୪୫ ବର୍ଷୀୟ ବିଜୟବାଇ ଗଙ୍ଗୋରଦେ କୁହନ୍ତି, "ଆମେମାନେ ଶେଠ (ଜମିମାଲିକ )ଙ୍କ ଠାରୁ ଏଠାକୁ ଆସିବା ପାଇଁ ହଜାରେ ଟଙ୍କା ଲେଖାଏଁ ଋଣ କରିଥିଲୁ । ପ୍ରତିବଦଳରେ ଆମେ ସେମାନଙ୍କ ଜମିରେ ୪-୫ ଦିନ କାମ କରିବୁ ।" ସେ ଏକ ନୀଳ ଏବଂ କମଳା ରଙ୍ଗର ଟେମ୍ପୋରେ ଆସି ନାସିକରେ ଜାନୁଆରୀ ୨୩ ମଧ୍ୟାହ୍ନରେ ପହଞ୍ଚିଲେ, ଯାହାକି ସହରର ଗଲ୍ଫ କ୍ଲବ ମୈଦାନରେ ପହଞ୍ଚିବାରେ ପ୍ରଥମ । ଏହିଠାରୁ ଗାଡିରେ ମୁମ୍ବାଇକୁ ଯାଠ (ରାଲିରେ) ଯୋଗ ଦେବେ ।
ନାସିକ ଜିଲ୍ଲାର ଦିନ୍ଦୋରି ତାଲୁକ ମୋହାଦି ଗ୍ରାମର ୪୧ ବର୍ଷୀୟ ତାରାବାଈ ଯାଦବ, ଯିଏ କି ବିଜୟବାଈଙ୍କର ସମ୍ପର୍କୀୟା ମଧ୍ୟ, ତାଙ୍କ ସହିତ ଯାତ୍ରା କରୁଥିଲେ । ସେମାନେ ଉଭୟ ଦୈନିକ ୨୦୦-୨୫୦ ଟଙ୍କା ମଜୁରିରେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।
ପାଖାପାଖି ୧୫,୦୦୦ କୃଷକ ନନ୍ଦେଡ଼, ନାଂଦୁରବାର, ନାସିକ ଏବଂ ମହାରାଷ୍ଟ୍ରର ପାଲଘର ଜିଲ୍ଲାଗୁଡ଼ିକରୁ - ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ କରିବାକୁ ୧୮୦ କିଲୋମିଟର ଦୂରରେ ଥିବା ମୁମ୍ବାଇର ଆଜାଦ ମୈଦାନ ଯିବାକୁ ସମ୍ପର୍କୀୟମାନେ ଅନ୍ୟ କୃଷକମାନଙ୍କ ସହିତ ଯୋଗ ଦେବାକୁ ନାସିକକୁ ଆସିଥିଲେ । "ଆମେ ଆମର ଉପଜୀଵିକା (ବୃତ୍ତି ) ପାଇଁ ଶୋଭାଯାତ୍ରାରେ ଆଗେଇ ଚାଲିବୁ ।"
ଜାନୁଆରୀ ୨୫,୨୬ ରେ ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କର ବାସଭବନ ଠାରେ ସଂୟୁକ୍ତ ସେତକାରୀ କାମଗର ମୋର୍ଚ୍ଚା ଦ୍ୱାରା ଏକ ଧାରଣା ପ୍ରଦର୍ଶିତ ଧର୍ମଘଟ କରିବା ଏବଂ ଏକ ଶୋଭାଯାତ୍ରାରେ ଦିଲ୍ଲୀ ସୀମାରେ ବିରୋଧୀ କୃଷକମାନଙ୍କ ସହିତ ଆମର ଏକତା ପ୍ରଦର୍ଶନ ପାଇଁ ସର୍ବ ଭାରତୀୟ କିଷାନ ସଭା (AIKS) ଆୟୋଜନ କରିଛନ୍ତି । ଏହି ବିରୋଧ ପାଇଁ ମହାରାଷ୍ଟ୍ରର ୨୧ ଜିଲ୍ଲାର ପ୍ରସ୍ତାବକମାନେ ମୁମ୍ବାଇରେ ଏକତ୍ରିତ ହୋଇଛନ୍ତି ।









