ମଧ୍ୟପ୍ରଦେଶ ପନ୍ନାରେ ବ୍ୟାଘ୍ର ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଭିତରେ ଥିବା ବେଆଇନ, ଖୋଲା ଖଣି ଭିତରେ ଏବଂ ଆଖପାଖରେ, ଯୁବ ଓ ବୟସ୍କ ଲୋକମାନେ ଏପରି ଏକ ପଥର ସନ୍ଧାନରେ ଥାଆନ୍ତି ଯାହା ସେମାନଙ୍କ ଭାଗ୍ୟ ବଦଳାଇ ପାରିବ।

ବାପା ମା’ ଏଠାକାର ହୀରା ଖଣିରେ କାମ କରୁଥିବା ବେଳେ ପିଲାମାନେ ବାଲି ଓ କାଦୁଅ ଖୋଳିବାରେ ଲାଗି ପଡ଼ିଥାନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ସମ୍ପ୍ରଦାୟ (ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ)ର ପ୍ରତିନିଧିତ୍ୱ କରିଥାନ୍ତି।

ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଯଦି ମୁଁ ହୀରା ପାଇବି, ତେବେ ମୁଁ ଏହାକୁ ଆଗକୁ ପଢ଼ିବା ପାଇଁ ବ୍ୟବହାର କରିପାରିବି।

ଶିଶୁ ଶ୍ରମିକ (ନିଷିଦ୍ଧ ଏବଂ ନିୟମ) ସଂଶୋଧନ ଆଇନ ( ୨୦୧୬ ) ଶିଶୁମାନଙ୍କୁ (୧୪ ବର୍ଷରୁ କମ୍) ଏବଂ କିଶୋର କିଶୋରୀମାନଙ୍କୁ (୧୮ ବର୍ଷ ବୟସରୁ କମ୍) ଖଣି ଖନନ ଶିଳ୍ପରେ ନିଯୁକ୍ତି ଦେବାକୁ ନିଷିଦ୍ଧ କରେ, ଏହି ଆଇନ୍ ଅଧୀନରେ ଏକ ବିପଦଜନକ ବୃତ୍ତି ଭାବରେ ତାଲିକାଭୁକ୍ତ କରାଯାଇଛି।

ପ୍ରାୟ ୩୦୦ କିଲୋମିଟର ଦୂରରେ, ଉତ୍ତରପ୍ରଦେଶର, ମିର୍ଜାପୁରର ପିଲାମାନେ ମଧ୍ୟ ସେମାନଙ୍କ ବାପା ମା’ଙ୍କ ସହ କାମକୁ ଯାଆନ୍ତି। ଏଠି, ବେଆଇନ ପଥର ଖଣି କଥା କୁହାଯାଉଛି । ବଞ୍ଚିତ ଜନ ସମୁଦାୟର ଏସବୁ ପରିବାର ମଧ୍ୟରୁ ଅଧିକାଂଶ ବିପଦପୂର୍ଣ୍ଣ ଭାବେ ଖଣି ପାଖରେ ମଧ୍ୟ ରୁହନ୍ତି।

‘‘ମୋ ଘର ଏ ଖଣି ପଛରେ ରହିଛି,’’ ସେମାନଙ୍କ ମଧ୍ୟରୁ ଜଣେ ଝିଅ କହିଥାଏ, ‘‘ଦିନକୁ ୫ଥର ବିସ୍ଫୋରଣ ହୁଏ। (ଥରେ) ଗୋଟିଏ ବଡ଼ ପଥର ଖସିପଡ଼ିଲା ଏବଂ ଆମ (ଘର) ଚାରି କାନ୍ଥ ଫଟେଇ ଦେଲା।’’

ଏ ଚଳଚ୍ଚିତ୍ରରେ ଏପରି ଅଗଣିତ ଶିଶୁଙ୍କ କାହାଣୀ ରହିଛି ଯେଉଁମାନେ ଅସଂଗଠିତ ଖଣି ଶ୍ରମିକ ଭାବେ କାମ କରନ୍ତି, ବିଦ୍ୟାଳୟଠାରୁ ଦୂରରେ ରହି ସେମାନେ ନିଜ ଶିକ୍ଷା ଅଧିକାରରୁ ବଞ୍ଚିତ ରହିଛନ୍ତି।

ଦେଖନ୍ତୁ : ଖଣିର ପିଲାମାନେ

ଅନୁବାଦ: ଓଡ଼ିଶାଲାଇଭ୍‍

Kavita Carneiro

କବିତା କାର୍ଣ୍ଣେରିଓ ପୁଣେର ଜଣେ ନିରପେକ୍ଷ ଚଳଚ୍ଚିତ୍ର ନିର୍ମାତା ଏବଂ ସେ ଗତ ଏକ ଦଶନ୍ଧି ଧରି ସାମାଜିକ ପ୍ରଭାବ ସୃଷ୍ଟିକାରୀ ଚଳଚ୍ଚିତ୍ର ନିର୍ମାଣ କରିଆସୁଛନ୍ତି । ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଜାଫର ଓ ଟୁଡୁ ଶୀର୍ଷକ ଫିଚର-ସଦୃଶ ଦୀର୍ଘ ଏକ ପ୍ରମାଣିକ ଚଳଚ୍ଚିତ୍ର ରହିଛି ଯାହା ରଗବୀ ଖେଳାଳୀଙ୍କୁ ନେଇ ପ୍ରସ୍ତୁତ । ସେ ପ୍ରସ୍ତୁତ କରିଥିବା ସଦ୍ୟତମ ଚଳଚ୍ଚିତ୍ର ହେଉଛି କାଳେଶ୍ୱରମ ଯାହାକି ବିଶ୍ୱର ସବୁଠୁ ବଡ଼ ଉଠା ଜଳସେଚନ ପ୍ରକଳ୍ପ ଉପରେ କେନ୍ଦ୍ରିତ ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ କବିତା କାର୍ନେରୋ
Text Editor : Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସହାୟିକା ସମ୍ପାଦିକା । ସେ ମଧ୍ୟ ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। କୋଲକାତାରେ ରହୁଥିବା ସର୍ବଜୟା, ସହରର ଇତିହାସ ଓ ଭ୍ରମଣ ସାହିତ୍ୟ ପ୍ରତି ଆଗ୍ରହୀ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sarbajaya Bhattacharya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE