ପୁଣିଥରେ ଆନ୍ଦୋଳନରତ ଆଶା କର୍ମୀଙ୍କୁ ମିଳିଲା ସରକାରୀ ପ୍ରତିଶ୍ରୁତି
ମହାରାଷ୍ଟ୍ରର ୩୬ଟି ଜିଲ୍ଲାରେ ହଜାର ହଜାର ଆଶା କର୍ମୀ-– ମହିଳା ସ୍ୱାସ୍ଥ୍ୟ କର୍ମୀ – ଠିକ୍ ସମୟରେ ଉନ୍ନତ ବେତନ ପାଇଁ ସରକାରୀ ଆଦେଶ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିକଟରେ ସହରର ଆଜାଦ ମୈଦାନରେ ସେମାନଙ୍କର ଧାରଣା ୨୧ ଦିନ ଧରି ଚାଲିଥିଲା ଏବଂ ସେମାନଙ୍କ ଦାବି ପୂରଣ କରିବା ଲାଗି ସରକାର ପୁନର୍ବାର ପ୍ରତିଶ୍ରୁତି ଦେବା ପରେ ପ୍ରତ୍ୟାହୃତ ହୋଇଥିଲା । ଗତ ଛଅ ମାସ ମଧ୍ୟରେ ସରକାର ସେମାନଙ୍କୁ ତୃତୀୟ ଥର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ସବୁ ପ୍ରତିଶ୍ରୁତି କେବଳ କାଗଜକଲମରେ ରହି ଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ସବୁ ମହିଳା, ସେମାନଙ୍କ ଏକତା ଓ ଅଧିକାର ପାଇଁ ସଂଘର୍ଷକୁ ନେଇ ପ୍ରସ୍ତୁତ କାହାଣୀ























