ମମତା ପାରେଦ ପରୀରେ ଆମର ସହଯୋଗୀ ଥିଲେ। ସେ ଜଣେ ବିରଳ ପ୍ରତିଭା ସମ୍ପନ୍ନ ଓ ସଂକଳ୍ପବଦ୍ଧ ଯୁବ ସାମ୍ବାଦିକା ଥିଲେ। ୧୧ ଡିସେମ୍ବର ୨୦୨୨ରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।

ତାଙ୍କ ବିୟୋଗର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ, ଆମେ ଆପଣଙ୍କ ନିକଟକୁ ନେଇ ଆସିଛୁ ଏକ ସ୍ୱତନ୍ତ୍ର ପଡ୍‌କାଷ୍ଟ ଯେଉଁଥିରେ ଆପଣ ମମତାଙ୍କ ସ୍ୱରରେ ତାଙ୍କ ନିଜର ଲୋକ - ମହାରାଷ୍ଟ୍ର ପାଲଘର ଜିଲ୍ଲାର ୱଡ଼ା ତାଲୁକାରେ ରହୁଥିବା ୱର୍ଲି ନାମକ ଏକ ଆଦିବାସୀ ସମ୍ପ୍ରଦାୟର କଷ୍ଟ ବିଷୟରେ ଶୁଣିପାରିବେ। ପରଲୋକର କିଛି ମାସ ପୂର୍ବରୁ ସେ ଏହି ଅଡିଓ ରେକର୍ଡ କରିଥିଲେ।

ମୌଳିକ ସୁବିଧା ଓ ଅଧିକାର ପାଇଁ ସେମାନଙ୍କ ସଂଘର୍ଷ ବିଷୟରେ ମମତା ଲେଖିଥିଲେ। ଜଣେ ନିର୍ଭିକା ସାମ୍ବାଦିକା ଭାବେ, ସେ ଛୋଟ ଛୋଟ ପଡ଼ାରୁ ଖବର ସଂଗ୍ରହ କରୁଥିଲେ ଯେଉଁ ସ୍ଥାନ ମାନଚିତ୍ରରେ ମଧ୍ୟ ସହଜରେ ଦେଖିବାକୁ ମିଳିନଥାଏ। ସେ କ୍ଷୁଧା, ଶିଶୁ ଶ୍ରମିକ, ବନ୍ଧୁଆ ଶ୍ରମିକ, ବିଦ୍ୟାଳୟ ପାଠପଢ଼ାର ଅଭାବ, ଜମି ଅଧିକାର, ବିସ୍ଥାପନ ଜୀବିକା ଓ ଆହୁରି ଅନେକ ପ୍ରସଙ୍ଗରେ ଲେଖୁଥିଲେ।


ଏହି ଅଧ୍ୟାୟରେ ମମତା ତାଙ୍କ ଗ୍ରାମ ମହାରାଷ୍ଟ୍ରର ନିମ୍ବାଭଲି ପ୍ରତି ହୋଇଥିବା ଏକ ଅନ୍ୟାୟର କାହାଣୀ ବିଷୟରେ ବର୍ଣ୍ଣନା କରିଛନ୍ତି। ପ୍ରକଳ୍ପ ସେମାନଙ୍କ ଗାଁକୁ ବିଭାଜିତ କରି ଯାଇଥିଲା ଏବଂ ସେମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ମୋଟାମୋଟି ଭାବେ ଅପର୍ଯ୍ୟାପ୍ତ ଥିଲା।

ପରୀରେ ମମତାଙ୍କୁ ଜାଣିବା ଓ ତାଙ୍କ ସହିତ କାର୍ଯ୍ୟ କରିବା ଆମ ପାଇଁ ସୌଭାଗ୍ୟର ବିଷୟ; ପରୀରେ ତାଙ୍କର ସମସ୍ତ ୯ଟି କାହାଣୀ ଏଠାରେ ଦିଆଗଲା।

ମମତା ନିଜ ଲେଖା ଏବଂ ନିଜ ସମ୍ପ୍ରଦାୟ ପାଇଁ କରିଥିବା କାମ ପାଇଁ ସ୍ମରଣୀୟ ହୋଇ ରହିବେ। ତାଙ୍କର ଅଭାବ ଅନୁଭୂତ ହୋଇ ଚାଲିବ।

ଏହି ପଡକାଷ୍ଟରେ ସହାୟତା ପାଇଁ ଆମେ ହିମାଂଶୁ ସାଇକିଆଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ।

ପ୍ରଚ୍ଛଦରେ ଥିବା ମମତାଙ୍କ ଫଟୋ ସିଟିଜେନ୍ସ ଫର୍‌ ଜଷ୍ଟିସ୍‌ ଏଣ୍ଡ ପିସ୍‌ ୱେବସାଇଟ୍‌ରୁ ନିଆଯାଇଛି ଯେଉଁଠି ସେ ଜଣେ ଫେଲୋ ଥିଲେ। ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଥିବାରୁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ।

ଅନୁବାଦ : ଓଡ଼ିଶାଲାଇଭ୍‍

Aakanksha

ଆକାଂକ୍ଷା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ସେ ପସନ୍ଦ କରନ୍ତି) PARIର ଜଣେ ସମ୍ବାଦଦାତା ଏବଂ ବିଷୟବସ୍ତୁ ସଂପାଦକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Aakanksha
Editors : Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ମେଧା କାଲେ
Editors : Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE