

Mumbai, Maharashtra
|TUE, FEB 22, 2022
ମହିଳାମାନେ କାମ କରନ୍ତି କିନ୍ତୁ ତାହା ଦେଖାଯାଏ ନାହିଁ: ଏକ ଅନଲାଇନ୍ ଫଟୋ ପ୍ରଦର୍ଶନୀ
ମହିଳାମାନେ କାମ କରନ୍ତି କିନ୍ତୁ ତାହା ଦେଖାଯାଏ ନାହିଁ - ଏହା ସମ୍ଭବତଃ ଏହି ଧରଣର ସଂପୂର୍ଣ୍ଣ ଭାବେ ଡିଜିଟାଇଜ୍ ହୋଇଥିବା ପ୍ରଥମ ଷ୍ଟିଲ୍-ଫଟୋ ପ୍ରଦର୍ଶନୀ ଯାହା ଏକ ଭୌତିକ ପ୍ରଦର୍ଶନୀକୁ ଅନଲାଇନ୍ ମାଧ୍ୟମରେ ସୃଜନାତ୍ମକ ଭାବେ ଉପସ୍ଥାପନ କରିଥାଏ
Author
Translator

P. Sainath

P. Sainath

P. Sainath

P. Sainath
ଏହି ଭିଜୁଆଲ୍ ଟୁର୍ ଦର୍ଶକଙ୍କ ସମ୍ମୁଖରେ ବିଭିନ୍ନ କ୍ଷେତ୍ରରେ ଗ୍ରାମୀଣ ମହିଳାମାନେ କରୁଥିବା ବହୁବିଧ କାମକୁ ଦର୍ଶାଉଥିବା ବାସ୍ତବ ଫଟୋଗ୍ରାଫ୍ଗୁଡ଼ିକର ସମ୍ପୂର୍ଣ୍ଣ ପ୍ରଦର୍ଶନୀକୁ ଦେଖିବା ପାଇଁ ସୁଯୋଗ ଦେଇଥାଏ । ସମସ୍ତ ଫଟୋଗ୍ରାଫ୍ ଭାରତର ବିଭିନ୍ନ ରାଜ୍ୟରେ ୧୯୯୩ ରୁ ୨୦୦୨ ମଧ୍ୟରେ ପି.ସାଇନାଥଙ୍କ ଦ୍ୱାରା ଉଠାଯାଇଛି । ଏସବୁ ହେଉଛି ଆର୍ଥିକ ସଂସ୍କାରର ପ୍ରଥମ ଦଶନ୍ଧି ଆଉ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ ହେବାର ଦୁଇବର୍ଷ ପୂର୍ବର ଫଟୋ ।
ଏହି ପ୍ରଦର୍ଶନୀର ଭୌତିକ ସଂସ୍କରଣର ଚାରିଟି ସେଟ୍କୁ ୨୦୦୨ ଠାରୁ ଆଜି ପର୍ଯ୍ୟନ୍ତ ଭାରତରେ ୭ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି । ବସ୍ଷ୍ଟାଣ୍ଡ, ରେଳଷ୍ଟେସନ୍, କାରଖାନା ଗେଟ୍, କୃଷି ତଥା ଅନ୍ୟାନ୍ୟ ଶ୍ରମିକମାନଙ୍କର ବିଶାଳ ରାଲି, ବିଦ୍ୟାଳୟ, ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ କାମକୁ ପ୍ରଥମଥର ପାଇଁ ଅନ୍ଲାଇନ୍ରେ ସ୍ଥାନିତ କରାଯାଇଛି ।
ମହିଳାମାନେ କାମ କରନ୍ତି କିନ୍ତୁ ତାହା ଦେଖାଯାଏ ନାହିଁ - ସମ୍ଭବତଃ ଏହି ଧରଣର ପ୍ରଥମ ଡିଜିଟାଇଜ୍ ହୋଇଥିବା, କ୍ୟୁରେଟେଡ୍, ଷ୍ଟିଲ୍-ଫଟୋ ପ୍ରଦର୍ଶନୀ ଯେଉଁଥିରେ ଅନ୍ଲାଇନ୍ ମାଧ୍ୟମରେ ଏକ ଭୌତିକ ପ୍ରଦର୍ଶନୀକୁ ସୃଜନାତ୍ମକ ଭାବେ ଉପସ୍ଥାପନ କରାଯାଇପାରିଛି (ଯେଉଁଥିରେ ସଂକ୍ଷିପ୍ତ ବିବରଣୀ ଏବଂ ଅପେକ୍ଷାକୃତ ବଡ଼ ଫଟୋଗ୍ରାଫ୍ ସ୍ଥାନିତ ହୋଇଛି) । ପ୍ରତିଟି ପ୍ୟାନେଲ୍ରେ ହାରାହାରି ୨-୩ ମିନିଟ୍ର ଏହାର ନିଜସ୍ୱ ଭିଡ଼ିଓ ରହିଛି। ପ୍ରଦର୍ଶନୀର ଶେଷ ପ୍ୟାନେଲ୍ରେ ପ୍ରାୟ ୭ ମିନିଟ୍ର ଏକ ଭିଡ଼ିଓ ରହିଛି ।
ଏହାର ଉପସ୍ଥାପନା ଏପରି ହୋଇଛି ଯାହା ଆପଣଙ୍କୁ ଜଣେ ଦର୍ଶକ ଭାବେ ଭିଡିଓ ଦେଖିବାକୁ, ଏହା ସହିତ ରହିଥିବା ଫଟୋଗ୍ରାଫରଙ୍କ ବର୍ଣ୍ଣନାତ୍ମକ ମନ୍ତବ୍ୟ ଶୁଣିବାକୁ, ଲେଖା ପଢିବାକୁ ଆଉ ପ୍ରତ୍ୟେକ ଷ୍ଟିଲ୍ ଫଟୋକୁ ଉତ୍ତମ ରିଜୋଲ୍ୟୁସନର୍ ଦେଖିବାକୁ ସୁଯୋଗ ପ୍ରଦାନ କରିଥାଏ ।
ଆପଣ ଏଥିରେ ଭିଡିଓ ଦେଖିବା ପରେ ପୃଷ୍ଠାକୁ ତଳକୁ ସ୍କ୍ରୋଲ୍ କରି ତାହା କରିପାରିବେ । ପ୍ରତ୍ୟେକ ପୃଷ୍ଠାରେ ଥିବା ଭିଡିଓ ତଳେ ଆପଣ ସେହି ନିର୍ଦ୍ଦିଷ୍ଟ ପ୍ୟାନେଲ୍ର ପ୍ରକୃତ ଲେଖା ଆଉ ଷ୍ଟିଲ୍ ଫଟୋ ପାଇପାରିବେ ।
ଆପଣ ଚାହିଁଲେ ନିମ୍ନରେ ଦିଆଯାଇଥିବା ପ୍ରତି ଲିଙ୍କରେ କ୍ଲିକ୍ କରି ଗୋଟିଏ ଥରରେ ଗୋଟିଏ ପ୍ୟାନେଲ୍ ଦେଖିପାରିବେ । ସେଭଳି କରିବା ଦ୍ୱାରା ଆପଣ ଆପଣଙ୍କର ଆଗ୍ରହର ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ହେଲେ, ଆପଣ ଇଚ୍ଛା କଲେ ନିରବଚ୍ଛିନ୍ନ ଭାବେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଦର୍ଶନୀକୁ ଗୋଟିଏ ଥରରେ ଦେଖିପାରିବେ – ଏହି ସୁବିଧା ନିମ୍ନ ସିରିଜ୍ର ଶେଷ ଲିଙ୍କ୍ରେ ପାଇପାରିବେ।

P. Sainath
ପେନେଲ୍ ୧: ଇଟା, କୋଇଲା ଓ ପଥର

P. Sainath
ପେନେଲ୍୨: ସାରା ଜୀବନ ନଇଁ ନଇଁ କାମ କ ରିବା

P. Sainath
ପେନେଲ୍ ୩: ଏକ ଜମି, କିନ୍ତୁ ଜଣଙ୍କର ନିଜର ନୁହେଁ

P. Sainath
ପେନେଲ୍ ୪: ମାଟି, ମା’ ଓ ମାନବ ନିର୍ଘଣ୍ଟ

P. Sainath
ପେନେଲ୍ ୫: ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା

P. Sainath
ପେନେଲ୍ ୬: ଆଉ ସେମାନଙ୍କ ଜୀବନକୁ ଏକତ୍ରିତ କରିବା

P. Sainath
ପେନେଲ୍ ୭: ବଜାରକୁ, ବଜାରକୁ...

P. Sainath
ପ୍ୟାନେଲ ୮: ପୁଣି ଘର, ପୁଣି ଘର...

P. Sainath
ପ୍ୟାନେଲ ୯ଏ: ଗୋରୁମାନେ ଘରକୁ ଆସିବା ପର୍ଯ୍ୟନ୍ତ

P. Sainath
ପେନେଲ୍ ୯ବି: ସଫେଇ କାମ!

P. Sainath
ପେନେଲ୍ ୧୦: ଏବଂ ସବୁକିଛି ଉପରେ ଏକ ନିୟନ୍ତ୍ରଣ ପାଉଛନ୍ତି
କିମ୍ବା ଗୋଟିଏ ସଟ୍ରେ ସମସ୍ତ ଜିନିଷ କରିବା (୩୨ ମିନିଟ୍ ମଧ୍ୟରେ ଗୋଟିଏ ପରେ ଗୋଟିଏ ପ୍ୟାନେଲ୍ରେ ଘଟଣାକ୍ରମ ଅନୁସାରେ ସଂପୂର୍ଣ୍ଣ ଉପସ୍ଥାପନା)। ବିବରଣୀ ପଢିବା ପାଇଁ, ପ୍ରତ୍ୟେକ ପ୍ୟାନେଲ୍ ପୃଷ୍ଠାକୁ ଯିବାକୁ ହେବ। ହେଲେ, ଏଠାରେ ପୂରା ୩୨ ମିନିଟ୍ର ସଂପୂର୍ଣ୍ଣ ପ୍ରଦର୍ଶନୀ ପାଇଁ ଲିଙ୍କ୍ ଦିଆଗଲା।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମହିଳାମାନେ-କାମ-କରନ୍ତି-କିନ୍ତୁ-ତାହା-ଦେଖାଯାଏ-ନାହିଁ-ଏକ-ଅନଲାଇନ୍-ଫଟୋ-ପ୍ରଦର୍ଶନୀ

