ସମଶେର ସିଂ କୁହନ୍ତି - " ଆମର ଟ୍ରାକ୍ଟରଗୁଡିକୁ ତିରଙ୍ଗାରେ ସଜେଇଛୁ କାରଣ ଆମେ ଆମ ଦେଶକୁ ଉଲପାଉ। "ଭାରତୀୟ ପତାକାର ରଙ୍ଗରେ ତାଙ୍କ ଟ୍ରାକ୍ଟରଟି ରିବନ, ବେଲୁନ ଏବଂ ଫୁଲଗୁଡିକ ଦ୍ୱାରା ସଜାହେଉଛି। ସେ ଆହୁରି ମଧ୍ୟ କୁହନ୍ତି " ଆମ ପାଇଁ ଚାଷ ମାତୃଭୂମି ପରି ପ୍ରିୟ ଅଟେ।" "ଆମେ ମାସ ମାସ ଧରି ଜମିକୁ ଚାଷ କରୁ, ଆମେ ଫସଲର ଯତ୍ନ ନେଉଛୁ ଯେଉଁଭଳି ଆମ ମା’ମାନେ ଆମର ଯତ୍ନ ନେଇଥାନ୍ତି। ଏହି ଉଦ୍ଦେଶ୍ୟକୁ ମନ ମଧ୍ୟରେ ରଖି ଆମେ ଆମର ଟ୍ରାକ୍ଟରକୁ ପୃଥିବୀ ମାତା ପରି ସଜାଇଛୁ।"
ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ବିକ୍ଷୋଭ ସ୍ଥାନଗୁଡିକରେ କୃଷକମାନେ ପ୍ରତିସ୍ପର୍ଦ୍ଧା ପାଇଁ ସେମାନଙ୍କର ଟ୍ରାକ୍ଟର ଗୁଡିକୁ ବିଭିନ୍ନ ଥିମରେ ପ୍ରସ୍ତୁତ କରୁଛନ୍ତି । ସେମାନେ ଏହି ରାଲିକୁ ସେହିଭଳି ରଙ୍ଗଯୁକ୍ତ ଏବଂ ଅର୍ଥଯୁକ୍ତ କରିବାକୁ ଚାହାନ୍ତି ଯେଉଁଭଳି ଗଣତନ୍ତ୍ର ଦିବସର ବାର୍ଷିକ ଉତ୍ସବରେ ବିଭିନ୍ନ ରାଜ୍ୟ ଏବଂ ସେମାନଙ୍କର ଭାସମାନ ଥିମ ସହିତ ରାଜଧାନୀ ପ୍ୟାରେଡରେ ପ୍ରତିନିଧିତ୍ୱ କରନ୍ତି। ଫୁଲ, ପତାକା ଏବଂ ଚିତ୍ର ସାରଣୀ ଆଦି ଉପସାଧନ ସହିତ ସଜ୍ଜିତ ହୋଇଥିବା ଟ୍ରାକ୍ଟରଗୁଡିକ ଏକ ନୂତନ ରୂପ ପାଇଛି। ବ୍ୟକ୍ତିଗତ କୃଷକ ତଥା ଫାର୍ମ-ୟୁନିଅନ୍-ନିଯୁକ୍ତ ଦଳ ଗତ କିଛି ଦିନ ଧରି କାର୍ଯ୍ୟ କରୁଛନ୍ତି ଯେ ସେମାନେ ଜାନୁଆରୀ ୨୬ରେ ଠିକ୍ ସମୟରେ ପ୍ରସ୍ତୁତ ହୋଇଛନ୍ତି ।
୫୩ ବର୍ଷୀୟ ସମଶେର କୁହନ୍ତି, ମୋର ଘର ଗୌରେ ନାଙ୍ଗଲରୁ ଗାଡି ଚାଳନାରେ (ଟ୍ରାକ୍ଟର) ଦୁଇ ଦିନ ସମୟ ଲାଗିଥାଏ । ସେ ପଞ୍ଜାବର ଅମୃତସର ଜିଲ୍ଲାର ଏହି ଗ୍ରାମରୁ କୃଷକମାନଙ୍କର ଦାବିକୁ ଦୋହରେଇବା ପାଇଁ, କୃଷି ବିଲ୍ର ସମ୍ପୂର୍ଣ୍ଣ ଉଛେଦ ପାଇଁ ପ୍ୟାରେଡରେ ଭାଗ ନେବାକୁ ଅନ୍ୟ ୨୦ ଜଣ କୃଷକଙ୍କ ସହିତ ହରିୟାଣା ଦିଲ୍ଲୀ ସୀମାବର୍ତ୍ତୀ ଟିକରିକୁ ଆସିଛନ୍ତି ।




