ଯାଉଛି ମୁଁ ବହୁଦୂର, ଯାଉଛି ମୁଁ କେଉଁ ବିଦେଶ ସ୍ଥାନକୁ
ଏହି ଯାତ୍ରା ମୋର ଦୀର୍ଘ ସମୟର, ହେ କୁଞ୍ଜ ପକ୍ଷୀ। ଯାଉଛି ମୁଁ ବହୁଦୂର।


Kachchh, Gujarat
|SAT, NOV 11, 2023
ଶିଶିର ପକ୍ଷୀର ଡେଣାରେ
ଏହା କଚ୍ଛ ଅଞ୍ଚଳରେ ବାହାଘର ବେଳେ ଜଣେ ନାରୀର ଜୀବନକୁ ଗୋଟିଏ ପରଦେଶୀ ସାରସୀ ପକ୍ଷୀ ସହ ତୁଳନା କରି ବୋଲା ଯାଉଥିବା ଏକ ଲୋକପ୍ରିୟ ଗୀତ
Author
Illustration
Translator
ନୂଆ ବାହା ହେଉଥିବା ଝିଅଟି ସ୍ଥାନୀୟ ଅଞ୍ଚଳରେ କୁଞ୍ଜ ପକ୍ଷୀ ରୂପେ ପରିଚିତ ସାରସୀକୁ ସମ୍ବୋଧିତ କରି ଏହି ଗୀତଟିକୁ ଗାଇଥାଏ। ନୂଆ ବାହା ହେଉଥିବା ଝିଅଟି ନିଜ ପରିବାରକୁ ଛାଡି ଶାଶୁଘର ଯାଉଥିବା ବେଳେ ତା’ର ସେହି ଯାତ୍ରା ତାକୁ ସାରସୀର ଯାତ୍ରା ଭଳି ମନେହୁଏ।
ପ୍ରତି ବର୍ଷ କେନ୍ଦ୍ରୀୟ ଏସିଆ ଅଞ୍ଚଳର ଚରାଭୂମି ଛାଡି ଲକ୍ଷାଧିକ ସଂଖ୍ୟାରେ ପାଂଶୁଳ ପର ଆଚ୍ଛାଦିତ ଏହି କୋମଳ ସାରସୀ ପକ୍ଷୀଗୁଡିକ ପଶ୍ଚିମ ଭାରତର ଶୁଷ୍କ ଅଞ୍ଚଳ, ବିଶେଷ କରି ଗୁଜରାଟ ଓ ରାଜସ୍ଥାନକୁ ଆସିଥାଆନ୍ତି। ସେମାନେ ପାଞ୍ଚ ହଜାର ମାଇଲରୁ ଉର୍ଦ୍ଧ୍ଵ ପଥ ଅତିକ୍ରମ କରି ଏଠାରେ ପହଞ୍ଚିଲା ପରେ ନଭେମ୍ବରଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରାୟ ଚାରିମାସ ରହି ପୁଣି ଫେରି ଯାଆନ୍ତି।
‘ସିଙ୍ଗିଙ୍ଗ ଲାଇକ ଲାର୍କ’ ପୁସ୍ତକରେ ଏହାର ପ୍ରଣେତା ଆଣ୍ଡରିୟୁ ମିଲହାମ ଲେଖିଛନ୍ତି, “ପକ୍ଷୀବିଦ୍ୟା ସମ୍ବନ୍ଧିତ ଲୋକଗୀତଗୁଡ଼ିକ ଏବେ ସଙ୍କଟରେ – ଆଜିର ବୈଷୟିକ ବିଶ୍ୱର ଦୃତ ଜୀବନଶୈଳୀ ଭିତରେ ସେଗୁଡିକ ଅଲୋଡା ହୋଇଯାଇଛି।’’ ସେ ତାଙ୍କ ମତ ଉଲ୍ଲେଖ କରି କହନ୍ତି ଯେ ପକ୍ଷୀ ଓ ଲୋକଗୀତ ମଧ୍ୟରେ ଥିବା ସାଦୃଶ୍ୟ ହେଲା ସେମାନେ ସେମାନଙ୍କର ଡେଣାରେ ବସାଇ ଆମକୁ ଆମ ଘରଠାରୁ ଦୂର କେଉଁ ଦୁନିଆରେ ନେଇ ପହଞ୍ଚାଇ ଦେଇ ପାରନ୍ତି।
ଆମେ ଏଭଳି ଏକ ସମୟରେ ଅଛନ୍ତି ଯେତେବେଳେ କି ଲୋକଗୀତ ପରମ୍ପରା ହଜି ହଜି ଯାଉଛି, କ୍ଵଚିତ ପର ପିଢ଼ିକୁ ଯାଉଛି, ଆହୁରି କ୍ଵଚିତ କେହି ଏହାକୁ ଗାଉଛନ୍ତି। କିନ୍ତୁ ଯେଉଁ ଲୋକମାନେ ଏହାକୁ ସୃଷ୍ଟି କରିଥିଲେ, ଏଥିରୁ ଶିଖିଥିଲେ, ଆକାଶକୁ ଚାହିଁ ଏହି ଗୀତଗୁଡ଼ିକୁ ଗାଉଥିଲେ, ସେମାନଙ୍କ ଚାରିପଟର ଦୁନିଆରେ ଥିବା ସେମାନଙ୍କ ନିଜ ଲୋକମାନଙ୍କୁ ଜୀବନ ଶିକ୍ଷା ଦେଇ ମନୋରଂଜନ କରିବାର ଉଦ୍ଦୀପନା ପାଇ ପାରୁଥିଲେ।
ତେଣୁ ଏହି ଅଞ୍ଚଳର କଚ୍ଛୀ ଲୋକଗୀତ ଓ ଗପଗୁଡ଼ିକ ଭିତରକୁ ସେହି ପକ୍ଷୀମାନେ କିପରି ଉଡ଼ିଆସି ପହଞ୍ଚିଛନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁନ୍ଦରା ତାଲୁକା ଅନ୍ତର୍ଗତ ଭାଦ୍ରେସର ଗାଁର ଜୁମା ବାଘେରଙ୍କ ଦ୍ଵାରା ଏହି ଗୀତର ଗାୟକୀ ଗୀତଟିକୁ ସୁନ୍ଦର ଓ ପ୍ରଭାବଶାଳୀ କରୁଛି।
કરછી
ડૂર તી વિના પરડેસ તી વિના, ડૂર તી વિના પરડેસ તી વિના.
લમી સફર કૂંજ મિઠા ડૂર તી વિના,(૨)
કડલા ગડાય ડયો ,વલા મૂંજા ડાડા મિલણ ડયો.
ડાડી મૂંજી મૂકે હોરાય, ડાડી મૂંજી મૂકે હોરાય
વલા ડૂર તી વિના.
લમી સફર કૂંજ વલા ડૂર તી વિના (૨)
મુઠીયા ઘડાઈ ડયો વલા મૂંજા બાવા મિલણ ડયો.
માડી મૂંજી મૂકે હોરાઈધી, જીજલ મૂંજી મૂકે હોરાઈધી
વલા ડૂર તી વિના.
લમી સફર કૂંજ વલા ડૂર તી વિના (૨)
હારલો ઘડાય ડયો વલા મૂંજા કાકા મિલણ ડયો,
કાકી મૂંજી મૂકે હોરાઈધી, કાકી મૂંજી મૂકે હોરાઈધી
વલા ડૂર તી વિના.
લમી સફર કૂંજ વલા ડૂર તી વિના (૨)
નથડી ઘડાય ડયો વલા મૂંજા મામા મિલણ ડયો.
મામી મૂંજી મૂકે હોરાઈધી, મામી મૂંજી મૂકે હોરાઈધી
વલા ડૂર તી વિના.
ଓଡ଼ିଆ
ମୁଁ ବହୁ ଦୂରକୁ ଯାଉଛି, ଯାଉଛି ମୁଁ ଦୂର ବିଦେଶକୁ (୨)
ଏହା ଏକ ଦୀର୍ଘ ଯାତ୍ରା, ହେ ସାରସୀ। ଯାଉଛି ମୁଁ ବହୁତ ଦୂରକୁ। (୨)
ଗଢ଼ି ଦିଅ ମୋ ପାଇଁ କଦଳାସଟିଏ, ମୋ ପାଦକୁ ସୁଶୋଭିତ କରିବାକୁ,
ମୋ ଜେଜେଙ୍କୁ ଭେଟିବାକୁ ଦିଅ ମତେ, ଭେଟିବି ମୁଁ ନିଶ୍ଚୟ ମୋ ଜେଜେ ବାପାଙ୍କୁ।
ମେଲାଣି ଦେବେ ମତେ ମୋର ଜେଜେ ମା’, ଜଗିଥିବେ ମୋ ଜେଜେ ମା’ ମତେ ମେଲାଣି ଦେବାକୁ।
ହେ ପ୍ରିୟ ପରିଜନ, ଯାଉଛି ମୁଁ ଏଠାରୁ ବହୁତ ଦୂରକୁ
ଏହା ଏକ ବହୁ ଦୀର୍ଘ ଯାତ୍ରା, ହେ ସାରସୀ ପକ୍ଷୀ। ଯାଉଛି ମୁଁ ବହୁତ ଦୂରକୁ। (୨)
ଗଢ଼ି ଦିଅ ମୋ ପାଇଁ ବଙ୍ଗାଡିସଟିଏ, ମୋ ପାଦକୁ ସୁଶୋଭିତ କରିବାକୁ,
ମୋ ବାପାଙ୍କୁ ଭେଟିବାକୁ ଦିଅ ମତେ, ଭେଟିବି ମୁଁ ନିଶ୍ଚୟ ମୋ ବାପାଙ୍କୁ।
ମେଲାଣି ଦେବେ ମତେ ମୋର ମା’, ଜଗିଥିବେ ସ୍ନେହଶୀଳା ମା’ ମୋର ମତେ ମେଲାଣି ଦେବାକୁ।
ହେ ପ୍ରିୟ ପରିଜନ, ଯାଉଛି ମୁଁ ଏଠାରୁ ବହୁତ ଦୂରକୁ
ଏହା ଏକ ବହୁ ଦୀର୍ଘ ଯାତ୍ରା, ହେ ସାରସୀ ପକ୍ଷୀ। ଯାଉଛି ମୁଁ ବହୁତ ଦୂରକୁ। (୨)
ଗଢ଼ି ଦିଅ ମୋ ପାଇଁ ହାରାଲୋଟିଏ, ହାରଟିଏ ପିନ୍ଧିବାକୁ;
ମୋ ଦଦାଙ୍କୁ ଭେଟିବାକୁ ଦିଅ ମତେ, ଭେଟିବି ମୁଁ ନିଶ୍ଚୟ ମୋ ପୈତୃକ ଦଦାଙ୍କୁ।
ମେଲାଣି ଦେବେ ମତେ ମୋର ଖୁଡ଼ୀ, ଜଗିଥିବେ ପୈତୃକ ଖୁଡ଼ୀ ମୋର ମତେ ମେଲାଣି ଦେବାକୁ।
ହେ ପ୍ରିୟ ପରିଜନ, ଯାଉଛି ମୁଁ ଏଠାରୁ ବହୁତ ଦୂରକୁ
ଏହା ଏକ ବହୁ ଦୀର୍ଘ ଯାତ୍ରା, ହେ ସାରସୀ ପକ୍ଷୀ। ଯାଉଛି ମୁଁ ବହୁତ ଦୂରକୁ। (୨)
ଗଢ଼ି ଦିଅ ମୋ ପାଇଁ ନୋଥଟିଏ, ନାକଫୁଲଟିଏ ପିନ୍ଧିବାକୁ;
ମୋ ମାମୁଁଙ୍କୁ ଭେଟିବାକୁ ଦିଅ ମତେ, ଭେଟିବି ମୁଁ ନିଶ୍ଚୟ ମୋ ମାମୁଁଙ୍କୁ।
ମେଲାଣି ଦେବେ ମତେ ମୋର ମାଇଁ, ଜଗିଥିବେ ମାଇଁ ମୋର ମତେ ମେଲାଣି ଦେବାକୁ।
ହେ ପ୍ରିୟ ପରିଜନ, ଯାଉଛି ମୁଁ ଏଠାରୁ ବହୁତ ଦୂରକୁ
ଏହା ଏକ ବହୁ ଦୀର୍ଘ ଯାତ୍ରା, ହେ ସାରସୀ ପକ୍ଷୀ। ଯାଉଛି ମୁଁ ବହୁତ ଦୂରକୁ। (୨)

ଗୀତର ପ୍ରକାର: ପାରମ୍ପରିକ ଲୋକଗୀତ
ବର୍ଗ: ବିବାହ ବେଳର ଗୀତ
ଗୀତ: ୯
ଗୀତର ଶୀର୍ଷକ: ଦୂର ତି ଭିଣା, ପରଦେଶ ତି ଭିଣା
ସଙ୍ଗୀତ ସଂଯୋଜନା: ଦେଭାଲ ମେହେଟା
ଗାୟିକା: ମୁନ୍ଦରା ତାଲୁକା ଅନ୍ତର୍ଗତ ଭାଦ୍ରେସର ଗାଁର ଜୁମା ବାଘେରଙ୍କ
ସଂଯୋଜିତ ବାଦ୍ୟଯନ୍ତ୍ର: ଢୋଲକ, ହାରମୋନିୟମ, ବେଞ୍ଜୋ
ରେକର୍ଡିଂ ବର୍ଷ: ୨୦୧୨, କେଏମଭିଏସ ଷ୍ଟୁଡିଓ
ଏକ ଗୋଷ୍ଠୀ ବେତାର ସଂସ୍ଥା ସୁରବାଣୀ ଦ୍ୱାରା ରେକର୍ଡ ହୋଇଥିବା ଏହି ୩୪୧ ଗୀତଗୁଡ଼ିକ କଚ୍ଛ ମହିଳା ବିକାଶ ସଂଗଠନ (କେଏମଭିଏସ) ଜରିଆରେ ପରୀକୁ ଆସିଛି । ଏହି ଗୀତଗୁଡ଼ିକ ବିଷୟରେ ଅଧିକ ଜାଣିବା ଲାଗି ଦୟାକରି : ରଣ୍ର ଗୀତ :କଚ୍ଛୀ ଲୋକ ଗୀତର ଆର୍କାଇଭ୍
ସହଯୋଗ ପାଇଁ ପ୍ରୀତି ସୋନି, କେଏମଭିଏସ ସମ୍ପାଦକ ଅରୁଣା ଢୋଲକିଆ, କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମାଦ ସମେଜା ଏବଂ ମୂଲ୍ୟବାନ ସହାୟତା ପାଇଁ ଭାରତୀବେନ ଗୋରଙ୍କୁ ଅଶେଷ ଧନ୍ୟବାଦ
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/on-the-wings-of-a-winter-bird-or

