ଯେତେବେଳେ ଆମେ ତାଙ୍କୁ ଭେଟିଥିଲୁ, ତାଙ୍କୁ ୧୦୪ ବର୍ଷ ହୋଇଥିଲା, ନିଜ କୋଠରୀରୁ ବାହାରିଥିଲେ,  ନିଜ ବାଡ଼ିରେ ଭରା ଦେବା ବ୍ୟତୀତ ଭବାନୀ ମାହାତୋ ନା କାହାଠାରୁ ସାହାଯ୍ୟ ଲୋଡ଼ିଥିଲେ କିମ୍ବା କାହାଠାରୁ ସାହାଯ୍ୟ ଗ୍ରହଣ କରିଥିଲେ । ଏପରିକି ସେହି ବୟସରେ ନିଜ ଦମ୍‌ ରେ ଚାଲୁଥିଲେ, ଛିଡ଼ା ହେଉଥିଲେ ଓ ବସୁଥିଲେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଚେପୁଆ ଗାଁରେ ତାଙ୍କର ବିଶାଳ ଯୌଥ ପରିବାର ଏହି କୃଷକ ଓ ଗୃହିଣୀଙ୍କ ଉପରେ ନିର୍ଭରଶୀଳ ଥିଲେ, ଯିଏ ସେମାନଙ୍କ ଜୀବନ ଓ ଭବିଷ୍ୟତର କେନ୍ଦ୍ରବିନ୍ଦୁ ଥିଲେ ।

ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଶୋଇଥିବା ବେଳେ ପରମଶାନ୍ତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ, ମୋ ପୁସ୍ତକ ‘ଦ ଲାଷ୍ଟ ହିରୋଜ୍‌: ଫୁଟ୍ ସୋଲଜରସ୍ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍ (ପେଙ୍ଗୁଇନ୍ ନଭେମ୍ବର ୨୦୨୨)ରେ ଥିବା ୧୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ମାତ୍ର ଚାରିଜଣ ଜୀବିତ ଅଛନ୍ତି । ଗୋଟିଏ ଅର୍ଥରେ, ଭବାନୀ ଅନେକ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ବି ବ୍ୟତିକ୍ରମ ଥିଲେ, ଯାହାଙ୍କ ସାକ୍ଷାତକାର ‘ପରୀ’ର ପ୍ରିଡମ ଫାଇଟରସ୍ ଗ୍ୟାଲେରୀରେ ସ୍ଥାନିତ ହୋଇଥିଲା । ସେ ହିଁ ଏକମାତ୍ର ଥିଲେ, ଯିଏ କି ଆମ ସହ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ ବେଳେ ସେହି ମହାସଂଗ୍ରାମରେ ତାଙ୍କର କିଛି ଭୂମିକା ଥିଲା ବୋଲି ଅସ୍ୱୀକାର କରିଥିଲେ । “ମୋର ସେଥିରେ କିମ୍ବା ସେହିଭଳି କିଛି ଘଟଣାରେ କୌଣସି ଭୂମିକା ଅଛି କି?” ୨୦୨୨ ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମେ ଭେଟିବା ବେଳେ ପ୍ରଶ୍ନ କରିଥିଲେ ।

ପଢ଼ନ୍ତୁ: ଯେତେବେଳେ ଭବାନୀ ମାହାତୋ ବିପ୍ଳବ ପାଇଁ ଖାଦ୍ୟ ପରଷିଥିଲେ

୧୯୪୦ ଦଶକରେ ଗ୍ରେଟ ବେଙ୍ଗଲ ଫ୍ୟାମିନି (ଦୁର୍ଭିକ୍ଷ) ବେଳେ ଅତି କଠିନ ଥିଲା ତାଙ୍କ ଜୀବନ ଯାତ୍ରା । ଏହି ସମୟରେ ତାଙ୍କୁ ଯେପରି କଷ୍ଟ କରିବାକୁ ପଡ଼ିଥିଲା, ତାହା କଳ୍ପନାତୀତ

ଭିଡିଓ ଦେଖନ୍ତୁ: ଭବାନୀ ମାହାତୋ - ପୁରୁଲିଆର ଅନିଚ୍ଛୁକ ସ୍ୱାଧୀନତା ସଂଗ୍ରାମୀ

ବାସ୍ତବରେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅନେକ ଯୋଗଦାନ ରହିଛି, ଏପରିକି ତାଙ୍କର ସ୍ୱାମୀ, ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ମାହାତୋଙ୍କଠାରୁ ଅଧିକ । ମନ ବଜାର ବ୍ଲକସ୍ଥିତ ତାଙ୍କ ଘରକୁ ଆମେ ଯିବାର ୨୦ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା ।  ଯେତେବେଳେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ ବୋଲି ଦୃଢ଼ ଭାବରେ କହିଥିଲେ, ସେତେବେଳେ ମୋର ସହକର୍ମୀ ସ୍ମିତା ଖଟୋର ଓ ମୁଁ ନିରାଶ ହୋଇଥିଲୁ । ଏହାର କାରଣ ଜାଣିବାକୁ ଆମକୁ ଘଣ୍ଟା ଘଣ୍ଟା ସମୟ ଲାଗିଲା ।

୧୯୮୦ ମସିହାରେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ‘ସ୍ୱାଧୀନତା ସଂଗ୍ରାମୀ’ର ପରିଭାଷାକୁ ସେ ସମ୍ମାନ ଜଣାଉଥିଲେ । ଏକ ପରିଭାଷା ଯାହା ଉପନିବେଶବାଦ ବିରୋଧୀ ସଂଘର୍ଷରେ ମହିଳା ଓ ସେମାନଙ୍କ କାର୍ଯ୍ୟକୁ ବାଦ ଦେଉଥିଲା । ଯାହା ମୁଖ୍ୟତଃ ଜେଲ ସମୟକୁ ନେଇ କେନ୍ଦ୍ରିତ ହୋଇଥିଲା – ଯେଉଁଥିପାଇଁ ବହୁ ସଂଖ୍ୟାରେ ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀ ଏଥିରୁ ବଞ୍ଚିତ ହୋଇଥିଲେ । ସବୁଠୁ ବିଡ଼ମ୍ବନାର କଥା ହେଉଛି, ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀଙ୍କୁ ଅପରାଧୀ ଘୋଷଣା କରାଯାଇଥିବାରୁ ସେମାନଙ୍କୁ ପ୍ରମାଣ ମଗାଯାଉଥିଲା – ବ୍ରିଟିଶ ସରକାରଙ୍କଠାରୁ ଭାରତର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କର ପ୍ରମାଣପତ୍ର ଖୋଜା ଯାଉଥିଲା ।

ଯେତେବେଳେ ଆମେ ଏହାକୁ ଭିନ୍ନ ଭାବେ ଦେଖି ଭିନ୍ନ ଭାବେ ଚର୍ଚ୍ଚା କଲୁ, ଭବାନୀଙ୍କ ବଳିଦାନର ମହାନତା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ସେ ପୁରୁଲିଆ ଜଙ୍ଗଲରେ ଲୁଚି ଛପି ରହିଥିବା ପଳାତକ ବିପ୍ଳବୀମାନଙ୍କୁ ଖାଇବାକୁ ଦେବାର ବିପଦପୂର୍ଣ୍ଣ କାର୍ଯ୍ୟ କରିଥିଲେ । ପ୍ରାୟତଃ ୨୦ କିମ୍ବା ଅଧିକ ଲୋକଙ୍କ ପାଇଁ ଖାଦ୍ୟ ବନାଇବା ଓ ଖୁଆଇବା – ଏହା ବ୍ୟତୀତ ଏକ ସମୟରେ ୨୫ରୁ ଅଧିକ ଲୋକଙ୍କ ପରିବାର ପାଇଁ ଏହି କାର୍ଯ୍ୟ କରିବା । ଆହୁରି ମଧ୍ୟ ୧୯୪୨-୪୩ରେ ବଙ୍ଗଳାରେ ଅକାଳ ଚରମରେ ପହଁଚିଥିବା ବେଳେ ଖାଦ୍ୟ ଯୋଗାଡ଼ କରିବା । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଏପରି ବିପଦରେ ପରିପୂର୍ଣ୍ଣ ଅବଦାନ ଅବିଶ୍ୱସନୀୟ ।

ଆମେ ଆପଣଙ୍କ ଯାଦୁ ମନେ ରଖିବୁ ଭବାନୀ ଦି’

PHOTO • P. Sainath
PHOTO • P. Sainath
PHOTO • P. Sainath

ଭବାନୀଙ୍କ ବୟସ ୧୦୧ରୁ ୧୦୪ ମଧ୍ୟରେ ହୋଇଥିଲା, ଯେତେବେଳେ ପି ସାଇନାଥ ତାଙ୍କୁ ୨୦୨୨ରେ ଭେଟିଥିଲେ । ତାଙ୍କ ପୁଅ ଶ୍ୟାମ ସୁନ୍ଦର ମାହାତୋଙ୍କ ସହ ଯିଏକି  ୭୦ ଦଶକରେ (ବାମ)

PHOTO • Courtesy: the Mahato family

୧୯୮୦ ଦଶକରେ ତାଙ୍କ ସ୍ୱାମୀ ବୈଦ୍ୟନାଥ ଓ ଭଉଣୀ ଉର୍ମିଳାଙ୍କ ସହ ଭବାନୀ ମାହାତୋ (କେନ୍ଦ୍ର)। ପୂର୍ବ ସମୟର ପାରିବାରିକ ଫଟୋ ନାହିଁ

PHOTO • Pranab Kumar Mahato

ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ରେ ଭୋଟ ଦେଇଥିଲେ

PHOTO • P. Sainath

ପରିବାରର ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହ ଭବାନୀ (ତଳ ଡାହାଣ) ନାତି ପାର୍ଥ ସାରଥୀ ମାହାତୋ ମଧ୍ୟ ଅଛନ୍ତି । ଫଟୋ ଉଠାଇବା ବେଳେ ପରିବାର କିଛି ସଦସ୍ୟ ଉପସ୍ଥିତ ନଥିଲେ

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE