ସର୍ତ୍ତ ଓ ନିୟମାବଳି
1.
ଏହି ୱେବ୍ସାଇଟ୍ର ବ୍ୟବହାର ନିମ୍ନୋକ୍ତ ନିୟମ ଏବଂ ସର୍ତ୍ତାବଳି ଦ୍ୱାରା ପ୍ରଶାସିତ ଯାହା ଗୋପନୀୟତା ନୀତି, ଦାନର ବିଜ୍ଞପ୍ତି କିମ୍ବା ସ୍ୱତ୍ୱାଧିକାର ନିୟମଗୁଡ଼ିକ ଅନ୍ତର୍ଭୁକ୍ତ କରିଥାଏ ।
2.
ଆପଣ ଏହି ୱେବ୍ସାଇଟ୍ର ବ୍ୟବହାର ଜାରି ରଖିବା ଆପଣ ପ୍ରଥମ ଥର ପାଇଁ ଏହି ୱେବ୍ସାଇଟ୍ ବ୍ୟବହାର ଆରମ୍ଭ କରିବା ସମୟରୁ ଏହାର ନିୟମ ଏବଂ ସର୍ତ୍ତାବଳିର ଗ୍ରହଣୀୟତା ଗଠନ କରେ । ଯଦି ଆପଣ ନିୟମ ଏବଂ ସର୍ତ୍ତାବଳିଗୁଡ଼ିକ ପ୍ରତି ସହମତ ନୁହଁନ୍ତି (ଗୋପନୀୟତା ନୀତି, ସ୍ୱତ୍ୱାଧିକାର ନିୟମ ଏବଂ ଅସ୍ୱୀକରଣ) ଦୟାକରି ଏହି ୱେବ୍ସାଇଟ୍ରୁ ବାହାରକୁ ଚାଲି ଯାଆନ୍ତୁ କିମ୍ବା ଆପଣଙ୍କର ବ୍ରାଉଜର ୱିଣ୍ଡୋ ବନ୍ଦ କରିଦିଅନ୍ତୁ ।
3.
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ (ପରି) ଯେ କୌଣସି ସମୟରେ ଅନ୍ଲାଇନ୍ରେ ପରିବର୍ତ୍ତନଗୁଡ଼ିକ ପୋଷ୍ଟ୍ କରିବା ଦ୍ୱାରା ଏସବୁ ନିୟମ ଏବଂ ସର୍ତ୍ତାବଳି ପରିବର୍ତ୍ତନ କରିବା ନିମନ୍ତେ ଅଧିକାର ସଂରକ୍ଷିତ ରଖେ - ଆପଣ ହୁଏତ ଏହି କାର୍ଯ୍ୟକାରିତା ପ୍ରତି ବ୍ୟକ୍ତିଗତ ସୂଚନା ଗ୍ରହଣ କରିନଥାଇ ପାରନ୍ତି । ପରିବର୍ତ୍ତନଗୁଡ଼ିକ ପୋଷ୍ଟ୍ କରାଯିବା ପରେ ଆପଣଙ୍କର ଏହି ସାଇଟ୍ର ଉପଯୋଗ ଜାରି ରଖିବା ଏହି ଚୁକ୍ତିନାମା ସଂଶୋଧିତ ହୋଇଥିବା ଅନୁଯାୟୀ ଏହା ପ୍ରତି ଆପଣଙ୍କ ଗ୍ରହଣୀୟତା ଗଠନ କରେ ।
4.
ଆପଣ ଏହି ୱେବ୍ସାଇଟ୍କୁ (ଏବଂ ଏଥିରେ ପ୍ରଦାନ କରାଯାଇଥିବା ବିଷୟବସ୍ତୁ), ସୂଚନା ଜ୍ଞାନକୌଶଳ (ମଧ୍ୟସ୍ଥତାକାରୀ ମାର୍ଗଦର୍ଶିକା ଏବଂ ଗଣମାଧ୍ୟମ ନୈତିକତା ଆଚରଣ ସଂହିତା) ନିୟମାବଳି, 2021 (ସଂଶୋଧିତ ହୋଇଥିବା ଅନୁଯାୟୀ)ର ସର୍ତ୍ତାବଳି ଅନୁଯାୟୀ ଏବଂ କେବଳ ଆଇନପୂର୍ଣ୍ଣ ଉଦ୍ଦେଶ୍ୟ ନିମନ୍ତେ (ଅର୍ଥାତ୍ ଉଦ୍ଦେଶ୍ୟଗୁଡ଼ିକ ଯାହା ଯେ କୌଣସି ପ୍ରକାରେ କପଟତାପୂର୍ଣ୍ଣ, ଅବୈଧ, ଅଣଅଧିକାରିକ କିମ୍ବା କ୍ଷତିକାରକ ନୁହେଁ) ଏବଂ ଏପରି ଏକ ଶୈଳୀରେ ବ୍ୟବହାର ପାଇଁ ସହମତ ହୋଇଛନ୍ତି ଯାହା ଅଧିକାରଗୁଡ଼ିକୁ ଉଲ୍ଲଙ୍ଘନ କରେ ନାହିଁ କିମ୍ବା କୌଣସି ତୃତୀୟ ପକ୍ଷ ଦ୍ୱାରା ଏହି ସାଇଟ୍ର ବ୍ୟବହାର ଏବଂ ଉପଭୋଗକୁ ପ୍ରତିବନ୍ଧିତ କିମ୍ବା ଅବରୋଧ କରେ ନାହିଁ । ବିଶେଷ ଭାବରେ ଆପଣ ଦେଶୀୟ ଏବଂ/କିମ୍ବା ଆନ୍ତର୍ଜାତୀୟ ଭାବରେ ପ୍ରାସଙ୍ଗିକ ସ୍ୱତ୍ୱାଧିକାର ଆଇନଗୁଡ଼ିକୁ ପ୍ରଯୁଜ୍ୟ ହୋଇଥିବା ଅନୁଯାୟୀ ଏବଂ ଅଧିକ ନିର୍ଦ୍ଦିଷ୍ଟ ଭାବରେ ସ୍ୱତ୍ୱାଧିକାର ନିୟମଗୁଡ଼ିକରେ ନିର୍ଦ୍ଦିଷ୍ଟ କରାଯାଇଥିବା ଅନୁଯାୟୀ ଅନୁସରଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ବିଶେଷ ଭାବରେ, ଏହି ୱେବ୍ସାଇଟ୍ ବ୍ୟବହାର ଜାରି ରଖିବା ଦ୍ୱାରା ଆପଣ ଏଥିରେ ଉପଲବ୍ଧ କୌଣସିଟି ବିଷୟବସ୍ତୁ ପରୀର ପ୍ରାକ୍ ଅନୁମତି ବିନା କୌଣସି ବ୍ୟବସାୟିକ କାରଣ, ତାହା ଯାହା ବି ହୋଇଥାଉ ନା କାହିଁକି, ସେଥିପାଇଁ ଉପଯୋଗ ନ କରିବାକୁ ସହମତ ହୋଇଛନ୍ତି । ଏହି ୱେବ୍ସାଇଟ୍ରୁ ବିଷୟବସ୍ତୁର ବ୍ୟବହାର ସମ୍ପର୍କରେ ଅଧିକ ସୂଚନା ପାଇଁ ଦୟାକରି ସ୍ୱତ୍ୱାଧିକାର ନିୟମଗୁଡ଼ିକ ଅନୁସରଣ କରନ୍ତୁ
5.
ବିଷୟବସ୍ତୁ ଏକ ସ୍ୱତ୍ୱାଧିକାର କିମ୍ବା ଅନ୍ୟ କୌଣସି ଅଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗର ସୂଚନା ପ୍ରଦାନ କରିବା ପାଇଁ ଦୟାକରି ସ୍ୱତ୍ୱାଧିକାର ନିୟମଗୁଡ଼ିକ ଏବଂ ବିଶେଷ ଭାବରେ ଉଲ୍ଲଙ୍ଘନ ସାମଗ୍ରୀର ସୂଚନା ନିମନ୍ତେ ଫର୍ମକୁ ଅନୁସରଣ କରନ୍ତୁ।
6.
ୱେବ୍ସାଇଟ୍ରେ ଯେ କୌଣସି ଉପଭୋକ୍ତା ସୃଷ୍ଟ ବିଷୟବସ୍ତୁ ସମେତ ମନ୍ତବ୍ୟ, ପରାମର୍ଶ ଇତ୍ୟାଦିକୁ ସୀମିତ କରିବାର ଅଧିକାର ପରୀ ସଂରକ୍ଷଣ କରେ ।
7.
ପରୀ ଏହି ୱେବ୍ସାଇଟ୍ରେ କୌଣସି ବ୍ୟକ୍ତିଗତ ସେବାର ବ୍ୟବସ୍ଥା ବିଚ୍ଛିନ୍ନ କରିବା, ନିଲମ୍ବନ କରିବାର କିମ୍ବା ସମ୍ପୂର୍ଣ୍ଣ ଭାବରେ କୌଣସି ବିଜ୍ଞପ୍ତି କିମ୍ବା ଏହା ପକ୍ଷରୁ କୌଣସି ଉତ୍ତରଦାୟିତ୍ୱ ବିନା ଏହି ୱେବ୍ସାଇଟ୍ ବାତିଲ୍ କରିବା କିମ୍ବା ଜାରି ନ ରଖିବା ନିମନ୍ତେ ଅଧିକାର ସଂରକ୍ଷିତ କରେ ।
8.
ଏହି ସାଇଟ୍ ଏବଂ ପରି/ପରି ୱେବ୍ସାଇଟ୍ ସମ୍ପର୍କରେ କିମ୍ବା ଏଥିସହ ସମ୍ପର୍କିତ ସୂଚନା, ନାମ, ଛବିଗୁଡ଼ିକ, ଭିଡିଓଗୁଡ଼ିକ, ଫଟୋଗୁଡ଼ିକ, ଲୋଗୋଗୁଡ଼ିକ ‘‘ଯଥାବତ୍’’ କୌଣସି ଉପସ୍ଥାପନା କିମ୍ବା ସମର୍ଥନ ବିନା ଏବଂ ପ୍ରକାଶିତ କିମ୍ବା ସୂଚିତ କୌଣସି ପ୍ରକାର ୱାରେଣ୍ଟି ବିନା ପ୍ରଦାନ କରାଯାଇଛି । କୌଣସି ଘଟଣାରେ ପରୀ କୌଣସି ହାନି ପାଇଁ ଉତ୍ତରଦାୟୀ ହେବ ନାହିଁ, ଏ ମଧ୍ୟରେ ପରୋକ୍ଷ କିମ୍ବା ପରିଣାମଗତ କ୍ଷୟକ୍ଷତି କିମ୍ବା ଯାହା ବ୍ୟବହାର କାରଣରୁ କିମ୍ବା ଏପରି ବ୍ୟବହାର ସମ୍ପର୍କରେ କିମ୍ବା ଏହା ଚୁକ୍ତିନାମାରେ କିମ୍ବା ଅବହେଳାରେ ହୋଇଥାଉନା କାହିଁକି ଏହି ସାଇଟ୍ର ବ୍ୟବହାର ହାନି କାରଣରୁ ସୃଷ୍ଟି ହୋଇପାରେ ତାହା ଅନ୍ତର୍ଭୁକ୍ତ, କିନ୍ତୁ ଏହା ମଧ୍ୟରେ ସୀମିତ ନୁହେଁ । ପରୀ ଏହି ସାଇଟ୍ରେ ଥିବା ସାମଗ୍ରୀରେ ଥିବା କାର୍ଯ୍ୟଗୁଡ଼ିକ ଅଣପ୍ରତିରୋଧିତ କିମ୍ବା ତ୍ରୁଟିମୁକ୍ତ ହେବା ସମ୍ପର୍କରେ, ଏହା ଯେ ତ୍ରୁଟିଗୁଡ଼ିକ ସଂଶୋଧନ ହେବ କିମ୍ବା ଏହା ଯେ ଏହି ସାଇଟ୍ କିମ୍ବା ଏହାକୁ ଉପଲବ୍ଧ କରୁଥିବା ସର୍ଭର ଭାଇରସ୍ କିମ୍ବା ବଗ୍ରୁ ମୁକ୍ତ କିମ୍ବା ସାମଗ୍ରୀର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା, ସଠିକତା ଏବଂ ବିଶ୍ୱସନୀୟତାକୁ ଉପସ୍ଥାପିତ କରିବାର କୌଣସି ପ୍ରତିଶ୍ରୁତି ଦିଏନାହିଁ । ଦୟାକରି ଅଧିକ ବିବରଣୀ ନିମନ୍ତେ ଅସ୍ୱୀକରଣ ଦେଖନ୍ତୁ ।
9.
ପରୀ କୁକିଜ୍ ବ୍ୟବହାର କରେ ଏବଂ ଦେୟ ପ୍ରକ୍ରିୟାକରଣ ଉଦ୍ଦେଶ୍ୟରେ, ଏଥିସହିତ ଟ୍ରାଫିକ୍ ବିଶ୍ଳେଷଣ ନିମନ୍ତେ ଆପଣଙ୍କ ସୂଚନା ସଂଗ୍ରହ କରିବା ନିମନ୍ତେ ଅଧିକାର ସଂରକ୍ଷିତ କରେ, ଯେପରି ଅଧିକ ବିଶେଷ ଭାବରେ ଗୋପନୀୟତା ନୀତିରେ ବ୍ୟାଖ୍ୟା କରାଯାଇଛି ।
10.
ଆପଣ ଏହି ୱେବ୍ସାଇଟ୍ ପ୍ରତି ଏକ ଲିଙ୍କ୍ ସୃଷ୍ଟି କରିପାରିବେ, ଯଦିଓ ଏହା ଆପଣ ନିଜସ୍ୱ ବିପଦରେ କରିବା ଉଚିତ୍ ଏବଂ ଏହି ରାଜିନାମାର ନିୟମଗୁଡ଼ିକ ଏହି ସାଇଟ୍ ସହିତ ଲିଙ୍କ୍ କରିବା ଦ୍ୱାରା ଆପଣଙ୍କର ଏହି ସାଇଟ୍ର ବ୍ୟବହାର ଦ୍ୱାରା ଲାଗୁ ହେବ ।
11.
ପରୀ ୱେବ୍ସାଇଟ୍ରେ ପ୍ରଦାନ କରାଯାଉଥିବା ବିଷୟବସ୍ତୁଗୁଡ଼ିକ କେବଳ ଶିକ୍ଷଣୀୟ ଏବଂ ସୂଚନାତ୍ମକ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ । ପରୀ କୌଣସି ଉଦ୍ଦେଶ୍ୟରେ ଅନ୍ଲାଇନ୍ରେ ପ୍ରସ୍ତୁତ କରାଯାଇଥିବା ବିଷୟବସ୍ତୁ ଏବଂ ସୂଚନାର ଉପଯୁକ୍ତତା ସମ୍ପର୍କରେ କୌଣସି ଉପସ୍ଥାପନା କରେ ନାହିଁ ।
12.
ଏହି ୱେବ୍ସାଇଟ୍ରେ ଥିବା ସୂଚନା ସାମ୍ପ୍ରତିକ ଏବଂ ଅବିକଳ ତାହା ସୁନିଶ୍ଚିତ କରିବା ପାଇଁ ପରୀ ଉଚିତ୍ ପ୍ରୟାସ ଉପଯୋଗ କରିଥାଏ । ଆଇନ ଦ୍ୱାରା ଅନୁମୋଦିତ ହେବା ପର୍ଯ୍ୟନ୍ତ ପରୀ ଏହି ୱେବ୍ସାଇଟ୍ ମଧ୍ୟରେ ଥିବା ସୂଚନାର ସଠିକତା, ବିଶ୍ୱସନୀୟତା, ସମ୍ପୂର୍ଣ୍ଣତା କିମ୍ବା ସାମ୍ପ୍ରତିକତାର କୌଣସି ଉପସ୍ଥାପନା କିମ୍ବା ନିଶ୍ଚିତତା ପ୍ରଦାନ କରେ ନାହିଁ ।
13.
ଏହି ୱେବ୍ସାଇଟ୍ କିମ୍ବା ଏଥିରେ ଥିବା କୌଣସି ସୂଚନାର ବ୍ୟବହାର ଆପଣଙ୍କ ନିଜସ୍ୱ ବିପଦରେ। ପରି, ଏହାର କର୍ମଚାରୀମାନେ, ଏଜେଣ୍ଟମାନେ, ଉପଦେଷ୍ଟାମାନେ ଏବଂ ପ୍ରତିନିଧିମାନେ କୌଣସି ଦାୟିତ୍ୱ ଗ୍ରହଣ କରନ୍ତି ନାହିଁ, ଏ ମଧ୍ୟରେ ଅବହେଳା, ଶାରୀରିକ କ୍ଷତି, ବ୍ୟକ୍ତିଗତ ଆଘାତ, କୌଣସି ପ୍ରକାରର ଆର୍ଥିକ କ୍ଷତି, ଦାମ୍ କିମ୍ବା ବ୍ୟୟ କିମ୍ବା ଏହି ସାଇଟ୍ରେ ହୋଇଥିବା କୌଣସି ତ୍ରୁଟି କିମ୍ବା ବାଦ୍ ପଡ଼ିବା କିମ୍ବା ଏହି ୱେବ୍ସାଇଟ୍ର ବିଷୟବସ୍ତୁ ଉପରେ ବିଶ୍ୱାସ କାରଣରୁ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କିମ୍ବା କାର୍ଯ୍ୟାନୁଷ୍ଠାନହୀନତାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପରିଣାମ ଭାବରେ କାହା ଦ୍ୱାରା କୌଣସି ପ୍ରକାର କ୍ଷତି କିମ୍ବା ହାନି ଭୋଗ କରାଗଲେ ଏହା ନିମନ୍ତେ ଦାୟିତ୍ୱ ଅନ୍ତର୍ଭୁକ୍ତ ।
14.
ସମସ୍ତ ତୃତୀୟ ପକ୍ଷ ବିଷୟବସ୍ତୁ ସମେତ ପରୀ ୱେବ୍ସାଇଟ୍ରେ ପରିପ୍ରକାଶ କରାଯାଇଥିବା ସୂଚନାର ମତାମତ ଏବଂ ପ୍ରକାଶିତ ହୋଇଥିବା ସାମଗ୍ରୀଗୁଡ଼ିକ, ସେମାନଙ୍କ ଲେଖକମାନଙ୍କର (କିମ୍ବା ଯେପରି ସୂଚିତ କରାଯାଇଛି) ଏବଂ ପରିର ନୁହେଁ । ୱେବ୍ସାଇଟ୍ରେ କୌଣସି ଲିଙ୍କ୍ର ଅନ୍ତର୍ଭୁକ୍ତି ଏହା ସୂଚିତ କରିବା ଜରୁରୀ ନୁହେଁ ଯେ ପରୀ ସେଥିରେ ପ୍ରକାଶ କରାଯାଇଥିବା ଦୃଷ୍ଟିକୋଣକୁ ସମର୍ଥନ କରିଥାଏ ।
15.
ପରୀ ୱେବ୍ସାଇଟ୍ ହୁଏତ ତୃତୀୟ ପକ୍ଷ ବ୍ଲକ୍ଗୁଡ଼ିକ, ବାହ୍ୟ ପ୍ରଣାଳୀ ଏବଂ ସାମାଜିକ ଗଣମାଧ୍ୟମ ମଞ୍ଚ ଗ୍ରହଣ କରାଯାଇଥିବା ସୂଚନା ଧାରଣ କରିଥାଇପାରେ । ଯେହେତୁ ପରୀ ଏପରି ବ୍ଲଗ୍, ପ୍ରଣାଳୀ କିମ୍ବା ମଞ୍ଚଗୁଡ଼ିକୁ ସୀମିତ କରେ ନାହିଁ, ଏହା ତାହାର ବିଷୟବସ୍ତୁ ନିମନ୍ତେ ଦାୟିତ୍ୱ ଗ୍ରହଣ କରେ ନାହିଁ, ଯାହାକି ପ୍ରାସଙ୍ଗିକ ବ୍ଲଗ୍, ପ୍ରଣାଳୀ କିମ୍ବା ମଞ୍ଚର ବ୍ୟବହାରର ନିୟମଗୁଡ଼ିକ ସହିତ ଅନୁପାଳନରେ ହେବ । ସ୍ଥଳବିଶେଷରେ ପରୀ ଇଣ୍ଟରନେଟ୍ରେ ଅନ୍ୟ ସାଇଟ୍ଗୁଡ଼ିକ ପ୍ରତି ଲିଙ୍କ୍ ପ୍ରଦାନ କରିଥାଏ । ଆପଣ ଅବଗତ ହେବା ଉଚିତ୍ ଯେ ତୃତୀୟ ପକ୍ଷ ସାଇଟ୍ଗୁଡ଼ିକ ପରିର ନିୟନ୍ତ୍ରଣ ଅଧିନରେ ନୁହେଁ । ତେଣୁ, ପରୀ ଅନ୍ୟ (ତୃତୀୟ ପକ୍ଷ) ସାଇଟ୍ଗୁଡ଼ିକରେ କ’ଣ ପ୍ରକାଶିତ ହୋଇଛି ସେଥିପାଇଁ ଦାୟୀ ନୁହେଁ ଏବଂ ଏସବୁ ସାଇଟ୍ର ବିଷୟବସ୍ତୁ ସମ୍ପର୍କରେ କୌଣସି ଉପସ୍ଥାପନା କରେ ନାହିଁ ।
16.
ନିୟମ ଏବଂ ସର୍ତ୍ତାବଳିର ଯେ କୌଣସି ଭାବରେ, ଯେ କୌଣସି ଅତିକ୍ରମଣ ପରିକୁ ଏପରି ଅତିକ୍ରମଣ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୌଣସି ଆଇନପୂର୍ଣ୍ଣ ପଦକ୍ଷେପ ନେବାକୁ ଅଧିକାର ଦିଏ, କିନ୍ତୁ ଏହା ୱେବ୍ସାଇଟ୍କୁ ଆପଣଙ୍କ ଅଭିଗମ୍ୟତାକୁ ନିଲମ୍ବନ କରିବା, ଏହି ୱେବ୍ସାଇଟ୍କୁ ଯିବା ପାଇଁ ଆପଣଙ୍କୁ ବାରଣ କରିବା, ଆପଣଙ୍କ ଆଇପି ଠିକଣା ବ୍ୟବହାର କରି ୱେବ୍ସାଇଟ୍କୁ ଯାଉଥିବା କମ୍ପ୍ୟୁଟରଗୁଡ଼ିକୁ ପ୍ରତିବନ୍ଧ କରିବା, ଆପଣଙ୍କ ଇଣ୍ଟରନେଟ୍ ସେବାପ୍ରଦାନକାରୀଙ୍କୁ ଏହି ୱେବ୍ସାଇଟ୍କୁ ଆପଣଙ୍କ ଅଭିଗମ୍ୟତାକୁ ପ୍ରତିବନ୍ଧିତ କରିବା ପାଇଁ ଯୋଗାଯୋଗ କରିବା ଏବଂ/କିମ୍ବା ଆପଣଙ୍କ ବିପକ୍ଷରେ ନ୍ୟାୟାଳୟଙ୍କ କାର୍ଯ୍ୟାନୁଷ୍ଠାନ ଆଣିବା ମଧ୍ୟରେ ସୀମିତ ନୁହେଁ । ପରୀ ଦ୍ୱାରା ଦୃଢ଼ ଭାବରେ ଏହି ଚୁକ୍ତିନାମାରେ ସ୍ଥିର କରାଯାଇଥିବା କୌଣସି ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକାରୀ କରିବାରେ ବିଫଳତା କିମ୍ବା ଏକ ଅତିକ୍ରମଣର ପ୍ରତିକାର ନିମନ୍ତେ ଏକ ବିକଳ୍ପ କାର୍ଯ୍ୟକାରୀ କରିବାରେ ବିଫଳତା ଏପରି ବ୍ୟବସ୍ଥାଗୁଡ଼ିକ ଛାଡ଼ କରାଯିବା ଭାବରେ ଗ୍ରହଣ କରାଯିବ ନାହିଁ ଏବଂ ନିୟମ ଏବଂ ସର୍ତ୍ତାବଳିର କିମ୍ବା ଏହାର କୌଣସି ଭାଗର କିମ୍ବା ଏହାର ସମ୍ପୂର୍ଣ୍ଣ କିମ୍ବା କୌଣସି ଭାଗ କାର୍ଯ୍ୟକାରୀ କରିବାର ବୈଧତାକୁ ପ୍ରଭାବିତ କରିବ ନାହିଁ । ଏହି ରାଜିନାମାର କୌଣସି ବ୍ୟବସ୍ଥାର କୌଣସି ଛାଡ଼ ଫଳପ୍ରଦ ହେବ ନାହିଁ ଯଦି ଏହା ସ୍ପଷ୍ଟ ଭାବରେ ଦର୍ଶାଯାଇଥିବା ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଏକ ଲିଖିତ ଦଲିଲର ମାମଲା ନ ହୁଏ ।
17.
ଆପଣ ଏହା ଦ୍ୱାରା ପରିକୁ କ୍ଷତିପୂର୍ତ୍ତି କରିବା ପାଇଁ ଏବଂ ପରିକୁ ଯେ କୌଣସି କିମ୍ବା ସମସ୍ତ କ୍ଷତି, ହାନି, ଦାମ୍, ଉତ୍ତରଦାୟିତ୍ୱ ଏବଂ ବ୍ୟୟ (ନ୍ୟାୟିକ ବ୍ୟୟ ଏବଂ ପରୀ ଦ୍ୱାରା ଗୋଟିଏ ଦାବି କିମ୍ବା ବିବାଦ ସମାଧାନ ନିମନ୍ତେ ପରିର ଆଇନଗତ ପରାମର୍ଶଦାତାଙ୍କ ପରାମର୍ଶ ଅନୁଯାୟୀ ଏକ ତୃତୀୟ ପକ୍ଷକୁ ପୈଠ କରାଯାଇଥିବା ଯେ କୌଣସି ରାଶି ସମେତ ସୀମିତତା ବିନା) ଯାହା ଆପଣଙ୍କ ଦ୍ୱାରା ଏସବୁ ନିୟମ ଏବଂ ସର୍ତ୍ତାବଳିର କୌଣସି ବ୍ୟବସ୍ଥାର କୌଣସି ଅତିକ୍ରମଣ କାରଣରୁ ପରୀ ଉପରେ ଏକତ୍ର ହୋଇଥାଏ କିମ୍ବା ସହ୍ୟ କରିବାକୁ ହୋଇଥାଏ (କିମ୍ବା ଏହି ୱେବ୍ସାଇଟ୍ର ଅନ୍ୟ ଅବୈଧ କିମ୍ବା ବେଆଇନ ବ୍ୟବହାର), କିମ୍ବା ଆପଣ ଏ ସବୁ ନିୟମ ଏବଂ ସର୍ତ୍ତାବଳିର କୌଣସି ବ୍ୟବସ୍ଥା ଅତିକ୍ରମଣ କରିଥିବା ସମ୍ପର୍କରେ କୌଣସି ଦାବି କାରଣରୁ ସୃଷ୍ଟି ହୋଇଥାଏ, ସେଥିପାଇଁ କ୍ଷତିପୂର୍ତ୍ତି କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କରନ୍ତି ।
18.
ଏହି ୱେବ୍ସାଇଟ୍ ଏବଂ ଏସବୁ ନିୟମ ଏବଂ ସର୍ତ୍ତାବଳିଗୁଡ଼ିକ ଭାରତର ଆଇନ ସହ ଅନୁପାଳନରେ ପ୍ରଶାସିତ ହେବା, ଏବଂ ଗଠନ ଓ ବ୍ୟାଖ୍ୟା କରାଯିବା ଆବଶ୍ୟକ ।
19.
ଏହି ୱେବ୍ସାଇଟ୍ର ବ୍ୟବହାର କାରଣରୁ କିମ୍ବା ଏସବୁ ନିୟମ ଏବଂ ସର୍ତ୍ତାବଳିର ବ୍ୟାଖ୍ୟା କାରଣରୁ ଉତ୍ପନ୍ନ କୌଣସି ବିବାଦ କ୍ଷେତ୍ରରେ, ପକ୍ଷଗୁଡ଼ିକ ବୁଝାମଣା ଜରିଆରେ ପ୍ରସଙ୍ଗକୁ ପାରସ୍ପରିକ ଭାବରେ ସମାଧାନ କରିବା ନିମନ୍ତେ ଉଦ୍ୟମ କରିବେ । କୌଣସି ସମାଧାନ ସମ୍ଭବ ନ ହେବା କ୍ଷେତ୍ରରେ, ପକ୍ଷଗୁଡ଼ିକ ପରୀ ଦ୍ୱାରା ନିଯୁକ୍ତ ଜଣେ ଏକକ ମଧ୍ୟସ୍ଥଙ୍କ ନିକଟରେ ମଧ୍ୟସ୍ଥତା ପାଇଁ ଆଗେଇବେ । ପରୀ ବୁଝାମଣା ବିଫଳ ହେବା ସୂଚନାର ୨ ସପ୍ତାହ ମଧ୍ୟରେ ଏକକ ମଧ୍ୟସ୍ଥ ନିଯୁକ୍ତ କରିବ (ଯାହା ଯେ କୌଣସି ପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇପାରେ) । ଏକକ ମଧ୍ୟସ୍ଥଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ପକ୍ଷଗୁଡ଼ିକ ନିମନ୍ତେ ଅନିର୍ବାଯ୍ୟ ହେବ । ମଧ୍ୟସ୍ଥ ଆସନ ମୁମ୍ବାଇରେ ରହିବ ଏବଂ ଭାରତୀୟ ଆଇନ ଯେପରି ପ୍ରଯୁଜ୍ୟ କାର୍ଯ୍ୟକ୍ରମକୁ ପ୍ରଶାସିତ କରିବ ।
20.
ଭାରତର ମୁମ୍ବାଇଠାରେ ଥିବା ନ୍ୟାୟାଳୟଗୁଡ଼ିକ ଏସବୁ ନିୟମ ଏବଂ ସର୍ତ୍ତାବଳି କିମ୍ବା ପରୀ ୱେବ୍ସାଇଟ୍ର ଯେ କୌଣସି ଉପଯୋଗ ଅଧିନରେ, କାରଣରୁ କିମ୍ବା ଏଥିସହ ସମ୍ପର୍କରେ ସୃଷ୍ଟି ହୋଇଥିବା କୌଣସି ବିବାଦର ବିଚାର କରିବା ପାଇଁ ବିଶେଷ ବିଚାର କ୍ଷେତ୍ର ହେବ ।
21.
ଯଦି ଏହି ନିୟମ ଏବଂ ସର୍ତ୍ତାବଳିର କୌଣସି ଅଂଶ ବେଆଇନ ଏବଂ/କିମ୍ବା କାର୍ଯ୍ୟକାରୀ ହେବା ଅଯୋଗ୍ୟ ବୋଲି ଜଣାପଡ଼େ ତେବେ ନିୟମ ଏବଂ ସର୍ତ୍ତାବଳିର ଅବଶିଷ୍ଟ, ଭିନ୍ନ ହେବା ପର୍ଯ୍ୟନ୍ତ ବୈଧ ହେବା ଜାରି ରହିବ ।
22.
ପରୀ ଭାରତୀୟ ଟ୍ରଷ୍ଟ ଅଧିନିୟମ, ୧୮୮୨ ଅଧିନରେ ଏକ ଟ୍ରଷ୍ଟ ଭାବରେ ପଞ୍ଜୀକୃତ ଏବଂ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ୱାଇ-୫୭, ହଜ୍ ଖାସ୍, (ପ୍ରଥମ ମହଲା) ନୂଆଦିଲ୍ଲୀ, ଭାରତଠାରେ ରହିଛି । ପରୀକୁ ଏହାର ପରିଚାଳନା କାର୍ଯ୍ୟାଳୟ ଦି କାଉଣ୍ଟର ମିଡିଆ ଟ୍ରଷ୍ଟ, ୨୭/୪୩ ସାଗର ସଙ୍ଗମ୍, ବାନ୍ଦ୍ରା ରିକ୍ଲେମେସନ୍, ମୁମ୍ବାଇ ୪୦୦୦୫୦, ମହାରାଷ୍ଟ୍ର, ଭାରତ ଏବଂ [email protected] ଜରିଆରେ ଯୋଗାଯୋଗ କରାଯାଇପାରିବ ।
ଗୋପନୀୟତା ନୀତି
1.
ଏହି ୱେବ୍ସାଇଟ୍ ପରୀ ନିମନ୍ତେ ଏବଂ ଏହା ପକ୍ଷରୁ ଡିଜିକ୍ୱାଣ୍ଟା ଆଇଟି ସର୍ଭିସେସ୍ ଏଲଏଲପି ଦ୍ୱାରା ପରିକଳ୍ପିତ, ବିକଶିତ ଏବଂ ପରିଚାଳିତ ଅଟେ ।
2.
ପରୀ (ଏବଂ ଏହାର କଣ୍ଟ୍ରାକ୍ଟରବୃନ୍ଦ) ଏହା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ସଂଗ୍ରହ କରନ୍ତି ନାହିଁ: : (a) ଏହି ୱେବସାଇଟ୍ ଆପଣ ଆକ୍ସେସ କରିବାକୁ ସକ୍ଷମ ହେବା ପାଇଁ ଆବଶ୍ୟକ ମୁତାବକ, , (b) ଆପଣଙ୍କର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପାଇଁ (c) ପୈଠ ପକ୍ରିୟାକରଣ ପାଇଁ (ସଦସ୍ୟତା ଏବଂ ଦାନ)। ପରୀ ୱେବସାଇଟ୍ ବ୍ୟବହାର କରି ଆପଣ ଏହି ଗୋପନୀୟତା ନୀତି ଅନୁଯାୟୀ ଏପରି ବ୍ୟକ୍ତିଗତ ସୂଚନା ସଂଗ୍ରହ ଓ ପ୍ରକ୍ରିୟାକରଣ କରିବା ପାଇଁ ସମ୍ମତି ଦେଉଛନ୍ତି। ଯଦି ଆପଣ ପରୀ ଦ୍ୱାରା ଏହି ନୀତି ଅଧୀନରେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ ବ୍ୟକ୍ତିଗତ ସୂଚନାର ସଂଗ୍ରହ ଓ ପ୍ରକ୍ରିୟାକରଣରେ ଆପତ୍ତି କରନ୍ତି, ଦୟାକରି ପରୀ ୱେବସାଇଟରୁ ବାହାରି ଯାଆନ୍ତୁ।
3.
ଆପଣଙ୍କ ଦ୍ୱାରା ପରୀକୁ ଦିଆଯାଇଥିବା ବ୍ୟକ୍ତିଗତ ସୂଚନା ହୁଏତ ସାଧାରଣ ବ୍ୟବସାୟ ପ୍ରକ୍ରିୟାରେ ତୃତୀୟ ପକ୍ଷକୁ ପ୍ରଦାନ କରାଯାଇପାରେ (ଯେପରିକି ଆମର ବ୍ୟାଙ୍କର, ଦେୟ ପ୍ରକ୍ରିୟାକରଣ ଉଦ୍ଦେଶ୍ୟ ନିମନ୍ତେ) କିନ୍ତୁ ଅନ୍ୟଥା ଆଇନ ଦ୍ୱାରା ଘୋଷଣା ନିମନ୍ତେ କୌଣସି ଆବଶ୍ୟକତା ବ୍ୟତୀତ ଗୋପନୀୟ ରହିବ ।
4.
ପରି ୱେବ୍ସାଇଟ୍ କୁକିଜ୍ ବ୍ୟବହାର କରେ । ଏହି ୱେବ୍ସାଇଟ୍ ବ୍ୟବହାର ଜାରି ରଖିବା ଦ୍ୱାରା ଆପଣ ପରିର କାର୍ଯ୍ୟକ୍ରମ କୁକିଜ୍ଗୁଡ଼ିକର ବ୍ୟବହାରକୁ ସହମତି ପ୍ରକାଶ କରିଛନ୍ତି । ପରୀ ଚାଲିଥିବା ଅଭିଗମ୍ୟତା ଏବଂ ୱେବ୍ସାଇଟ୍ର ବ୍ୟବହାରକୁ ରେକର୍ଡ କରିପାରେ (ବିଷୟବସ୍ତୁର ଉନ୍ନତିକରଣ ଉଦ୍ଦେଶ୍ୟରେ) । ପରୀ ଦ୍ୱାରା ବ୍ୟବହାର କରାଯାଉଥିବା କୁକିଜ୍ ଅଣ-ବ୍ୟକ୍ତିଗତ ଭାବରେ ଚିହ୍ନଟଯୋଗ୍ୟ ସୂଚନାକୁ ବିଶ୍ଳେଷଣ ଉଦ୍ଦେଶ୍ୟରେ ତୁଳନା କରିବ ଅର୍ଥାତ୍ କୌଣସି ବିଷୟବସ୍ତୁକୁ ଦେଖାଯାଇଥିବାର ସଂଖ୍ୟା ପରୀକ୍ଷା କରିବା, ଲଗ୍ ଇନ୍ର ବିବରଣୀ ସଂଗ୍ରହ କରିବା, ଏହି ସମୟର ଦୀର୍ଘତା ଇତ୍ୟାଦି । ପରୀ ମଧ୍ୟ ଆପଣଙ୍କ ଆଇପି ଆଡ୍ରେସ୍ ଏବଂ ବ୍ରାଉଜର୍ ପ୍ରକାର ଟ୍ରାକ୍ କରିପାରେ ।
5.
ପରି ବ୍ୟାବସାୟିକ ବିପଣନ ନିମନ୍ତେ ସୂଚନା ସଂଗ୍ରହ କରେ ନାହିଁ କିମ୍ବା ବ୍ୟକ୍ତିଗତ ପ୍ରୋଫାଇଲ୍ ସୃଷ୍ଟି କରେ ନାହିଁ । ଆପଣଙ୍କ ବିବରଣୀଗୁଡ଼ିକ କୌଣସି ତୃତୀୟ ପକ୍ଷକୁ କୌଣସି ବ୍ୟାବସାୟିକ କାରଣ ନିମନ୍ତେ ହସ୍ତାନ୍ତର କିମ୍ବା ବିକ୍ରୟ କରାଯିବ ନାହିଁ ତାହା ଯାହା ହୋଇଥାଉନା କାହିଁକି ।
6.
କୌଣସି ଭାବ ବିନିମୟ କିମ୍ବା ଆପଣ ଏହି ସାଇଟ୍ର ସାର୍ବଜନୀନ କ୍ଷେତ୍ରରେ ସଞ୍ଚାରିତ କରିଥିବା କିମ୍ବା ପୋଷ୍ଟ୍ କରିଥିବା କୌଣସି ସାମଗ୍ରୀ ସମେତ କୌଣସି ତଥ୍ୟ, ପ୍ରଶ୍ନାବଳି, ମନ୍ତବ୍ୟ, ପରାମର୍ଶ, କିମ୍ବା ସେହିପରି କିଛି ଅଣ-ଗୋପନୀୟ ଏବଂ ଅଣ-ମାଲିକାନା ସୂଚନା ଭାବରେ ବିବେଚନା କରାଯିବ ।
7.
ଏହି ୱେବ୍ସାଇଟ୍ ତୃତୀୟ ପକ୍ଷ ଉତ୍ସ ଏବଂ ସାଇଟ୍ଗୁଡ଼ିକୁ ଲିଙ୍କ୍ଗୁଡ଼ିକ ଧାରଣ କରିଥାଏ । ଏଗୁଡ଼ିକ କେବଳ ସୂଚନା ଉଦ୍ଦେଶ୍ୟରେ ପ୍ରଦାନ କରାଯାଏ । ଯେତେବେଳେ ଆପଣ ଏକ ତୃତୀୟ ପକ୍ଷ ୱେବ୍ସାଇଟ୍କୁ ଏକ ଲିଙ୍କ୍ ଚୟନ କରନ୍ତି, ଆପଣ ପରୀ ସାଇଟ୍ ତ୍ୟାଗ କରୁଛନ୍ତି ଏବଂ ତୃତୀୟ ପକ୍ଷ ୱେବ୍ସାଇଟ୍ର ଗୋପନୀୟତା ନୀତି ଅଧିନକୁ ଯାଆନ୍ତି ।
8.
କୌଣସି ପ୍ରଶ୍ନ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ: [email protected].
ଦାନଗୁଡ଼ିକ
ଯଦି ଆପଣ ଦାନ କରିବାକୁ ଚାହାଁନ୍ତି, ଦୟାକରି ଏଠାରେ ଥିବା ଆମର ଦାନ ପୃଷ୍ଠାକୁ ଯାଆନ୍ତୁ ।