ସେ ଯାହାକୁ ଭଲପାଏ ତା’ଠାରୁ ବହୁ ଦୂରରେ ଅଛି, କିନ୍ତୁ ହୃଦୟ ଚାହୁଁଛି ତା’ ପାଖରେ ରହିବା ପାଇଁ ସାତ ସମୁଦ୍ର ପାର ହୋଇଯିବ। ଗୀତଟି ବାହାନା ମାତ୍ର:

કુંજલ ન માર વીરા કુંજલ ન માર , હી કુંજલ વેધી દરિયા પાર
କୁଞ୍ଜାଲକୁ ମାର ନାହିଁ। ଦୟାକରି ମାର ନାହିଁ, କୁଞ୍ଜାଲକୁ ସାତ ସମୁଦ୍ର ପାର ହୋଇ ଫେରିବାକୁ ହେବ...

ଯାହାକୁ ସେ ଭଲପାଏ, ସେ ଯେ ତାକୁ ଭୁଲିଯାଉ ଚାହେଁ ନାହିଁ ସେ। ତାହା କୁଞ୍ଜାଲକୁ ମାରିବା ପରି କଥା ହେବ... ସାଇବେରିଆଠାରୁ ବହୁ ଦୂରରେ ଅବସ୍ଥିତ କଚ୍ଛ ନଳବଣକୁ ଉଡି ଆସୁଥିବା ନବଯୌବନା ସାରସ ପକ୍ଷୀର ସ୍ଥାନୀୟ ନାଁ ହେଉଛି କୁଞ୍ଜାଲ। କଚ୍ଛି ଲୋକ ସଂସ୍କୃତିରେ ନାୟିକା ଯେଉଁ କୁଞ୍ଜ ପକ୍ଷୀ ଭିତରେ ନିଜକୁ ଦେଖୁଛି ତାହା ସେଠାରେ ଅତି ପରିଚିତ, ଯାହାକୁ ସମସ୍ତେ ଭଲ ପାଆନ୍ତି ଓ ଶ୍ରଦ୍ଧା କରନ୍ତି।

ପ୍ରତି ବଦଳରେ ସେ ଯାହାକୁ ଭଲପାଏ ଅନ୍ତତଃ ପକ୍ଷେ ସେ ତା’ ପାଇଁ କିଛି ଗହଣା ଆଣି ଦେଇପାରେ: ଯେମିତି କି ନାକ ଫୁଲ, ଗଳା ହାର, ହଳେ ପାଉଁଜି, ମଥା ମଣି କି ଆଙ୍ଗୁଠିକୁ ମୁଦି। ସେଗୁଡିକରୁ ପ୍ରତ୍ୟେକଟିରେ ଖୋଦେଇ ହେଇଥିବ ହଳେ କୁଞ୍ଜାଲ ପକ୍ଷୀଙ୍କ ମିଳନର ପ୍ରସ୍ଫୁଟିତ ଭାବ। ମୁନ୍ଦ୍ରା ତାଲୁକାରେ ଅବସ୍ଥାନ କରୁଥିବା ଜୁମା ବାଘେରଙ୍କ କଣ୍ଠରେ ଗୀତଟି ଅତି ସୁନ୍ଦର ଭାବେ ବୋଲା ଯାଇଥିବା ବେଳେ ଏହା ‘ପକ୍ଷୀମାନଙ୍କ ଉପରେ ଆଧାରିତ ଲୋକଗୀତ ସମୂହ’ ମଧ୍ୟରୁ ଗୋଟିଏ।

ଭଦ୍ରେସରର ଜୁମା ବାଘେର ଗାଇଥିବା ଲୋକଗୀତଟିକୁ ଶୁଣନ୍ତୁ:

કરછી

કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
કડલાર રે ઘડાય દે વીરા કડલા ઘડાય દે, કાભીયે જે જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
મુઠીયા રે ઘડાય દે વીરા મુઠીયા રે ઘડાય, બગલીયે જે જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
હારલો ઘડાય દે વીરા હારલો ઘડાય, દાણીએ જે જોડ તે કુંજ કે વીરાય
ન માર વીરા કુંજલ ન માર, હી કુંજલ વેધી દરિયા પાર
નથડી ઘડાય દે વીરા નથડી ઘડાય, ટીલડી જી જોડ તે કુંજ કે વીરાય
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર
કુંજલ ન માર વીરા કુંજલ ન માર, હી કુંજલ વેધી દરિયા પાર

ଓଡ଼ିଆ

ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ଆଣି ଦିଅ ହଳେ କୁଦାଳ, ମୋ ପାଦ ପାଇଁ ପାଉଁଜିରୁ ହଳେ,
ଖୋଦେଇ କରା କୁଞ୍ଜ ପକ୍ଷୀ ପ୍ରତ୍ୟେକଟିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ମୁଥିୟା ବନେଇ ଦିଅ, ମୋ ଆଙ୍ଗୁଠି ପାଇଁ ମୁଦି,
ଓ ମୋ ହାତ ପାଇଁ କେତେ ହଳ ଚୁଡ଼ି, ଖୋଦେଇ କରା କୁଞ୍ଜ ପକ୍ଷୀ ପ୍ରତ୍ୟେକଟିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ଗଢ଼େଇ ଦିଅ ହାରଟିଏ, ମୋ ବେକରେ ପିନ୍ଧିବା ପାଇଁ ହାରଟିଏ,
ଖୋଦେଇ କରା ହଳେ କୁଞ୍ଜ ପକ୍ଷୀ ସେଥିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମୋ ପାଇଁ ଗଢେଇ ଦିଅ ନଥନିଟିଏ, ମୋ ନାକରେ ପିନ୍ଧିବା ପାଇଁ ନୋଥ
ଓ ମୋ ମଥା ପାଇଁ ତିଲାଡିଟିଏ, ମଥାମଣିଟିଏ, ଖୋଦେଇ କରା ହଳେ କୁଞ୍ଜ ପକ୍ଷୀ ସେଥିରେ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।
ମାର ନାହିଁ କୁଞ୍ଜାଲ ପକ୍ଷୀକୁ, ଦୟାକରି ମାର ନାହିଁ ତାକୁ! ସାତ ସମୁଦ୍ର ପାର ହେଇ ଯିବ କୁଞ୍ଜାଲ।

PHOTO • Priyanka Borar

ଗୀତର ପ୍ରକାର: ପାରମ୍ପରିକ ଲୋକ ଗୀତ

ଶ୍ରେଣୀ: ପ୍ରେମ ଓ ଆତୁରତାର ଗୀତ

ଗୀତ: ୧୨

ଗୀତର ନାମ: କୁଞ୍ଜାଲକୁ ମାର ନାହିଁ, ମାର ନାହିଁ କୁଞ୍ଜାଲ ପକ୍ଷୀକୁ

ସ୍ଵରକାର: ଦେୱାଲ ମେହେଟା

ଗାୟିକା: ମୁନ୍ଦରା ତାଲୁକାର ଭଦ୍ରେସର ଗାଁରେ ଅବସ୍ଥାନ କରୁଥିବା ଜୁମା ବାଘେର

ବ୍ୟବହୃତ ବାଦ୍ୟଯନ୍ତ୍ର: ଡ୍ରମ, ହାର୍ମୋନିୟମ, ବେଞ୍ଜୋ

ରେକର୍ଡିଂ ବର୍ଷ: ୨୦୧୨, କେଏମଭିଏସ

ଗୋଟିଏ ଗୋଷ୍ଠୀ-ପରିଚାଳିତ ରେଡିଓ ‘ସୁରବାଣୀ’ ଦ୍ଵାରା ରେକର୍ଡିଂ ହୋଇଥିବା ଏହିଭଳି ସମୁଦାୟ ୩୪୧ଟି ଗୀତ ‘କଚ୍ଛ ମହିଳା ବିକାଶ ସଂଗଠନ’ (କେଏମଭିଏସ) ମାଧ୍ୟମରେ ‘ପରୀ’ ନିକଟକୁ ଆସିଛି। ଏହି ଗୀତଗୁଡିକୁ ଜାଣିବା ପାଇଁ ଯାଆନ୍ତୁ: ରଣ୍‌ ର ସଙ୍ଗୀତ : କଚ୍ଛୀ ଲୋକଗୀତର ସଂଗ୍ରହ

ସହଯୋଗ ପାଇଁ ପ୍ରୀତି ସୋନି , କେଏମଭିଏସର ସଚିବ ଅରୁଣା ଢୋଲକିୟା ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜା ଙ୍କୁ ବିଶେଷ କୃତଜ୍ଞତା ତଥା ଭାରତୀବେନ ଗୋରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଧନ୍ୟବାଦ

ଓଡ଼ିଆ ଅନୁବାଦ : କପିଳାସ ଭୂୟାଁ

Series Curator : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Illustration : Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priyanka Borar
Translator : Kapilas Bhuyan

କପିଳାସ ଭୂୟାଁ ହେଉଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଓ ୨୦୦୬ରେ ଜାତୀୟ ଚଳଚିତ୍ର ପୁରସ୍କାର ରଜତ କମଳ ପ୍ରାପ୍ତ ନିର୍ଦ୍ଦେଶକ। ଏହା ବ୍ୟତୀତ ସେ ୨୦୦୪ରେ ଫେଷ୍ଟିଭାଲ ଡୁ ସିନେମା ଡେ ପ୍ୟାରିସଠାରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର ପୁରସ୍କାର ଓ ନ୍ୟୁୟର୍କ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଜୁରୀଙ୍କ ସ୍ୱତନ୍ତ୍ର ଉଲ୍ଲେଖ ପାଇଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Kapilas Bhuyan