ଆମେସବୁ ହେଉଛୁ ନୂଆ ସହରର ଝିଅ, ହେ ରାଜା
ଆହେ, ପାହୁଣ୍ଡ ପକାଇ ତୁମେ କୁଆଡ଼େ ଯାଉଛ ଚାଲି?
ଅବିବାହିତ ରହିଛୁ ଆମେ ସାତ ଭାଇ
ଆହେ, ତୁମେ କୁଆଡ଼େ ଚାଲି ଯାଉଛ ପାହୁଣ୍ଡ ପକାଇ?
ହେ ରାଜା, କୁହ କେଉଁଭଳି ଝିଅ ତୁମର ପସନ୍ଦ
ଆହେ, ତୁମେ କୁଆଡ଼େ ଯାଉଛ ଚାଲି ପକାଇ ପାହୁଣ୍ଡ?
ଶ୍ୟାମଳ ବର୍ଣ୍ଣର ଝିଅଟିଏ ଆମର ପସନ୍ଦ, ହେ ରାଜା
ଆହେ, ତୁମେ କୁଆଡ଼େ ଚାଲି ଯାଉଛ ପାହୁଣ୍ଡ ପକାଇ?
ବାହାଘର ବେଳେ ଗାନ କରାଯାଉଥିବା ଏହି ଗୁଜରାଟୀ ଲୋକଗୀତଟି ୧୯୭୦ରେ ନିର୍ମାଣ ହୋଇଥିବା ସୋଣ କଂସାରି ଓ ରକ୍ଷାୟତ ବବରିଆଙ୍କ ଜନପ୍ରିୟ ଦୁଃଖଦ ପ୍ରେମ କାହାଣୀ ଉପରେ ଆଧାରିତ ଗୁଜରାଟୀ ଚଳଚ୍ଚିତ୍ର ‘ସୋଣ କଂସାରି’ ଦ୍ଵାରା ଲୋକପ୍ରିୟ ହୋଇଥିଲା । ଗୋଟିଏ ମହିଳା ଓ ଅନ୍ୟ ପୁରୁଷ ନୃତ୍ୟଶିଳ୍ପୀ ଦଳ ମଧ୍ୟରେ ସୌନ୍ଦର୍ଯ୍ୟ, କାମନା ଓ ବିବାହ ଆଦି ବିଷୟରେ ରହିଥିବା ଦୃଢ଼ମୂଳ ଧାରଣାକୁ ଘେନି ପାଳି କରି ପଚାରିବା, ନଚେତ୍ ଉତ୍ତର ଦେବା ମାଧ୍ୟମରେ ତ୍ୱରିତ ବାକ୍ୟ ବିନିମୟ କରି ଏହାର ଉପସ୍ଥାପନ କରାଯାଏ । ସମ୍ପୂର୍ଣ୍ଣ ଭାବେ ସେହି ଶୈଳୀରେ ଗ୍ରାମୀଣ ମହିଳାମାନେ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହେବା ଯୋଗୁଁ ସେମାନେ ନିଜର ଗୁରୁତ୍ଵକୁ ପ୍ରତିପାଦିତ କରିବା ପାଇଁ ନିର୍ଦ୍ଧାରିତ ଆଚରଣ ବିଧିର ବିପରୀତ ଭାବେ ନିଜକୁ ଯେଉଁଭଳି ଜାହିର କରୁଛନ୍ତି ଏହି ଲୋକଗୀତଟି ତାହା ଦର୍ଶାଉଛି । ଗାରିମା ଓ ସମ୍ମାନର ସହ ବଞ୍ଚିବା, ସମ୍ପତ୍ତି ଓ ଜମିର ମାଲିକାନା ସତ୍ତ୍ଵ ହାସଲ କରିବା । ସେମାନେ ସାଂସ୍କୃତିକ ସଂଭାରର ଦାୟିତ୍ଵ ନିର୍ବାହ କରୁଥିବାରୁ ପାର୍ଥିବ ସମ୍ପତ୍ତିର ଉତ୍ତରାଧିକାର ମଧ୍ୟ ସେମାନଙ୍କର ଦାବି ।
ଉତ୍ପୀଡ଼ିତ ମଣିଷମାନେ ସ୍ଵାଧୀନତା ସନ୍ଧାନରେ ପ୍ରତିରୋଧ ଆନ୍ଦୋଳନ କରିବା ବେଳେ ଅଧିକାଂଶ ସମୟରେ ତା’ ସହ ଗାୟନ କିଭଳି ସମ୍ପୃକ୍ତ ରହିଛି ତାହା ସାରା ବିଶ୍ଵର ଇତିହାସରେ ଆମେ ଦେଖିଛନ୍ତି । ପ୍ରାୟ ୨୦୧୭ ମସିହାରେ, କଚ୍ଛ ମହିଳା ବିକାଶ ସଂଗଠନର ମହିଳାମାନଙ୍କ ମଧ୍ୟରେ ନନ୍ଦୁବା ଜାଦେଜା, ନକ୍ଷତ୍ରଣା ଜିଲ୍ଲା ଓ ଅନ୍ୟ ମହିଳାମାନେ ଅତି ଦୃପ୍ତ ସ୍ଵରରେ ଗାଇଥିବା ଏହି ଗୀତଟି ସେମାନଙ୍କୁ ଜାଗୃତ କରିବା ପାଇଁ ଏକ ନୂଆ ବାଟ ଖୋଲି ଦେଇଛି ।


