“ଏଇ ସରକାରଙ୍କୁ ଚାଷୀମାନଙ୍କର କୌଣସି ଚିନ୍ତା ନାହିଁ । ଏହା ବଡ଼ ବଡ଼ କମ୍ପାନିଗୁଡିକର ପକ୍ଷରେ ଅଛି । ସେମାନଙ୍କୁ ଏ.ପି.ଏମ୍.ସି ମଧ୍ୟ ଦିଆଯାଇଛି। ସେମାନେ ସେମାନଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ଓ ଚାଷୀମାନଙ୍କୁ କାହିଁକି ନୁହେଁ ?” ବୋଲି ଶାନ୍ତା କାମ୍ବଲେ, ଉତ୍ତର କର୍ଣ୍ଣାଟକ ଜିଲ୍ଲାର ବେଲାଗାଭୀ ଜିଲ୍ଲାର ବେଲାଗଭୀ ତାଲୁକର କୃଷି ଶ୍ରମିକ, କୁହନ୍ତି ।
ସହରର ମଧ୍ୟ ଭାଗର ମାଜେଷ୍ଟିକ୍ ଅଞ୍ଚଳରେ ଥିବା ସିଟି ରେଳ ଷ୍ଟେସନ୍ ନିକଟରେ ଦ୍ଵିପହରରେ ଏକ ରାସ୍ତା ବିଭାଜକରେ ବସି ସେ ନିଜ ଚାରିପାଖରେ ଶୁଣାଯାଉଥିବା ସ୍ୱର - ‘କେନ୍ଦ୍ର ସରକାର ଧିକ୍କାର’ ( ଆମେ କେନ୍ଦ୍ର ସରକାରଙ୍କ ନିନ୍ଦା କରୁଛୁ), ଶୁଣୁଥିଲେ ।
୫୦ ବର୍ଷୀୟ ଶାନ୍ତା, ସାଧାରଣତନ୍ତ୍ର ଦିବସ ବିରୋଧ ରାଲ୍ଲୀରେ ଅଂଶଗ୍ରହଣ କରିବାକୁ ଜାନୁଆରୀ ୨୬ ତାରିଖ ସକାଳୁ ବସ୍ରେ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ । ସେଦିନ ପ୍ରାତଃକାଳରେ, ପୂରା କର୍ଣ୍ଣାଟକର କୃଷକ ଓ କୃଷି ଶ୍ରମିକମାନେ ମାଜିଷ୍ଟିକ୍ରେ ଆସି ପହଞ୍ଚୁଥିଲେ ଯାହାଫଳରେ ସେମାନେ ସେଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଫ୍ରୀଡମ୍ ପାର୍କରେ ପହଞ୍ଚି ଦିଲ୍ଲୀରେ ତିନି ନୂଆ କୃଷି ଆଇନ୍ ବିପକ୍ଷରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଟ୍ରାକ୍ଟର ପରେଡ୍ର ସମର୍ଥନ କରିବା ପାଇଁ ଡକା ଯାଇଥିବା ବୈଠକରେ ସେମାନେ ଯୋଗ ଦେଇପାରିବେ ।
ସେପଟେ, ଶାନ୍ତା , ନିଜ ଅଞ୍ଚଳରେ, ଆଳୁ, ଡାଲି ଜାତୀୟ ଶସ୍ୟ ଓ ଚିନାବାଦାମ ଆଦି ଗଛ ରୋଇ ଓ ଚାଷ ଜମିରୁ ଅଗଚ୍ଛାସବୁ ସଫା କରି ଦିନକୁ ପ୍ରାୟ ଟ୨୮୦ଙ୍କା ଉପାର୍ଜନ କରନ୍ତି । କୃଷି କାମ ନଥିଲାବେଳ ସେ ଏମ୍.ଜି.ଏନ୍.ଇ.ଆର୍.ଇ.ଜି.ଏ କାମ ମଧ୍ୟ କରନ୍ତି । ତାଙ୍କର ଦୁଇ ପୁଅ, ଯେଉଁମାନଙ୍କର ବୟସ ଯଥାକ୍ରମେ ୨୮ ଓ ୨୫ ବର୍ଷ ହେବ, ସେମାନେ ମଧ୍ୟ ଏମ୍.ଜି.ଏନ୍.ଇ.ଆର୍.ଇ.ଜି.ଏ ଅଧୀନରେ ଉପଲବ୍ଧ ହେଉଥିବା କାମ କରନ୍ତି ।
“ତାଲାବନ୍ଦ ସମୟରେ (କୋଭିଡ୍ -୧୯) ଆମ ପାଖରେ ଖାଇବାକୁ ଉଚିତ ଖାଦ୍ୟ କିମ୍ବା ପାଣି ନଥିଲା,” ବୋଲି ସେ କୁହନ୍ତି । ସରକାର କେବେ ମଧ୍ୟ ଆମ ବିଷୟରେ ଚନ୍ତା କରୁନାହାନ୍ତି ।
ରେଳ ଷ୍ଟେସନ୍ର ପାର୍କିଂ ଅଞ୍ଚଳରେ ଚାଷୀମାନଙ୍କର ଗୋଟିଏ ଦଳ ଚିତ୍କାର କରୁଥିଲେ ଯେ, “ଆମକୁ ଏ.ପି.ଏମ୍.ସି ଦରକାର । ନୂଆ ଆଇନ୍ ଫେରାଇ ନିଅ’’।








