ବିବାହ ଖୁବ୍ ସରଳ ଏବଂ ଅନ୍ତରଙ୍ଗ ବ୍ୟାପାର, ସାରା ସମୂହ ଆଗେଇ ଆସେ ଦାୟିତ୍ୱ ବାଣ୍ଟିବାକୁ। ୨୦୦୯ ମସିହାର ଏହି ବିବାହରେ ପଡ଼ୋଶୀ ଗାଁର ଯୁବକମାନେ ମଧ୍ୟ ବିବାହ ଉତ୍ସବକୁ ଆସିଥିଲେ ଧାପ୍ ବଜାଇବାକୁ। ଏହା ଏକ ଲୋକପ୍ରିୟ ସ୍ଥାନୀୟ ବାଦ୍ୟ।
ଅନେକ ସମୂହରେ ମହିଳାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଏନି, କିନ୍ତୁ ଡୋଙ୍ଗରିଆ କନ୍ଧମାନେ ବଧୂର ଇଚ୍ଛାକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତି। ବର ଲୋଡୋ ସିକାକାଙ୍କୁ ତାଙ୍କର ଭାବି ବଧୂ ତେଲିଡ଼ି ସ୍ୱୀକାର କରିଛନ୍ତି।
ଏହାରେ ତିଲିଡି ଅନ୍ୟ ମହିଳା ସଦସ୍ୟମାନଙ୍କ ସହ ଯାଉଛନ୍ତି। ସେମାନେ ଏକ ବାରମାସୀ ପାହାଡ଼ି ଝରଣାରୁ ପାଣି ଆଣିବା ପାଇଁ ମୁଣ୍ଡରେ ପିତ୍ତଳ ଗରା ବୋହି ନେଉଛନ୍ତି। ଏହି ପାଣିରେ ଅନ୍ନ ରନ୍ଧାହେବ ଏବଂ ବଧୂ ଏହାକୁ ଧରଣୀ ପେନୁ( ଦେବୀ ପୃଥିବୀ)ଙ୍କୁ ଅର୍ପଣ କରିବେ।
ବଧୂର ଯୁବ ସାଥୀମାନେ ବରର ଗାଁ ଲଖ୍ପଦରକୁ ଯିବା ସମୟରେ ରାସ୍ତା ସାରା ନାଚୁଛନ୍ତି, ଅନ୍ୟ ଗ୍ରାମବାସୀମାନେ ଏହାକୁ ଆଗ୍ରହର ସହ ଦେଖୁଛନ୍ତି।
ଧାପ୍ର ତାଳ ନୃତ୍ୟ ସହ ଏକାକାର ହୋଇଯାଉଛି।
ଏ ମଧ୍ୟରେ ଅନ୍ୟ ଗ୍ରାମବାସୀମାନେ ବିବାହ ଭୋଜି ପ୍ରସ୍ତୁତିରେ ସାହାଯ୍ୟ କରୁଛନ୍ତି- ସାଧାରଣତଃ ଭାତ, ଡାଲି ଓ କମ୍ ତେଲ ମସଲା ଦିଆଯାଇ କାଠଚୁଲିରେ ରନ୍ଧା ଯାଇଥିବା ମାଂସ ଏବଂ ଏହା ପତ୍ର ଥାଳିରେ ପରଷାଯାଏ।
ଦିନର କାର୍ଯ୍ୟକ୍ରମରେ ଏହି ଛୋଟ ଝିଅଟି ଖୁବ୍ ଖୁସି ଅଛି।