ସେ ଯାହାକୁ ଭଲପାଏ ତା’ଠାରୁ ବହୁ ଦୂରରେ ଅଛି, କିନ୍ତୁ ହୃଦୟ ଚାହୁଁଛି ତା’ ପାଖରେ ରହିବା ପାଇଁ ସାତ ସମୁଦ୍ର ପାର ହୋଇଯିବ। ଗୀତଟି ବାହାନା ମାତ୍ର:

Kachchh, Gujarat
|SUN, MAR 24, 2024
ଯୋଡ଼ିଏ କୁଞ୍ଜାଲ ପକ୍ଷୀ
ପ୍ରେମ ଓ ଆତୁରତାକୁ ଘେନି କଚ୍ଛ ଅଞ୍ଚଳର ଲୋକଗୀତ, ଶୀତଦିନେ ବିଦେଶାଗତ ପକ୍ଷୀଙ୍କ ଗୀତ
Illustration
Series Curator
Translator
કુંજલ ન માર વીરા કુંજલ ન માર , હી કુંજલ વેધી દરિયા પાર
କୁଞ୍ଜାଲକୁ ମାର ନାହିଁ। ଦୟାକରି ମାର ନାହିଁ, କୁଞ୍ଜାଲକୁ ସାତ ସମୁଦ୍ର ପାର ହୋଇ ଫେରିବାକୁ ହେବ...
ଯାହାକୁ ସେ ଭଲପାଏ, ସେ ଯେ ତାକୁ ଭୁଲିଯାଉ ଚାହେଁ ନାହିଁ ସେ। ତାହା କୁଞ୍ଜାଲକୁ ମାରିବା ପରି କଥା ହେବ... ସାଇବେରିଆଠାରୁ ବହୁ ଦୂରରେ ଅବସ୍ଥିତ କଚ୍ଛ ନଳବଣକୁ ଉଡି ଆସୁଥିବା ନବଯୌବନା ସାରସ ପକ୍ଷୀର ସ୍ଥାନୀୟ ନାଁ ହେଉଛି କୁଞ୍ଜାଲ। କଚ୍ଛି ଲୋକ ସଂସ୍କୃତିରେ ନାୟିକା ଯେଉଁ କୁଞ୍ଜ ପକ୍ଷୀ ଭିତରେ ନିଜକୁ ଦେଖୁଛି ତାହା ସେଠାରେ ଅତି ପରିଚିତ, ଯାହାକୁ ସମସ୍ତେ ଭଲ ପାଆନ୍ତି ଓ ଶ୍ରଦ୍ଧା କରନ୍ତି।
ପ୍ରତି ବଦଳରେ ସେ ଯାହାକୁ ଭଲପାଏ ଅନ୍ତତଃ ପକ୍ଷେ ସେ ତା’ ପାଇଁ କିଛି ଗହଣା ଆଣି ଦେଇପାରେ: ଯେମିତି କି ନାକ ଫୁଲ, ଗଳା ହାର, ହଳେ ପାଉଁଜି, ମଥା ମଣି କି ଆଙ୍ଗୁଠିକୁ ମୁଦି। ସେଗୁଡିକରୁ ପ୍ରତ୍ୟେକଟିରେ ଖୋଦେଇ ହେଇଥିବ ହଳେ କୁଞ୍ଜାଲ ପକ୍ଷୀଙ୍କ ମିଳନର ପ୍ରସ୍ଫୁଟିତ ଭାବ। ମୁନ୍ଦ୍ରା ତାଲୁକାରେ ଅବସ୍ଥାନ କରୁଥିବା ଜୁମା ବାଘେରଙ୍କ କଣ୍ଠରେ ଗୀତଟି ଅତି ସୁନ୍ଦର ଭାବେ ବୋଲା ଯାଇଥିବା ବେଳେ ଏହା ‘ପକ୍ଷୀମାନଙ୍କ ଉପରେ ଆଧାରିତ ଲୋକଗୀତ ସମୂହ’ ମଧ୍ୟରୁ ଗୋଟିଏ।
કરછી
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
કડલાર રે ઘડાય દે વીરા કડલા ઘડાય દે, કાભીયે જે જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
મુઠીયા રે ઘડાય દે વીરા મુઠીયા રે ઘડાય, બગલીયે જે જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
હારલો ઘડાય દે વીરા હારલો ઘડાય, દાણીએ જે જોડ તે કુંજ કે વીરાય
ન માર વીરા કુંજલ ન માર, હી કુંજલ વેધી દરિયા પાર
નથડી ઘડાય દે વીરા નથડી ઘડાય, ટીલડી જી જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
ଓଡ଼ିଆ
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ଆଣି ଦିଅ ହଳେ କୁଦାଳ, ମୋ ପାଦ ପାଇଁ ପାଉଁଜିରୁ ହଳେ,
ଖୋଦେଇ କରା କୁଞ୍ଜ ପକ୍ଷୀ ପ୍ରତ୍ୟେକଟିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ମୁଥିୟା ବନେଇ ଦିଅ, ମୋ ଆଙ୍ଗୁଠି ପାଇଁ ମୁଦି,
ଓ ମୋ ହାତ ପାଇଁ କେତେ ହଳ ଚୁଡ଼ି, ଖୋଦେଇ କରା କୁଞ୍ଜ ପକ୍ଷୀ ପ୍ରତ୍ୟେକଟିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ଗଢ଼େଇ ଦିଅ ହାରଟିଏ, ମୋ ବେକରେ ପିନ୍ଧିବା ପାଇଁ ହାରଟିଏ,
ଖୋଦେଇ କରା ହଳେ କୁଞ୍ଜ ପକ୍ଷୀ ସେଥିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ଗଢେଇ ଦିଅ ନଥନିଟିଏ, ମୋ ନାକରେ ପିନ୍ଧିବା ପାଇଁ ନୋଥ
ଓ ମୋ ମଥା ପାଇଁ ତିଲାଡିଟିଏ, ମଥାମଣିଟିଏ, ଖୋଦେଇ କରା ହଳେ କୁଞ୍ଜ ପକ୍ଷୀ ସେଥିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।

Priyanka Borar
ଗୀତର ପ୍ରକାର: ପାରମ୍ପରିକ ଲୋକ ଗୀତ
ଶ୍ରେଣୀ: ପ୍ରେମ ଓ ଆତୁରତାର ଗୀତ
ଗୀତ: ୧୨
ଗୀତର ନାମ: କୁଞ୍ଜାଲକୁ ମାର ନାହିଁ, ମାର ନାହିଁ କୁଞ୍ଜାଲ ପକ୍ଷୀକୁ
ସ୍ଵରକାର: ଦେୱାଲ ମେହେଟା
ଗାୟିକା: ମୁନ୍ଦରା ତାଲୁକାର ଭଦ୍ରେସର ଗାଁରେ ଅବସ୍ଥାନ କରୁଥିବା ଜୁମା ବାଘେର
ବ୍ୟବହୃତ ବାଦ୍ୟଯନ୍ତ୍ର: ଡ୍ରମ, ହାର୍ମୋନିୟମ, ବେଞ୍ଜୋ
ରେକର୍ଡିଂ ବର୍ଷ: ୨୦୧୨, କେଏମଭିଏସ
ଗୋଟିଏ ଗୋଷ୍ଠୀ-ପରିଚାଳିତ ରେଡିଓ ‘ସୁରବାଣୀ’ ଦ୍ଵାରା ରେକର୍ଡିଂ ହୋଇଥିବା ଏହିଭଳି ସମୁଦାୟ ୩୪୧ଟି ଗୀତ ‘କଚ୍ଛ ମହିଳା ବିକାଶ ସଂଗଠନ’ (କେଏମଭିଏସ) ମାଧ୍ୟମରେ ‘ପରୀ’ ନିକଟକୁ ଆସିଛି। ଏହି ଗୀତଗୁଡିକୁ ଜାଣିବା ପାଇଁ ଯାଆନ୍ତୁ: ରଣ୍ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ
ସହଯୋଗ ପାଇଁ ପ୍ରୀତି ସୋନି, କେଏମଭିଏସର ସଚିବ ଅରୁଣା ଢୋଲକିୟା ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜାଙ୍କୁ ବିଶେଷ କୃତଜ୍ଞତା ତଥା ଭାରତୀବେନ ଗୋରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଧନ୍ୟବାଦ
ଓଡ଼ିଆ ଅନୁବାଦ: କପିଳାସ ଭୂୟାଁ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/a-pair-of-kunjal-birds-or