆସିଥିଲା। କୋଭିଡ-୧୯ ମହାମାରୀର ବ୍ୟାପକତା ସମୟରେ ପରୀ ସହିତ କାମ କରିବା ପରେ ଏହି ଚେତନା ତାଙ୍କ ଭିତରେ ଅଧିକ ଦୃଢ଼ ହୋଇଥିଲା।
କୋଭିଡ-୧୯ ମହାମାରୀ ସମୟରେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଫୁଟପାଥରେ ରହୁଥିବା କମାଠିପୁରାର ଦେହଜୀବୀ ଏବଂ ଗାଁର ପ୍ରବାସୀ ଶ୍ରମିକମାନଙ୍କର ଅତ୍ୟନ୍ତ ମାର୍ମିକ ଫଟୋସବୁ ତାଙ୍କ କ୍ୟାମେରା ଲେନ୍ସରେ କଏଦ୍ ହୋଇଥିଲା। ଆଇନାଙ୍କର ପ୍ରାୟ ୨୩ଟି ଫଟୋ କାହାଣୀ ରହିଛି। ଏସବୁ ଆମ ସାମ୍ନାରେ ମହାନଗରର ଉପେକ୍ଷିତ କୋଣରେ ରହୁଥିବା ଭିନ୍ନ ଭିନ୍ନ ଚରିତ୍ରମାନଙ୍କ ବିଷୟରେ ଆଚମ୍ବିତ କରିବା ଭଳି କାହାଣୀଗୁଡ଼ିକର ଏକ ମିଶ୍ରଣ ପ୍ରସ୍ତୁତ କରିଥାଏ। ମୁମ୍ବାଇ ଲୋକାଲ ଟ୍ରେନରେ ଜଣେ ରାଜସ୍ଥାନୀ ପ୍ରବାସୀ ସଂଗୀତକାର, ସହରର ଟ୍ୟାକ୍ସି ଚାଳକ, ଗେଟ୍ ୱେ ଅଫ୍ ଇଣ୍ଡିଆର ଫଟୋଗ୍ରାଫର, ଗଧ କ୍ଷୀର ବିକ୍ରେତା, ମୁମ୍ବାଇର ରାସ୍ତାକଡ଼ରେ ନାଚୁଥିବା ଏବଂ ନିଜକୁ ଚାବୁକରେ ମାରୁଥିବା କର୍ଣ୍ଣାଟକ ପ୍ରବାସୀଙ୍କ ବିଷୟରେ ତାଙ୍କର ଫଟୋ କାହାଣୀରେ ବର୍ଣ୍ଣନା କରାଯାଇଛି।















