ହିଂସା ପାଇଁ ଯଦି ପୋଲିସ ଲାଠି ପ୍ରୟୋଗ କରିନଥାନ୍ତା, ତେବେ ଉତ୍ତର ପ୍ରଦେଶର ବାଘପତ ଜିଲ୍ଲାରେ ବିରୋଧ କରୁଥିବା ଚାଷୀମାନେ ଜାନୁଆରୀ ୨୭ରେ ବିରୋଧ ସ୍ଥଳ ଛାଡ଼ିନଥାନ୍ତେ । ବରୌତ ସହର, ଯେଉଁଠାରେ ସେମାନେ ବସିରହି ବିରୋଧ ପ୍ରଦର୍ଶନ କରୁଥିଲେ, ସେଠାକାର ଜଣେ ଆଖୁଚାଷୀ ୫୨ ବର୍ଷୀୟ ବ୍ରିଜପାଲ ସିଂ କହନ୍ତି "୪୦ ଦିନ ଧରି ଏ ବିରୋଧ ପ୍ରଦର୍ଶନ ଚାଲି ଆସୁଅଛି ।"
ବ୍ରିଜପାଳ ଯିଏ କି ବରୌତରେ ପାଞ୍ଚ ଏକର ଚାଷ ଜମିର ମାଲିକ, ଆହୁରି ମଧ୍ୟ କୁହନ୍ତି, "ଏହା ରାସ୍ତା ରୋକ ମଧ୍ୟ ନଥିଲା । ଆମେମାନେ ଶାନ୍ତ ଭାବରେ ଆମର ଗଣତାନ୍ତ୍ରିକ ଅଧିକାରକୁ ପ୍ରଦର୍ଶନ କରୁଥିଲୁ । ୨୭ ଜାନୁଆରୀ ରାତିରେ ପୁଲିସ ହଠାତ ଆମକୁ ପିଟିବା ଆରମ୍ଭ କରିଦେଲେ । ସେମାନେ ଆମର ତମ୍ବୁ ସବୁକୁ ଚିରିଦେଲେ ଏବଂ ବାସନ ପତ୍ର ଓ ଲୁଗା ପଟା ସବୁ ନେଇଗଲେ । ଏପରିକି ସେମାନେ ବୃଦ୍ଧ ଏବଂ ଶିଶୁମାନଙ୍କୁ ଛାଡିଲେନି ।"
ନୂତନ କୃଷି ଆଇନ ବିରୋଧରେ ସେହି ଜାନୁୟାରୀ ରାତି ପର୍ଯ୍ୟନ୍ତ, ସମଗ୍ର ଜିଲ୍ଲାରୁ ପ୍ରାୟ ୨୦୦ କୃଷକ ବରୌତର ବାଘପତ - ସାହାରନପୁର ରାଜପଥରେ ଏକ ବିରୋଧ ପ୍ରଦର୍ଶନ କରୁଥିଲେ । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ସେପ୍ଟେମ୍ବର ୨୦୨୦ରେ ପ୍ରବର୍ତ୍ତନ କରିବା ଦିନ ଠାରୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନଙ୍କ ମଧ୍ୟରେ ସେମାନେ ମଧ୍ୟ ଅନ୍ତର୍ଭୁକ୍ତ ।
ଏହି ଆଇନ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬, ୨୦୨୦ ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନ କରୁଥିବା ହରିୟାଣା ଏବଂ ପଞ୍ଜାବର କୃଷକମାନଙ୍କର ସମର୍ଥନରେ ବାଘପତ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ( UP ) ର ଅନ୍ୟାନ୍ୟ ଅଞ୍ଚଳରୁ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ବ୍ରିଜପାଲ ଯିଏ କି ଦେଶଖାପ - ସର୍ବ ପୁରୁଷ ବାଘପତ ଅଞ୍ଚଳରେ ତୋମାର ଗୋଷ୍ଠୀ ପରିଷଦର ମଧ୍ୟ ସ୍ଥାନୀୟ ନେତା, କହନ୍ତି, "ପ୍ରଶାସନ ଜିଲ୍ଲା " ଆମର କୃଷି କ୍ଷେତ୍ର ସବୁ ଜଳପୂର୍ଣ୍ଣ କରିଦେବାକୁ ଧମକ ଦେଇଥିଲା । ଯେତେବେଳେ କିଛି କାମ ଦେଲାନି, ଆମେ ରାତିରେ ଶୋଇଥିବା ବେଳେ ପୋଲିସ ଲାଠି ଚାର୍ଜ କରିଥିଲା । ଆମେମାନେ ଆଶ୍ଚର୍ଯ୍ୟ ହୋଇଗଲୁ ।"




