PARI Testimonials

ସ୍ୱତ୍ୱାଧିକାର

ସ୍ୱତ୍ୱାଧିକାର, ବିଜ୍ଞପ୍ତି ଏବଂ ବିଷୟବସ୍ତୁର ପୁନଃପ୍ରସ୍ତୁତି

ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ୍‌ ଇଣ୍ଡିଆ ୱେବସାଇଟ୍ (‘‘ପରୀ’’) ରେ କିମ୍ବା ଏଥିରୁ ଉପଲବ୍ଧ ସୂଚନା ଏବଂ ସାମଗ୍ରୀ ବିଭିନ୍ନ ଉତ୍ସରୁ ଆସିଥାଏ ଯେମିତିକି: 
(i) ପରୀ ଦ୍ୱାରା କିମ୍ବା ଚୁକ୍ତିନାମା ଅଧିନରେ ପରୀ ନିମନ୍ତେ ପ୍ରସ୍ତୁତ ହୋଇଥିବା ଏବଂ ପ୍ରକାଶିତ ହୋଇଥିବା ବିଷୟବସ୍ତୁରୁ; 
(ii) ବାହ୍ୟ ଯୋଗଦାନକାରୀ ଏବଂ ଉତ୍ସଗୁଡ଼ିକରୁ କାର୍ଯ୍ୟ (ତୃତୀୟ ପକ୍ଷ ଯେଉଁମାନେ ସେମାନଙ୍କର ବିଷୟବସ୍ତୁକୁ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି, ବୈଧାନିକ ଲାଇସେନ୍ସ ଅଧିନରେ ନକଲ କରାଯାଇଥିବା ବିଷୟବସ୍ତୁ, ଇଣ୍ଟରନେଟ୍‌ ଲିଙ୍କ୍‌ ଇତ୍ୟାଦି) ।
ୱେବ୍‌ସାଇଟ୍‌ରେ ଉପଲବ୍ଧ ସମସ୍ତ ସୂଚନା ଏବଂ ସାମଗ୍ରୀ ଯାହା ପରିକୁ ଲେଖକ ଭାବରେ ଚିହ୍ନଟ କରେ, ଏହା ପରଠାରୁ ‘‘ପରି ବିଷୟବସ୍ତୁ’’ ଭାବରେ ସୂଚିତ କରାଯିବ, ଯେତେବେଳେ କି ଉପରୋକ୍ତ (ii) ଅଧିନରେ ଆସୁଥିବା ସୂଚନା ଏବଂ ସାମଗ୍ରୀ ‘‘୩ୟ ପକ୍ଷ ବିଷୟବସ୍ତୁ’’ ଭାବରେ ସୂଚିତ ହେବ ।

ପରୀ ୱେବସାଇଟରେ ରହିଥିବା ସମସ୍ତ ବିଷୟବସ୍ତୁ କପିରାଇଟଭୁକ୍ତ ହୋଇଥାଏ। ବେଆଇନ କିମ୍ବା ଅନଧିକୃତ ଭାବରେ ପରୀ ୱେବସାଇଟର ବିଷୟବସ୍ତୁ ବ୍ୟବହାର ଉପଯୁକ୍ତ ଆଇନ ଅଧୀନରେ ଦଣ୍ଡନୀୟ ହେବ। ଏହି ପରୀ ୱେବସାଇଟର କୌଣସି ଅଂଶ କିମ୍ବା ଏଠାରେ ଦିଆଯାଇଥିବା କୌଣସି ବିଷୟବସ୍ତୁ କୌଣସି ପ୍ରକାରେ କିମ୍ବା କୌଣସି ଇଲେକ୍ଟ୍ରୋନିକ ଯାନ୍ତ୍ରିକ, ଫଟୋ କପି କରିବା, ରେକର୍ଡ କରିବା କିମ୍ବା ଅନ୍ୟ କୌଣସି ଉପାୟରେ, ପୁନଃଉପସ୍ଥାପନା କରିବା, ପୁନରୁଦ୍ଧାର ପ୍ରଣାଳୀରେ ସଂରକ୍ଷିତ ରଖିବା କିମ୍ବା ପ୍ରସାରଣ କିମ୍ବା ସଞ୍ଚାଳନ କରାଯିବ ନାହିଁ, ସମ୍ପୂର୍ଣ୍ଣ ଭାବରେ କିମ୍ବା ଆଂଶିକ ଭାବରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଏହା କରାଯିବା ଏଠାରେ ଦିଆଯାଇଥିବା ସର୍ତ୍ତ ଓ ନିୟମାବଳି ଅନୁଯାୟୀ ହେବ।
ସମସ୍ତ ପରୀ ବିଷୟବସ୍ତୁ ଏକ ସାଧାରଣ ସୃଜନଶୀଳ ଅଧିକାର - ଅଣବ୍ୟବସାୟିକ -
ଅଣବ୍ୟୁତ୍ପତ୍ତିଲବ୍ଧ, ୪.୦ ଆନ୍ତର୍ଜାତୀୟ ଲାଇସେନ୍ସ ଅଧିନରେ ଲାଇସେନ୍ସପ୍ରାପ୍ତ ଏବଂ ତାହା ପ୍ରାସଙ୍ଗିକ ପୃଷ୍ଠାଗୁଡ଼ିକରେ ନିମ୍ନ ଆଇକନର ଉପସ୍ଥିତି ଦ୍ୱାରା ସୂଚିତ ହୁଏ:

PARI Testimonials

ଏହି ଲାଇସେନ୍ସର ନିୟମ ଅଧିନରେ, ଯାହାର ସବିଶେଷ ବିବରଣୀ http://creativecommons.org/licenses/by-nc-nd/4.0/legalcodeରେ ମିଳିପାରିବ, ତାହା ଅନୁଯାୟୀ ଆପଣ ଏଥିପାଇଁ ମୁକ୍ତ 
•ଏହି ବିଷୟବସ୍ତୁ ବିନିମୟ - ନକଲ, ବିତରଣ ଏବଂ ପ୍ରସାରଣ ।
•  ନିମ୍ନୋକ୍ତ ସର୍ତ୍ତାବଳି ଅଧିନରେ: 
(a) ଆପଣ ନିଶ୍ଚୟ ପରୀ ଦ୍ୱାରା ପ୍ରାସଙ୍ଗିକ ପୃଷ୍ଠା/ ବିଷୟବସ୍ତୁ ସହିତ ନିର୍ଦ୍ଧାରିତ କରାଯାଇଥିବା ଶୈଳୀରେ ବିଷୟବସ୍ତୁ ଆରୋପିତ କରିବାକୁ ହେବ କିମ୍ବା ଏପରି କୌଣସି ନିର୍ଦ୍ଦିଷ୍ଟ ଆରୋପଣ ବିନା ‘‘ପି. ସାଇନାଥ, ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ, ଦି କାଉଣ୍ଟର ମିଡିଆ ଟ୍ରଷ୍ଟ, ୨୭/୪୩, ସାଗର ସଙ୍ଗମ, ବାନ୍ଦ୍ରା ରିକ୍ଲେମେସନ୍‌, ମୁମ୍ବାଇ ୪୦୦୦୫୦, ମହାରାଷ୍ଟ୍ର, ଭାରତ’’ଙ୍କ ନିକଟକୁ ପ୍ରେରଣ କରିବାକୁ ହେବ । ଆପଣ କୌଣସି ଉପାୟରେ ପରୀ କିମ୍ବା ପି. ସାଇନାଥ୍‌ ଆପଣଙ୍କୁ କିମ୍ବା ଆପଣଙ୍କ ଦ୍ୱାରା ବିଷୟବସ୍ତୁର ବ୍ୟବହାରକୁ ସମର୍ଥନ କରିବା ପାଇଁ ପରାମର୍ଶ ଦେଇ ନପାରନ୍ତି;
(b)  ଆପଣ ବ୍ୟବସାୟିକ ଉଦ୍ଦେଶ୍ୟ ନିମନ୍ତେ ଏହି ବିଷୟବସ୍ତୁ ବ୍ୟବହାର କରିନପାରନ୍ତି;
(c) ଆପଣ କୌଣସି ଉପାୟରେ, ଆକୃତି କିମ୍ବା ସ୍ୱରୂପରେ ଏହି ବିଷୟବସ୍ତୁ ପରିବର୍ତ୍ତନ, ପୁନଃପ୍ରସ୍ତୁତି, ସମ୍ପାଦନ, ରୂପାନ୍ତର କିମ୍ବା ଏହା ଉପରେ ଗଠନ କରିପାରିବେ ନାହିଁ ।

• ତଥାପି ଉପରୋକ୍ତ ସର୍ତ୍ତାବଳି ମଧ୍ୟରୁ ଯେ କୌଣସିଟି ସବିଶେଷ ଭାବରେ ସ୍ୱତ୍ୱାଧିକାର ଧାରକ/ ପ୍ରକାଶକ ପି. ସାଇନାଥ/ ପରୀଙ୍କ ଅନୁମତି ଦ୍ୱାରା ଛାଡ଼ କରାଯାଇପାରିବ । ଏପରି କୌଣସି ଅନୁରୋଧ ପାଲାଗୁମ୍ମି ସାଇନାଥ, ୨୭/୪୩, ସାଗର ସଙ୍ଗମ, ବାନ୍ଦ୍ରା ରିକ୍ଲେମେସନ୍‌, ମୁମ୍ବାଇ ୪୦୦୦୫୦, ମହାରାଷ୍ଟ୍ର, ଭାରତଙ୍କ ଠିକଣାରେ କରାଯିବା ଆବଶ୍ୟକ ।

୩ୟ ପକ୍ଷ ବିଷୟବସ୍ତୁ ଅନୁମତି ସହିତ ପୁନଃଉପସ୍ଥାପିତ କରାଯାଇଥାଏ

ସମସ୍ତ ୩ୟ ପକ୍ଷ ବିଷୟବସ୍ତୁ ଅନୁମତି ସହିତ କିମ୍ବା ପ୍ରାସଙ୍ଗିକ ବୈଧାନିକ ଲାଇସେନ୍ସ ଅଧୀନରେ ପୁନଃ ଉପସ୍ଥାପିତ କରାଯାଏ ଏବଂ ସେଥିପାଇଁ ସ୍ୱତ୍ୱାଧିକାର ଅଧିନରେ ଯଦି ଏହା ନିର୍ଦ୍ଦିଷ୍ଟ ଭାବରେ ଅନ୍ୟ ପ୍ରକାରେ ଚିହ୍ନିତ କରାଯାଇନଥାଏ । ଭାରତୀୟ ସ୍ୱତ୍ୱାଧିକାର ଅଧିନିୟମ, ୧୯୫୭ ଦ୍ୱାରା ଅନୁମତି ପ୍ରଦାନ କରାଯାଇଥିବା ବ୍ୟତୀତ ଏଭଳି ବିଷୟବସ୍ତୁ ପରିପ୍ରେକ୍ଷୀରେ (ଯେଉଁଠାରେ ଏହି କାର୍ଯ୍ୟ ପୂର୍ବରୁ ସାର୍ବଜନୀନ କ୍ଷେତ୍ରରେ ରହିଛି କିମ୍ବା ଆଇନ ଦ୍ୱାରା ଅନୁମତି ପ୍ରଦାନ କରାଯାଇଥିବା ଅନୁଯାୟୀ ବ୍ୟକ୍ତିଗତ ଅଧ୍ୟୟନ, ଗବେଷଣା, ସମାଲୋଚନା କିମ୍ବା ସମୀକ୍ଷା ନିମନ୍ତେ ନିରପେକ୍ଷ ବ୍ୟବହାର), ପି. ସାଇନାଥ କିମ୍ବା ପ୍ରାସଙ୍ଗିକ ସ୍ୱତ୍ୱାଧିକାର ଧାରକଙ୍କ ପ୍ରାକ୍‌ ଅନୁମତି ବିନା ଏହାର କୌଣସି ଅଂଶ, ଯାହା କୌଣସି ସ୍ୱରୂପରେ କିମ୍ବା କୌଣସି ବୈଦ୍ୟୁତିକ, ଯାନ୍ତ୍ରିକ, ଫଟୋ ନକଲ, ରେକର୍ଡିଂ କିମ୍ବା ଅନ୍ୟ କୌଣସି ଉପାୟରେ ପୁନଃପ୍ରସ୍ତୁତ ହୋଇପାରିବ ନାହିଁ, ସମ୍ପୂର୍ଣ୍ଣ ଭାବରେ କିମ୍ବା ଆଂଶିକ ଭାବରେ ଏକ ପୁନରୁଦ୍ଧାର ବ୍ୟବସ୍ଥାରେ ସଂରକ୍ଷିତ କିମ୍ବା ପ୍ରସାରିତ ବା ସଞ୍ଚାରିତ ହୋଇପାରିବ ନାହିଁ । 

ଉଲ୍ଲଙ୍ଘନ କରାଯାଇଥିବା ସାମଗ୍ରୀର ବିଜ୍ଞପ୍ତି

ଯଦି ଆପଣ ଜଣେ ସ୍ୱତ୍ୱାଧିକାର ଧାରକ (ଯାହା ଏକ ବିଶେଷ ଲାଇସେନ୍ସ ହୋଇପାରେ), କିମ୍ବା ସେମାନଙ୍କର ଏଜେଣ୍ଟ ଏବଂ ଯଦି ଆପଣ ବିଶ୍ୱାସ କରନ୍ତି ଯେ ପରୀ ୱେବ୍‌ସାଇଟ୍‌ରେ ଏପରି ଶୈଳୀରେ ଏକ କାମ ଉପଲବ୍ଧ ଯାହା ସ୍ୱତ୍ୱାଧିକାର ଉଲ୍ଲଙ୍ଘନ କରିଥାଏ କିମ୍ବା ଏକ ସହମତି ହୋଇଥିବା ଲାଇସେନ୍ସ କିମ୍ବା ଚୁକ୍ତିନାମାର ଉଲ୍ଲଙ୍ଘନ, ଆପଣ ଏ ସମ୍ପର୍କରେ ପରିକୁ ନିମ୍ନରେ ପ୍ରଦାନ କରାଯାଇଥିବା ଠିକଣାରେ ଲିଖିତ ଭାବରେ ସୂଚିତ କରିପାରିବେ ।

ଆପଣଙ୍କ ବିଜ୍ଞପ୍ତି ନିଶ୍ଚୟ ଅନ୍ତର୍ଭୁକ୍ତ କରିଥିବା ଆବଶ୍ୟକ:

(a) ସ୍ୱତ୍ୱାଧିକାରଭୁକ୍ତ କାର୍ଯ୍ୟ ଯାହା ଦାବି କରାଯାଇଥିବା ଉଲ୍ଲଙ୍ଘନର ବିଷୟବସ୍ତୁ ତାହାକୁ ଚିହ୍ନଟ କରିବା ପାଇଁ ଆମକୁ ସକ୍ଷମ କରିବା ନିମନ୍ତେ ଯୁକ୍ତିଯୁକ୍ତ ଭାବରେ ଯଥେଷ୍ଟ ସୂଚନା ପ୍ରଦାନ କରୁଥିବ କିମ୍ବା ଯଦି ଏକାଧିକ ସ୍ୱତ୍ୱାଧିକାର ବିଶିଷ୍ଟ କାର୍ଯ୍ୟଗୁଡ଼ିକ ସଂପୃକ୍ତ, ଏଭଳି କାର୍ଯ୍ୟଗୁଡ଼ିକର ଏକ ଉପସ୍ଥାପନା ତାଲିକା;

(b) ଏଭଳି ସାମଗ୍ରୀଗୁଡ଼ିକୁ ଚିହ୍ନଟ କରିବା ଏବଂ ପାଇବା ନିମନ୍ତେ ଆମକୁ ଅନୁମତି ଦେବା ପାଇଁ ଯୁକ୍ତିଯୁକ୍ତ ଭାବରେ ଯଥେଷ୍ଟ ହୋଇଥିବା ସୂଚନା;

(c) ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ଆମକୁ ଅନୁମତି ଦେବା ପାଇଁ ଯୁକ୍ତିଯୁକ୍ତ ଭାବରେ ଯଥେଷ୍ଟ ହୋଇଥିବା ସୂଚନା, ଯେମିତିକି ଆପଣଙ୍କ ନାମ, ଠିକଣା, ଟେଲିଫୋନ୍‌ ନମ୍ବର ଏବଂ ଇମେଲ୍ ଠିକଣା;

(d) ଆପଣ ବିଷୟବସ୍ତୁର ଅଧିକାରୀ ଅଟନ୍ତି, କିମ୍ବା ଯଦି ଆପଣ ଏହି ବିଷୟବସ୍ତୁ ସ୍ୱତ୍ୱାଧିକାରୀଙ୍କ ତରଫରୁ କାର୍ଯ୍ୟ କରୁଛନ୍ତି ତାହାର ଏକ ସୂଚକ (ସମସ୍ତ ପକ୍ଷର ବିବରଣୀ, ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସମେତ, ପ୍ରଦାନ କରାଯିବା ଆବଶ୍ୟକ);

(e) ଉଲ୍ଲଙ୍ଘନ ସମ୍ପର୍କରେ ଆପଣଙ୍କ ଦାବିକୁ ସୂଚିତ କରୁଥିବା ଆଇନ, ଲାଇସେନ୍ସ କିମ୍ବା ଚୁକ୍ତିନାମା;

 

ଡାକ ଠିକଣା:

ପି ସାଇନାଥ୍‌,

ଦି କାଉଣ୍ଟର ମିଡିଆ ଟ୍ରଷ୍ଟ,

୨୭/୪୩, ସାଗର ସଙ୍ଗମ,

ବାନ୍ଦ୍ରା ରିକ୍ଲେମେସନ୍‌,

ମୁମ୍ବାଇ ୪୦୦୦୫୦,

ମହାରାଷ୍ଟ୍ର, ଭାରତ

ଇମେଲ୍ ଠିକଣା:

[email protected]