‘ମୋତେ ଘୋଡ଼ାମାରା ଛାଡ଼ିବାକୁ ହେବ, କିନ୍ତୁ ମୁଁ କାହିଁକି ଛାଡ଼ିବି?’
ସୁନ୍ଦରବନର ଘୋଡ଼ାମାରା ଦ୍ୱୀପକୁ ୟାସ ବାତ୍ୟା ସମ୍ପୂର୍ଣ୍ଣ ଛାରଖାର କରିଦେଇଥିଲା ଯାହାର ପରିଣାମ ଆଜି ବି ସେଠାକାର ବାସିନ୍ଦା ଭୋଗୁଛନ୍ତି। ବହୁ ଲୋକ ସେମାନଙ୍କ ଘର ଓ ଜୀବନଜୀବିକା ସଜାଡ଼ିବାରେ ଲାଗିଛନ୍ତି, ହେଲେ ଆଉ କିଛି ବାସସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି





















