ଅନୁବାଦ: ଓଡ଼ିଶାଲାଇଭ୍

SANGUR, PUNJAB
|THU, SEP 11, 2025
Author
Translator
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଭୋଟଦାନ ନିମନ୍ତେ ବ୍ୟବସ୍ଥା ଗ୍ରହଣ ଲାଗି ସରକାରୀ ନୀତି ରହିଥିବା ସତ୍ତ୍ୱେ, ବାବଲୁ କୈବର୍ତ୍ତଙ୍କ ଭଳି କେତେ ଜଣ ୨୦୨୪ ସାଧାରଣ ନିର୍ବାଚନରେ ସେମାନଙ୍କ ଅଂଶଗ୍ରହଣ ସଂପର୍କରେ ଅନିଶ୍ଚିତତା ଘେରରେ ରହିଛନ୍ତି
ଏ ବର୍ଷ ଗୁରୁ ଦିବସ ଅବସରରେ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଶିକ୍ଷା ଦେଉଥିବା ସ୍ୱତନ୍ତ୍ର ଶିକ୍ଷାଦାତାମାନଙ୍କୁ ‘ପରୀ’ ଅଭିନନନ୍ଦନ ଜଣାଏ । ଧୈର୍ଯ୍ୟ ଓ ଅଧ୍ୟବସାୟ ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସେମାନଙ୍କର ଅସୀମ ସ୍ନେହ ହିଁ ଉତ୍ତମ ଶିକ୍ଷାଦାନ ପଦ୍ଧତିର ମୂଳମନ୍ତ୍ର
ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି ଏବଂ ପାଠପଢ଼ାରେ ବହୁତ କ୍ଷତି ହୋଇଛି, ଏଭଳି ସ୍ଥିତିରେ ବୌଦ୍ଧିକ ଅକ୍ଷମତା ଥିବା ଛାତ୍ରଛାତ୍ରୀ ପୁରୁଣା ପାଠପଢ଼ା ରୁଟିନ୍ ସହ ଖାପଖୁଆଇ ପାରୁନାହାନ୍ତି
୩ ଦୃଷ୍ଟିହୀନ ପିଲାଙ୍କର ମା’ ସରନ୍ୟା ସେମାନଙ୍କ ସହ ସ୍କୁଲ ଯାଇଥାନ୍ତି । ଏହି ଏକାକୀ ମା’ଙ୍କ ଲାଗି ଗୁମିଡିପୁଣ୍ଡିରୁ ଚେନ୍ନାଇ ଯାଏ ଏହା ୧୦୦ କିମିର ଏକ ଦୈନନ୍ଦିନ ଯାତ୍ରା
ତାଙ୍କ କାନ୍ଧରେ ହାତ ରଖି , ସେ ତାଙ୍କର ମାର୍ଗଦର୍ଶନ କରନ୍ତି - ମଦୁରାଇର ଏହି ସ୍ୱାମୀ ଏବଂ ସ୍ତ୍ରୀ ମିଶିକରି ଜୀବନର ସମସ୍ତ ବାଧାବିଘ୍ନର ମୁକାବିଲା କରନ୍ତି। କିନ୍ତୁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଶାରିରୀକ ଅକ୍ଷମତା ସେମାନଙ୍କର ଦୈନନ୍ଦିନ ଜୀବନକୁ ସଂଘର୍ଷମୟ କରିଦେଇଛି
ଶ୍ରୀନଗରର ଦୁର୍ଗମ ରାଖ-ଏ-ଅର୍ଥ ପୁନର୍ବାସ କଲୋନିକୁ ଚାଲିଯିବା ପରେ, ସେରିବ୍ରାଲ ପାଲ୍ସିରେ ପୀଡ଼ିତ ପୁଅ ପାଇଁ ସ୍ଵାସ୍ଥ୍ୟସେବା ଉପଲବ୍ଧ କରାଇବା ଏବଂ ମଜୁରି ଭିତ୍ତିରେ କାମ ପାଇବା ପାଇଁ ଘୋର ସଂକଟର ସମ୍ମୁଖୀନ ହୋଇଛନ୍ତି ଅଖୁନ ପରିବାର
ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ର ବିକଳ୍ପ ବିନା ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର କୃଷକ ପରିବାରଗୁଡ଼ିକରେ ପିଲାମାନେ ତଳକୁ ଖସିଛନ୍ତି ଏବଂ ସେମାନଙ୍କ ପିତାମାତାଙ୍କ ଉଦ୍ବେଗ ବଢ଼ିବାରେ ଲାଗିଛି
ଗୋଡ଼ ଖରାପ ଥିଲେ ମଧ୍ୟ, କୃଷି ବିଲ୍କୁ ବିରୋଧ କରି ନାସିକରୁ ଦିଲ୍ଲୀ ଅଭିମୁଖେ ବାହାରିଥିବା ବର୍ତ୍ତମାନର ଗାଡ଼ି ଶୋଭାଯାତ୍ରାରେ, ନିଜ ଗ୍ରାମ ପରଗାଓଁର ଲୋକମାନଙ୍କ ପାଇଁ ମତ୍ସ୍ୟଜୀବୀ ପ୍ରକାଶ ଭଗତ ରୋଷେଇ କରୁଛନ୍ତି।
ଗତବର୍ଷ, ପ୍ରତିଭା ହିଲିମ୍ ଗାଙ୍ଗ୍ରିନ୍ କାରଣରୁ ନିଜର ସମସ୍ତ ଚାରୋଟିଯାକ ବାହୁ ହରାଇଥିଲେ । କିନ୍ତୁ ମହାରାଷ୍ଟ୍ରର ପଲଘରରେ ଥିବା ଏହି ଆଦିବାସୀ ଶିକ୍ଷକ କିନ୍ତୁ
ମୁମ୍ବାଇର ଲୋକାଲ ଟ୍ରେନ୍ରେ ରୁମାଲ ବିକ୍ରି କରନ୍ତି ବିମଲ ଏବଂ ନରେଶ ଠାକ୍ରେ, ଉଭୟ ଦୃଷ୍ଟିଶକ୍ତିହୀନ । ସେମାନଙ୍କୁ ଏବଂ ଅନ୍ୟ ଅନେକଙ୍କୁ ରୋଜଗାରହୀନ କରିଦେଇଛି ଲକ୍ଡାଉନ୍ । ଏବେ ନାମକୁ ମାତ୍ର ଯାହା ସରକାରୀ ସହାୟତା ସହିତ ଆଗକୁ ଘୋର ଅନିଶ୍ଚିତତା
ସାରା ଜୀବନ ରୋଗ ଏବଂ ଏକାଧିକ ଅସ୍ତ୍ରୋପଚାର ପରେ, ପୁଣେ ଜିଲ୍ଲାର ହଡ଼ଶୀ ଗ୍ରାମ ନିବାସୀ ବିବାବାଇ ଲୋୟରେ ନଇଁ ପଡ଼ିଛନ୍ତି। ତଥାପି ସେ ଚାଷ କାମ ଏବଂ ପକ୍ଷାଘାତର ଶିକାର ନିଜ ସ୍ୱାମୀଙ୍କ ଯତ୍ନ ନେଇଚାଲିଛନ୍ତି
ଅନେକ ସମୟରେ,ବଳପୂର୍ବକ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ଜରିଆରେ ବୌଦ୍ଧିକ ଅକ୍ଷମ ମହିଳାମାନଙ୍କର ଯୌନ ଓ ପ୍ରଜନନ ସ୍ଵାସ୍ଥ୍ୟ ସଂପର୍କିତ ଅଧିକାରର ଉଲ୍ଲଂଘନ କରାଯାଇଥାଏ । କିନ୍ତୁ, ମହାରାଷ୍ଟ୍ରର ୱାଡ଼ି ଗାଁରେ, ମାଲନ ମୋରେଙ୍କ ସୌଭାଗ୍ୟ ଯେ, ତାଙ୍କ ସପକ୍ଷରେ ଥିଲେ ତାଙ୍କ ମାଆ
ବିମଳେଶ ଜୟସ୍ୱାଲ, ଯିଏ କିଛି ବର୍ଷ ତଳେ ହୋଇଥିବା ଏକ ଦୂର୍ଘଟଣାରେ ନିଜର ଏକ ଗୋଡ ହରାଇଥିଲେ, ସେ ତାଲାବନ୍ଦ ସମୟରେ ମହାରାଷ୍ଟ୍ରର ପାନ୍ଭେଲ୍ ଠାରୁ ଏମ୍ପିର ରେୱା ପର୍ଯ୍ୟନ୍ତ, ଏକ ଗିଅର୍ଲେସ୍ ସ୍କୁଟର୍ରେ ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ ଦୀର୍ଘ ୧,୨୦୦ କିଲୋମିଟର ଯାତ୍ରା କରିଛନ୍ତି ।
ମିଜୋରାମ ରାଜୀବନଗରର ଜଣେ ଦୃଷ୍ଟିହୀନ କାରିଗର ଦେବାହାଲା ଚକମା, ଜୀବିକା ଅର୍ଜନ ପାଇଁ ୫୦ ବର୍ଷ ହେଲା ସ୍ପର୍ଶ ଏବଂ ସ୍ମୃତିଶକ୍ତି ବଳରେ ସୂକ୍ଷ୍ମକାମ ବିଶିଷ୍ଟ ଟୋକେଇ ତିଆରି କରିଆସୁଛନ୍ତି ଏବଂ ସେ କହନ୍ତି, ଏବେ ମଧ୍ୟ ସେ ବାଉଁଶରେ ଘରଟିଏ ବି ତିଆରି କରିପାରିବେ ।
ଆଧାର କାର୍ଡର ଅଧିକାରୀ ହେବା କ’ଣ ସବୁ ସରକାରୀ ଯୋଜନାର ଉପଲବ୍ଧତାକୁ ଅନେକ ସହଜ କରିଦେଉଛି ? ଉତ୍ତରପ୍ରଦେଶର ଆହ୍ଲାବାଦ ଜିଲ୍ଲାର ଏକ ଗ୍ରାମରେ ହୋଇଥିବା ଏକ କ୍ଷୁଧା ମୃତ୍ୟୁ ପ୍ରମାଣିତ କରିଦେଇଛି, ଗୋଟିଏ କାର୍ଡ ପାଇବାର ପ୍ରକ୍ରିୟା ଗରିବ ଲୋକଙ୍କୁ ଭାରାକ୍ରାନ୍ତ କରି ଦେଉଛି।
କୁଷ୍ଠରେ ପାର୍ବତୀ ଦେବୀଙ୍କ ଆଙ୍ଗୁଠି ସବୁ ନଷ୍ଟ ହୋଇଯାଇଥିଲା। ତାଙ୍କ ଭଳି ଅକର୍ମଣ୍ୟ ହୋଇ ଯାଇଥିବା ଜହାର ସଂଖ୍ୟାର ଲୋକ ଲକ୍ଷ୍ନୌରେ ଅଛନ୍ତି। ଏମାନେ ଆଧାର କାର୍ଡ ପାଇପାରି ନାହାନ୍ତି। ଫଳରେ ଭିନ୍ନକ୍ଷମ ଭତ୍ତା ଏବଂ ରାସନ କାର୍ଡରୁ ଏମାନେ ବଞ୍ଚିତ।
ଗତ ପଚାଶ ବର୍ଷ ହେବ ଯଦୁଗୁଡ଼ା ଖଣି ସମେତ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ୟୁରାନିୟମ ଖଣି ନିକଟସ୍ଥ ଗ୍ରାମର ଲୋକମାନେ ତେଜଷ୍କ୍ରିୟ କାଦୁଅ ଓ ବିଷାକ୍ତ ପୋଖରୀ ନିମନ୍ତେ ଅନେକ ମୂଲ୍ୟ ଦେଇସାରିଲେଣି।
ମରାଠାୱାଡ଼ାରେ ନିୟମିତ ମରୁଡ଼ି ସାୱରଖେଡ଼ ପରି ଗ୍ରାମର ଲୋକମାନଙ୍କୁ ବୋରୱେଲ୍ଗୁଡ଼ିକରୁ ଫ୍ଲୋରାଇଡ୍ ପ୍ରଦୂଷିତ ଭୂତଳ ଜଳ ପିଇବାକୁ ବାଧ୍ୟ କରିଛି। ଏହା ଅନେକଙ୍କ ପାଇଁ ଫ୍ଲୋରୋସିସ୍ର କାରଣ ହୋଇଛି।
ପରୀର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ଭାରତର ୩୦୦ ଟି ଗାଁ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ମଧ୍ୟରେ ଏହି କାହାଣୀଟି ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫର ଏକ ସ୍କେଚ୍। ପରୀର ଏହା ଷଷ୍ଠ ସିରିଜ। ଫଟୋ କିମ୍ବା ସ୍କେଚ୍ ପୁରା ଦେଖିବା ପାଇଁ ସ୍ଲାଇଡରକୁ ଯେକୌଣସି ଉପାୟରେ ଟାଣନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/living-with-disability-in-rural-india-or