୨୦୧୭ ଜୁଲାଇରୁ ନଭେମ୍ବର, ବିଦର୍ଭର କପା ଚାଷ ହେଉଥିବା ଜିଲ୍ଲା ବିଶେଷ କରି ଯବତମାଲ ଅଞ୍ଚଳରୁ ହଠାତ ଡାକ୍ତରଖାନାକୁ ଲୋକଙ୍କ ଧାଡି ଛୁଟିଲା। ଅଜଣା ଭୟ, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି କମିଯିବା ଏବଂ ପେଟେ ଯନ୍ତ୍ରଣା ଭଳି ବିଭିନ୍ନ ରୋଗରେ ସେମାନେ ଆକ୍ରାନ୍ତ ଥିଲେ। ସେମାନେ ସମସ୍ତେ ଥିଲେ କପାଚାଷୀ ଏବଂ କପା କ୍ଷେତରେ କାମ କରୁଥିବା ଶ୍ରମିକ। କ୍ଷେତରେ କୀଟନାଶକ ସିଞ୍ଚନ ବେଳେ ସେମାନେ ବିଷ ସଂସ୍ପର୍ଶରେ ଆସିଥିଲେ। ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୧,୦୦୦ରୁ ଅଧିକ ରୋଗାକ୍ରାନ୍ତ ହୋଇପଡ଼ିଲେ। କପା ଏବଂ ସୋୟାବିନ ଫସଲରେ ବହୁଳ କୀଟନାଶକ ପ୍ରୟୋଗ ଏହି ବିପର୍ଯ୍ୟୟକୁ ଡାକି ଆଣିଥିଲ। ବିଦର୍ଭରେ କୃଷି ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ଏହାର ଦୀର୍ଘ ପ୍ରଭାବ ରହିଥିଲା।
ତିନି ଭାଗରେ ଏହି କାହାଣୀ ଉପସ୍ଥାପନ ହୋଇଛି। ପରିର ପ୍ରଥମ କାହାଣୀ ହେଉଛି ସେହି ସମୟରେ ଏହି ଅଞ୍ଚଳରେ କଣ ସବୁ ଘଟିଲା ଏବଂ ମହାରାଷ୍ଟ୍ର ସରକାର ଗଠନ କରିଥିବା ତଦନ୍ତକାରୀ ଟିମ୍ କଣ ଅନୁଧ୍ୟାନ କଲେ।
ଦ୍ୱିତୀୟରେ କ୍ରମିକ ରିପୋର୍ଟ ଏବଂ ଏତେ ପରିମାଣର କୀଟନାଶକ ବ୍ୟବହାରର କାରଣ। ଏହି ଅଞ୍ଚଳର ଚାଷୀ ବିଟି-କଟନ ନାମକ ଆନୁବଂଶିକ ପରିବର୍ତ୍ତନ ହୋଇଥିବା ଏକ ନୂଆ କିସମର କପା ଚାଷ କରିଥିଲେ। ଏହି କସମରେ ବୋଲୱର୍ମ ନାମକ ପୋକ ପ୍ରତିରୋଧକ ଶକ୍ତି ଥିଲା। କିନ୍ତୁ ଏହା ପୁରୁଣା କୀଟ ଆକ୍ରମଣର ଶିକାର ହେଲେ। ପରିଣତି ସ୍ୱରୂପ ଗୋଲାପୀ ବୋଲୱର୍ମ ପ୍ରତିହିଂସା ପରାୟଣ ହୋଇ ଫେରିଲେ। ଏହା ବ୍ୟାପକ ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି କଲା।









